Vice President Election: ମମତାଙ୍କୁ ଟାର୍ଗେଟ କଲେ ମାର୍ଗାରେଟ୍ ଆଲଭା; ଜାଣନ୍ତୁ କ'ଣ କହିଲେ
Advertisement
Article Detail0/zeeodisha/odisha1269289

Vice President Election: ମମତାଙ୍କୁ ଟାର୍ଗେଟ କଲେ ମାର୍ଗାରେଟ୍ ଆଲଭା; ଜାଣନ୍ତୁ କ'ଣ କହିଲେ

Vice President Election 2022: କଂଗ୍ରେସ ସମେତ ୧୭ ଟି ବିରୋଧୀ ଦଳ ମାର୍ଗାରେଟ୍ ଆଲଭାଙ୍କୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନିଜ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ଏଥି ସହ ଶାସକ ଦଳ ବିଜେପି ପଶ୍ଚିମବଙ୍ଗର ପୂବର୍ତନ ରାଜ୍ୟପାଳ ଥିବା ଜଗଦୀପ ଧନଖରଙ୍କୁ ନିଜ ପ୍ରାର୍ଥୀ କରିଛି ।

ସାଙ୍କେତିକ ଫଟୋ

Margaret Alva on Mamata Banerjee: ଉପରାଷ୍ଟ୍ରପତି ନିର୍ବାଚନ (Vice President Election 2022) ପାଇଁ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ୍ ଆଲଭା ତୃଣମୂଳ କଂଗ୍ରେସର (Trinamool Congress) ମତଦାନରୁ ନିବୃତ୍ତ ହେବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ମାର୍ଗାରେଟ୍ ଆଲଭା (Margaret Alva) ମମତା ବାନାର୍ଜୀଙ୍କୁ (Mamata Banerjee) ପରାମର୍ଶ ଦେଇଛନ୍ତି ଯେ ଏହା ଅହଂକାର କିମ୍ବା କ୍ରୋଧର ସମୟ ନୁହେଁ । ମୁଁ ନିଶ୍ଚିତ ଯେ ମମତା ବାନାର୍ଜୀ ବିରୋଧୀ ଦଳଙ୍କ ସହ ଠିଆ ହେବେ ।

ମାର୍ଗାରେଟ୍ ଆଲଭା ଟ୍ୱିଟ୍ କରି କହିଛନ୍ତି, "ଉପରାଷ୍ଟ୍ରପତି ନିର୍ବାଚନରେ ​​ମତଦାନରୁ ନିବୃତ୍ତ ହେବାକୁ ଟିଏମସିର ନିଷ୍ପତ୍ତି ନିରାଶାଜନକ । ଏହା ଅହଂକାର କିମ୍ବା କ୍ରୋଧର ସମୟ ନୁହେଁ । ସାହସ, ନେତୃତ୍ୱ ଓ ଏକତା ପାଇଁ ଏହା ହେଉଛି ସମୟ । ମୁଁ ନିଶ୍ଚିତ ଯେ ସାହସର ମୂଖ୍ୟ ମମତା ବାନାର୍ଜୀ ବିରୋଧୀ ଦଳଙ୍କ ସହ ଠିଆ ହେବେ ।"

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ଉପ-ରାଷ୍ଟ୍ରପତି ନିର୍ବାଚନରେ ​​ଭୋଟ୍ ଦେବାରୁ ନିବୃତ୍ତ ରହିବାକୁ ନିଷ୍ପତ୍ତି ନେଇଛି, କାରଣ ତାଙ୍କ ଦଳକୁ ଧ୍ୟାନ ନ ଦେଇ ବିରୋଧୀ ପ୍ରାର୍ଥୀ ଯେପରି ନିଷ୍ପତ୍ତି ନେଇଛନ୍ତି, ସେଥିରେ ସହମତ ନୁହଁନ୍ତି । ଟିଏମସି ସାଂସଦଙ୍କ ବୈଠକ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଦିନ ମତଦାନରୁ ନିବୃତ୍ତ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ମମତା ବାନାର୍ଜୀଙ୍କ ସହିତ ପରାମର୍ଶ ନକରି ମିଳିତ ବିରୋଧୀ ପ୍ରାର୍ଥୀ କିପରି ଘୋଷଣା କରାଗଲା, ସେନେଇ ଟିଏମସି ଏପରି ଭାବେ ନିଜର ପ୍ରତିବାଦ କରିଛି । 

ଉପରାଷ୍ଟ୍ରପତି ନିର୍ବାଚନ ଠାରୁ ନିଜକୁ ଦୂରେଇ ରଖିବା ପାଇଁ ତୃଣମୂଳ କଂଗ୍ରେସର ନିଷ୍ପତ୍ତିରେ ମଧ୍ୟ କଂଗ୍ରେସ ଆଶ୍ଚର୍ଯ୍ୟ ହୋଇଛି । ଦଳ କହିଛି ଏହାର କାରଣ ଖୋଜା ଯିବ । ବିଶେଷ କଥା ହେଉଛି ପଶ୍ଚିମବଙ୍ଗରେ ଶାସକ ଦଳର ଏହି ପଦକ୍ଷେପକୁ ବିରୋଧୀ ଏକତା ପାଇଁ ଏକ ପ୍ରତିବନ୍ଧକ ଭାବରେ ଦେଖାଯାଉଛି । କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ୍ଗେ କହିଛନ୍ତି, “ଆମେ ଚାହୁଁ ବିରୋଧୀ ଏକଜୁଟ ହୋଇ କାର୍ଯ୍ୟ କରନ୍ତୁ । ଟିଏମସି ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତିର କାରଣ ଖୋଜିବାକୁ ଆମେ ଚେଷ୍ଟା କରିବୁ ।"

ଏହା ବି ପଢ଼ନ୍ତୁ: ସୁସ୍ମିତା ସେନଙ୍କୁ ଲଲିତ ମୋଦି ମିଳିଗଲା, ଆମ ମୋଦି ଜୀଙ୍କୁ କେହି ମିଳୁ ନାହାଁନ୍ତି: ସଞ୍ଜୟ ସିଂ

ଏହା ବି ପଢ଼ନ୍ତୁ: ଏହି ରାଜ୍ୟରେ ୭ କଂଗ୍ରେସ ବିଧାୟକ କରିଛନ୍ତି କ୍ରସ୍ ଭୋଟିଂ, ଆକ୍ସନ ନେବାକୁ ପ୍ରସ୍ତୁତ ହେଉଛି ପାର୍ଟି