School Closed: ରାଜଧାନୀରେ ବଢିଲା ନର୍ସରୀରୁ ୫ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶୀତକାଳୀନ ଛୁଟି
Advertisement
Article Detail0/zeeodisha/odisha2047900

School Closed: ରାଜଧାନୀରେ ବଢିଲା ନର୍ସରୀରୁ ୫ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶୀତକାଳୀନ ଛୁଟି

School Closed: ପ୍ରବଳ ଜାଡ଼ରେ ଥରହର ରାଜଧାନୀ ଦିଲ୍ଲୀ । ଗତ କିଛି ଦିନ ହେବେ ଶୀତର ପ୍ରକୋପ ବେଶ ବଢିବାରେ ଲାଗିଛି । ସ୍ଥିତି ଏଭଳି ହେଉଛି ଯେ, ଦିନ ଦ୍ବିପ୍ରହରେ ମଧ୍ଯ ପଦାକୁ ବାହାରିବା ମୁସ୍କକିଲ୍ ହୋଇପଡୁଛି । 

ସୌ(ସୋସିଆଲ ମିଡିଆ)

School Closed: ପ୍ରବଳ ଜାଡ଼ରେ ଥରହର ରାଜଧାନୀ ଦିଲ୍ଲୀ । ଗତ କିଛି ଦିନ ହେବେ ଶୀତର ପ୍ରକୋପ ବେଶ ବଢିବାରେ ଲାଗିଛି । ସ୍ଥିତି ଏଭଳି ହେଉଛି ଯେ, ଦିନ ଦ୍ବିପ୍ରହରେ ମଧ୍ଯ ପଦାକୁ ବାହାରିବା ମୁସ୍କକିଲ୍ ହୋଇପଡୁଛି । ସ୍ଥିତି ଦେଖି ସ୍କୁଲ ଛୁଟି ଅବଧି ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଆଗାମୀ ୫ ଦିନ ଯାଏଁ ଦିଲ୍ଲୀର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରଯାଇଛି ।

ଶିକ୍ଷା ମନ୍ତ୍ରୀଙ୍କ ଟ୍ବିଟ ଅନୁଯାୟୀ, ପ୍ରବଳ ଥଣ୍ତା ହେତୁ ଦିଲ୍ଲୀର ସମସ୍ତ ସ୍କୁଲ ଜାନୁଆରି ୧୨ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ନର୍ସରୀରୁ ୫ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଗୁଡ଼ିକ ଛୁଟି ଘୋଷଣା କରାଯାଇଛି । ଜାନୁଆରି ୧ରୁ ରାଜଧାନୀ ଦିଲ୍ଲୀରେ ଶୀତ ଛୁଟି ଯୋଗୁଁ ସ୍କୁଲ ଗୁଡ଼ିକ ବନ୍ଦ ରହିଛି । ତେବେ ୧୦ରେ ସ୍କୁଲ ଖୋଲିବାକୁ ଥିବାବେଳେ ତା’ ପୂର୍ବରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି ।

ଏହା ପୂର୍ବରୁ ସରକାର ଶୀତକାଳୀନ ଛୁଟି ବୃଦ୍ଧି କରିବାକୁ ଅନିଚ୍ଛା ପ୍ରକାଶ କରିଥିଲେ । ଏନେଇ ଦିଲ୍ଲୀ ସରକାରଙ୍କ ନିର୍ଦ୍ଦେଶରେ କୁହାଯାଇଥିଲା, ଶୀତକାଳୀନ ଛୁଟି ଆଗକୁ ବଢିବ ନାହିଁ । ଏହାପୂର୍ବରୁ ଦିଲ୍ଲୀ ସରକାର ଶୀତକାଳୀନ ଛୁଟିକୁ ଜାନୁଆରି ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ମାତ୍ର ପରେ ଏହି ଛୁଟିକୁ ରଦ୍ଦ କରିବା ନେଇ ଶିକ୍ଷା ନିର୍ଦ୍ଦେଶାଳୟ ଘୋଷଣା କରିଥିଲା । ଏଥିରେ ଦିଲ୍ଲୀ ସରକାର ରାଜ୍ୟରେ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡ଼ିକ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଛୁଟି ରହିବ ଓ ଆଗକୁ ଏହି ଅବଧିକୁ ବଢାଯିବ ନାହିଁ ବୋଲି କୁହାଯାଇଥିଲା ।

Also Read-NEET & JEE Free Coaching: ଏଣିକି ମାଗାଣରେ ମିଳିବ ଜେଇଇ ଓ ନିଟ୍ କୋଚିଂ, ଏହି ଦିନ ଠାରୁ ହେବ ଆରମ୍ଭ