ଭାରତ ପାଇଁ ଶୁଭ ସଙ୍କେତ! ବ୍ରିଟେନ, ଆମେରିକା ପରି ଶକ୍ତିଶାଳୀ ଦେଶରେ ଭାରତୀୟ ବଂଶୋଦ୍ଭବଙ୍କ ରାଜ୍
Advertisement
Article Detail0/zeeodisha/odisha1410795

ଭାରତ ପାଇଁ ଶୁଭ ସଙ୍କେତ! ବ୍ରିଟେନ, ଆମେରିକା ପରି ଶକ୍ତିଶାଳୀ ଦେଶରେ ଭାରତୀୟ ବଂଶୋଦ୍ଭବଙ୍କ ରାଜ୍

Top Global Leader: ବିଶ୍ୱରେ ଭାରତର ଗୌରବ ବଢ଼ାଉଛନ୍ତି ଭାରତୀୟ ବଂଶୋଦ୍ଭବ ରାଜନେତା । ଯୁକ୍ତରାଷ୍ଟ୍ର ଆମେରିକାଠାରୁ ଆରମ୍ଭ କରି ପର୍ତ୍ତୁଗାଲ ଯାଏ, ଭାରତୀୟ ବଂଶୋଦ୍ଭବ ଓ ଭାରତୀୟ ରାଜନେତାଙ୍କ ଜୟକାର ଶୁଣିବାକୁ ମିଳୁଛି । ଭାରତୀୟ ବଂଶୋଦ୍ଭବ ରାଜନେତା ଏବେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରର ମହତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରୁଛନ୍ତି । 

ଭାରତ ପାଇଁ ଶୁଭ ସଙ୍କେତ! ବ୍ରିଟେନ, ଆମେରିକା ପରି ଶକ୍ତିଶାଳୀ ଦେଶରେ ଭାରତୀୟ ବଂଶୋଦ୍ଭବଙ୍କ ରାଜ୍

Top Global Leader: ବିଶ୍ୱର ବିଭିନ୍ନ ଶକ୍ତିଶାଳୀ ଦେଶରେ ଯେଉଁ କେତେ ଜଣ ଭାରତୀୟ ବଂଶୋଦ୍ଭବ ଭାରତର ପାଇଁ ଗୌରବ ଆଣିଛନ୍ତି, ସେହି ତାଲିକାରେ ଏବେ ଯୋଡ଼ି ହୋଇଛି ରିଷି ସୁନକଙ୍କର ନାମ । ସୁନାକଙ୍କ ପୂର୍ବରୁ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍, ମରିସସ ପ୍ରଧାନମନ୍ତ୍ରୀ ପ୍ରବନ୍ଦ ଜଗନ୍ନାଥ ଓ ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଆଣ୍ଟେନିଓ କୋଷ୍ଟା ମଧ୍ୟ ବିଶ୍ୱର ପ୍ରମୁଖ ନେତାଙ୍କ ମଧ୍ୟରେ ଅଛନ୍ତି । 

ବ୍ରିଟେନର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହୋଇ ଚର୍ଚ୍ଚାକୁ ଆସିଛନ୍ତି ଭାରତୀୟ ବଂଶୋଦ୍ଭବ ରିଷି ସୁନକ । ମାତ୍ର ୭ ବର୍ଷର ରାଜନୈତିକ କ୍ୟାରିଅର ମଧ୍ୟରେ ବିଶ୍ୱର ଶକ୍ତିଶାଳୀ ଗଣତନ୍ତ୍ର ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ହାସଲ କରିପାରିଛନ୍ତି ରିଷି ।  ରିଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ଘୋଷିତ ହେବାପରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ହେବେ ରିଷି ସୁନକ । ଲିଜ୍ ଟ୍ରସଙ୍କ ଇସ୍ତଫା ପରେ ଆନୁଷ୍ଠାନିକ ଭାବେ ପ୍ରଧାନମନ୍ତ୍ରୀ ଭାବରେ ରିଷି ସୁନକଙ୍କ ନାମ ଘୋଷଣା  କରାଯାଇଛି । ରିଷି ସୁନକଙ୍କୁ ବ୍ରିଟେନର ୧୮୦ରୁ ଅଧିକ ସାଂସଦଙ୍କ ସମର୍ଥନ ମିଳିଛି । ଆସନ୍ତା ଅକ୍ଟୋବର ୨୮ରେ ରିଷି ସୁନକ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ।

 

ଭାରତୀୟ ବଂଶୋଦ୍ଭବ ରିଷି ସୁନକ ବ୍ରିଟେନ ପ୍ରଧାନମନ୍ତ୍ରୀ

ରିଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ଭାରତ-ବ୍ରିଟେନ ସମ୍ପର୍କ ସୁଦୃଢ଼ ହେବା ଆଶା କରାଯାଉଛି । କାରଣ ବ୍ୟକ୍ତିଗତ ସ୍ତରରେ ସୁନକ ଏବେବେ ଭାରତ ସହିତ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ । ବ୍ରିଟେନ କନଜରଭେଟିଭ ପାର୍ଟି ନେତା ରିଷି ସୁନକଙ୍କ ବାପା-ମାଆ ଉଭୟ ଭାରତୀୟ । ୧୯୮୦ ମସିହା ମେ ୧୨ରେ ଇଂଲଣ୍ଡର ସାଉଥଆମ୍ପଟନରେ ରିଷିଙ୍କ ଜନ୍ମ ହୋଇଥିଲା । ୪୨ ବର୍ଷୀୟ ରିଷି ସୁନକ ଭାରତର ବିଶିଷ୍ଟ ବ୍ୟବସାୟୀ ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କୁ ବିବାହ କରିଛନ୍ତି । ତାଙ୍କର କୃଷ୍ଣା ଓ ଅନୁଷ୍କା ନାମରେ ଦୁଇ ଝିଅ ଅଛନ୍ତି । 

ଭାରତୀୟ ବଂଶୋଦ୍ଭବ କମଲା ହାରିସ ଆମେରିକା ଉପରାଷ୍ଟ୍ରପତି 

ଯୁକ୍ତରାଷ୍ଟ୍ର ଆମେରିକାଠାରୁ ଆରମ୍ଭ କରି ପର୍ତ୍ତୁଗାଲ ଯାଏ, ଭାରତୀୟ ବଂଶୋଦ୍ଭବ ଓ ଭାରତୀୟ ରାଜନେତାଙ୍କ ଜୟକାର ଶୁଣିବାକୁ ମିଳୁଛି । ଭାରୀତୀୟ ବଂଶୋଦ୍ଭବ ରାଜନେତା ଏବେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରର ମହତ୍ୱପୂର୍ଣ୍ଣ ବିଭାଗରେ କାର୍ଯ୍ୟ କରୁଛନ୍ତି । ରିଷି ସୁନକ ବ୍ରିଟେନ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ବିଶ୍ୱର ସର୍ବଶକ୍ତିଶାଳୀ ରାଷ୍ଟ୍ର  ଯୁକ୍ତରାଷ୍ଟ୍ର ଆମେରିକାର ଦ୍ୱିତୀୟ ଶକ୍ତିଶାଳୀ ରାଷ୍ଟ୍ରନେତା ବା ଉପରାଷ୍ଟ୍ରପତି ହୋଇପାରିଛନ୍ତି କମଲା ହାରିସ । ଡେମୋକ୍ରାଟିକ ନେତ୍ରୀ କମଲା ହାରିସ ଆମେରିକା ଇତିହାସରେ ପ୍ରଥମ ମହିଳା ଉପାଧ୍ୟକ୍ଷ ଭାବେ ସଫଳତାର ସହ କାର୍ଯ୍ୟ ନିର୍ବାହ କରୁଛନ୍ତି । ମୂଳ ରୂପରେ ତାମିଲନାଡୁ ନିବାସୀ କମଳା ହାରିସ ୨୦୧୧ରୁ ୨୦୧୭ ଯାଏ କାଲିଫର୍ଣ୍ଣିଆର ଆଟର୍ଣ୍ଣି ଜେନେରାଲ ଭାବେ କରିସାରିଛନ୍ତି ।  

ଭାରତୀୟ ବଂଶୋଦ୍ଭବ ପ୍ରବିନ୍ଦ ଜଗନ୍ନାଥ ମରିସସ୍ ପ୍ରଧାନମନ୍ତ୍ରୀ

ଦୁନିଆର ବଡ଼ ନେତାଙ୍କ ମଧ୍ୟରେ ଅନ୍ୟତମ ଭାରତୀୟ ବଂଶୋଦ୍ଭବ ପ୍ରବିନ୍ଦ ଜଗନ୍ନାଥ । ସେ ଏବେ ମରିସସର ଲୋକପ୍ରିୟ ପ୍ରଧାନମନ୍ତ୍ରୀ । ପୂର୍ବରୁ କ୍ୟାବିନେଟରେ ପ୍ରମୁଖ ପଦରେ ସଫଳତାର ସହ କାର୍ଯ୍ୟ କରିଥିବା ପ୍ରବିନ୍ଦ ଜଗନ୍ନାଥ ସର୍ବସମ୍ମତିରେ ମରିସସ୍ ର ପ୍ରଧାନମନ୍ତ୍ରୀ ଚୟନ ହୋଇଥିଲେ । ତାଙ୍କର ଜନ୍ମ  ଲା-କେୱର୍ଣ୍ଣେରେ ଏକ ଭାରତୀୟ ପରିବାରରେ ଜନ୍ମ ହୋଇଥିଲେ । 

 

ଏହାବି ପଢ଼ନ୍ତୁ: UK Prime Minister: ବ୍ରିଟେନ ରାଜାଙ୍କଠୁ ଧନୀ ରିଷି ସୁନାକ, ଜାଣନ୍ତୁ ସେ କେତେ ସମ୍ପତ୍ତିର ମାଲିକ

 

ଭାରତୀୟ ବଂଶୋଦ୍ଭବ ଏଣ୍ଟେନିଓ କୋଷ୍ଟା ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ

ସେହିପରି ଆଉଜଣେ ଭାରତୀୟ ବଂଶୋଦ୍ଭବ ଏଣ୍ଟେନିଓ କୋଷ୍ଟା ପର୍ତ୍ତୁଗାଲର ପ୍ରଧାନମନ୍ତ୍ରୀ ପଦରେ ଅଭିଷିକ୍ତ ହୋଇଛନ୍ତି । ଚଳିତବର୍ଷ ତୃତୀୟ ଥର ପାଇଁ ନିର୍ବାଚନରେ ବିଜୟୀ ହେବା ପରେ ତୃତୀୟ ଥର ପାଇଁ କାର୍ଯ୍ୟଭାର ଗ୍ରହରଣ କରିଛନ୍ତି । ପର୍ତ୍ତୁଗାଲ ବ୍ୟତୀତ ଏବେବି ଭାରତର ଗୋଆରେ ଏଣ୍ଟେନିଓ କୋଷ୍ଟାଙ୍କ ସମ୍ବନ୍ଧ ରହିଛି ।