newzealand MP:ଦାମି ଡ୍ରେସ୍ ଚୋରି କରି ଧରା ପଡ଼ିଲେ ମହିଳା ସାଂସଦ
Advertisement
Article Detail0/zeeodisha/odisha2063189

newzealand MP:ଦାମି ଡ୍ରେସ୍ ଚୋରି କରି ଧରା ପଡ଼ିଲେ ମହିଳା ସାଂସଦ

ବିଭିନ୍ନ ସ୍କାମରେ ନେତାଙ୍କ ନାମ ଆସିବା ନୂଆ କଥା ନୁହେଁ । କିନ୍ତୁ ଡ୍ରେସ୍ ଚୋରି କରି କୌଣସି ସାଂସଦ ଧରା ପଡିବା ନିଶ୍ଚିତ ଭାବେ ନୂଆକଥା । ତେବେ,ଏହି ସାଂସଦ କିଏ ଓ ସେ କେଉଁ ରାଜ୍ୟର ନାମ ଉଜ୍ୱଳ କରିଛନ୍ତି ବୋଲି ଆପଣ ଭାବିବା ପୂର୍ବରୁ ଆମେ କହିଦେଉଛୁ ଯେ, ଏହି ସାଂସଦଙ୍କର ଭାରତ ସହିତ କୌଣସି ସମ୍ପର୍କ ନାହିଁ । ମଲରୁ ଡ୍ରେସ ଚୋରି କରି ଧରା

SOCIAL MEDIA

Newzealand MP:

ବିଭିନ୍ନ ସ୍କାମରେ ନେତାଙ୍କ ନାମ ଆସିବା ନୂଆ କଥା ନୁହେଁ । କିନ୍ତୁ ଡ୍ରେସ୍ ଚୋରି କରି କୌଣସି ସାଂସଦ ଧରା ପଡିବା ନିଶ୍ଚିତ ଭାବେ ନୂଆକଥା । ତେବେ,ଏହି ସାଂସଦ କିଏ ଓ ସେ କେଉଁ ରାଜ୍ୟର ନାମ ଉଜ୍ୱଳ କରିଛନ୍ତି ବୋଲି ଆପଣ ଭାବିବା ପୂର୍ବରୁ ଆମେ କହିଦେଉଛୁ ଯେ, ଏହି ସାଂସଦଙ୍କର ଭାରତ ସହିତ କୌଣସି ସମ୍ପର୍କ ନାହିଁ । ମଲରୁ ଡ୍ରେସ ଚୋରି କରି ଧରା ପଡିଥିବା ସାଂସଦ ଜଣକ ହେଉଛନ୍ତି ନ୍ୟୁଜଲାଣ୍ଡ ଜାତୀୟ ସଂସଦର ସଦସ୍ୟ ।

ନ୍ୟୁଜିଲାଣ୍ଡରେ ଚୋରି ଅଭିଯୋଗରେ ଫସିଥିବା ସାଂସଦଙ୍କ ନାମ ହେଉଛି ଗୋଲରିଜ୍ ଘରମାନ । ତାଙ୍କ ବିରୋଧରେ ଏକ ବୁଟିକରୁ ଦାମି ପୋଷାକ ଚୋରି କରିବାର ଅଭିଯୋଗ ଆସିଛି । ଅଭିଯୋଗ ଆସିବା ପରେ ସାଂସଦ ଜଣକ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେଇ ସେ କହିଛନ୍ତି ଯେ,ମୋ ବିରୋଧରେ ଆସିଥିବା ଅଭିଯୋଗ ଗମ୍ଭୀର,ମୁଁ ଚାରିପଟୁ ଚାପରେ ଅଛି । ମାନସିକ ଆରାମ ପାଇଁ ମୋତେ କିଛି ସମୟ ଦରକାର । ଗୋଲରିଜ ଘରମାନ ସେଣ୍ଟର-ଲେଫ୍ଟ  ଗ୍ରୀନ୍ ପାର୍ଟିର ସଦସ୍ୟ ଏବଂ ଏହାର ନ୍ୟାୟିକ ମୁଖପାତ୍ର ଅଟନ୍ତି ।

ସାଂସଦଙ୍କ ବିରୋଧରେ କ’ଣ ରହିଛି ଅଭିଯୋଗ ?

ନ୍ୟୁଜିଲ୍ୟାଣ୍ଡର ମହିଳା ସାଂସଦ ଏକ ବୁଟିକ୍ ଦୋକାନରୁ ଦାମୀ ପୋଷାକ ଚୋରି କରିଥିବା ଅଭିଯୋଗ ହୋଇଛି। ସାଂସଦଙ୍କ ବିରୋଧରେ ମୋଟ ତିନୋଟି ଅଭିଯୋଗ ରହିଛି। ସମସ୍ତ ତିନୋଟି ଅଭିଯୋଗ 2023 ବର୍ଷର ଅଟେ । ଦୁଇଟି ଚୋରି ଅଭିଯୋଗ ଅକଲ୍ୟାଣ୍ଡର ଏକ ଲଗଜରି  ପୋଷାକ ଦୋକାନରୁ ଏବଂ ଅନ୍ୟଟି ୱେଲିଙ୍ଗଟନ୍‌ର ଏକ ରିଟେଲ ପୋଷାକ ଦୋକାନରୁ ଆସିଛି।

ଏହି ଅଭିଯୋଗ ଉପରେ ପୋଲିସ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା । ଯାହାର ତଦନ୍ତ ଚାଲିଛି। କିନ୍ତୁ ଏହାପୂର୍ବରୁ ସାଂସଦ ମାନସିକ ଯନ୍ତ୍ରଣା ଦର୍ଶାଇ ଇସ୍ତଫା ଦେଇଛନ୍ତି ।  ଏହି ଘଟଣା ପରେ ନ୍ୟୁଜିଲ୍ୟାଣ୍ଡରେ ସାଂସଦକୁ ସମାଲୋଚନା କରାଯାଉଛି । କିଛି ସାଂସଦଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଗମ୍ଭୀର ବୋଲି କହୁଛନ୍ତି ଏବଂ ଜଣେ ସାଂସଦଙ୍କଠାରୁ ଏପରି ବ୍ୟବହାର ଆଶା କରାଯାଏ ନାହିଁ ବୋଲି କହିଛନ୍ତି। ଅଭିଯୁକ୍ତ ସାଂସଦ ନିଜେ କହିଛନ୍ତି ଯେ ରାଜନେତାଙ୍କଠାରୁ ଆଶା କରାଯାଉଥିବା ମାନଦଣ୍ଡ ପାଳନ ନକରି ପାରିଥିବାରୁ ସେ ଦୁଃଖିତ।

ଅଭିଯୁକ୍ତ ମହିଳା ସାଂସଦ ଏହା ମଧ୍ୟ କହିଛନ୍ତି ଯେ ସେ ମାନସିକ ସ୍ତରରେ ସୁସ୍ଥ ନାହାନ୍ତି । ନିଜ ମାନସିକ ସ୍ୱାସ୍ଥ୍ଯ ଉପରେ ଧ୍ୟାନ ଦେବା ପାଇଁ ସେ ଅଧିକ ସମୟ ଆବଶ୍ୟକ କରୁଥିବାରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ଅଭିଯୁକ୍ତ ମହିଳା ସାଂସଦ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ତାଙ୍କ ଚରିତ୍ରର ବିରୋଧୀ। ମୁଁ ମୋର ଦାୟିତ୍ୱରୁ ଦୁରେଇ ଯିବାକୁ  ବାହାନା କରୁନାହିଁ, ମୁଁ କେବଳ ଅଭିଯୋଗକୁ ବୁଝିବାକୁ  ଚାହୁଁଛି । ମୁଁ ବହୁତ ଲୋକଙ୍କୁ ନିରାଶ କରିଛି ଏବଂ ସେଥିପାଇଁ ବହୁତ ଦୁଃଖୀତ ।

ଶରଣାର୍ଥୀରୁ ସାଂସଦ

ଗୋଲରିଜଙ୍କ ପରିବାର ଇରାନରୁ ଶରଣାର୍ଥୀ ଭାବେ ନ୍ୟୁଜିଲାଣ୍ଡ ଆସିଥିଲେ । ଇରାନରେ ଜନ୍ମଗ୍ରହଣ କରିଥିବା 42 ବର୍ଷିୟ ଗୋଲରିଜଙ୍କ  ପିଲାଦିନ ଶରଣାର୍ଥୀ  ଭାବ କଟିଥିଲା । ତେବେ ପରେ ତାଙ୍କ ପରିବାରକୁ ନ୍ୟୁଜିଲାଣ୍ଡ ନାଗରିକତା ମିଳିଥିଲା । ସେ ଆଇନ ଅଧ୍ୟୟନ କରିଛନ୍ତି। ସେ ମିଳିତ ଜାତିସଂଘର ମାନବାଧିକାର ଓକିଲ ଭାବେ କାର୍ଯ୍ୟ କରିଛନ୍ତି ।ସେ ପ୍ରଥମେ 2017 ରେ ସଂସଦରେ ପ୍ରବେଶ କରିଥିଲେ। ଏହାପୂର୍ବରୁ ସେ ଆନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲରେ କାର୍ଯ୍ୟ କରିଥିଲେ। ଆଇନ କ୍ଷେତ୍ର ତାଙ୍କର ପାରଦର୍ଶିତା ସେ ବେସ ପାଇଁ ଜଣାଶୁଣା ।

ଗୋରଲିଜଙ୍କୁ ଦଳର ସମର୍ଥନ

ଗୋଲରିଜଙ୍କ ତାଙ୍କ ଦଳ ସମର୍ଥନ କରି ବୟାନ ଜାରି କରିଛି ।  ଗୋଲରିଜଙ୍କ ଉପରେ ଚାପ ଥିଲା ଓ ସେ ଗତ ୬ ବର୍ଷ ଧରି ଚାପ ମଧ୍ଯରେ କାମ କରୁଥିଲେ ବୋଲି ଦଳର ବରିଷ୍ଠ ନେତା ଜେମ୍ସ ଶ’ କହିଛନ୍ତି । ଜେମ୍ସ ଆହୁରି ମଧ୍ଯ କହିଛନ୍ତି ଯେ, ଦଳ ଗୋଲରିଜଙ୍କ ପଛରେ ଅଛି ଓ ସେ ଠିକ ସମୟରେ ଠିକ ନିଷ୍ପତ୍ତି ନେଇଛନ୍ତ ।