Advertisement
photoDetails0hindi

ବିରାଟ- ଅନୁଷ୍କାଙ୍କ ପରି ଏହି ୫ ସେଲିବ୍ରେଟିଙ୍କ ପାଖରେ ରହିଛି ଆଲିସାନ ରେଷ୍ଟୁରାଣ୍ଟ, ଦେଖନ୍ତୁ ଫଟୋ

ଆଲିସାନ ରେଷ୍ଟୁରାଣ୍ଟର ମାଲିକ ଅଟନ୍ତି ଏହି ୬ ଜଣ ସେଲିବ୍ରେଟି । ଏଥିରୁ କରିଥାଆନ୍ତି କୋଟି କୋଟି ଟଙ୍କା ରୋଜଗାର ।

1/6

ଦିଲ୍ଲୀର 'ନୁଏବା ବାର୍' ହେଉଛି ଏକ ବିଳାସପୂର୍ଣ୍ଣ ରେଷ୍ଟୁରାଣ୍ଟ ଯାହାର ମାଲିକ ହେଉଛନ୍ତି ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟର ବିରାଟ କୋହଲି । ଏଠାରେ ସ୍ପାନିସ୍, ଫରାସୀ, ଇଟାଲୀ, ପର୍ତ୍ତୁଗୀଜ୍, ଏସୀୟ ଓ ଜାପାନିଜ ଭଳି ଖାଦ୍ୟ ପରସା ଯାଇଥାଏ । ନିକଟରେ ଏହି ଦମ୍ପତି ମୁମ୍ବାଇର କିଶୋର କୁମାରଙ୍କ ପୁରୁଣା ଘରେ ଏକ ରେଷ୍ଟୁରାଣ୍ଟ ମଧ୍ୟ ଖୋଲିଛନ୍ତି।

2/6

‘କ୍ଲବ ରୟାଲ୍ଟି’ ମୁମ୍ବାଇର ସବୁଠାରୁ ପ୍ରସିଦ୍ଧ ପବ୍ ମଧ୍ୟରୁ ଅନ୍ୟତମ । ଶିଳ୍ପା ଶେଟ୍ଟୀ କୁନ୍ଦ୍ରା ପୂର୍ବରୁ ଏହି କ୍ଲବର ମାଲିକ ଥିଲେ, ବର୍ତ୍ତମାନ ସୋହେଲ ଖାନ ଏହାର ମାଲିକ ଅଟନ୍ତି । ଏହି ଲାଉଞ୍ଜ ପବ୍ ପାଇଁ ବେଶ ପ୍ରସିଦ୍ଧ ଅଟେ ।

3/6

ବଲିଉଡ଼ ଅଭିନେତା ସୁନୀଲ ଶେଟ୍ଟୀ ‘H2O’ ରେଷ୍ଟୁରାଣ୍ଟର ମାଲିକ ଅଟନ୍ତି । ଏହା ବିଦେଶୀ ଖାଦ୍ୟ, କକଟେଲ୍ ଓ ବିଳାସପୂର୍ଣ୍ଣ ଇନଟିରିୟର ଡ଼ିଜାଇନ ପାଇଁ ବେଶ ଜଣାଶୁଣା ।

4/6

ପ୍ରିୟଙ୍କା ଚୋପ୍ରା ଆମେରିକା ନ୍ୟୁୟର୍କରେ ‘ସୋନା’ ନାମକ ଏକ ଭାରତୀୟ ରେଷ୍ଟୁରାଣ୍ଟ ଖୋଲିଛନ୍ତି, ଯେଉଁଠାରେ ଭାରତର ପ୍ରସିଦ୍ଧ ଖାଦ୍ୟ ପରସା ଯାଇଥାଏ ।

5/6

ମୁମ୍ବାଇରେ ମୌନୀ ରୟଙ୍କର ‘ବାଦମାସ’ ନାମକ ଏକ ବିଳାସପୂର୍ଣ୍ଣ ରେଷ୍ଟୁରାଣ୍ଟ ରହିଛି । ଯାହା କକଟେଲ୍ ଓ ଭାରତୀୟ ଖାଦ୍ୟ ପାଇଁ ଜଣାଶୁଣା ।

6/6

ବଲିଉଡ଼ର ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର ନୂଆଦିଲ୍ଲୀରେ ଥିବା ‘ଗରମ ଧରମ’ ରେଷ୍ଟୁରାଣ୍ଟର ମାଲିକ ଅଟନ୍ତି। ଏହାକୁ ଛାଳ ଛପର ଘର ପରି ଡ଼ିଜାଇନ କରାଯାଇଛି, ଯାହା ସହରରେ ଏକ ନିଆରା ଲୁକ୍ ଦେଉଛି ।