Omega 3:ଦୈନିକ କେତେ ଓମେଗା-୩ ଫେଟି ଏସିଡ୍ ଶରିର ପାଇଁ ଜରୁରୀ ?
Advertisement

Omega 3:ଦୈନିକ କେତେ ଓମେଗା-୩ ଫେଟି ଏସିଡ୍ ଶରିର ପାଇଁ ଜରୁରୀ ?

 ଆମ ସ୍ୱାସ୍ଥ୍ୟ ପାଇଁ ଭିଟାମିନ୍, ମିନେରାଲ୍ସ, ଫାଇବର, ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏସବୁ ବ୍ୟତୀତ ଓମେଗା ଫ୍ୟାଟି ଏସିଡ୍ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଶରୀରରେ ଏହାର ପରିମାଣ କମିଲେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇପାରେ । 

SOCIAL MEDIA

Omega 3: ଆମ ସ୍ୱାସ୍ଥ୍ୟ ପାଇଁ ଭିଟାମିନ୍, ମିନେରାଲ୍ସ, ଫାଇବର, ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏସବୁ ବ୍ୟତୀତ ଓମେଗା ଫ୍ୟାଟି ଏସିଡ୍ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଶରୀରରେ ଏହାର ପରିମାଣ କମିଲେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇପାରେ ।  ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ଅନୁସାରେ  ଓମେଗା ଫ୍ୟାଟି ଏସିଡ୍  ବିଶିଷ୍ଟ ଖାଦ୍ୟ ପଦାର୍ଥ  ଖାଦ୍ୟରେ ସାମିଲ କରିବା ନିହାତି ଆବଶ୍ୟକ ।

ଓମେଗା 3 ସାଧାରଣତ ଆମିଷ ଖାଦ୍ୟରେ ପ୍ରଚୁର ପରିମାଣରେ ମିଳିଥାଏ । ତେଣୁ ଶାକାହାରୀଙ୍କ ପାଇଁ ଓମେଗା ଅଭାବ ପୁରଣ ଟିକେ କଷ୍ଟସାଧ୍ୟ ହୋଇଥାଏ । ତେବେ ଏଥିରେ ବିଚଳିତ ହେବାର କୌଣସି କାରଯଣ ନାହିଁ । ଏଭଳି କିଛି ନିରାମିଶ ଖାଦ୍ୟ ରହିଛି ଯେଉଁଥିରେ ଓମେଗା ଫ୍ୟାଟି ଏସିଡ୍ ରହିଥାଏ । ଆଜି ଆମେ ଏଭଳି କିଛି ଉଦ୍ଭିଦ ଭିତ୍ତିକ ଖାଦ୍ୟ ବାବଦରେ କହିବୁ ଯେଉଁଥିରେ  ଓମେଗା  ଫ୍ୟାଟି ଏସିଡ୍ ପ୍ରଚୁର ପରିମାଣରେ ମିଳିଥାଏ । ତେବେ ତା’ ଆଗରୁ ଜାଣନ୍ତୁ ଓମେଗା ଫ୍ୟାଟି ଏସିଡ୍ କ’ଣ ?

ଓମେଗା ଫ୍ୟାଟି ଏସିଡ୍ କ’ଣ?

ୱେବ୍ ଏମଡି ରିପୋର୍ଟ ଅନୁଯାୟୀ, ଓମେଗା -୩କୁ  ସୁସ୍ଥ ଚର୍ବିରେ ସାମିଲ କରାଯଏ ।  କିନ୍ତୁ ଆମ ଶରୀର ଏହି ଚର୍ବି ଉତ୍ପାଦନ କରିପାରିବ ନାହିଁ  । ଏଥିରେ ତିନି ପ୍ରକାରର ଚର୍ବି ମିଳିଥାଏ - EPA, ALA ଏବଂ DHA ।  ଓମେଗା  ଫ୍ୟାଟି ଏସିଡ୍ ହୃଦୟ, ଫୁସଫୁସ ଏବଂ ରକ୍ତଭଣ୍ଡାରରେ ଥିବା ସମସ୍ୟାକୁ ରୋକିବାରେ ସାହାଯ୍ୟ କରିଥାଏ ।

ପ୍ରତିଦିନ କେତେ ଖାଇବା ଠିକ୍ ?

ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ ଅନୁଯାୟୀ ଜଣେ ସାଧାରଣ ବ୍ୟକ୍ତି ପ୍ରତିଦିନ ତାଙ୍କ ଖାଦ୍ୟରେ 1.6 ଗ୍ରାମ ଓମେଗା 3 ଫ୍ୟାଟି ଏସିଡ୍ ଅନ୍ତର୍ଭୁକ୍ତ କରିବା ଉଚିତ ।  ଏଥି ସହିତ, ମହିଳାମାନେ ନିଜ ଖାଦ୍ୟରେ 1.1 ଗ୍ରାମ ଓମେଗା 3 ଅନ୍ତର୍ଭୁକ୍ତ କରିବା ଉଚିତ । ଆସନ୍ତୁ ଜାଣିବା କେଉଁ ଉଦ୍ଭିଦ ଭିତ୍ତିକ ଖାଦ୍ୟକୁ ଶାକାହାରୀ ଖାଇବା ଉଚିତ ।

ଫ୍ଲେକ୍ସ ମଞ୍ଜି

ଫ୍ଲେକ୍ସ ମଞ୍ଜିରେ ଆଲଫା ଲିନୋଲେନିକ୍ ଏସିଡ୍ ପ୍ରଚୁର ପରିମାଣରେ ମିଳିଥାଏ ।  ଫ୍ଲେକ୍ସ ମଂଜି ଦ୍ୱାରା ଶରୀରକୁ ମିଳିଥିବା ଆଲଫା ଲିନୋଲେନିକ୍ ଏସିଡ୍ ଶରୀରରେ ଓମେଗା-୩ ଫ୍ୟାଟି ଏସିଡ୍ ରେ ପରିଣତ ହୁଏ ।

ଚିଆ ମଞ୍ଜି

ଓଜନ ହ୍ରାସ କରିବା ପାଇଁ ଲୋକମାନେ ପ୍ରାୟତ ଚିଆ ମଞ୍ଜି ଖାଆନ୍ତି, କିନ୍ତୁ ଏହାକୁ ଓମେଗା-୩ ଫ୍ୟାଟି ଏସିଡର ଏକ ସମୃଦ୍ଧ ଉତ୍ସ ଭାବରେ ବିବେଚନା କରାଯାଏ । ନ୍ୟାସନାଲ୍ ଲାଇବ୍ରେରୀ ଅଫ୍ ମେଡିସିନ୍ ଅନୁଯାୟୀ, ଚିଆ ମଞ୍ଜି ଖାଇବା ଦ୍ୱାରା ଅନେକ କ୍ରନିକ୍ ରୋଗ ହେବାର ଆଶଙ୍କା ବହୁତ କମ ହୋଇଯାଏ ।

ବାଦାମ

ସମସ୍ତେ ଜାଣନ୍ତି ଯେ ଓମେଗା-୩ ଫ୍ୟାଟି ଏସିଡ୍ ବାଦାମରେ ପ୍ରଚୁର ପରିମାଣରେ ମିଳିଥାଏ । ବାଦାମ ଖାଇବା ଦ୍ୱାରା ରକ୍ତଚାପ କମିଯାଏ ଏବଂ ହଜମ ପ୍ରକ୍ରିୟା ମଧ୍ୟ ନିୟନ୍ତ୍ରିତ ହୋଇଥାଏ ।