Loksabha Election 2024: ମତଦାନରେ ଭାରତ କରିଛି ବିଶ୍ବ ରେକର୍ଡ
Advertisement
Article Detail0/zeeodisha/odisha2276383

Loksabha Election 2024: ମତଦାନରେ ଭାରତ କରିଛି ବିଶ୍ବ ରେକର୍ଡ

Loksabha Election 2024 ମତଦାନ ସମୟରେ ନଗଦ ଟଙ୍କା, ଉପହାର, ଡ୍ରଗ୍ସ ଏବଂ ମଦ ସମେତ ୧୦,୦୦୦ କୋଟି ଜବତ କରାଯାଇଛି । ଯାହା ୨୦୧୯ ନିର୍ବାଚନ ତୁଳନାରେ ୩ ଗୁଣା ଅଧିକ । ୨୦୧୯ରେ ୩୫୦୦ କୋଟି ଟଙ୍କା ଜବତ କରାଯାଇଥିଲା । ଭୋଟିଂ ବେଳେ ଝାଡ଼ଖଣ୍ଡ, ଛତିଶଗଡ଼ ଓ ଓଡ଼ିଶାରେ ମାଓ ହିଂସା ହୋଇନି ବୋଲି ପ୍ରେସମିଟରେ କହିଛନ୍ତି ନିର୍ବାଚନ କମିଶନର ।

 

Loksabha Election 2024: ମତଦାନରେ ଭାରତ କରିଛି ବିଶ୍ବ ରେକର୍ଡ

Loksabha Election 2024: ଆସନ୍ତାକାଲି ପ୍ରକାଶ ପାଇବ ସାଧାରଣ ନିର୍ବାଚନ ୨୦୨୪ର ଜନାଦେଶ । ଲୋକସଭା ନିର୍ବାଚନ ଫଳାଫଳ ପୂର୍ବରୁ ଭାରତୀୟ ନିର୍ବାଚନ କମିଶନର କରିଛନ୍ତି ପ୍ରେସମିଟ । 'ଚଳିତ ବର୍ଷ ଭୋଟିଂରେ ବିଶ୍ବ ରେକର୍ଡ କରିଛି ଭାରତ । ମୋଟ ୬୪.୨ କେଟି ଭୋଟର ନିଜର ମତସାବ୍ୟସ୍ତ କରି ଏହି ରେକର୍ଡ କରିଛନ୍ତି । ଯାହା G7 ଦେଶର ମୋଟ ମତଦାତାଙ୍କ ଠାରୁ ଭାରତରେ ୧.୫ ପ୍ରତିଶତ ଅଧିକ ଭୋଟର୍ । ୨୦୧୯ ଅପେକ୍ଷା ଚଳିତ ବର୍ଷ ଦେଶରେ ମହିଳା ମତଦାତାଙ୍କ ସଂଖ୍ୟା ବୃଦ୍ଧି ହୋଇଛି ।' ମୋଟ ୩୧୨ ମିଲିୟନ ମହିଳା ଭୋଟ ଦେଇଥିବା କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ନିର୍ବାଚନରେ ବିପୁଳ ମାତ୍ରାରେ ଭୋଟ ଦେଇଥିବାରୁ ସମସ୍ତ ଭୋଟରଙ୍କୁ ଧନ୍ୟବାଦ ଜଣାଇଥିଲେ।

ନିର୍ବାଚନୀ ପ୍ରକ୍ରୀୟାରେ ୬୮,୦୦୦ ରୁ ଅଧିକ ମନିଟରିଂ ଦଳ, ୧.୫ କୋଟି ଭୋଟର ଏବଂ ସୁରକ୍ଷା କର୍ମୀ ସାମିଲ ହୋଇଥିଲେ । ସୋସିଆଲ ମିଡିଆରେ ନିର୍ବାଚନ କମିଶନରଙ୍କୁ ଲାପତା ଜେଣ୍ଟଲମ୍ୟାନ କୁହାଯାଇଥିବା ମିମ୍ସକୁ ନେଇ ମତ ରଖିଥିଲେ ରାଜୀବ କୁମାର । ''ଆମେ ସବୁବେଳେ ଏଠାରେ ଥିଲୁ, କେବେ ବି ଅଦୃଶ୍ୟ ହୋଇନଥିଲୁ । ଏବେ ମେମରେ କହିପାରନ୍ତି କି ଯେ ଲାପତା ଜେଣ୍ଟଲମ୍ୟାନ ଫେରି ଆସିଛନ୍ତି ।୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରାୟ ଚାରି ଲକ୍ଷରୁ ଉର୍ଦ୍ଧ୍ବ ଗାଡି ବ୍ୟବହାର ହୋଇଛି । ସେହିପରି ୧୩୫ ଟି ସ୍ୱତନ୍ତ୍ର ଟ୍ରେନ୍ ଏବଂ ୧୬୯୨ ବିମାନ ଉଡାଣ କରାଯାଇଥିଲା ।

ନିର୍ବାଚନ କର୍ମଚାରୀଙ୍କ ଦାୟିତ୍ବବାନ କାର୍ଯ୍ୟ ହେତୁ ଆମେ କମ୍ ସ୍ଥାନରେ ସାନି ମତଦାନ କରିଛୁ ।୨୦୧୯ ରେ ୫୪୦ ସିଟରେ ରିପୋଲିଂ ହୋଇଥିବା ବେଳେ ଏଥର ମାତ୍ର ୩୯ ବୁଥରେ ସାନି ମତଦାନ ହୋଇଛି । ଏଥି ମଧ୍ୟରୁ ୨୫ ବୁଥ କେବଳ ୨ଟି ରାଜ୍ୟରେ ରହିଛି । ଜାମ୍ମୁ କାଶ୍ମୀର ଚାରି ଦଶନ୍ଧି ମଧ୍ୟରେ ସର୍ବାଧିକ ୫୮.୫୮ ପ୍ରତିଶତ ମତଦାନ ହୋଇଛି ଏବଂ ଘାଟିରେରେ ୫୧.୦୫ ପ୍ରତିଶତ ମତଦାନ ରେକର୍ଡ ହୋଇଛି।

ମତଦାନ ସମୟରେ ନଗଦ ଟଙ୍କା, ଉପହାର, ଡ୍ରଗ୍ସ ଏବଂ ମଦ ସମେତ ୧୦,୦୦୦ କୋଟି ଜବତ କରାଯାଇଛି । ଯାହା ୨୦୧୯ ନିର୍ବାଚନ ତୁଳନାରେ ୩ ଗୁଣା ଅଧିକ । ୨୦୧୯ରେ ୩୫୦୦ କୋଟି ଟଙ୍କା ଜବତ କରାଯାଇଥିଲା । ଭୋଟିଂ ବେଳେ ଝାଡ଼ଖଣ୍ଡ, ଛତିଶଗଡ଼ ଓ ଓଡ଼ିଶାରେ ମାଓ ହିଂସା ହୋଇନି ବୋଲି ପ୍ରେସମିଟରେ କହିଛନ୍ତି ନିର୍ବାଚନ କମିଶନର ।

Also Read:  OJEE Result: ପ୍ରକାଶ ପାଇଲା ଓଜେଇଇ ପରୀକ୍ଷାଫଳ, ଜାଣନ୍ତୁ କେମିତି ପାଇବେ ରେଜଲ୍ଟ...