BJP Vice President Candidate: ବିଜେପି ଏହାର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି । ଜଗଦୀପ ଧନଖର ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହେବେ ।
Trending Photos
BJP Parliamentary Board Meeting: ଆଜି ଦିଲ୍ଲୀରେ ବିଜେପି ସଂସଦୀୟ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି (PM Modi), କେନ୍ଦ୍ର ମନ୍ତ୍ରୀ ଅମିତ ଶାହା (Amit Shah), ନିତିନ ଗଡକରୀ (Nitin Gadkari), ରାଜନାଥ ସିଂ (Rajnath Singh), ବିଜେପି ଜାତୀୟ ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଷ ଓ ମଧ୍ୟପ୍ରଦେଶର ସିଏମ୍ ଶିବରାଜ ସିଂ ଚୌହାନ ଉପସ୍ଥିତ ଥିଲେ। ଏହି ବୈଠକ ପରେ ଦଳର ଜାତୀୟ ସଭାପତି ଜେପି ନଡ୍ଡା କହିଛନ୍ତି ଯେ ଏହି ବୈଠକରେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ବିଷୟରେ ଆଲୋଚନା ହୋଇଛି । ଅନେକ ନାମ ଦେଖିବା ପରେ ଆମେ ସ୍ଥିର କରିଛୁ ଯେ ଉପରାଷ୍ଟ୍ରପତି ପଦ ପାଇଁ ଏନଡିଏର ପ୍ରାର୍ଥୀ ଜଗଦୀପ ଧନଖର (Jagdeep Dhankar) ହେବେ ।
भाजपा और NDA उपराष्ट्रपति पद के लिए प्रत्याशी किसान पुत्र श्री जगदीप धनखड़ जी को घोषित करती है।
श्री जगदीप धनखड़ जी पश्चिम बंगाल के अभी गवर्नर हैं और लगभग तीन दशक तक सार्वजनिक जीवन में काम किया है।
- श्री @JPNadda pic.twitter.com/3jfhrpJ6XQ
— BJP (@BJP4India) July 16, 2022
ଜଗଦୀପ ଧନଖର ବର୍ତ୍ତମାନ ପଶ୍ଚିମବଙ୍ଗର ରାଜ୍ୟପାଳ । ଜେପି ନଡ୍ଡା କହିଛନ୍ତି ଯେ ଜଗଦୀପ ଧନଖର ଜଣେ କୃଷକର ପୁଅ, ଯିଏ ନିଜକୁ ଲୋକମାନଙ୍କର ରାଜ୍ୟପାଳ ଭାବରେ ପ୍ରତିଷ୍ଠିତ କରିଛନ୍ତି । ଜଗଦୀପ ଧନଖର ତିନି ଦଶନ୍ଧିରୁ ଅଧିକ ସମୟ ଧରି ରାଜନୀତିରେ ଅଛନ୍ତି । ୧୯୮୯ ଲୋକସଭା ନିର୍ବାଚନରେ ଜୁଞ୍ଜୁନୁରୁ ସାଂସଦ ଭାବରେ ନିର୍ବାଚିତ ହେବା ପରେ ସେ ରାଜନୀତିରେ ପ୍ରବେଶ କରିଥିଲେ । ଏହା ପରେ ସେ ୧୯୯୦ ରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ୧୯୯୩ ରେ ସେ ଅଜମେର ଜିଲ୍ଲାର କିଶାନଗଡ ନିର୍ବାଚନମଣ୍ଡଳୀରୁ ରାଜସ୍ଥାନ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।
ଜୁଲାଇ ୨୦୧୯ ରେ, ସେ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ, ଯେଉଁଠାରେ ସେ କଠିନ ପରିଶ୍ରମ କରିଥିଲେ ଓ ଜନ କଲ୍ୟାଣ ପ୍ରସଙ୍ଗ ଉପରେ ଆଲୋକପାତ କରି ପିପୁଲ୍ସ ଗଭର୍ଣ୍ଣର ଭାବରେ ପରିଚିତ ହୋଇଥିଲେ । କହିରଖୁଛୁ ଯେ ୨୦୧୭ ରେ ବିହାରର ତତ୍କାଳୀନ ରାଜ୍ୟପାଳ ରାମ ନାଥ କୋବିନ୍ଦଙ୍କୁ ଚୟନ କରିବା ପରେ ବିଜେପି ତତ୍କାଳୀନ କ୍ୟାବିନେଟ ମନ୍ତ୍ରୀ ଏମ ଭେଙ୍କୟା ନାଇଡୁଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ମନୋନୀତ କରିଥିଲା ।
ଧନଖର ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହା ବ୍ୟତୀତ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଭେଟିଥିଲେ। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ଜୁଲାଇ ୧୯ ଓ ଭୋଟ୍ ଅଗଷ୍ଟ ୬ପାଇଁ ଧାର୍ଯ୍ୟ କରାଯାଇଛି । ୨୦୧୭ ମସିହାରେ, ଏନଡିଏ ଉପ-ରାଷ୍ଟ୍ରପତି ପଦ ପାଇଁ ତତ୍କାଳୀନ କେନ୍ଦ୍ର ମନ୍ତ୍ରୀ ନାଇଡୁଙ୍କୁ ମନୋନୀତ କରିଥିଲା । ଏଥର ମଧ୍ୟ ପ୍ରାର୍ଥୀଙ୍କ ବିଜୟ ନିଶ୍ଚିତ କରିବାକୁ ବିଜେପି ଏକ ଦୃଢ଼ ସ୍ଥିତିରେ ଅଛି ।
ଏହା ବି ପଢ଼ନ୍ତୁ: ରାଷ୍ଟ୍ରପତି ନିର୍ବାଚନକୁ ନେଇ AAP କଲା ଘୋଷଣା, କହିଲା- ଦ୍ରୌପଦୀ ମୁର୍ମୁଙ୍କୁ ସମ୍ମାନ, କିନ୍ତୁ ..
ଏହା ବି ପଢ଼ନ୍ତୁ: ଗୁଜୁରାଟ ଦଙ୍ଗା: ତିସ୍ତା ମାଧ୍ୟମରେ ପିଏମ ମୋଦିଙ୍କ ବିରୋଧରେ ଷଡଯନ୍ତ୍ର କରିଥିଲେ ଅହମ୍ମଦ ପଟେଲ-SIT