Chris Hipkins: କିଏ ଆନ୍ତ କ୍ରିସ୍ ହପକିନ୍ସ୍? ଜାନନ୍ତୁ ନ୍ୟୁଜିଲାଣ୍ଡର ପରବର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କର୍ ବିଷୟରେ...
Advertisement
Article Detail0/zeeodisha/odisha1538383

Chris Hipkins: କିଏ ଆନ୍ତ କ୍ରିସ୍ ହପକିନ୍ସ୍? ଜାନନ୍ତୁ ନ୍ୟୁଜିଲାଣ୍ଡର ପରବର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କର୍ ବିଷୟରେ...

Chris Hipkins News: କରୋନା ମହାମାରୀ ସମୟରେ ହିପକିନ୍ସ୍ ଗୁଟେ ପ୍ରକାର୍ର ସଂକଟ ପରିଚାଲନା ଭୂମିକା ଗ୍ରହଣ୍ କରିଥିବାର୍ ପରେ ସାଧାରଣତ ପ୍ରସିଦ୍ଧି ଲାଭ୍ କରିଥିଲେ। କିନ୍ତୁ ସେ ଆଉ ଅନ୍ୟାନ୍ୟ ଉଦାରବାଦୀମାନେ ବହୁତ୍ ଦିନ୍ ଲାଗି ଆର୍ଡେନଙ୍କର୍ ଛତ୍ରଛାୟାରେ ରହିଆସିଛନ୍ତ, ଯିଏକି ବାମପନ୍ଥୀଙ୍କର୍ ବିଶ୍ୱସ୍ତରୀୟ ଆଦର୍ଶ୍ ପଲ୍ଟିଛନ୍ ଆଉ ନେତୃତ୍ୱର ଗୁଟେ ନୂଆ ଶୈଲୀର ଉଦାହରଣ୍ ସୃଷ୍ଟି କରିଛନ୍।

Chris Hipkins: କିଏ ଆନ୍ତ କ୍ରିସ୍ ହପକିନ୍ସ୍? ଜାନନ୍ତୁ ନ୍ୟୁଜିଲାଣ୍ଡର ପରବର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କର୍ ବିଷୟରେ...

Chris Hipkins: କରୋନା ମହାମାରୀ ସମୟରେ କ୍ରିସ୍ ହିପକିନ୍ସ୍ (Chris Hipkins) ଗୁଟେ ପ୍ରକାର୍ରେ ସଂକଟ୍ ପରିଚାଲନା ଭୂମିକା ଗ୍ରହଣ କର୍ବାର୍ ପରେ ସର୍ବସାଧାରଣଙ୍କର୍ ଭିତରେ ପ୍ରସିଦ୍ଧି ଲାଭ୍ କରିଥିଲେ। ସୂଚନାଯୋଗ୍ୟ, ଜାସିଣ୍ଡା ଆର୍ଡେନ୍ (Jacinda Ardern) ଜାନୁଆରୀ ୧୯ ତାରିଖ୍ରେ ପାଞ୍ଚ ନିୟୁତ୍ ଲୋକଙ୍କର୍ ଦେଶ୍ କେ ସ୍ତବ୍ଧ କରିଦେଇଥିଲେ, କାଏଞ୍ଜେକି ସେ ଘୋଷଣା କରିଦେଇଥିଲେ ଯେ ସେ ଈ ଶୀର୍ଷ ଭୂମିକାରେ ସାଢେ ପାଞ୍ଚ୍ ବରସ ରହେବାର୍ ପରେ ଇସ୍ତଫା ଦେଇଛନ୍ତ। ବର୍ତ୍ତମାନ୍ର ଶିକ୍ଷାମନ୍ତ୍ରୀ କ୍ରିସ୍ ହପକିନ୍ସ ନ୍ୟୁଜିଲାଣ୍ଡର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାର୍କେ ଯାଉଛନ୍, କାଏଞ୍ଜେକି ସେ ଗୁଟେମାତ୍ର ପ୍ରାର୍ଥୀ ଯିଏ କି ଶନିବାରକେ ଆରଡେନଙ୍କର୍ ସ୍ଥାନରେ ନିର୍ବାଚନ ଲଢ଼ବେ। 

୪୪ ବରସ୍ର ହିପକିନ୍ସଙ୍କେ ସଂସଦ୍ରେ ତାଙ୍କର୍ ଲେବର୍ ପାର୍ଟିର ସହଯୋଗୀମାନ୍କରନୁ ରଏବାରକେ ନିଶ୍ଚିତ୍ ସମର୍ଥନ୍ ମିଲବାର୍ ଆବଶ୍ୟକ ଆଏ କିନ୍ତୁ ବର୍ତ୍ତମାନ ଖାଲି ଓୌପଚାରିକ୍ତା ଲାଗି ଆଏ। ସାଧାରଣ୍ ନିର୍ବାଚନ୍ରେ ପ୍ରତିଦ୍ୱନ୍ଦ୍ୱିତା କରବାର୍ ପୂର୍ବରୁ ହିପକିନ୍ସ ଈ ଭୂମିକାରେ ୮ ମାସ୍ରୁ କମ୍ ର ହେବେ। ଅନ୍ୟ ପ୍ରାର୍ଥୀଙ୍କର ଅଭାବ ଦର୍ଶଉଛେ ଯେ ଦଲ୍ର ସାଂସଦମାନେ ଗୁଟେ ଡ୍ର-ଆଉଟ୍ ପ୍ରତିୟୋଗିତା ଆଉ ଆର୍ଡେଙ୍କର୍ ପ୍ରସ୍ଥାନ୍ ପରେ ମତଭେଦ୍ର କେନ୍ସି ଚିହ୍ନ୍ କେ ଅଡ଼ାବାର୍ ଲାଗି ହିପକିନ୍ସ ପଛ୍ରେ ଏକାସାଙ୍ଗେ ହେଇଥିଲେ। ଜନମତ୍ ସର୍ଭେରୁ ଜନାପଡିଛେ ଯେ ଲେବର୍ ଦଲ୍ (Labour Party) ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ରକ୍ଷଣଶୀଲ୍ ନ୍ୟାଶନାଲ ପାର୍ଟିରୁ (Conservative National Party) ପଛ୍ରେ ରହିଛନ୍ତ। କରୋନା ମହାମାରୀ ସମୟରେ ହିପକିନ୍ସ୍ ଗୁଟେ ପ୍ରକାର୍ର ସଂକଟ ପରିଚାଲନା ଭୂମିକା ଗ୍ରହଣ୍ କରିଥିବାର୍ ପରେ ସାଧାରଣତ ପ୍ରସିଦ୍ଧି ଲାଭ୍ କରିଥିଲେ। କିନ୍ତୁ ସେ ଆଉ ଅନ୍ୟାନ୍ୟ ଉଦାରବାଦୀମାନେ ବହୁତ୍ ଦିନ୍ ଲାଗି ଆର୍ଡେନଙ୍କର୍ ଛତ୍ରଛାୟାରେ ରହିଆସିଛନ୍ତ, ଯିଏକି ବାମପନ୍ଥୀଙ୍କର୍ ବିଶ୍ୱସ୍ତରୀୟ ଆଦର୍ଶ୍ ପଲ୍ଟିଛନ୍ ଆଉ ନେତୃତ୍ୱର ଗୁଟେ ନୂଆ ଶୈଲୀର ଉଦାହରଣ୍ ସୃଷ୍ଟି କରିଛନ୍।

କ୍ରିସ୍ ହିପକିନ୍ସ୍ (Chris Hipkins) କିଏ ଆନ୍ତ? 
ଶିକ୍ଷା ବିଭାଗ୍ କେ ଛାଡିକରି ହିପକିନ୍ସ ପୁଲିସ ଆଉ ଜନ୍ ସେବା ବିଭାଗର ମନ୍ତ୍ରୀ ଆଇ ଗୃହର ନେତା ଭି ଅଛନ୍ତ। ସେ ଜଣେ ରାଜନୈତିକ୍ ସମସ୍ୟା ନିବାରଣକାରୀ ଭାବ୍ରେ ଜଣାଶସୁଣା ଆନ୍ତ ଯିଏ ଅନ୍ୟ ସାଂସଦମାନଙ୍କର୍ ଦ୍ୱାରା ସୃଷ୍ଟି ହେଇଥିବାର୍ ସମସ୍ୟାକେ ଦୂର କରବାର୍ ଲାଗି ବିଭିନ୍ନ ଭୂମିକା ଗ୍ରହଣ୍ କରିଛନ୍। କିନ୍ତୁ ସେ ନିଜେଭି କିଛି ସମସ୍ୟା ସୃଷ୍ଟି କରିଛନ୍, ଯେନ୍ତାକି ଯେତେବେଲେ ସେ ଭାଇରସ୍ ଲକ୍ଡାଉନ୍ ସମୟରେ ଲୋକ୍ମାନକେ କହିଥିଲେ ଯେ ସେମାନେ ବାହାର୍କେ ଯାଇ ନିଜର ଗୋଡ୍ ବିସ୍ତାର୍ କରିପାର୍ବେ, ଈ ମନ୍ତବ୍ୟଟା ଇଣ୍ଟରନେଟ୍ରେ ବହୁତ୍ ସମାଲୋଚନା ଆଏନ୍ଥିଲା । ୧୫ ବରସ୍ ଧରି ସାଂସଦଥିବାର୍ ହିପକିନ୍ସକେ ଆର୍ଡର୍ନଙ୍କରର୍ନୁ ଅଧିକ୍ କେନ୍ଦ୍ରବାଦୀ ବୋଲି ବିବେଚ୍ନା କରାଯାଏସି ଆଉ ସହକର୍ମୀମାନେ ଆଶା କରୁଛନ୍ ଯେ ସେ ବ୍ୟାପକ୍ ଭୋଟରମାନ୍କର୍ ନିକଟ୍ରେ ଆବେଦନ୍ କର୍ବେ।

ନିର୍ବାଚନ୍ ବରସ୍ରେ ତାଙ୍କର୍ ସବକର୍ନୁ ବଡ଼୍ ଆହ୍ୱାନ ହେଇଛେ ଭୋଟରମାନ୍କେ ବୁଝାବାର୍ ଯେ ତାଙ୍କର୍ ଦଲ୍ ଅର୍ଥନୀତିକେ ଭଲସେ ପରିଚାଲ୍ନା କର୍ବେ। ନ୍ୟୁଜିଲାଣ୍ଡରେ ବେକାରୀହାର (unemployment rate) ଅପେକ୍ଷାକୃତd କମ୍ ୩.୩ ପ୍ରତିଶତ ରହିଛେ, କିନ୍ତୁ ମୁଦ୍ରାସ୍ଫୀତି (inflation) ଅଧିକ ୭.୨ ପ୍ରତିଶତ ରହିଛେ। ମୁଦ୍ରାସ୍ଫୀତିକେ ନିୟନ୍ତ୍ରଣ୍ରେ ରଖବାର୍କେ ଚେଷ୍ଟା କରିଥିବାର୍ରୁ ନ୍ୟୁଜିଲାଣ୍ଡର ରିଜର୍ଭ ବ୍ୟାଙ୍କ୍ ବେଞ୍ଚମାର୍କ ସୁଧ ହାରକୁ (benchmark interest rate) ୪.୨୫ ପ୍ରତିଶତ ବୃଦ୍ଧି କରିଛେ ଆଉ କେତେ ଅର୍ଥନୀତିଜ୍ଞମାନେ ଈ ବରସ୍ ଦେଶ୍ ମାନ୍ଦାବସ୍ଥାର ପୂର୍ବାନୁମାନ୍ କରୁଛନ୍।

ନ୍ୟୁଜିଲାଣ୍ଡ ରାଜନୀତିରେ କେନ୍ତା ପ୍ରମୁଖ୍ ନେତ୍ରୀ ହେଲେ ଜେସିଣ୍ଡା ଆର୍ଡେନ?
ମାତ୍ର 37 ବରସ୍ ବୟସ୍ରେ ଯେତେବେଲେ ସେ ନେତ୍ରୀ ହେଇଥିଲେ, ଦେଶ୍ର ସବ୍କର୍ନୁ ଖରାବ୍ ଗଣ୍ ଗୁଳିକାଣ୍ଡ୍ ଆଉ କୋଭିଡ-19 (covid-19) ମହାମାରୀର ପରିଚାଲ୍ନା ଲାଗି ଆର୍ଡେନ୍ ପୁରା ବିଶ୍ୱରେ ପ୍ରଶଂସିତ୍ ହେଇଥିଲେ। କିନ୍ତୁ ସେ ଘରେ ରାଜନୈତିକ ଚାପ୍ର ସମ୍ମୁଖୀନ୍ ହେଇଥିଲେ ଆଉ ନ୍ୟୁଜିଲାଣ୍ଡର ପୂର୍ବର୍ ନେତାମାନେ ସମ୍ମୁଖୀନ୍ ହେଇ ନାଇ ଥିବାର୍ କେତେ ସ୍ତରର୍ ହିଂସାର ସମ୍ମୁଖୀନ୍ ହେଇଥିଲେ। ଅନ୍ଲାଇନ୍ରେ ସେ ଶାରୀରିକ୍ ଆଉ ଅସଦାଚରଣ୍ର ଶିକାର୍ ହେଉଥିଲେ। 

Also Read: ଜିଲ୍ଲା ପରିଷଦ ସଦସ୍ୟାଙ୍କୁ ଏମିତି ବ୍ୟବହାର କରି ଅଡ଼ୁଆରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ

Also Read: Strawberry Farming: ପାହାଡିଆ ଅଞ୍ଚଳରେ ଫଳୁଛି ବିଦେଶୀ ଫଳ, ଆଦିବାସୀଙ୍କୁ ଦେଖାଉଛି ରୋଜଗାରର ବାଟ