Bhubaneswar: ଏକ ନମ୍ବର ଡିଭିଜନ ଏକ ନମ୍ବର ଦୁର୍ନୀତି
Advertisement
Article Detail0/zeeodisha/odisha1445841

Bhubaneswar: ଏକ ନମ୍ବର ଡିଭିଜନ ଏକ ନମ୍ବର ଦୁର୍ନୀତି

State Government : ରାଜ୍ୟ ସରକାର ଯେତେ ଦୁର୍ନୀତି ବିରୁଦ୍ଧରେ ଲଢେଇ କଲେ ବି ଏହା ସଫଳ ହେଉ ନଥିବା କଥା ସର୍ବଦା ସାମ୍ନାକୁ ଆସୁଛି। ରାଜ୍ୟ ସରକାର ଭିଜିଲାନ୍ସ ବିଭାଗକୁ ସ୍ୱତନ୍ର ଅଧିକାର ଦେବା ସହିତ ଭିଜିଲାନ୍ସ ବିଭାଗ ଅଧିକ ତ୍ୱରାନ୍ୱିତ କରିଛି।ହେଲେ ଫଳ ଶୂନ ! ପ୍ରଶ୍ନ ଦୁର୍ନୀତିକୁ ରୋକିବ କିଏ ?

 

Bhubaneswar: ଏକ ନମ୍ବର ଡିଭିଜନ ଏକ ନମ୍ବର ଦୁର୍ନୀତି

ବିଗତ ଦିନରେ ରାଜ୍ୟ ଭିଜିଲାନ୍ସ ବିଭାଗ ନିଜର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିଛି, ଏଥି ସହିତ ପ୍ରାୟ ପ୍ରତ୍ୟକ ମାସରେ କେଉଁଠି କେଉଁଠି ଦୁର୍ନୀତି ଖୋର ଅଫିସରଙ୍କ ବିରୋଧରେ କାର୍ଯ୍ୟନୁଠାନ କରୁଛି ।କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତିକୁ ଠାବ କରିବା ସହିତ ଦୁର୍ନୀତି ଖୋର ଅଫିସରଙ୍କ କଳା କାରନାମାକୁ ଉଜାଗର କରୁଛି।ତେବେ ଭିଜିଲାନ୍ସ ବିଭାଗ ଯେତେ ରେଡ ମାରିଛି ପ୍ରାୟତଃ 90 ଭାଗ ବିଭିନ୍ନ ବିଭାଗର ଯନ୍ତ୍ରୀମାନେ ତଥା ଇଞ୍ଜିନିଅରମାନଙ୍କ ଦୁର୍ନୀତି ଏଥିରେ ସାମିଲ ଥିବା ଜଣାପଡିଛି। ତେବେ ଏତେ ଟଙ୍କା ଏମାନଙ୍କ ପାଖକୁ ଆସୁଛି କେମିତି ? କେମିତି ଏତେ କଲା ଟଙ୍କା କମାଉଛନ୍ତି ?ଏହାର ପଛର କାରଣ ହେଲା ଦୁର୍ନୀତି, ସିଧା କାଗଜ କଲମରେ ଦୁର୍ନୀତି।

ଆମ ରାଜ୍ୟର ସ୍ମାର୍ଟ ସିଟି ଭୁବନେଶ୍ୱର , କୁହାଗଲା ଦେଶର ନଂ (1) ସ୍ମାର୍ଟ ସିଟି ,କାମ ବି ଏକ ନମ୍ବର ହେଲା ଭଳି ଘୋଷଣା କରାଗଲା ।କିନ୍ତୁ ବର୍ଷା ଦିନେ ଯାହା ସ୍ମାର୍ଟ ସିଟିର ଅବସ୍ଥା ତାହା ସମସ୍ତେ ଦେଖିଥିବେ।କିନ୍ତୁ ଏବେ ସ୍ମାର୍ଟ ସିଟିର ଏକ ସ୍ମାର୍ଟ କାମ ସମସ୍ତଙ୍କ ନଜରକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ସ୍ମାର୍ଟ ସିଟିର ସ୍ମାର୍ଟ କାମ ରାଜ ମହଲ ପାଖରୁ ବାଣୀ ବିହାର ପର୍ଯ୍ୟନ୍ତ ହୋଇଛି , କାମ ପୁଣି ଦେଖିଲା ଭଳି । ଡିଭାଇଡର ଉଭୟ ପାର୍ଶ୍ୱରେ ବାଉଁଶ ଫାଳିରେ ସୌନ୍ଦର୍ଯ୍ୟ କରଣ, ଦେଖିବାକୁ ସବୁଜ ଓ ମାନୋଲୋଭା । କାମ ସାରିବା ମାସେ କି  ଦୁଇ ମାସ ହୋଇନି, ମଝିରେ ମଝିରେ ବାଉଁଶ ଫାଳିଆ ଉଭାନ।ଏଠି ବଡ ପ୍ରଶ୍ନ ଉଠୁଛି ଏହି ବାଉଁଶ ଫାଳିଆ ସୌନ୍ଦର୍ଯ୍ୟ କରଣ ପାଇଁ କେତେ କୋଟି ଖର୍ଚ୍ଚ ହୋଇଛି ? କିଏ ଏହି ଡିଜାଇନକୁ ଅନୁମୋଦନ କଲା ? ସିମେଣ୍ଟ କଂକ୍ରିଟରେ ଆମେ ଲୁହାକୁ ବେସ କରି ପୋତିବା ଦେଖିଥିବା କିନ୍ତୁ ଏଠି ବାଉଁଶକୁ ପୋତି ସରକାରୀ ଟଙ୍କା ଆତ୍ମସାତ କରିବାକୁ ଯୋଜନା କରିଛି କିଏ ? କଂକ୍ରିଟ ବାଉଁଶ ଖେଳ ସମସ୍ତଙ୍କୁ ଜଣା ସେଥିପାଇଁ ଉପ ନିର୍ବାଚନରେ ଲୋକେ ମୁହଁ ବୁଲାଇବା ଆରମ୍ଭ କଲେଣି।ଏହା ଉପରେ ଭିଜିଲାନ୍ସ ବିଭାଗର ନଜର କାହିଁକି ପଡୁନି ?ଆମେ ପ୍ରଥମରୁ ଆରମ୍ଭ କରିଥିବା ମହା ଦୁର୍ନୀତିର ଗନ୍ଧ କଣ ଏହା ବିଷୟରେ ନିହାତି ଜାଣିବା ଆବଶ୍ୟକ 

ଏହି ଭଳି ଏକ ମହା ଦୁର୍ନୀତି ଗନ୍ଧ ସାମନାକୁ ଆସୁଛି ଭୁବନେଶ୍ୱରର ୱାର୍କ ଡିପାର୍ଟମେଣ୍ଟ ଅଧିନସ୍ଥ ବା ପୂର୍ତ୍ତ ବିଭାଗର ଅଧିନସ୍ଥ  No.1-ଡିଭିଜନ । ଏହି ଦୁନୀର୍ତିରେ ଗନ୍ଧ ଏତେ ଯେ ଆପଣ ବାଧ୍ୟ ହୋଇ ଆଖି କାଢି ଦେଖିବେ। କୁହାଯାଏ ଏଠାରେ ଖାଲି ଗୁପ୍ତ ପ୍ରକ୍ରିୟାରେ ଟେଣ୍ଡର ହୋଇ, କାଗଜରେ କାମ ହୁଏ । ଏହି ଡିଭିଜନରେ ବିଶ୍ୱକପ ହକି ସମୟରେ କୋଟି କୋଟି ଟଙ୍କା ବିନା ଟେଣ୍ଡର କାମ ହୋଇଛି ଯାହାର କିଛି ହିସାବ ନାହିଁ । ସମସ୍ତେ ଏଠାରେ କାଳେ ସଲା ସୁତୁରା ରେ କାମ କରନ୍ତି , କୁହାଯାଉଛି ଏଠି ବି କୋଟି କୋଟିର ଦୁର୍ନୀତିର ଗନ୍ଧ ବାରି ହେଉଛି କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ।କିନ୍ତୁ ଏହା ଉପରେ ଆଗକୁ ହେବ ବଡ ଖୁଲାସା ।