Covid Alert: କୋରୋନାକୁ ମାତ୍ ଦେବ ଭାରତର ଏହି ମେଡିସିନ୍, WHO ଦେଲା ମଞ୍ଜୁରୀ
Advertisement
Article Detail0/zeeodisha/odisha1504620

Covid Alert: କୋରୋନାକୁ ମାତ୍ ଦେବ ଭାରତର ଏହି ମେଡିସିନ୍, WHO ଦେଲା ମଞ୍ଜୁରୀ

Nirmatrelvir Medicine News: ଏହି ଔଷଧର ବ୍ୟବହାର କୋରୋନାରୁ ବର୍ତ୍ତିବା ପାଇଁ ବ୍ୟବହାର କରାଯିବ। ଏହି ଔଷଧକୁ ଆଣ୍ଟି ଭାଇରାଲ ଟ୍ରିଟମେଣ୍ଟ ନିମତ୍ର ଲଭିର ର ଜେନେରିକ ଭର୍ସନ ବୋଲି କୁହାଯାଉଛି। ବର୍ତ୍ତମାନ ଏହି ଔଷଧ କମ୍ବୋ ପ୍ୟାକ ଭାବେ ସାମ୍ନାକୁ ଆସିବ। 

Covid Alert: କୋରୋନାକୁ ମାତ୍ ଦେବ ଭାରତର ଏହି ମେଡିସିନ୍, WHO ଦେଲା ମଞ୍ଜୁରୀ

Covid Alert: ସାରା ବିଶ୍ୱକୁ ପୁଣି ଟେନସନ ଦେଲାଣି କୋରୋନା । କୋରୋନା କଡ ଲେଉଟାଇବା ପରେ ଚୀନ, ଜାପାନ ଓ ଆମେରିକା ପରେ କିଛି ଦେଶରେ ଏବେ କୋରୋନା ତାଣ୍ଡବ ରଚୁଛି। ହେଲେ ଏପରି ବିପଦ ସମୟ ମଧ୍ୟରେ ଭାରତକୁ ବଡ଼ ସଫଳତା ମିଳିଛି। ଭାରତୀୟ ଫାର୍ମାସ୍ୟୁଟିକାଲ କମ୍ପାନୀ ହେଟେରୋ କି ଓରାଲ ଡ୍ରଗ ନିରମାକୋମ୍ କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଞ୍ଜୁରୀ ଦେଇଛି। ଏହି ଔଷଧର ବ୍ୟବହାର କୋରୋନାରୁ ବର୍ତ୍ତିବା ପାଇଁ ବ୍ୟବହାର କରାଯିବ। ଏହି ଔଷଧକୁ ଆଣ୍ଟି ଭାଇରାଲ ଟ୍ରିଟମେଣ୍ଟ ନିମତ୍ର ଲଭିର ର ଜେନେରିକ ଭର୍ସନ ବୋଲି କୁହାଯାଉଛି। ବର୍ତ୍ତମାନ ଏହି ଔଷଧ କମ୍ବୋ ପ୍ୟାକ ଭାବେ ସାମ୍ନାକୁ ଆସିବ। 

କେଉଁମାନେ ଏହି ମେଡିସିନକୁ ବ୍ୟବହାର କରିପାରିବେ
ଏହି ମେଡିସିନକୁ ଯେଉଁମାନେ ବିବିଧ ରୋଗରେ ପୀଡିତ ଥିବେ ସେମାନଙ୍କୁ ଦିଆଯିବ । ଏହି ମେଡିସିନକୁ ରୋଗୀଙ୍କ ଭଲ ବିକଳ୍ପ ବୋଲି କୁହାଯାଉଛି। ସମ୍ଭବତଃ ଏହାକୁ ବ୍ୟବହାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଜରୁରୀ। କୋରୋନା ଚିକିତ୍ସାରେ ଏହି ଔଷଧକୁ ବଡ଼ ଉପଲବ୍ଧି ବୋଲି କୁହାଯାଉଛି। ଭାରତରେ, ହେଟେରୋ ଗ୍ରୁପ ଅଫ କମ୍ପାନୀଜ୍ ର ପ୍ରବନ୍ଧ ନିର୍ଦ୍ଦେଶକ ଡା. ବାମସୀ କୃଷ୍ଣ ବନ୍ଦୀ କହିଛନ୍ତି ଯେ, ଆମର କୋଭିଡ ୧୯ ଓରାଲ ଆଣ୍ଟି ଭାଇରାଲ ଟ୍ରିଟମେଣ୍ଟ Nirmatrelvir ର ଜେନେରିକ ଭର୍ସନ 'Nirmacom' ପାଇଁ ହୁ ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ମଞ୍ଜୁରୀ ମିଳିସାରିଛି। ସେ କହିଛନ୍ତି ଯେ, ଏହି ମେଡିସିନ କୋଭିଡ ସହ ଲଢିବାରେ ସହାୟକ ହେବ । 

Also Read: Nasal Vaccine Price: ଭାରତ ବାୟୋଟେକ ସ୍ଥିର କଲା ନାଜାଲ ଭ୍ୟାକସିନର ଦାମ, ଦେବାକୁ ପଡ଼ିବ ୫ ପ୍ରତିଶତ ଜିଏସଟି

ଡା ବାମସୀ ଙ୍କ ମୁତାବିକ  WHO ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅଧିକ ଗୁରୁତର, ତା ସହ ମଧ୍ୟମ ଗୁରୁତର ରୋଗୀ ଓ କୋଭିଡ ରୋଗୀଙ୍କ ପାଇଁ Nirmatrelvir ଓ Ritonavir ଦେବାରୁ ସୁପାରିସ କରିଛନ୍ତି। ଆମେ Nirmacom କୁ ୯୫ LMIC ରେ ଶସ୍ତା ଦାମରେ ଉପଲବ୍ଧ କରାଇବେ। ଖୁବଶୀଘ୍ର ଏହି ଔଷଧ ବଜାରରେ ଉପଲବ୍ଧ ହେବାକୁ ଯାଉଛି। 

Also Read: Omicron BF7 Symptoms: ନୂଆ ଭାରିଏଣ୍ଟର ୧୦ ଟି ବଡ଼ ଲକ୍ଷଣ, ଜାଣିବା ମାତ୍ରେ କରନ୍ତୁ ଏହି ଉପଚାର

ସେପଟେ ଗତକାଲି ଦେଶରେ ନାଜାଲ ଭ୍ୟାକସିନର ଦାମ ଧାର୍ଯ୍ୟ କରାଯାଇଛି। କୋରୋନା ରେ ଆକ୍ରାନ୍ତ ହେବା ସହ ଏହି ନାଜାଲ ଭ୍ୟାକସିନକୁ ବୁଷ୍ଟର ଡୋଜ ଭାବେ ବ୍ୟବହାର କରାଯିବ । ନାକ ଦ୍ୱାରା ଦିଆଯିବାକୁ ଥିବା ଟିକା ପାଇଁ ୮୦୦ଟଙ୍କା ମୂଲ୍ୟ ସହିତ ୫ପ୍ରତିଶତ ଜିଏସଟି (GST) ମଧ୍ୟ ଲାଗୁ ହେବ। ତଥାପି, ଡାକ୍ତରଖାନା ଗୁଡ଼ିକ ଏଥିରେ ନିଜସ୍ୱ ଚାର୍ଜ ଯୋଡିପାରିବେ । ସରକାର ଏହି କୋଭିଡ ଟିକା ମୂଲ୍ୟ ସ୍ଥିର କରି ଏହାକୁ ବୁଷ୍ଟର ଡୋଜ ଭାବରେ ଅନୁମୋଦନ କରିଛନ୍ତି। ଏହା ସରକାରୀ ଡାକ୍ତରଖାନାଗୁଡ଼ିକରେ ୩୨୫ ଟଙ୍କାରେ ଉପଲବ୍ଧ ହେବାକୁ ଯାଉଛି ।ବର୍ତ୍ତମାନ ଏହି ଟିକା କେବଳ ଘରୋଇ କେନ୍ଦ୍ରରେ ଉପଲବ୍ଧ ହେବ। ଜାନୁଆରୀ ଚତୁର୍ଥ ସପ୍ତାହରେ ନାକ ଦ୍ୱାରା ଟୀକାକରଣ ଅର୍ଥାତ୍ ନାଜାଲ ଟିକାକରଣ (Nasal Vaccination) ଆରମ୍ଭ ହେବ ବୋଲି କୁହାଯାଉଛି।