UP Road accident: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ OSD ମୃତ, ପତ୍ନୀ ଗୁରୁତର
Advertisement
Article Detail0/zeeodisha/odisha1320170

UP Road accident: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ OSD ମୃତ, ପତ୍ନୀ ଗୁରୁତର

ସ୍କର୍ପିଓରେ ଉଭୟ ପତି ପତ୍ନୀ ଗୋରଖପୁରରୁ ଲକ୍ଷ୍ନୈକୁ ଯାଉଥିଲେ। କୁହାଯାଉଛି ଯେ, ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଗାଡିଟି ହଠାତ୍ ରାସ୍ତା ପାର୍ଶ୍ୱରେ ଥିବା ଏକ ଖାଲରେ ଖସିପଡିଥିଲା ​​ଯେଉଁଥିରେ ଉଭୟ ପତି ପତ୍ନୀ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଗୋରଖପୁରର ଗୋରଖନାଥ ଡାକ୍ତରଖାନାକୁ ଅଣାଯାଇଥିଲା, ଯେଉଁଠାରେ ମୋତିଲାଲ ସିଂହଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। 

UP Road accident: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ OSD ମୃତ, ପତ୍ନୀ ଗୁରୁତର

UP Road accident, ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସ୍ପେଶାଲ ଡ୍ୟୁଟି ଅଫିସର (OSD) ମୋତିଲାଲ ସିଂହଙ୍କ ଦେହାନ୍ତ ହୋଇଛି। ଏକ ସଡକ ଦୁର୍ଘଟଣାରେ ମୋତିଲାଲଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀ ଓ ଡ୍ରାଇଭର ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଗୋରଖପୁର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଘଟଣାରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଶୋକ ବ୍ୟକ୍ତ କରିଛନ୍ତି।

ଗୁରୁବାର ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗୋରଖନାଥ ମନ୍ଦିରସ୍ଥିତ କ୍ୟାମ୍ପ କାର୍ଯ୍ୟାଳୟର ଦାୟିତ୍ୱରେ ଥିବା ମୋତିଲାଲ ସିଂହ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ ତାଙ୍କ ପତ୍ନୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଗୁରୁବାର ରାତି ପ୍ରାୟ ଗୋଟାଏ ବେଳେ ଗୋରଖପୁରରୁ ଲକ୍ଷ୍ନୌ ଫେରୁଥିବା ବେଳେ ବସ୍ତି ଜିଲ୍ଲାର ଖାଜାଉଲି ଆଉଟପୋଷ୍ଟ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୋତିଲାଲ ସିଂଙ୍କ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ଗୋରଖପୁରସ୍ଥିତ ବାବା ରାଘବଦାସ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।

Also Read: CJI NV Ramana retires today: ଭାଙ୍ଗିଲେ ସୁପ୍ରିମକୋର୍ଟର ଏହି ରେକର୍ଡ, ଛାଡିଲେ ଅଧିକ-ଶୁଣାଇଲେ କମ୍

 

ସ୍କର୍ପିଓରେ ଉଭୟ ପତି ପତ୍ନୀ ଗୋରଖପୁରରୁ ଲକ୍ଷ୍ନୈକୁ ଯାଉଥିଲେ। କୁହାଯାଉଛି ଯେ, ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଗାଡିଟି ହଠାତ୍ ରାସ୍ତା ପାର୍ଶ୍ୱରେ ଥିବା ଏକ ଖାଲରେ ଖସିପଡିଥିଲା ​​ଯେଉଁଥିରେ ଉଭୟ ପତି ପତ୍ନୀ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଗୋରଖପୁରର ଗୋରଖନାଥ ଡାକ୍ତରଖାନାକୁ ଅଣାଯାଇଥିଲା, ଯେଉଁଠାରେ ମୋତିଲାଲ ସିଂହଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୋତିଲାଲ ସିଂ ମ୍ୟୁନିସିପାଲିଟି କର୍ପୋରେସନରେ ଅତିରିକ୍ତ ମ୍ୟୁନିସିପାଲିଟି ଅଫିସର ପଦରୁ ଅବସର ନେଇଥିଲେ। ଏହା ପରେ ଗୋରଖନାଥ ମନ୍ଦିରରେ ତାଙ୍କର ସେବା ଦେଉଥିଲେ।

fallback

ମୁଖ୍ୟମନ୍ତ୍ରୀଙ୍କ କ୍ୟାମ୍ପ ଅଫିସ ଏବଂ ଜନତା ଦର୍ଶନରୁ ମନ୍ଦିରକୁ ଆସୁଥିବା ସମସ୍ତ ସମସ୍ୟାର ସମାଧାନରେ ମୋତିଲାଲ ସଂଯୋଜକ ଭୂମିକା ଗ୍ରହଣ କରୁଥିଲେ। ମୋତିଲାଲ ସିଂହଙ୍କ ମୃତ୍ୟୁ ଖବର ପାଇବା ମାତ୍ରେ ଶୁକ୍ରବାର ସକାଳୁ ମନ୍ଦିରରେ ଭିଡ଼ ଜମିବା ଆରମ୍ଭ ହୋଇଥିଲା। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ମୁହୂର୍ତ୍ତର ସୂଚନା ମଧ୍ୟ ନେଉଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରି ମୋତିଲାଲ ସିଂହଙ୍କ ଗାଡି ଦୁର୍ଘଟଣା ଖବର ଦେବା ସହ ମୃତକଙ୍କ ପରିବାରକୁ ସମବେଦନା ଦିଆଯାଇଛି।

Also Read: ରାଜଧାନୀ ରାଜନୀତିରେ ରାଜଘାଟ; AAPର ପରିଦର୍ଶନ ପରେ ଗଙ୍ଗା ଜଳ ଛିଞ୍ଚିଲା ବିଜେପି

ଆଜମଗଡର ବାସିନ୍ଦା ମୋତିଲାଲ, ଗୋରଖନାଥ ମନ୍ଦିର ତଥା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ନିକଟତର ଥିଲେ। ତାଙ୍କୁ ମ୍ୟୁନିସିପାଲିଟି କର୍ପୋରେସନରେ ଅତିରିକ୍ତ କମିଶନର ଭାବରେ ନିଯୁକ୍ତ ହୋଇଥିଲେ। ତାଙ୍କର ପ୍ରଶାସନିକ ଦକ୍ଷତା ଦେଖି ତାଙ୍କର ଅବସର ପରେ ୨୦୧୭ରେ ତାଙ୍କୁ ଗୋରଖନାଥ ମନ୍ଦିରରେ ପ୍ରତିଷ୍ଠିତ ମୁଖ୍ୟମନ୍ତ୍ରୀଙ୍କ କ୍ୟାମ୍ପ କାର୍ଯ୍ୟାଳୟର ଦାୟିତ୍ୱ ଦେଇଥିଲେ। ପରେ ତାଙ୍କୁ OSDର ନାମ ମଧ୍ୟ ଦିଆଯାଇଥିଲା ସେପ୍ଟେମ୍ବର ୩୦ରେ ମୋତିଲାଲଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା।