Maharashtra Politics: ଶିବସେନାର ନେତୃତ୍ବ କିଏ ନେବ?
Advertisement

Maharashtra Politics: ଶିବସେନାର ନେତୃତ୍ବ କିଏ ନେବ?

Sena vs Sena: ରାଜ୍ୟରେ କ୍ଷମତାକୁ ଆସିବା ପରେ ଏବେ ଦଳର ସମ୍ପୂର୍ଣ୍ଣ ନେତୃତ୍ବ ନେବାକୁ ସିନ୍ଦେ ଗୋଷ୍ଠୀ ଉଦ୍ୟମ ଚଳାଇଛନ୍ତି । ଏହା ମଧ୍ୟରେ ଏହି ମାମଲା ବର୍ତ୍ତମାନ କୋର୍ଟରେ ରହିଛି । ଘଟଣାକୁ ନେଇ ଏବେ ନୂଆ ତଥ୍ୟ ସାମ୍ନାକୁ ଆସୁଛି।

ସୌ- ସୋସିଆଲ ମିଡିଆ

Sena vs Sena: ଉଦ୍ଧବ ଠାକରେ ନା ଏକନାଥ ସିନ୍ଦେ?  ଗୋଟିଏ ଦଳ  ଦୁଇଟି ନେତୃତ୍ବ । ବିଗତ ଦିନରେ ଶିବସେନାରେ ଚାଲିଥିବା କନ୍ଦଳ କାହାକୁ  ଅଛପା ନାହିଁ। ଏକନାଥ ସିନ୍ଦେ ଦଳରେ ରହି  ବିଜେପି ସହ ମେଣ୍ଟ କରି ଜାତୀୟ ରାଜନୀତିରେ ଚର୍ଚ୍ଚାକୁ ଆାସିଥିଲେ। ରାଜ୍ୟରେ କ୍ଷମତାକୁ ଆସିବା ପରେ ଏବେ ଦଳର ସମ୍ପୂର୍ଣ୍ଣ ନେତୃତ୍ବ ନେବାକୁ ଉଦ୍ୟମ ଚଳାଇଛନ୍ତି।  ଏହାମଧ୍ୟରେ ମାମଲା କୋର୍ଟରେ। ଘଟଣାକୁ  ନେଇ ଏବେ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଦଳର ନେତୃତ୍ବ ନେବାକୁ ହେଲେ ଏହାର ଡକ୍ୟୁମେଣ୍ଟ ଓ ପ୍ରମାଣ ଦେବାକୁ ପଡ଼ିବ। ଇଲେକ୍ସନ କମିସନ ଏନେଇ ଦୁଇପକ୍ଷଙ୍କୁ ଅଗଷ୍ଟ ୮ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନୋଟିସ ଜାରି କରିଛନ୍ତି।  ରିପୋର୍ଟ ଦାଖଲ ହେବାପରେ ହିଁ ନ୍ୟାୟପାଳିକା ଏହାର ଶୁଣାଣି କରିବେ।

ତେବେ କେବଳ ସେତିକି ନୁହେଁ ଉଭୟ ପକ୍ଷଙ୍କୁ ଦଳରେ ଚାଲିଥିବା କନ୍ଦଳ ବାବଦରେ ବିସ୍ତୃତ ତଥ୍ୟ ଲେଖା ମାଧ୍ୟମରେ ଜଣାଇବାକୁ ମଧ୍ୟ କୁହାଯାଇଛି।  ତେବେ ଗତ ମାସରେ  ସିନ୍ଦେ ଓ ପ୍ରାୟ ୪୦ ଜଣ ବିଧାୟକ ବିଦ୍ରୋହ କରି ବିଜେପିର ସମର୍ଥନରେ ଏକ ନୂଆ ସରକାର ଗଠନ କରିଥିଲେ। ସେପଟେ  ନିର୍ବାଚନ ଆୟୋଗଙ୍କୁ ଲେଖିଥିବା ଚିଠିରେ  ସିନ୍ଦେ ଦାବି କରିଥିଲେ ଯେ ୫୫ ଜଣ ବିଧାୟକଙ୍କ ମଧ୍ୟରୁ ୪୦ ଜଣ ଓ ୧୮ ଜଣ ଲୋକସଭା ସାଂସଦଙ୍କ ମଧ୍ୟରୁ ୧୨ଜଣ  ତାଙ୍କ ସମର୍ଥନରେ ଅଛନ୍ତି।

ଯାହାକି ସ୍ପଷ୍ଟ କରିଥିଲାଯେ, ଶିବସେନାରେ ଏକ ବିଭାଜନ ରହିଛି, ଯାହାର ଗୋଟିଏ ଗୋଷ୍ଠୀ ଏକନାଥ ସିନ୍ଦେ ଏବଂ ଅନ୍ୟ ଗୋଷ୍ଠୀକୁ ଉଦ୍ଧବ ଠାକରେ ନେତୃତ୍ୱ ନେଉଛନ୍ତି, ଉଭୟ ଗୋଷ୍ଠୀ ପ୍ରକୃତ ଶିବସେନା ବୋଲି ଦାବି କରୁଛନ୍ତି।   ନିର୍ବାଚନ ଆୟୋଗ କହିଛନ୍ତି ଯେ ଡକ୍ୟୁମେଣ୍ଟାରୀ ପ୍ରମାଣ ଏବଂ ଲିଖିତ ବିବୃତ୍ତି ପାଇବା ପରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ପାଇଁ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ।

ଏହା ବି ପଢ଼ନ୍ତୁ: ତିହାର ଜେଲରେ ଭୋକ ଉପାସରେ ବସିଛନ୍ତି ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ, କରୁଛନ୍ତି ଏହି ଦାବି