Kanpur Dehat Bulldozer Action: ନିଆଁରେ ଘିଅ ଢାଳିଲେ ମନ୍ତ୍ରୀଙ୍କ ସ୍ୱାମୀ, କହିଲେ...
Advertisement
Article Detail0/zeeodisha/odisha1575950

Kanpur Dehat Bulldozer Action: ନିଆଁରେ ଘିଅ ଢାଳିଲେ ମନ୍ତ୍ରୀଙ୍କ ସ୍ୱାମୀ, କହିଲେ...

Kanpur Dehat News: ମନ୍ତ୍ରୀ ପ୍ରତିଭା ଶୁକ୍ଲାଙ୍କ ସ୍ୱାମୀ ତଥା ପୂର୍ବତନ ସାଂସଦ ଅନିଲ ଶୁକ୍ଲା ୱାର୍ସି ପୋଲିସ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି ଯେ ସେମାନେ ତଥ୍ୟ ଯାଞ୍ଚ ନକରି ଆଇନ ଅନୁଯାୟୀ କାର୍ଯ୍ୟ କରିନାହାଁନ୍ତି। ବରଂ ଏହି ଘଟଣାରେ ସାଧାରଣ ଲୋକଙ୍କୁ ଜେଲ ପଠାଯାଉଛି। ଭୁଲ କାମ କରିଥିବା ଲୋକଙ୍କୁ କ୍ଷତିପୂରଣ ଦିଆଯାଉଛି। 

Kanpur Dehat Bulldozer Action: ନିଆଁରେ ଘିଅ ଢାଳିଲେ ମନ୍ତ୍ରୀଙ୍କ ସ୍ୱାମୀ, କହିଲେ...

Pratibha Shukla Husband Anil Shukla: ଉତ୍ତର ପ୍ରଦେଶ କାନପୁର ଜିଲ୍ଲାରେ ହୋଇଥିବା ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଘଟଣାକୁ ନେଇ ବିବାଦ ଥମିନଥିବା ବେଳେ ଏବେ ଏଥିରେ ଘିଅ ଢାଳିଛନ୍ତି ମନ୍ତ୍ରୀଙ୍କ ସ୍ୱାମୀ। ରାଜ୍ୟର କାନପୁର ଦେହାତ ଜିଲ୍ଲାରେ ହୋଇଥିବା ବୁଲଡୋଜର କାର୍ଯ୍ୟାନୁଷ୍ଠାନ ସମୟରେ ମାଆ ଝିଅଙ୍କ ମୃତ୍ୟୁ ମାମଲାରେ ବିବାଦୀୟ ବୟାନ ବାଜି କରିବା ବନ୍ଦ ହେଉନାହିଁ। ଏହି ପ୍ରସଙ୍ଗରେ ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀ ତଥା ପୂର୍ବତନ ସାଂସଦ ପ୍ରତିଭା ଶୁକ୍ଲାଙ୍କ ସ୍ୱାମୀ ଅନିଲ ଶୁକ୍ଲା ୱାର୍ସି ଏକ ଲଜ୍ଜାଜନକ ବିବୃତ୍ତି ଦେଇଛନ୍ତି। ଏନେଇ ପ୍ରତିକ୍ରିୟା ରଖି ମନ୍ତ୍ରୀଙ୍କ ସ୍ୱାମୀ କହିଛନ୍ତି ଏହି ମାମଲାରେ ନିରୀହ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମହିଳାମାନଙ୍କ ଭିତରେ ନିଆଁ ଲଗାଇବାର ପ୍ରବୃତ୍ତି ରହିଛି। ସେମାନେ ନିଶ୍ଚୟ ଭାବିଥିବେ ଯେ ଯଦି ସେମାନେ ନିଆଁ ଲଗାଇ ଦିଅନ୍ତି ତାହେଲେ ପ୍ରଶାସନ ଭୟଭୀତ ହୋଇ ପଳାଇବ।

ମନ୍ତ୍ରୀ ପ୍ରତିଭା ଶୁକ୍ଲାଙ୍କ ସ୍ୱାମୀ ତଥା ପୂର୍ବତନ ସାଂସଦ ଅନିଲ ଶୁକ୍ଲା ୱାର୍ସି ପୋଲିସ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି ଯେ ସେମାନେ ତଥ୍ୟ ଯାଞ୍ଚ ନକରି ଆଇନ ଅନୁଯାୟୀ କାର୍ଯ୍ୟ କରିନାହାଁନ୍ତି। ବରଂ ଏହି ଘଟଣାରେ ସାଧାରଣ ଲୋକଙ୍କୁ ଜେଲ ପଠାଯାଉଛି। ଭୁଲ କାମ କରିଥିବା ଲୋକଙ୍କୁ କ୍ଷତିପୂରଣ ଦିଆଯାଉଛି। ମାଆ-ଝିଅ ଆତ୍ମହତ୍ୟା କରିଛନ୍ତି। ସେମାନେ ଅବୈଧ କବଜା କରି ରଖିଥିଲେ। ସେମାନେ ବେଆଇନ କାମ କରିଥିଲେ। ଏହା ପରେ ସେମାନେ ଆତ୍ମହତ୍ୟା କରିଥିଲେ।

ଗତ ଫେବୃଆରୀ ୧୩ ତାରିଖରେ କାନପୁର ଦେହାତ ଜିଲ୍ଲାର ମଣ୍ଡୌଲି ଗ୍ରାମରେ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ବେଆଇନ ଅତିକ୍ରମ ଉଚ୍ଛେଦ ଅଭିଯାନ ଚାଲିଥିବା ସମୟରେ ମାଆ- ଝିଅ ପୋଡି ହୋଇଯାଇଥିଲେ। ଏହି ଘଟଣାକୁ ନେଇ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି। ସମସ୍ତ ରାଜନୈତିକ ଦଳ ପୀଡିତ ପରିବାରକୁ ଭେଟିବାକୁ ଯାଉଛନ୍ତି। ପୀଡିତା ପରିବାର ପୂର୍ବରୁ ଅନ୍ତିମ ସଂସ୍କାର କରିବାକୁ ମନା କରିଦେଇ ଥିଲେ। ସେମାନଙ୍କର ଦାବି ଥିଲା ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସେମାନଙ୍କ ପାଖକୁ ଆସନ୍ତୁ ଏବଂ ସେମାନଙ୍କର କିଛି ଦାବି ପୂରଣ କରନ୍ତୁ।

ଏଭଳି ପରିସ୍ଥିତିରେ ପ୍ରାଣ ହରାଇଥିବା ମାଆ ଝିଅଙ୍କ ଶବ ବ୍ୟବଚ୍ଛେଦ ସମୟରେ ମନ୍ତ୍ରୀ ପ୍ରତିଭା ଶୁକ୍ଲା ଏବଂ ତାଙ୍କ ସ୍ୱାମୀ ଅନିଲ ଶୁକ୍ଲା ଶବ ବ୍ୟବଚ୍ଛେଦ ଗୃହ ଠାରେ ପହଞ୍ଚିଥିଲେ। ଏହି ସମୟରେ ପୀଡିତାଙ୍କ ପରିବାର ସହିତ ଠିଆ ହୋଇଥିବା ଲୋକଙ୍କ ସହ ଅନିଲ ଶୁକ୍ଲାଙ୍କ ଝଗଡା ହୋଇଯାଇଥିଲା।

ମନ୍ତ୍ରୀ ପ୍ରତିଭା ଶୁକ୍ଲାଙ୍କ ସ୍ୱାମୀ ଅନିଲ ଶୁକ୍ଲା ୱାର୍ସି ଜଣେ ପୂର୍ବତନ ସାଂସଦ। ଯିଏ ଗତ ୨୦୦୭ ବର୍ଷରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ବିଏସପି ପ୍ରାର୍ଥୀ ଭାବେ ବିଲ୍ହୌର ଲୋକସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ବିଜୟୀ ହୋଇଥିଲେ। ହେଲେ ୨୦୧୪ ଲୋକସଭା ନିର୍ବାଚନରେ ପରାସ୍ତ ହୋଇଥିଲେ ଅନିଲ ଶୁକ୍ଲା ୱାର୍ସି। ତାଙ୍କ ପତ୍ନୀ ପ୍ରତିଭା ଶୁକ୍ଳା ବର୍ତ୍ତମାନ ଉତ୍ତର ପ୍ରଦେଶ ସରକାରଙ୍କ ମହିଳା କଲ୍ୟାଣ ବିଭାଗ ମନ୍ତ୍ରୀ ଅଛନ୍ତି।