Accused arrested from parliament:କିଏ ଇଂଜିନିୟର ତ କିଏ ରିକ୍ସାବାଲ,ଜାଣନ୍ତୁ ସଂସଦ ଆକ୍ରମଣକାରୀଙ୍କ ପ୍ରୋଫାଇଲ
Advertisement
Article Detail0/zeeodisha/odisha2011264

Accused arrested from parliament:କିଏ ଇଂଜିନିୟର ତ କିଏ ରିକ୍ସାବାଲ,ଜାଣନ୍ତୁ ସଂସଦ ଆକ୍ରମଣକାରୀଙ୍କ ପ୍ରୋଫାଇଲ

2001 ରେ ସଂସଦ ଉପରେ  ହୋଇଥିବା ଆତଙ୍କବାଦୀ ଆକ୍ରମଣର ବାର୍ଷିକୀ ବୁଧବାର ଦିନ ଦେଶ ପାଳନ କରିଥିଲା। ଆକ୍ରମଣରେ ସହିଦ ହୋଇଥିବା ସୁରକ୍ଷାକର୍ମୀଙ୍କୁ ପ୍ରଧାନମନ୍ତ୍ରୀ ଓ ଅନ୍ୟ ନେତା ସଂସଦ ପରିସରରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। କିନ୍ତୁ ଏହାର ମାତ୍ର କେଇ ଘଣ୍ଟା ପରେ ଏମିତି ଗୋଟିଏ ଘଟଣା ଘଟିଲା ଯାହା ପୁରା ଦେଶକ

SOCIAL MEDIA

Accused arrested from parliament:

2001 ରେ ସଂସଦ ଉପରେ  ହୋଇଥିବା ଆତଙ୍କବାଦୀ ଆକ୍ରମଣର ବାର୍ଷିକୀ ବୁଧବାର ଦିନ ଦେଶ ପାଳନ କରିଥିଲା। ଆକ୍ରମଣରେ ସହିଦ ହୋଇଥିବା ସୁରକ୍ଷାକର୍ମୀଙ୍କୁ ପ୍ରଧାନମନ୍ତ୍ରୀ ଓ ଅନ୍ୟ ନେତା ସଂସଦ ପରିସରରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। କିନ୍ତୁ ଏହାର ମାତ୍ର କେଇ ଘଣ୍ଟା ପରେ ଏମିତି ଗୋଟିଏ ଘଟଣା ଘଟିଲା ଯାହା ପୁରା ଦେଶକୁ ଦୋହଲାଇ ଦେଇଥିଲା। ଲୋକସଭାର କାର୍ଯ୍ୟ ଚାଲୁଥିବା ବେଳେ ଦର୍ଶକ ଗ୍ୟାଲେରୀରୁ ଦୁଇଜଣ ଲୋକ ଗୃହ ମଧ୍ୟକୁ ଡେଇଁଥିଲେ ଏବଂ 'ସ୍ମୋକିଂ କ୍ୟାନ୍'ରୁ ହଳଦିଆ ଧୂଆଁ ଛାଡ଼ିଥିଲେ। କିଛି ସାଂସଦ ଏହି ଦୁଇ ଜଣଙ୍କୁ  ତୁରନ୍ତ ଧରି ପକାଇଥିଲେ। । ଏହି ଘଟଣାର କିଛି ସମୟ ପରେ ହଳଦିଆ ଏବଂ ନାଲି ଧୂଆଁ ବାହାରୁଥିବା 'କେନ୍' ସହିତ ସଂସଦ ଗୃହ ବାହାରେ ବିରୋଧ ପ୍ରଦର୍ଶନ କରୁଥିବା  ଜଣେ ପୁରୁଷ ଓ ମହିଳାଙ୍କୁ ଗିରଫ କରାଯାଇଥିଲା।  ଏହି ଘଟଣାରେ ସମ୍ପୃକ୍ତ 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ଲୋକସଭା ସଚିବାଳୟ ଆଠ ଜଣ ସୁରକ୍ଷାକର୍ମୀଙ୍କୁ ଚାକିରିରୁ ନିଲମ୍ବିତ କରିଛି। ତେବେ ଆସନ୍ତୁ ଜାଣିବା ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ସମ୍ପୂର୍ଣ୍ଣ ପ୍ରୋଫାଇଲ।
 
 ସାଗର ଶର୍ମା (ଲକ୍ଷ୍ନୌ)
ଦର୍ଶକ ଗ୍ୟାଲେରିରୁ ଲୋକସଭା ମଧ୍ୟକୁ ଡେଇଁଥିବା ଯୁବକଙ୍କ ନାମ ହେଉଛି ସାଗର ଶର୍ମା। ସେ ଲକ୍ଷ୍ନୌର  ଆଲାମ ବାଗରେ ଏକ ଭଡା ଘରେ ରୁହନ୍ତି। ପରିବାର ମୁଳତଃ  ଉନ୍ନାଓର ପୁରଭାର ବାସିନ୍ଦା। ତେବେ ଗଲା 15 ବର୍ଷ ହେଲା ସେମାନେ ଲକ୍ଷ୍ମୌରେ ରହି ଆସୁଛନ୍ତି।  ଦିଲ୍ଲୀରେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଛି କହି ସେ  ଡିସେମ୍ବର 11 ରେ ସାଙ୍ଗମାନଙ୍କ ସହିତ ଦିଲ୍ଲୀ ଆସିଥିଲେ।  ସେ ଦୁଇ ବର୍ଷ ପୂର୍ବେ କର୍ମ ଅନ୍ୱେଶ୍ୱଣରେ  ବାଙ୍ଗାଲୋର ଯାଇଥିଲେ। ସେଠାରୁ ଫେରିବା ପରେ ସେ ଏକ ଇ-ରିକ୍ସା ଚଳାଇବା ଆରମ୍ଭ କରିଥିଲେ। ପିତା ଜଣେ ବଢେଇ ଅଟନ୍ତି।
 
ମନୋରଂଜନ ଗୌଡା (ମହୀଶୂର, କର୍ଣ୍ଣାଟକ)
ମନୋରଂଜନ ଗୌଡ  2016 ରେ ସ୍ନାତକୋତ୍ତର ସମାପ୍ତ କରିଥିଲେ। ସେ ଦିଲ୍ଲୀ ଏବଂ ବାଙ୍ଗାଲୋରର କିଛି କମ୍ପାନୀରେ କାମ କରିଛନ୍ତି। ବର୍ତ୍ତମାନ ଦୀର୍ଘ ଦିନ ଧରି ସେ ମହୀଶୂରରେ ରହି ଚାଷ କରୁଛନ୍ତି।।  ମନୋରଂଜନଙ୍କ ପିତା ଦେବରାଜ ଗୌଡ  କହିଛନ୍ତି ଯେ ଯଦି ମୋ ପୁଅ କିଛି ଭୁଲ କରିଛି, ତେବେ ତାକୁ ଫାଶୀ ଦିଅନ୍ତୁ। ସଂସଦର ଅବମାନନା କରିଥିବା ବ୍ୟକ୍ତି ମୋ ପୁଅ ହୋଇପାରିବ ନାହିଁ। ସଂସଦ ଆମ ସମସ୍ତଙ୍କର ଅଟେ। ସଂସଦ ପ୍ରତି ଅସମ୍ମାନ ପ୍ରଦର୍ଶନ କରିବା କାହା ପାଇଁ ଗ୍ରହଣୀୟ ନୁହେଁ। ଯଦିଓ ସେ ମୋର ପୁଅ। ଏହା ଗ୍ରହଣୀୟ ନୁହେଁ ।
 
 ନୀଲମ୍ ଆଜାଦ (ଜିନ୍ଦ, ହରିୟାଣା)
ନୀଲମ ଆଜାଦଙ୍କ ଫେସବୁକ ପ୍ରୋଫାଇଲରୁ ସେ ଜଣେ ଆନ୍ଦୋଳନକାରୀ ବୋଲି ଜଣାପଡେ। ଅତିତରେ ହୋଇଥିବା କିଛି ସରକାର ବିରୋଧୀ ଆନ୍ଦୋଲନ ସହିତ ତାଙ୍କର ସଂପୃକ୍ତି ଥିଲା। କୁସ୍ତି ଯୋଦ୍ଧାଙ୍କ ଆନ୍ଦୋଳନ କାଲରେ ସେ ସେମାନଙ୍କ ସମର୍ଥନ କରିଥିଲେ। ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ତରଫରୁ ପି.ଟି ଉଷା ଅନଶନକାରୀ କୁସ୍ତିଯୋଦ୍ଧାଙ୍କୁ ସାକ୍ଷାତ କରିବାକୁ ଯାଇଥିବା ବେଳେ ପିଟି ଉଷାଙ୍କ ସହିତ କିଛି ଆନ୍ଦୋନକାରୀ ଠେଲାପେଲା କରିଥିଲେ। ସେମାନଙ୍କ ମଧ୍ଯରେ ନୀଲମ ମଧ୍ୟ ଥିବା କୁହାଯାଉଛି।  ହିସାରର ରେଡ୍ ସ୍କୋୟାର୍ ମାର୍କେଟ ପଛରେ ଅବସ୍ଥିତ ଏକ ପିଜିରେ ରହି ସେ ସିଭିଲ୍ ସେବା ପାଇଁ ପ୍ରସ୍ତୁତି କରୁଥିବା ଜଣା ପଡ଼ିଛି। ନଭେମ୍ବର 25 ରେ ସେ ଘରକୁ ଯାଉଛନ୍ତି ବୋଲି କହି PG ଛାଡିଥିଲେ।  ତାଙ୍କ ସହ ପିଜିରେ ରହୁଥିବା ଝିଅମାନେ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କର ରାଜନୀତିରେ ବହୁତ ଆଗ୍ରହ ରହିଛି। ସେ ଗାଁ ଲୋକଙ୍କ ସହ କୃଷକଙ୍କ ଆନ୍ଦୋଳନରେ ମଧ୍ୟ ସକ୍ରିୟ ଥିଲେ।
 
 ଆମୋଲ ସିନ୍ଦେ (ଲାଟୁର, ମହାରାଷ୍ଟ୍ର)
25 ବର୍ଷିୟ ଅନମୋଲ ସିନ୍ଦେ ମହାରାଷ୍ଟ୍ରର ଲାଟୁର ଜିଲ୍ଲାର ଠାକୁର ତହସିଲର ଜାରୀ ଗାଁର ବାସିନ୍ଦା।  ଆମୋଲ ସିନ୍ଦେ ସ୍ନାତକ ହାସଲ କରିଛନ୍ତି। ସେ ଦଲିତ ସମ୍ପ୍ରଦାୟରୁ ଆସିଛନ୍ତି। ସେ ପୋଲିସ ଏବଂ ସେନାରେ ଯୋଗଦେବା ପାଇଁ ନିଯୁକ୍ତି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ପରିବାରର ଆର୍ଥିକ ଅବସ୍ଥା ଭଲ ନୁହେଁ। ସେ ଦିନ  ମଜୁରୀଆ ଭାବେ  କାର୍ଯ୍ୟ କରନ୍ତି ।
 
ଭିକି (ଗୁରୁଗ୍ରାମ, ହରିୟାଣା)
ଭିକି  ଏବଂ ତାଙ୍କ ପତ୍ନୀଙ୍କୁ ପୋଲିସ ଗିରଫ କରିଛି। ସମସ୍ତ ଚାରି ଅଭିଯୁକ୍ତ ଗୁରୁଗ୍ରାମର ସେକ୍ଟର -7, ହାଉସିଂ ବୋର୍ଡ କଲୋନୀରେ ଅବସ୍ଥିତ ଶର୍ମା ଦମ୍ପତିଙ୍କ ଘରେ ରହିଥିଲେ। ଏହି ଚାରିଜଣ ସାଗର ଶର୍ମାଙ୍କର ବନ୍ଧୁ ବୋଲି କୁହାଯାଏ। ଭିକି ଶର୍ମା ମୂଳତଃ  ହିସାରର ବାସିନ୍ଦା।
 ଲଲିତ ଝା
ଲଲିତଙ୍କ ବିଷୟରେ ଅଧିକ ସୂଚନା ଉପଲବ୍ଧ ନାହିଁ।  ସେ ବିହାରର ବାସିନ୍ଦା। କୁହାଯାଉଛି ଯେ ସେ ପଶ୍ଚିମବଙ୍ଗର  ଶିକ୍ଷକତା କରନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଏକାଠି କରି ପ୍ଲାନିଂ କରିବାରେ ତାଙ୍କର ମୁଖ୍ୟ ଭୂମିକା ଥିଲା ବୋଲି ପୋଲିସ ସନ୍ଦହେ କରୁଛି।