ନିର୍ଭୟା ମାମଲା: ଶେଷ ଇଚ୍ଛା ଅଙ୍ଗଦାନ କରିବାକୁ କହିଥିଲା ମୁକେଶ
Advertisement

ନିର୍ଭୟା ମାମଲା: ଶେଷ ଇଚ୍ଛା ଅଙ୍ଗଦାନ କରିବାକୁ କହିଥିଲା ମୁକେଶ

ଦୀର୍ଘ ୭ ବର୍ଷ, ୨୬୫୦ ଦିନ ପରେ ଅନ୍ତ ଘଟିଛି ନିର୍ଭୟା ମାମଲା । ନ୍ୟାୟ ପାଇଛି ନିର୍ଭୟା । ସେଦିନର ସେହି କାଳରାତ୍ରୀରେ ନରପିଶାଚ ମାନେ ଯେଉଁ କାଣ୍ଡ ଭିଆଇଥିଲେ, ତାହାର ଦଣ୍ଡ ପାଇସାରିଛନ୍ତି । ଫାଶୀ ଖୁଣ୍ଟରେ ଝୁଲି ସାରିଛନ୍ତି ସମସ୍ତ ଅଭିଯୁକ୍ତ । ରାତି ପାହିଲା ବେଳକୁ ସମଗ୍ର ଦେଶରେ ଏକ ପ୍ରକାର ଖୁସିର ବାତାବରଣ ସୃଷ୍ଟି ହୋଇସାରିଥିଲା ।  

ନିର୍ଭୟା ମାମଲା: ଶେଷ ଇଚ୍ଛା ଅଙ୍ଗଦାନ କରିବାକୁ କହିଥିଲା ମୁକେଶ

ନୂଆଦିଲ୍ଲୀ: ଦୀର୍ଘ ୭ ବର୍ଷ, ୨୬୫୦ ଦିନ ପରେ ଅନ୍ତ ଘଟିଛି ନିର୍ଭୟା ମାମଲା । ନ୍ୟାୟ ପାଇଛି ନିର୍ଭୟା । ସେଦିନର ସେହି କାଳରାତ୍ରୀରେ ନରପିଶାଚ ମାନେ ଯେଉଁ କାଣ୍ଡ ଭିଆଇଥିଲେ, ତାହାର ଦଣ୍ଡ ପାଇସାରିଛନ୍ତି । ଫାଶୀ ଖୁଣ୍ଟରେ ଝୁଲି ସାରିଛନ୍ତି ସମସ୍ତ ଅଭିଯୁକ୍ତ । ରାତି ପାହିଲା ବେଳକୁ ସମଗ୍ର ଦେଶରେ ଏକ ପ୍ରକାର ଖୁସିର ବାତାବରଣ ସୃଷ୍ଟି ହୋଇସାରିଥିଲା ।  

ତେବେ ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ଜୀବନ ଭିକ୍ଷା କରିଥିଲେ ଦୋଷୀମାନେ । ଏପରିକି ଫାଶୀଖୁଣ୍ଟ ନିକଟରେ ମଧ୍ୟ ତଳେ ଗଡ଼ିଯାଇଥିଲେ । ମାତ୍ର ସବୁ ବିଫଳ ହୋଇଥିଲା । ଯେତେବେଳେ ସେମାନଙ୍କୁ ଫାଶୀ ଖୁଣ୍ଟ ନିକଟକୁ ଅଣାଯାଇଥିଲା, ସେତେବେଳେ ଶେଷ ଇଚ୍ଛା ସମ୍ପର୍କରେ ମଧ୍ୟ ସେମାନଙ୍କୁ ପଚରାଯାଇଥିଲା । ଏହା ଶୁଣି ଚାରି ଜଣ କାନ୍ଦିଥିଲେ । ଦୁଇଜଣ ନିରବ ରହିଥିବା ବେଳେ ଆଉ ଦୁଇ ଜଣ ଲିଖିତ ଆକାରରେ ଜେଲ କର୍ତ୍ତୃପକ୍ଷଙ୍କୁ ଶେଷଇଚ୍ଛା ସମ୍ପର୍କରେ ଜଣାଇଥିଲେ ।  

ଜେଲ କର୍ତ୍ତୃପକ୍ଷଙ୍କ କହିବା ମୁତାବକ ମୁକେଶ ଓ ବିନୟ ସେମାନଙ୍କର ଇଚ୍ଛା ସମ୍ପର୍କରେ ସୂଚନା ଦେଇଥିଲେ । ଜେଲ କର୍ତ୍ତୃପକ୍ଷ କହିଛନ୍ତି କି, ମୁକେଶ ତାର ଅଙ୍ଗ ଦାନ କରିବାକୁ ପାଇଁ ଶେଷ ଇଚ୍ଛାରେ ପ୍ରକାଶ କରିଥିଲା । ଏନେଇ ସେ କର୍ତ୍ତୃପକ୍ଷଙ୍କୁ ଲିଖିତ ଆକାରରେ ହସ୍ତାନ୍ତର କରିଛି ।  

ସେହିପରି ବିନୟ ଜେଲ ରହିଥିବା ସମୟରେ ପ୍ରସ୍ତୁତ କରିଥିବା ପେଣ୍ଟିଂକୁ ମଧ୍ୟ ଜେଲ କର୍ତ୍ତୃପକ୍ଷଙ୍କୁ ଦେଇଛି । ରଖିବା ପାଇଁ ମଧ୍ୟ କହିଛି । ଏପରିକି ତାହା ନିକଟରେ ଥିବା ହନୁମାନ ଚାଳିଶା ଓ ଫଟୋଗ୍ରାଫକୁ ମଧ୍ୟ ପରିବାର ସଦସ୍ୟଙ୍କୁ ପ୍ରଦାନ କରିବା ପାଇଁ ସୂଚନା ଦେଇଛି । ଅନ୍ୟପକ୍ଷେ ପବନ ଗୁପ୍ତା ଓ ଅକ୍ଷୟ ସିଂହ ଶେଷ ଇଚ୍ଛା ସମ୍ପର୍କରେ କୌଣସି ସୂଚନା ଦେଇନଥିଲେ । ପରିବାର ଲୋକଙ୍କୁ ମଧ୍ୟ କିଛି ଦେବାକୁ ଇଚ୍ଛା ପ୍ରକାଶ କରିନଥିଲେ ।  

ରାତି ପ୍ରାୟ ୪ । ୪୫ ମିନିଟରେ ଦୋଷୀମାନଙ୍କୁ ସେମାନଙ୍କ ଶେଷ ଇଚ୍ଛା ସମ୍ପର୍କରେ ପଚରାଯାଇଥିଲା । ଶେଷ ଇଚ୍ଛା ପ୍ରକାଶ କରାଯିବା ପରେ ସେମାନଙ୍କୁ ଫାଶୀ ଖୁଣ୍ଟ ନିକଟକୁ ନିଆଯାଇଥିଲା ।