Top 10 headline: ଜାଣନ୍ତୁ ଆଜି ଦିନର କିଛି ଗୁରୁତ୍ୱପୂର୍ଣ୍ଣ ଖବର..
Trending Photos
1.Diwali 2024: କେବଳ ଦେଶରେ ନୁହେଁ ସମଗ୍ର ବିଶ୍ୱରେ ଦୀପାବଳି ପାଳନ କରାଯାଏ। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେହି ସ୍ୱତନ୍ତ୍ର ଶୈଳୀରେ ଦେଖିବାକୁ ମିଳିଥିଲା ଯେଉଁଥିରେ ସେ ପରାଜୟରେ ଦେଖାଯାଉଥିଲେ। ଚଳିତ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ ସୀମାନ୍ତରେ ଦେଶକୁ ସୁରକ୍ଷା ଦେଉଥିବା ସୈନିକମାନଙ୍କ ସହ ଦୀପାବଳି ପାଳନ କରିଥିଲେ। ଏଥର ପ୍ରଧାନମନ୍ତ୍ରୀ ମୋଦୀ ଗୁଜୁରାଟର କୁଚରେ ପହଞ୍ଚି ସୈନିକମାନଙ୍କ ସହ ଦୀପାବଳି ପାଳନ କରିଥିଲେ।
2.Odisha News: ରାଜ୍ୟର ବିଭିନ୍ନ ବାଟାଲିୟନ୍ରେ ସିପାହି ଓ କନଷ୍ଟେବଲ୍ ନିଯୁକ୍ତି ପାଇଁ ଆବେଦନର ସମୟସୀମା ୨୦୨୪ ନଭେମ୍ବର ୧୫ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସିପାହୀ ଓ କନଷ୍ଟେବଲ୍ ପଦ ପାଇଁ ଧାର୍ଯ୍ୟ ସର୍ବାଧିକ ବୟସସୀମା ୬ ବର୍ଷ କୋହଳ ପ୍ରସଂଗ ନେଇ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଶେଶ୍ବର ବିଶ୍ବାଳ, କାହ୍ନୁଚରଣ ଗୋଚ୍ଛାୟତ, ନୀଳମଣି ନାୟକ ଓ ଅନ୍ୟମାନଙ୍କ ତରଫରୁ ଦାୟର ତିନୋଟି ମାମଲାର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କିତ ଅନ୍ୟ ୧୭ଟି ମାମଲା ସହିତ ଏହି ତିନି ମାମଲାର ନଭେମ୍ବର ୧୧ରେ ଏକତ୍ର ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
3.Shimilipal: ଶିମିଳିପାଳକୁ ଆସିଥିବା ନୂଆ ବାଘୁଣୀ ଯମୁନା ଆଜି ବାରହା ଶିକାର କରିଛି। ସ୍ଵତନ୍ତ୍ର ଏନକ୍ଲୋଜର ଭିତରେ ହରିଣ ଓ ବାରହା ଛଡ଼ା ଯାଇଥିବା ବେଳେ ଯମୁନା ବାରହାକୁ ଶିକାର କରିଥିବା ସୂଚନା ମିଳିଛି। ଶିମିଳିପାଳ କ୍ଷେତ୍ର ନିର୍ଦେଶକଙ୍କ ପକ୍ଷରୁ ଏହି ସୂଚନା ମିଳିଛି।
4.Cartridges Seize: ପୁରୁଷୋତ୍ତମ ଏକ୍ସପ୍ରେସ୍ରୁ ୧୫୦ ଗୁଳି ଜବତ। ପୁରୀ ରେଳଷ୍ଟେସନରୁ ନୂଆଦିଲ୍ଲୀ- ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ୍ ଟେନ୍ର ଏକ ବର୍ଥରୁ ୧୫ଟି ପ୍ୟାକେଟ୍ ଭର୍ଭି ଗୁଳି ଜବତ ହୋଇଛି। ୮ ମିମିର ୧୫ଟି ପ୍ଯାକେଟ୍ ଗୁଳି ଜବତ କରାଯାଇଛି। ୧୫ ପ୍ୟାକେଟ୍ରେ ୧୫୦ଟି ଅଫୁଟା ୮ ମିମିର ଗୁଳି ମିଳିବା ପରେ ଏହାକୁ ନେଇ ଆର୍ପିଏଫ୍ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଆର୍ପିଏଫ୍ ପକ୍ଷରୁ ଏନେଇ ରେଳବାଇ ଥାନାରେ ଅଭିଯୋଗ କରାଯାଇଛି। ଆର୍ପିଏଫ୍ ଏଏସ୍ଆଇ ଦୀପକ କୁମାର ପଟ୍ଟନାୟକ ରେଳବାଇ ଥାନାରେ କରିଥିବା ଅଭିଯୋଗ ଅନୁସାରେ ସେ ବୁଧବାର B ସିଫ୍ଟ ଡ୍ୟୁଟି କରୁଥିବା ବେଳେ ପ୍ଲାଟଫର୍ମରେ ଥିବା ରେଳକୋଚ ଗୁଡ଼ିକୁ ଯାଞ୍ଚ କରୁଥିଲେ। ଏହି ସମୟରେ କୋଟିଂ ଡିପୋର ସୁଇପର ତାଙ୍କୁ ନୂଆଦିଲ୍ଲୀ- ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ୍ର ୭୩ ନମ୍ବର ବର୍ଥରେ ଏକ କଳା ରଙ୍ଗର ଛୋଟ ବ୍ୟାଗ ପଡ଼ିଥିବା ନେଇ ସୂଚନା ଦେଇଥିଲା।
5.Odisha News: କେନ୍ଦୁଝର ପ୍ରସିଦ୍ଧ କାଳୀପୂଜା ମେଳା। କାଳୀପୂଜାରେ ବସିବ ୧ହଜାରରୁ ଅଧିକ ଷ୍ଟଲ୍। ଏ-ବର୍ଷ ୮୪ ବର୍ଷରେ କାଳୀତୀର୍ଥ କାଳୀପୂଜା ପଦାର୍ପଣ କରିଥିବା ବେଳେ, ୫୬ବର୍ଷରେ ପଦାର୍ପଣ କରିଛି ନେତ୍ରାକାଳୀ ପୂଜା। ଏଥିସହ, ୩୮ବର୍ଷରେ ପଦାର୍ପଣ କରିଛି କାଶୀପୁର ମା ଶ୍ମଶାନ କାଳୀଙ୍କର ପୂଜା। ମା କାଳୀଙ୍କର ଦର୍ଶନ ସହ ଏଠାରେ ୧୫ଦିନ ଧରି ଚାଲିବ କେନ୍ଦୁଝର ପ୍ରସିଦ୍ଧ କାଳୀପୂଜା ମେଳା। ମେଳାରେ ଅପେରା, ମୀନାବଜାର, ଫୁଡ୍ ବଜାର ଓ ବିଭିନ୍ନ ଦୋଳିର ବେଶ୍ ମଜା ଉଠାଇବେ ଲୋକେ। ଏବର୍ଷ ମୁଖ୍ୟମନ୍ତ୍ରୀ କାଳୀପୂଜାରେ ସାମିଲ୍ ହେବାକୁ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ଆୟୋଜକ।
6. Diwali 2024: ଆଜି ଆଲୋକର ପର୍ବ ଦୀପାବଳି। ଏନେଇ ଉତ୍ସବ ମୁଖର ଗାଁ ଠୁ ସହର। ଭଳିକି ଭଳି ରଙ୍ଗୀନ୍ ଆଲୋକମାଳାରେ ସଜେଇ ହୋଇଛି ପୂରା ଘର ଓ ବିଭିନ୍ନ ଅନୁଷ୍ଠାନ। ଆନନ୍ଦ, ଆଲୋକ, ଉତ୍ସାହ, ସୁଖ, ସମୃଦ୍ଧିକୁ ନେଇ ଆସିଛି ଦୀପାବଳି । ହିନ୍ଦୁ ପରମ୍ପରାରେ ଆଲୋକର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଅନ୍ଧକାର ହେଲା ଦୁଷ୍ଟ ତଥା ନକାରାତ୍ମକ ଶକ୍ତିର ପ୍ରତୀକ ଆଉ ଆଲୋକ ଅର୍ଥ ପବିତ୍ରତା। ତେଣୁ ଘରକୁ ଆଲୋକମାଳାରେ ସଜାଇ ନକରାତ୍ମକ ଶକ୍ତିକୁ ଘରୁ ବାହାର କରିଦେବାକୁ ଲୋକେ ଏହି ପର୍ବ ପାଳନ କରନ୍ତି। ଦୀପାବଳି ସାଙ୍ଗକୁ ସାରା ଦେଶରେ ଆରମ୍ଭ ହୋଇଛି ମା କାଳୀଙ୍କ ପୂଜା। ବିଭିନ୍ନ ସ୍ଥାନରେ ମା କାଳୀଙ୍କ ପୂଜା ପାଇଁ ଉତ୍ସବ ମୁଖର ହୋଇଉଠିଛି। ରଙ୍ଗୀନ ଆଲୋକ ମାଳା ସଦୃଶ ତୋରଣ ପୂଜା ମଣ୍ଡପକୁ ବେଶ ଆକର୍ଷିତ କରୁଛି।
7.Kali Puja 2024: ଐତିହାସିକ କାଳୀପୂଜା ଉତ୍ସବ ମୁଖର ହୋଇପଡିଛି ଭଦ୍ରକ। ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ଙ୍କ ପୀଠରେ ସପ୍ତଦିବସ ବ୍ୟାପି ସପ୍ତମାତୃକା ବେଶରେ ମା ଙ୍କୁ ପୂଜାର୍ଚନା ନେଇ ଟ୍ରଷ୍ଟ ପକ୍ଷରୁ ବିଶେଷ ଆୟୋଜନ କରାଯାଇଛି । ରୀତିନୀତି ଅନୁଯାୟୀ ମାଆ ଙ୍କ ପୂଜାର୍ଚ୍ଚନା ସହ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ , କଳସ ଶୋଭାଯାତ୍ରା ଅନୁଷ୍ଠିତ ହେବା ନେଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅନ୍ୟପକ୍ଷରେ ଏତିହାସିକ କାଳୀପୂଜା ଉପଲକ୍ଷେ ସହର ରେ ୯ଟି ପୂଜାମଣ୍ଡପରେ ମା ଶ୍ୟାମାକାଳୀଙ୍କ ମୁର୍ମୟୀ ମୂର୍ତ୍ତିଙ୍କର ପୂଜାର୍ଚନା ପାଇଁ ପୂଜା ମଣ୍ଡପ ଗୁଡିକ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି ।
8.Odisha News:ଖୋର୍ଦ୍ଧା : ବହୁ ପ୍ରତିକ୍ଷିତ ବେଗୁନିଆ ବ୍ଲକ ବାଘମାରୀ ପଞ୍ଚାୟତର ପ୍ରସିଦ୍ଧ ପର୍ଯ୍ୟଟନ ଉଷ୍ଣପ୍ରସ୍ରବଣ ସ୍ଥଳୀ ଅଟ୍ରି ଠାରେ ରେଳ ପାସେଞ୍ଜର ହଲ୍ଟ ଉଦଘାଟିତ ହୋଇଯାଇଛି। ପୂର୍ବତଟ ରେଳପଥ ବିଭାଗ ପକ୍ଷରୁ ଖୋର୍ଦ୍ଧା- ବଳାଙ୍ଗିର ରେଳପଥର ଖୋର୍ଦ୍ଧା ଟାଉନ ଓ ବେଗୁନିଆ ଷ୍ଟେସନ ମଧ୍ଯରେ ନୂତନ ଭାବେ ନିର୍ମିତ ଏହି ପାସେଞ୍ଜର ହଲ୍ଟ ରେ ଭଦ୍ରକ-ଦଶପଲ୍ଲା, ଭୁବନେଶ୍ୱର-ଦଶପଲ୍ଲା ଏବଂ ପୁରୀ- ଦଶପଲ୍ଲା ଟ୍ରେନ ରହଣୀ କରିବ। ଏହି ଟ୍ରେନ ହଲ୍ଟ ଯୋଗୁ ପ୍ରାୟ ୧୫ଖଣ୍ଡ ପଞ୍ଚାୟତ ଲୋକେ ଉପକୃତ ହେବେ।
9.Olive Ridley: ଭୁବନେଶ୍ୱର: ଆସନ୍ତା କାଲି ଅର୍ଥାତ ୧ ନଭେମ୍ବର ୨୦୨୪ ଶୁକ୍ରବାର ଠାରୁ ଅଲିଭ ରିଡଲେ କଇଁଛଙ୍କ ପାଇଁ କଟକଣା ଲାଗୁ କରାଯିବ। ଏହି କଟକଣା ଦୀର୍ଘ ୧୬୦ କିଲୋମିଟର ଲମ୍ବରେ ଲାଗୁ କରାଯିବ। ଅନ୍ତୁଡିଶାଳ ଭାବେ ପରିଚିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରୁ ଧାମରା ମୁହାଣ, ଦେବୀ ମୁହାଣ ପର୍ଯ୍ୟନ୍ତ ୧୪୩୭ ବର୍ଗ କିଲୋମିଟରରେ ଏହି କଟକଣାକୁ ଲାଗୁ କରାଯିବ। ଏହି କଟକଣା ମଧ୍ୟରେ ମାଛଧରା ଉପରେ ସମ୍ପୂର୍ଣ୍ଣ ନିଷେଧାଜ୍ଞା ରହିଛି।
10.Entertainment News: ଅଞ୍ଜନେୟ ମିଡ଼ିଆ ପ୍ରଇଭେଟ ଲିମିଟେଡ଼ ପ୍ରସ୍ତୁତ "ହାଫ୍ ଲଭ୍ ଷ୍ଟୋରୀ" ଚଳଚ୍ଚିତ୍ରର ଅଡିଓ ଲୋକାର୍ପଣ ହୋଇଛି । ଶୀତଲ ହୋଟେଲର ଏକ ବର୍ଣ୍ଣାଢ୍ୟ ପରିବେଶରେ ଚଳଚ୍ଚିତ୍ରର ପ୍ରଯୋଜକ, ନିର୍ଦ୍ଦେଶକ, ଅଭିନେତା, ଅଭିନେତ୍ରୀ, ସଙ୍ଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, ଅନେକ ସିନେପ୍ରେମୀଙ୍କ ସମେତ ସାମ୍ବାଦିକ ବନ୍ଧୁମାନଙ୍କ ଗହଣରେ ମହାଡ଼ମ୍ବରରେ ଅଡିଓ ଲୋକାର୍ପଣ ହୋଇଛି। ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ପ୍ରଭାତ କୁମାର ପ୍ରଧାନ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ l ଚଳଚ୍ଚିତ୍ରର କ୍ରି୍ଏଟିଭ ହେଡ଼ ଅଛନ୍ତି ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ l ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ଦେବୀଦତ୍ତ ମହାନ୍ତି l ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ l ଗୀତ ରଚନା କରିଛନ୍ତି ଡଃ ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ ଏବଂ ଡାକ୍ତର ଶୁଭ ଦାଶ l