କମ୍ ବୟସରେ ଟେନିସ କୋର୍ଟକୁ ବାୟ ବାୟ କଲେ ଏହି ନମ୍ୱର-୧ ଖେଳାଳି
Advertisement
Article Detail0/zeeodisha/odisha1132583

କମ୍ ବୟସରେ ଟେନିସ କୋର୍ଟକୁ ବାୟ ବାୟ କଲେ ଏହି ନମ୍ୱର-୧ ଖେଳାଳି

Ash Barty Retirement: ବିଶ୍ୱର ନମ୍ବର ୱାନ୍ ଟେନିସ ତାରକା, ଅଷ୍ଟ୍ରେଲିଆ ମହିଳା ଟେନିସ୍ ପ୍ଲେୟାର  ଅଶ ବାର୍ଟି (Ash Barty) ମାତ୍ର ୨୫ ବର୍ଷ ବୟସରେ ସନ୍ନ୍ୟାସ ଘୋଷଣା କରିଛନ୍ତି । ସେ ମଇଦାନରେ ଆଉ ଟେନିସ ଖେଳିବେନି । ସୋସିଆଲ୍ ମିଡିଆରେ ଏହି ଖବର ଦେଇଛନ୍ତି ନିଜେ ବାର୍ଟି । କ୍ୟାରିୟରରେ ବହୁ ସଫଳତା ପାଇଛନ୍ତି । ଏଭିଳି ଡେସିସନ୍ ତାଙ୍କ ପାଇଁ କଷ୍ଟ ଥିଲା । ସମର୍ଥନ ପାଇଁ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇ ଟେନିସରୁ ବିଦାୟ ନେଇଛନ୍ତି ମହାନ୍ ଖେଳାଳି ଆସଲେ ବାର୍ଟି ।

କମ୍ ବୟସରେ ଟେନିସ କୋର୍ଟକୁ ବାୟ ବାୟ କଲେ ଏହି ନମ୍ୱର-୧ ଖେଳାଳି

ନୂଆଦିଲ୍ଲୀ: Ash Barty Retirement: ମାତ୍ର ୨୫ ବର୍ଷ ବୟସରେ ବିଶ୍ୱର ନମ୍ବର ୱାନ ଖେଳାଳିଙ୍କ ଅବସର ଘୋଷଣା । ଆଉ ଟେନିସ କୋର୍ଟରେ ଦେଖିବାକୁ ମିଳିବନି ତାଙ୍କ ଜଲୱା । କ୍ୟାରିୟରରେ ତିନି ତିନି ଥର ଗ୍ରାଣ୍ଡସ୍ଲାମ୍ ସିଙ୍ଗଲ୍ସରେ ଚାମ୍ପିଅନ୍ ହୋଇଛନ୍ତି । ତେବେ, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଶେଷରେ ଅବସର ନେଇଛନ୍ତି ବିଶ୍ୱର ନମ୍ବର ୱାନ୍ ମହିଳା ଖେଳାଳି ଅଶ ବାର୍ଟି (Ash Barty) । ସେ ମଇଦାନରେ ଆଉ ଟେନିସ ଖେଳିବେନି । ସୋସିଆଲ୍ ମିଡିଆରେ ଏହି ଖବର ଦେଇଛନ୍ତି ନିଜେ ବାର୍ଟି । କ୍ୟାରିୟରରେ ବହୁ ସଫଳତା ପାଇଛନ୍ତି । ଏଭିଳି ଡେସିସନ୍ ତାଙ୍କ ପାଇଁ କଷ୍ଟ ଥିଲା । ସମର୍ଥନ ପାଇଁ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇ ଟେନିସରୁ ବିଦାୟ ନେଇଛନ୍ତି ମହାନ୍ ଖେଳାଳି ବାର୍ଟି ।

୨୪ ଏପ୍ରିଲ୍ ୧୯୯୬ରେ ଅଷ୍ଟ୍ରେଲିଆର କ୍ୟୁଇନ୍ସଲାଣ୍ଡରେ ଏହି ମହାନ୍ ଟେନିସ ତାରକାଙ୍କ ଜନ୍ମ । ଜଣେ ପ୍ରଫେସନାଲ୍ ଟେନିସ ଖେଳାଳି ଭାବେ ବିଶ୍ୱରେ ଜଣାଶୁଣା । ଏଯାଏ ଦୀର୍ଘ ୧୨୦ ସପ୍ତାହ ଧରି ସିଙ୍ଗଲ୍ସରେ ବିଶ୍ୱର ନମ୍ବର ୱାନ୍ ଖେଳାଳି ଥିଲେ ଏହି ପ୍ଲେୟାର । ତେବେ, ହଠାତ୍ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରାଇ ଟେନିସ କୋର୍ଟରୁ ସନ୍ନ୍ୟାସ ନେଇଛନ୍ତି ।

ଏହା ବି ପଢ଼ନ୍ତୁ:-ରାଜଧାନୀରେ ଖସିଲା ପେଟ୍ରୋଲ-ଡିଜେଲ ଦର, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ଆଜିର ରେଟ୍

ଏହା ବି ପଢ଼ନ୍ତୁ:-ବାବା ଭେଙ୍ଗାଙ୍କ ଆଉ ଏକ ଭବିଷ୍ୟବାଣୀ ହେବାକୁ ଯାଉଛି ସତ! ପୁଟିନ ଓ ଋଷକୁ ନେଇ କହିଥିଲେ ଏହି ବଡ଼ କଥା

ଏହା ବି ପଢ଼ନ୍ତୁ:-ପ୍ରଚଣ୍ଡ ଖରାରେ ଅଦିନିଆ ବର୍ଷା, ଆଜିଠୁ ଏହି ସବୁ ଜିଲ୍ଲାରେ ବର୍ଷିବ!

ଟେନିସ ମଇଦାନରେ କୌଣସି ଟେନସନ୍ ନନେଇ ଭାରି କୁଲ୍ ରୁହନ୍ତି ଅଶ ବାର୍ଟି (Ash Barty) । ବିପକ୍ଷ ଖେଳାଳିଙ୍କୁ ଚକମା ଦେଇ କ୍ୟାରିୟରରେ ବେଶ୍ ସଫଳତା ପାଇଛନ୍ତି । ଗ୍ରାଣ୍ଡସ୍ଲାମ୍ (Grand Slam) ସିଙ୍ଗଲ୍ସରେ ୩ ଥର ଟାଇଟଲ୍ ଜିତିଛନ୍ତି । ୨୦୧୯ରେ ଫ୍ରେଞ୍ଚ ଓପନ, ୨୦୨୧ରେ ୱିମ୍ବଲଡନ ଏବଂ ୨୦୨୨ରେ ଅଷ୍ଚ୍ରେଲିଆନ୍ ଓପନ ନିଜ ନାଁରେ କରିଛନ୍ତି ଏହି ଟେନିସ କୁଇନ୍ । ତେବେ ୟୁଏସ୍ ଓପନରେ ସେ ବିଶେଷ ସଫଳତା ପାଇନାହାନ୍ତି । ସେହିପରି ୨୦୧୮ ୟୁଏସ୍ ଓପନ ଡବଲ୍ସରେ ସେ ଟାଇଟଲ୍ ଜିତିଛନ୍ତି । ୨୦୨୧ ଟୋକିଓ ଅଲିମ୍ପିକ୍ସର ମିକ୍ସଡ ଡବଲ୍ସରେ ବ୍ରୋଞ୍ଜ ମେଡାଲ ପାଇଥିଲେ ଏହି ଟେନିସ ରାଣୀ ।

କେବଳ ଟେନିସ ନୁହଁ, କ୍ରିକେଟର ଭାବେ ବି ସେ ଜଣାଶୁଣା । ଡାହାଣ ହାତୀ ବ୍ୟାଟସମ୍ୟାନ ଓ ମିଡିୟମ୍ ପେସ୍ ବୋଲର ଭାବେ କ୍ରିକେଟ୍ ମଇଦାନରେ ଜଣାଶୁଣା ଥିଲେ । ବ୍ରିସବେନ୍ ହିଟ୍ ଓ କୁଇନ୍ସଲାଣ୍ଡ ପକ୍ଷରୁ ସେ କ୍ରିକେଟ୍ ଖେଳିଛନ୍ତି ।