ଯୋଗ ଓ ଆୟୁର୍ବେଦର ମହାମିଳନ! ଅଷ୍ଟମ ଅନ୍ତରାଷ୍ଟ୍ରୟ ଯୋଗ ଦିବସରୁ AIIA ପକ୍ଷରୁ ଆରମ୍ଭ ହେଉଛି ଖାସ୍ ଅଭିଯାନ
Advertisement
Article Detail0/zeeodisha/odisha1200153

ଯୋଗ ଓ ଆୟୁର୍ବେଦର ମହାମିଳନ! ଅଷ୍ଟମ ଅନ୍ତରାଷ୍ଟ୍ରୟ ଯୋଗ ଦିବସରୁ AIIA ପକ୍ଷରୁ ଆରମ୍ଭ ହେଉଛି ଖାସ୍ ଅଭିଯାନ

ଆୟୁଷ ମନ୍ତ୍ରାଳୟ (Ayush ministry)ଅନ୍ତର୍ଗତ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ (AIIA) ୮ମ ଅନ୍ତର୍ଜାତୀୟ ଯୋଗ ଦିବସରେ  #YogaSeAyu ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତି ଜାରି ରଖିଛି । ଏହି  ଅଭିଯାନ ମନ୍ତ୍ରାଳୟର ଯୋଗ ଉତ୍ସବ (Yoga Festival) ସହିତ ମିଳିତ ଭାବରେ ଚାଲୁ କରାଯିବ ।

ସାଙ୍କେତିକ ଫଟୋ

ନୂଆଦିଲ୍ଲୀ: ଯୋଗ ଓ ଆୟୁର୍ବଦ (Yoga and Ayurveda)କୁ ମିଳିତ ଭାବେ ଆୟୁର୍ବେଦିକ ଉପଚାରରେ ପ୍ରୟୋଗ କରିବାର ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଯେଉଁ ଅଭିଯାନ ମାଧ୍ୟମରେ ବୈଦିକ ଶକ୍ତି (vedic power) ସହିତ ପରିଚିତ ହୋଇପାରିବେ ବିଶ୍ୱବାସୀ । ଆୟୁଷ ମନ୍ତ୍ରାଳୟ (Ayush ministry)ଅନ୍ତର୍ଗତ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ (AIIA) ୮ମ ଅନ୍ତର୍ଜାତୀୟ ଯୋଗ ଦିବସରେ  #YogaSeAyu ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତି ଜାରି ରଖିଛି । ଏହି  ଅଭିଯାନ ମନ୍ତ୍ରାଳୟର ଯୋଗ ଉତ୍ସବ (Yoga Festival) ସହିତ ମିଳିତ ଭାବରେ ଚାଲୁ କରାଯିବ ।

ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ- ଯୋଗ ଓ ଆୟୁର୍ବେଦ

AIIA ପକ୍ଷରୁ ଜାରି ହୋଇଥିବା ବୟାନ ଅନୁସାରେ ଆୟୁର୍ବେଦ ଓ ଯୋଗ  (Yoga and Ayurveda) ବିଜ୍ଞାନ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ପରି । ପ୍ରଚୀନ ଭାରତୀୟ ଗ୍ରନ୍ଥ ଚରକ ସଂହିତା ସହିତ ବେଦରେ ଏହାର ସମ୍ପୂର୍ଣ୍ଣ ତଥ୍ୟ ରହିଛି । ଉଭୟ ବିଜ୍ଞାନର ଉଚିତ ପ୍ରୟୋଗ ଚିକିତ୍ସା କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିବ ବୋଲି ବିଶ୍ୱାସ ରହିଛି । କାରଣ ଏହା ଭାରତ ମାଟି ହଜାର ହଜାର ବର୍ଷ ଧରି ସଫଳ ପରୀକ୍ଷିତ ହୋଇସାରିଛି । ଅନେକ ବର୍ଷର ବିରତି ପରେ ଇତିହାସର ଏହି ଗୌରବମୟ ଅଧ୍ୟାୟ ସହିତ ବିଶ୍ୱବାସୀ ନୂଆ ଭାବରେ ପରିଚିତ ହେବାକୁ ଯାଉଛନ୍ତି ।

ଯୋଗ ଓ ଆୟୁର୍ବେଦକୁ ମିଳିତ ଭାବେ ଆୟୁର୍ବେଦିକ ଉପଚାରରେ (ayurvedic treatment) ପ୍ରୟୋଗ ନିଷ୍ପତ୍ତି ଭାରତୀୟ ଅଧ୍ୟାତ୍ମିକ ବିଜ୍ଞାନକୁ ପୂନର୍ବାର ଜୀବନ୍ତ କରିପାରିବ ବୋଲି ବିଶ୍ୱାସ ରହିଛି । ଏହି ଅଭିଯାନ ମାଧ୍ୟମରେ ପ୍ରଚଳିତ ଚିକିତ୍ସା ପଦ୍ଧତି ବଦଳରେ ଯୋଗ ଓ ଆୟୁର୍ବେଦ ମାଧ୍ୟମରେ ଉପଚାର କରାଯିବ । ଏହାଦ୍ୱାରା ଯେକୌଣସି ରୋଗର ଚିକିତ୍ସା ସମ୍ଭବପର ବୋଲି  ଦାବି କରିଛି AIIA ।

#YogaSeAyu ଅଭିଯାନ

ଦେଶରେ ଆୟୁର୍ବେଦର ପ୍ରମୁଖ ସଂସ୍ଥା ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ (AIIA) ଏହି ପ୍ରଗତିଶୀଳ ଅଭିଯାନ ଆରମ୍ଭ କରିବାକୁ ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତ କରିଛି । ଏହି ଅଭିଯାନ  (#YogaSeAyu) ମାଧ୍ୟମରେ ଭାରତୀୟଙ୍କୁ ନିଜ ମାଟିର ପ୍ରାଚୀନ ଚିକିତ୍ସା ପଦ୍ଧତି ସହିତ ପରିଚିତ କରିବା ସହିତ ବହୁ ପରୀକ୍ଷିତ ବିଜ୍ଞାନକୁ ବିଶ୍ୱବାସୀଙ୍କୁ ଉପହାର ଦିଆଯିବ । ଏହି ଅଭିଯାନ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁସ୍ଥ ଭାରତ ମିଶନ ସହିତ ଆଗକୁ ବଢ଼ିବ । ଅଷ୍ଟମ ବିଶ୍ୱ ଯୋଗ ଦିବସ( ୨୧ ଜୁନ୍ ୨୦୨୨)ରେ ଅଭିଯାନ ଆରମ୍ଭ ହେବାକୁ ଯାଉଛି ।

କିପରି ହେବ ପ୍ରଚାର?
୨୦୨୨ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ସଂସ୍ଥାନ ପକ୍ଷରୁ ବିଭିନ୍ନ ସ୍ଥାନରେ ସମାରୋହ ଆୟୋଜନ ସହ ୱାର୍କସପ୍, ପୋଷ୍ଟ ମେକିଂ କମ୍ପିଟିସନ, ପ୍ରବନ୍ଧ ପ୍ରତିଯୋଗିତା, ଯୋଗାସନ ପ୍ରତିଯୋଗିତା  ଓ ଯୋଗ ପ୍ରୋଟୋକଲକୁ ମଧ୍ୟ ସାମିଲ କରାଯିବ । ଏହାସହିତ AIIA ନିଜ ଡିଜିଟାଲ ଚାନେଲରେ ମଧ୍ୟ ଅଭିଯାନକୁ ପ୍ରମୋଟ କରିବ ।

ଏହା ବି ପଢ଼ନ୍ତୁ: ଦିନରେ ପତ୍ନୀ ସହ ଶାରୀରିକ ସମ୍ପର୍କ ରଖି ସ୍ମୃତିଶକ୍ତି ହରାଇଲେ ବ୍ୟକ୍ତି