Wildlife News: ଭାରତ ଆସିଲେ ଚିତା, ବିଦେଶ ଯିବେ ବାଘ! ଜାଣନ୍ତୁ ପୁରା ଘଟଣାକ୍ରମ
Advertisement
Article Detail0/zeeodisha/odisha1630606

Wildlife News: ଭାରତ ଆସିଲେ ଚିତା, ବିଦେଶ ଯିବେ ବାଘ! ଜାଣନ୍ତୁ ପୁରା ଘଟଣାକ୍ରମ

Latest Wildlife News: ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କାମ୍ବୋଡିଆ ସେହି ଦେଶ ତାଲିକାରେ ଅନ୍ତର୍ଭୂକ୍ତ ହୋଇଛି ଯେଉଁଠାରେ ବାଘ ଧୀରେ ଧୀରେ ବିଲୁପ୍ତ ହେବାକୁ ଯାଉଛନ୍ତି। ସେଥିପାଇଁ ପ୍ରଶ୍ନ ଉଠିଛି ଯେ ଭାରତ କାହିଁକି ସେହି ଦେଶକୁ ବାଘ ପଠାଉଛି? ଯେଉଁଠାରେ ବାଘ ଭଳି ପ୍ରାଣୀର ଅସ୍ତିତ୍ୱ ଶେଷ ହେବାକୁ ଯାଉଛି। ଜଙ୍ଗଲରେ ବଞ୍ଚିବା ବୁଲିବା ଏବଂ ଶିକାର କରିବା ପାଇଁ ବାଘଙ୍କୁ ଏକ ବଡ଼ ଧରଣର ବାସସ୍ଥାନ ଆବଶ୍ୟକ। 

Wildlife News: ଭାରତ ଆସିଲେ ଚିତା, ବିଦେଶ ଯିବେ ବାଘ! ଜାଣନ୍ତୁ ପୁରା ଘଟଣାକ୍ରମ

Wildlife News India: ନିକଟ ଅତୀତରେ ଭାରତୀୟ ଜୈବ ବିବିଧତାରେ ସାମିଲ ହୋଇଥଲା ଆଫ୍ରିକା ଜଙ୍ଗଲରୁ ଆସିଥିବା ଚିତା। ଦେଶକୁ ଚିତା ଆସିବା ପରେ ଏବେ ଭାରତୀୟ ବାଘଙ୍କୁ ବିଦେଶ ପଠାଯିବ। ବର୍ତ୍ତମାନ ଭାରତ ସରକାର ଦକ୍ଷିଣ-ପୂର୍ବ ଏସୀୟ ଦେଶ କାମ୍ବୋଡିଆକୁ କିଛି ବାଘ ପଠାଇବାକୁ ଚିନ୍ତା କରୁଛନ୍ତି। ନଭେମ୍ବରରେ କାମ୍ବୋଡିଆ ସହିତ ଭାରତ ଏକ ଚୁକ୍ତି କରିଥିଲା। ଏହି ଚୁକ୍ତିନାମା ଅନୁଯାୟୀ ଭାରତ କାମ୍ବୋଡିଆକୁ ବାଘ ପଠାଇବା ଉପରେ ଧ୍ୟାନ ଦେବା ଆରମ୍ଭ କରିଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କାମ୍ବୋଡିଆ ସେହି ଦେଶ ତାଲିକାରେ ଅନ୍ତର୍ଭୂକ୍ତ ହୋଇଛି ଯେଉଁଠାରେ ବାଘ ଧୀରେ ଧୀରେ ବିଲୁପ୍ତ ହେବାକୁ ଯାଉଛନ୍ତି। ସେଥିପାଇଁ ପ୍ରଶ୍ନ ଉଠିଛି ଯେ ଭାରତ କାହିଁକି ସେହି ଦେଶକୁ ବାଘ ପଠାଉଛି? ଯେଉଁଠାରେ ବାଘ ଭଳି ପ୍ରାଣୀର ଅସ୍ତିତ୍ୱ ଶେଷ ହେବାକୁ ଯାଉଛି। ଜଙ୍ଗଲରେ ବଞ୍ଚିବା ବୁଲିବା ଏବଂ ଶିକାର କରିବା ପାଇଁ ବାଘଙ୍କୁ ଏକ ବଡ଼ ଧରଣର ବାସସ୍ଥାନ ଆବଶ୍ୟକ। କାମ୍ବୋଡିଆ ଭଳି ଦେଶରେ ବିକାଶମୂଳକ କାର୍ଯ୍ୟ ପାଇଁ କ୍ରମାଗତ ଭାବେ ଅନେକ ଜଙ୍ଗଲ କାଟି ଦିଆଗଲା। ଏହାର ଫଳ ସ୍ୱରୂପ ବାସସ୍ଥାନ ଏତେ ବଢିଗଲା ଯେ ବାଘଙ୍କ ଜୀବନ ଉପରକୁ ବିପଦ ମାଡ଼ି ଆସିଲା। ବାଘ ଭଳି ଶୀକାରୀ ପ୍ରାଣୀ ଛୋଟ ମୋଟ ବାସସ୍ଥାନରେ ରହିବାକୁ ବାଧ୍ୟ ହୋଇଥିଲେ। ଯାହା ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଏବଂ ପ୍ରଜନନ କ୍ଷମତା ଉପରେ ପ୍ରତିକୂଳ ପ୍ରଭାବ ପକାଇଥିଲା। 

କାମ୍ବୋଡିଆର ଶେଷ ଥର ପାଇଁ ବାଘ ୨୦୦୭ ବର୍ଷରେ ଦେଖାଯାଇଥିଲା। ଅର୍ଥାତ ବାଘର ଗତିବିଧିକୁ କ୍ୟାମେରା ସହାୟତାରେ କଏଦ କରାଯାଇଥିଲା। ୨୦୧୬ ଅପ୍ରେଲରେ କାମ୍ବୋଡିଆ ଘୋଷଣା କଲା ଯେ ଦେଶରୁ ବାଘ ବିଲୁପ୍ତ ହେବାକୁ ଯାଉଛନ୍ତି। ଏହି ଘୋଷଣାର ଅର୍ଥ ହେଉଛି ଯେ ବାଘ ଆଉ ପ୍ରଜନନ କରୁନାହାଁନ୍ତି। ଗତ ୨୦୧୬ ବର୍ଷରେ କାମ୍ବୋଡିଆ ବନ୍ୟପ୍ରାଣୀ ବିଭାଗର ନିର୍ଦ୍ଦେଶକ କେଓ ଓମାଲିସ୍ କହିଛନ୍ତି ଯେ ଆମକୁ ଦୁଇଟି ଅଣ୍ଡିରା ବାଘ ଏବଂ ୫-୬ ମାଈ ବାଘ ଦରକାର। ଏହା ସହିତ କାମ୍ବୋଡିଆର ବନ୍ୟଜନ୍ତୁ ବିଶେଷଜ୍ଞ ଗୁରୁତ୍ୱାରୋପ କରିଥିଲେ ଯେ ବିଦେଶରୁ ଦେଶକୁ ବାଘ ଆଣିବା ପୂର୍ବରୁ ସ୍ଥାନୀୟ ଜଙ୍ଗଲର ସମସ୍ୟାକୁ ସମାଧାନ କରିବାକୁ ହେବ। ଏହାର କାରଣ ହେଉଛି ବିଦେଶରୁ ଆସିବାକୁ ଥିବା ବାଘ ଏଠାରେ ଯେପରି କୌଣସି ସମସ୍ୟାର ସାମ୍ନା ନ କରିବେ। 

World Wildlife Fund (WWF) ଅନୁଯାୟୀ, ବାଘ ଶରୀରର ପ୍ରତ୍ୟେକ ଅଂଶ ( ନିଶ ଠାରୁ ଲାଞ୍ଜ ପର୍ଯ୍ୟନ୍ତ) ଅତ୍ୟନ୍ତ ମୂଲ୍ୟବାନ। ଏହି କାରଣରୁ, ଜଙ୍ଗଲରେ ବାଘର ବେଆଇନ ଶିକାର ବୃଦ୍ଧି ପାଇଲା। ଅନେକ ଔଷଧ ପ୍ରସ୍ତୁତି ପାଇଁ ବାଘର ହାଡ ଠାରୁ ଆରମ୍ଭ କରି ଶରୀରର ଅନ୍ୟାନ୍ୟ ଅଂଶ ବ୍ୟବହୃତ ହୋଇଥାଏ। ଅନେକ ଏସୀୟ ଦେଶରେ ବାଘ ଚର୍ମକୁ ସାଂସ୍କୃତିକ ମାନ୍ୟତା ଦିଆଯାଇଛି। ଅନିଦ୍ରା ଏବଂ ମ୍ୟାଲେରିଆ ରୋଗର ଚିକିତ୍ସାରେ  ବାଘର ହାଡ, ଆଖି, ନିଶ ଏବଂ ଦାନ୍ତ ଭଳି ଅଙ୍ଗ ପ୍ରତ୍ୟେଙ୍କ ବ୍ୟବହୃତ ହୋଇଥାଏ। ମେନିଞ୍ଜାଇଟିସ୍ ଏବଂ ଖରାପ ଚର୍ମ ଠାରୁ ଆରମ୍ଭ କରି ରୋଗର ଅନେକ ଚିକିତ୍ସାରେ ବାଘ ଶରୀରର ବିଭିନ୍ନ ଅଂଶ ବ୍ୟବହୃତ ହୋଇଥାଏ। ଚୀନ ଭଳି ଦେଶର ପାରମ୍ପାରିକ ଚିକିତ୍ସା ପଦ୍ଧତିରେ ବାଘର ସ୍ୱତନ୍ତ୍ର ସ୍ଥାନ ରହିଛି।

ହଂକଂ, ଚୀନ୍, ତାଇୱାନ, ଦକ୍ଷିଣ କୋରିଆ, ଭିଏତନାମ, ସହିତ ଆମେରିକା  ଏବଂ ୟୁରୋପ ମହାଦେଶରେ ରହିଥିବା ଚୀନୀ ବଜରର ଅନେକ ଔଷଧ ଦୋକାନରେ ଟାଇଗର ୱାଇନ, ପାଉଡର, ଟାଇଗର ବାମ ଭଳି ଜିନିଷ ବିକ୍ରି ହୋଇଥାଏ। ଅନେକ ଏସୀୟ ସମ୍ପ୍ରଦାୟ ବିଶ୍ୱାସ କରନ୍ତି ଯେ ବାଘର ହାଡ଼ ପାଉଡର କିମ୍ବା ଟାଇଗର ୱାଇନ ଆକାରରେ ପ୍ରସ୍ତୁତ ଉତ୍ପାଦ ଶରୀରର ଯନ୍ତ୍ରଣାକୁ ଭଲ କରିଥାଏ। ଅଲସର, ମ୍ୟାଲେରିଆ ଭଳି ରୋଗର ଚିକିତ୍ସା ମଧ୍ୟ ଏହା ଦ୍ୱାରା କରାଯାଇଥାଏ। 

ବିଶ୍ୱରେ ଏପରି ୧୩ ଦେଶ ଅଛନ୍ତି, ଯାହା ପାଖରେ ଅନ୍ୟ ଦେଶ ତୁଳନାରେ ସର୍ବାଧିକ ସଂଖ୍ୟକ ବାଘ ଅଛନ୍ତି। ଏହି ଦେଶ ହେଉଛନ୍ତି ଭାରତ, ବାଂଲାଦେଶ, ଭୂଟାନ, ଚୀନ୍, କାମ୍ବୋଡିଆ, ଇଣ୍ଡୋନେସିଆ, ଲାଓସ୍, ମାଲେସିଆ, ମିଆଁମାର, ନେପାଳ, ଋଷିଆ, ଥାଇଲ୍ୟାଣ୍ଡ ଏବଂ ଭିଏତନାମ। ହେଲେ ବର୍ତ୍ତମାନ ବାଘ ଧୀରେ ଧୀରେ କାମ୍ବୋଡିଆରୁ ବିଲୁପ୍ତ ହେବାକୁ ଯାଉଛନ୍ତି। ବାଘ ସଂଖ୍ୟା ହ୍ରାସ ପାଇବା ଘଟଣାରେ ଏହି ଦେଶଙ୍କୁ ଗତ ୨୦୧୦ ବର୍ଷରେ ଏକ ଆଲୋଚନା ହୋଇଥିଲା। ଏନେଇ ନିଷ୍ପତ୍ତି ନିଆଯାଇଥିଲେ ଯେ ୨୦୨୨ ପର୍ଯ୍ୟନ୍ତ ବାଘର ସଂଖ୍ୟା ଦ୍ୱିଗୁଣିତ ହେବ।

ଏହି ସମସ୍ତ ଦେଶ ମଧ୍ୟରେ ଭାରତ ହେଉଛି ଏକମାତ୍ର ଦେଶ, ଯିଏ ବାଘସଂଖ୍ୟା ବଢାଇବାର ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଛି। ବର୍ତ୍ତମାନ ସମୟରେ ଭାରତରେ ପାଖପାଖି ୩ ହଜାର ବାଘ ଅଛନ୍ତି। ଯାହା ବିଶ୍ୱରେ ବସବାସ କରୁଥିବା ବାଘ ଜନସଂଖ୍ୟାର ୭୦ ପ୍ରତିଶତ। କାମ୍ବୋଡ଼ିଆ ବ୍ୟତୀତ ଲାଓସ୍ ଏବଂ ଭିଏତନାମ ଭଳି ଦେଶରୁ ବାଘ ବିଲୁପ୍ତ ହୋଇସାରିଛି। କାମ୍ବୋଡିଆରେ ଦେଖାଯାଉଥିବା ମିଳୁଥିବା ଇଣ୍ଡୋଚୀନ୍ ପ୍ରଜାଜିରଲ ବାଘ, ଭାରତର ଜାତୀୟ ପଶୁ ରୟାଲ ବେଙ୍ଗଲ ଟାଇଗର ଠାରୁ ଆକାରରେ ଛୋଟ। ଏହି ବାଘ ରୟାଲ ବେଙ୍ଗଲ ଟାଇଗର ପ୍ରଜାତିର ଏକ ଉପ-ପ୍ରଜାତି। 

WWF ଅନୁଯାୟୀ The International Union for Conservation of Nature (IUCN) ଗତ ୨୦୧୭ ପର ଠାରୁ ଦୁଇଟି ବାଘ ଉପ ପ୍ରଜାତିକୁ ସ୍ୱୀକୃତି ଦେଇଛି। IUCN ଅନୁଯାୟୀ ଜାଭା ଏବଂ ବାଲି ଦ୍ୱୀପରେ ଦେଖାଯାଉଥିବା ବାଘ ମଧ୍ୟ ଧୀରେ ଧୀରେ ଲୋପ ପାଇବାକୁ ଯାଉଛନ୍ତି। ସୁମାତ୍ରା ଦ୍ୱୀପରେ ମଧ୍ୟ ବାଘ ଦେଖିବାକୁ ମିଳିଥାନ୍ତି। ଏହି ବାଘ ସୁମାତ୍ରା ବାଘ ନାମରେ ଜଣାଶୁଣା। ଯେତେବେଳେ ଜାଭା ଏବଂ ବାଲି ଦ୍ୱୀପରେ ବାଘ ବିଲୁପ୍ତ ହୋଇଛନ୍ତି। ରୟାଲ ବେଙ୍ଗଲ ଟାଇଗର ପ୍ରଜାତିରେ ଭାରତ-ବାଲାଂଦେଶ, ମାଲେସିୟା, ଇଣ୍ଡୋଚାଇନା ଭଳି ଦେଶରେ ଦେଖାଯାଉଥିବା ବାଘ ସାମିଲ ଅଛନ୍ତି। ଅନ୍ୟପଟେ କାପ୍ସିଆନ ହ୍ରଦ ଅଞ୍ଚଳର ଜଙ୍ଗଲରେ ଦେଖାଯାଉଥିବା ବାଘ ବିଲୁପ୍ତ ହୋଇଯାଇଛନ୍ତି। ଦକ୍ଷିଣ ଚୀନରେ ଦେଖାଯାଉଥିବା ବାଘ ମଧ୍ୟ ବିଲୁପ୍ତ ହେବାକୁ ଯାଉଛନ୍ତି।

ଅଲ ଇଣ୍ଡିଆ ଟାଇଗର ଏଷ୍ଟିମେସନ୍ ରିପୋର୍ଟ ଅନୁଯାୟୀ, ଦେଶର ବାଘ ସଂଖ୍ୟା ୧୪୧୧ ରହିଥିଲା। ୨୦୧୯ ବର୍ଷରେ ବାଘ ସଂଖ୍ୟା ୨୯୬୭ ହୋଇଥିଲା। ଏହି ରିପୋର୍ଟ ମାଧ୍ୟମରେ ଆହୁରି ମଧ୍ୟ କୁହାଯାଇଛି ଯେ ବିଶ୍ୱର ବାଘ ଭଳି ପ୍ରାଣୀଙ୍କ ବାସସ୍ଥାନ ପାଇଁ ଭାରତ ହେଉଛି ସବୁଠାରୁ ବଡ ଏବଂ ନିରାପଦ ସ୍ଥାନ। ବାଘ ସଂରକ୍ଷଣ କ୍ଷେତ୍ରରେ ଭାରତୀୟ ବନ୍ୟଜୀବ ସଂସ୍ଥାନ ନାଁ ଗିନିଜ ୱାର୍ଲ୍ଡ ରେକର୍ଡ ତାଲିକାରେ ସାମିଲ ହୋଇଛି। ଉତ୍ତର ପ୍ରଦେଶର ପିଲିଭିଟ୍ ଟାଇଗର ରିଜର୍ଭ ଏବଂ ଆସାମର ମାନସ ଟାଇଗର ରିଜର୍ଭ ବାଘ ସଂରକ୍ଷଣ କ୍ଷେତ୍ରରେ ଆନ୍ତର୍ଜାତୀୟ ପୁରସ୍କାର ପାଇଛି।

ଅଦ୍ୟାବଧି ଭାରତ ଦେଶ ମଧ୍ୟରେ ବାଘ ସ୍ଥାନାନ୍ତର କରିଛି। ହେଲେ ଆନ୍ତର୍ଜାତୀୟ ସ୍ତରରେ ବାଘ ସ୍ଥାନାନ୍ତର କରି ନାହିଁ। କାମ୍ବୋଡିଆକୁ ମଧ୍ୟ ବାଘ ପଠାଇବା ପୂର୍ବରୁ ସେଠାରେ ଥିବା ଅବସ୍ଥା ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯିବ। ଏନେଇ ରାଷ୍ଟ୍ରୀୟ ବାଘ ସଂରକ୍ଷଣ ପ୍ରାଧିକରଣ ସଦସ୍ୟ ସଚିବ ଏସ.ଟି ଯାଦବ କହିଛନ୍ତି ଯେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଆମେ ଅନେକ ଦିଗ ପ୍ରତି ଦୃଷ୍ଟି ଦେବୁ। କାମ୍ବୋଡିଆ ଜଙ୍ଗଲରୁ ବାଘ କାହିଁକି ନିଖୋଜ ହୋଇଗଲେ ତାହାର କାରଣ କ’ଣ ତାହା ଜାଣିବାକୁ ଚେଷ୍ଟା କରାଯିବ। ଭାରତୀୟ ବାଘର ଆବଶ୍ୟକତା ପୂରଣ କରିବା ଏବଂ ସେମାନଙ୍କୁ ସମସ୍ତ ପ୍ରକାରର ସୁବିଧା ଯୋଗାଇବା ପାଇଁ କାମ୍ବୋଡିଆ ଜଙ୍ଗଲରେ ଭିତ୍ତିଭୂମି ରହିଛି ନା ନାହିଁ ସେ ନେଇ ତଥ୍ୟ ସଂଗ୍ରହ କରାଯିବ।

କାମ୍ବୋଡିଆରେ କାର୍ଯ୍ୟ କରୁଥିବା ଏକ ବନ୍ୟପ୍ରାଣୀ ସଙ୍ଗଠନ ଅନୁଯାୟୀ ଦେଶରେ ଜଙ୍ଗଲ ସମ୍ପ୍ରସାରଣ କରିବା ଉପରେ କାର୍ଯ୍ୟ ଚାଲିଛି। ଯେଉଁଥିରେ ତାତାଇ ୱାଇଲ୍ଡ ଲାଇଫ ସେଞ୍ଚୁରୀ ଏବଂ ନୋମ ସୋମକସ୍ ସାମକୋସ ୱାଇଲ୍ଡ ଲାଇଫ ସେଞ୍ଚୁରୀ ଉପରେ ବିଶେଷ ଧ୍ୟାନ ଦିଆଯାଉଛି।

ୱାଇଲ୍ଡ ଲାଇଫ୍ ଏଲିୟନ୍ସ ୱେବସାଇଟ୍ ଅନୁଯାୟୀ, କାମ୍ବୋଡିଆର ଜଙ୍ଗଲରେ ୨୦୦୦ ବର୍ଗ କିଲୋମିଟରରୁ ଅଧିକ ଅଞ୍ଚଳକୁ ବାଘଙ୍କ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ କରାଯାଉଛି। ତିନୋଟି ବାଘ ଶିକାର ଆଧାର ସର୍ଭେ କେନ୍ଦ୍ର ମଧ୍ୟ ନିର୍ମାଣ କରାଯାଉଛି। ଯାହାର ଉଦ୍ଦେଶ୍ୟ ହେଉଛି ବେଆଇନ ବାଘ ଶିକାର ବନ୍ଦ କରିବା। ଯଦି ବାଘ କାମ୍ବୋଡିଆକୁ ଫେରିଆସନ୍ତି, ତାହେଲେ କେବଳ କାମ୍ବୋଡିଆର ପର୍ଯ୍ୟଟନ ଆୟ ବୃଦ୍ଧି ପାଇବ ନାହିଁ, ବରଂ ଏହା ମଧ୍ୟ ପରିବେଶ ସନ୍ତୁଳନ ଫେରାଇ ଆଣିବ।