ଋଷ-ଚୀନ ପାଇଁ କାଳ ସାଜିବ ଆମେରିକାର ଏହି ଖତରନାକ ଅସ୍ତ୍ର! ଆଣିପାରେ 'ପରମାଣୁ ପ୍ରଳୟ'
Advertisement

ଋଷ-ଚୀନ ପାଇଁ କାଳ ସାଜିବ ଆମେରିକାର ଏହି ଖତରନାକ ଅସ୍ତ୍ର! ଆଣିପାରେ 'ପରମାଣୁ ପ୍ରଳୟ'

USS Columbia Nuclear Submarine: ଆମେରିକାର କଲମ୍ବିଆ ବୁଡ଼ାଜାହାଜ ନିଜର ମହାବିନାଶକାରୀ ସାମର୍ଥ୍ୟ ଯୋଗୁଁ ବିଶ୍ୱର ସର୍ବବୃହତ ନୌସେନା ଚୀନ ବିରୁଦ୍ଧରେ ବଡ଼ ଶକ୍ତି ବୃଦ୍ଧି କରାଇବ । ଏହି ବୁଡ଼ାଜାହାଜ ତିଆରି କରୁଥିବା ଆମେରିକାର ବୃହତ୍ ଜେନେରାଲ୍ ଡାଇନାମିକ୍ସ କହିଛି ଯେ, ଆମେରିକାର ନୌସେନା ପାଇଁ ବୁଡ଼ାଜାହାଜ ହେଉଛି ପ୍ରାଥମିକତା ଓ କଲମ୍ବିଆ ମଧ୍ୟ ଏଥିରେ ଖାସ୍ ରହିଛି । ଏହା ଆମେରିକାର ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ଏକ ଦବଦବା ବନାଇଥାଏ ।

ଋଷ-ଚୀନ ପାଇଁ କାଳ ସାଜିବ ଆମେରିକାର ଏହି ଖତରନାକ ଅସ୍ତ୍ର! ଆଣିପାରେ 'ପରମାଣୁ ପ୍ରଳୟ'

ନୂଆଦିଲ୍ଲୀ: USS Columbia Nuclear Submarine: ଚୀନର ନୌସେନା (Chinese Navy) ର ଚ୍ୟାଲେଞ୍ଜ ମଧ୍ୟରେ ଆମେରିକା ନିଜର ସବୁଠାରୁ ଖତରନାକ ତଥା ଆଧୁନିକ ପରମାଣୁ ବୁଡ଼ାଜାହାଜ କଲମ୍ବିଆର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି । ଏହି ଆମେରିକୀୟ ବୁଡ଼ାଜାହାଜ ବହୁ ପରିମାଣରେ କ୍ଷେପଣାସ୍ତ୍ର ବର୍ଷା କରିବାରେ ସକ୍ଷମ । ଚୀନର ନୌସେନାକୁ ଟକ୍କର ଦେବା ପାଇଁ ଆମେରିକା ଏହି ପରମାଣୁ ବୁଡ଼ାଜାହାଜ ନିର୍ମାଣ ଆରମ୍ଭ କରିଛି । USS କଲମ୍ବିଆ (China Russia) ହେଉଛି ଏକ ନୂତନ କ୍ଲାସର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବୁଡ଼ାଜାହାଜ ଓ ୨୦୨୭ ସୁଦ୍ଧା ଆମେରିକାର ନୌସେନା (US Navy) ରେ ସାମିଲ ହୋଇଯିବ । ଆସନ୍ତୁ ଜାଣିବା ଏହି ପରମାଣୁ ଚାଳିତ ବୁଡ଼ାଜାହାଜ ବିଷୟରେ..

ସବୁଠାରୁ ଲମ୍ୱା, ଘାତକ, ଆଧୁନିକ ବୁଡ଼ାଜାହାଜ 

କଲମ୍ବିଆ କ୍ଲାସର ବୁଡ଼ାଜାହାଜ ଆମେରିକାର ସବୁଠାରୁ ଲମ୍ୱା, ଘାତକ ଏବଂ ଉନ୍ନତ ବୁଡ଼ାଜାହାଜ ହେବ । ଆମେରିକାର ନୌସେନା ଆସନ୍ତା ଦଶନ୍ଧିରେ ସମୁଦାୟ ୧୨ଟି କଲମ୍ବିଆ ଶ୍ରେଣୀର ବୁଡ଼ାଜାହାଜ ନିର୍ମାଣ କରିବାକୁ ଚାହୁଁଛି । ଏହି ବୁଡ଼ାଜାହାଜ ପାଇଁ ଡିଜାଇନ୍ କାର୍ଯ୍ୟ ୨୦୦୭ ମସିହାରେ ଆରମ୍ଭ ହୋଇଥିଲା । ପରମାଣୁ ବୁଡ଼ାଜାହାଜର ଏହି ଜାହାଜ ଓହିଓ-ଶ୍ରେଣୀର ବୁଡ଼ାଜାହାଜର ସ୍ଥାନ ନେବ ଓ ସମୁଦ୍ରରେ ଶତ୍ରୁ ବିରୁଦ୍ଧରେ ଆମେରିକାର ସବୁଠୁ ବଡ଼ ପ୍ରତିରୋଧକ ଶକ୍ତି ହେବ ।

କଲମ୍ବିଆରେ ରହିବ ଆମେରିକାର ୭୦ ପ୍ରତିଶତ ପରମାଣୁ ଅସ୍ତ୍ର

ଆମେରିକାର ନୌସେନା ଏକ ବୟାନ ଜାରି କରି କହିଛି ଯେ, ଆମେରିକାର ୭୦ ପ୍ରତିଶତ ପରମାଣୁ ଅସ୍ତ୍ର କଲମ୍ବିଆ ଶ୍ରେଣୀର ବୁଡ଼ାଜାହାଜରେ ମୁତୟନ ହେବ ।  ଆମେରିକା ବର୍ତ୍ତମାନ ୧୪ଟି ପୁରୁଣା ଓହିଓ କ୍ଲାସ୍ SSBNକୁ ସଞ୍ଚାଳିତ କରୁଛି । ଓହିଓ ଶ୍ରେଣୀର ପରମାଣୁ ବୁଡ଼ାଜାହାଜ ୧୯୭୬ରୁ ୧୯୯୭ ମଧ୍ୟରେ ନିର୍ମିତ ହୋଇଥିଲା । ଏହା ବ୍ୟତୀତ ଅନ୍ୟ ଚାରିଟି ପୁରୁଣା ବୁଡ଼ାଜାହାଜକୁ କ୍ରୁଜ୍ ମିସାଇଲ୍ ବୁଡ଼ାଜାହାଜରେ ପରିଣତ କରାଯାଇଛି ।

USS କଲମ୍ବିଆରେ ମୁତୟନ ହେବ ୧୬ଟି ପରମାଣୁ କ୍ଷେପଣାସ୍ତ୍ର

୧୬ଟି ପରମାଣୁ କ୍ଷେପଣାସ୍ତ୍ର USS କଲମ୍ବିଆ ସବମେରାଇନ୍ ଉପରେ ମୁତୟନ ହେବ । ଓହିଓ ଶ୍ରେଣୀର ୨୪ଟି କ୍ଷେପଣାସ୍ତ୍ରଠାରୁ ଏହା ସାମାନ୍ୟ କମ୍ ଅଟେ । ଅବଶ୍ୟ, ଏହି ୫୨୦ ଫୁଟର ବୁଡ଼ାଜାହାଜର ଓଜନ ୨୦ ହଜାର ଟନ୍ ହେବ ଓ ଓହିଓ ଶ୍ରେଣୀ ଅପେକ୍ଷା ଅଧିକ ଲମ୍ବା, ଭାରୀ ଏବଂ ଅତ୍ୟାଧୁନିକ ବୈଦ୍ୟୁତିକ ଡ୍ରାଇଭ୍ ପ୍ରମ୍ପୁଲ୍ ସିଷ୍ଟମ୍ ସହିତ ସଜ୍ଜିତ ହେବ । ଦୁଇଟି ବୁଡ଼ାଜାହାଜ ନିର୍ମାଣ ପାଇଁ ୧୦ ବିଲିୟନ ଡଲାର ଖର୍ଚ୍ଚ ହେବ । ଆମେରିକା ଆଶା କରୁଛି ଯେ ଏହା ସାହାଯ୍ୟରେ ସମୁଦ୍ର ଉପରେ ରାଜ କରିବା ଜାରି ରଖିବାରେ ସକ୍ଷମ ହେବ ।

ଏହା ବି ପଢ଼ନ୍ତୁ:-'ଏହା ଲକଡାଉନ ଓ ବିମୁଦ୍ରୀକରଣ ଭଳି ନିଷ୍ପତ୍ତି, ଅହଂକାରରୁ ଦୂରେଇ ରୁହନ୍ତୁ ମୋଦି ସରକାର'

ଏହା ବି ପଢ଼ନ୍ତୁ:-ବଜ୍ରପାତ ତାଣ୍ଡବରେ ୧୭ ଜଣଙ୍କର ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କାର ସହାୟତା ରାଶି

ଏହା ବି ପଢ଼ନ୍ତୁ:-ଏହି ରାଜ୍ୟରେ ଦେଖାଦେଲା ପେଟ୍ରୋଲ-ଡିଜେଲ ସଙ୍କଟ, କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

 

ଚୀନ ବିରୋଧରେ ଆମେରିକାର ନୌସେନାର ଶକ୍ତି ବୃଦ୍ଧି

ଆମେରିକାର କଲମ୍ବିଆ ବୁଡ଼ାଜାହାଜ ନିଜର ମହାବିନାଶକାରୀ ସାମର୍ଥ୍ୟ ଯୋଗୁଁ ବିଶ୍ୱର ସର୍ବବୃହତ ନୌସେନା ଚୀନ ବିରୁଦ୍ଧରେ ବଡ଼ ଶକ୍ତି ବୃଦ୍ଧି କରାଇବ । ଏହି ବୁଡ଼ାଜାହାଜ ତିଆରି କରୁଥିବା ଆମେରିକାର ବୃହତ୍ ଜେନେରାଲ୍ ଡାଇନାମିକ୍ସ କହିଛି ଯେ, ଆମେରିକାର ନୌସେନା ପାଇଁ ବୁଡ଼ାଜାହାଜ ହେଉଛି ପ୍ରାଥମିକତା ଓ କଲମ୍ବିଆ ମଧ୍ୟ ଏଥିରେ ଖାସ୍ ରହିଛି । ଏହା ଆମେରିକାର ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ଏକ ଦବଦବା ବନାଇଥାଏ ।