US Student Visa: ଆମେରିକାକୁ ଦରକାର ଭାରତୀୟ ଛାତ୍ରଛାତ୍ରୀ; ଏହି ବର୍ଷରେ ଦେଲା ସର୍ବାଧିକ ଭିସା, ଜାଣନ୍ତୁ କାହିଁକି?
Advertisement

US Student Visa: ଆମେରିକାକୁ ଦରକାର ଭାରତୀୟ ଛାତ୍ରଛାତ୍ରୀ; ଏହି ବର୍ଷରେ ଦେଲା ସର୍ବାଧିକ ଭିସା, ଜାଣନ୍ତୁ କାହିଁକି?

US Student Visa: ଆମେରିକା ଚଳିତ ବର୍ଷ ଭାରତୀୟ ଛାତ୍ରମାନଙ୍କୁ ୮୨,୦୦୦ ଭିସା ପ୍ରଦାନ କରିଛି । ଯଦି ତଥ୍ୟକୁ ଦେଖାଯାଏ, ତେବେ ଇତିହାସରେ ଏହି ସଂଖ୍ୟା ସର୍ବାଧିକ ଅଟେ ।

ସୌ: ସୋସିଆଲ ମିଡିଆ

US Student Visa: ଆମେରିକା ଚଳିତ ବର୍ଷ ବିଶ୍ୱର ସର୍ବାଧିକ ସଂଖ୍ୟକ ଭିସା ଭାରତୀୟ ଛାତ୍ରଛାତ୍ରୀ (Indian Students) ମାନଙ୍କୁ ଦେଇଛି । ଆମେରିକାରେ ପଢିବା ପାଇଁ ଆମେରିକାର ଷ୍ଟୁଡେଣ୍ଟ ଭିସା (US Student Visa) ପାଇଥିବାଙ୍କ ମଧ୍ୟରେ ଭାରତୀୟ ଛାତ୍ରଛାତ୍ରୀ ମଧ୍ୟ ଚୀନକୁ ପଛରେ ପକାଇଛନ୍ତି, ଯିଏ ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ନମ୍ବର ୱାନ ଥିଲା । କେବଳ ଏତିକି ନୁହେଁ । ଯଦି ଆମେ ସଂଖ୍ୟା ବିଷୟରେ ଆଲୋଚନା କରିବା, ତେବେ ୨୦୨୨ ମସିହାରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ୮୨ ହଜାର ଆମେରିକୀୟ ଭିସା ମିଳିଛି । ଇତିହାସରେ ଏହି ସଂଖ୍ୟା ସର୍ବାଧିକ ଅଟେ । 

ଭାରତରେ ଆମେରିକାର ଦୂତାବାସ (US Embassy) ଦ୍ୱାରା ଜାରି ଏକ ବୟାନରେ କୁହାଯାଇଛି ଯେ ନୂଆଦିଲ୍ଲୀ, ଚେନ୍ନାଇ, ହାଇଦ୍ରାବାଦ, କୋଲକାତା ଓ ମୁମ୍ବାଇରେ ଥିବା ଆମେରିକୀୟ ଦୂତାବାସର ପ୍ରାଥମିକତା ହେଉଛି ଭାରତୀୟ ଛାତ୍ରମାନଙ୍କୁ ଭିସା ପ୍ରଦାନ କରିବା । ଭାରତର ସବୁଠାରୁ ବରିଷ୍ଠ ଆମେରିକୀୟ କୂଟନୀତିଜ୍ଞ ପାଟ୍ରିସିଆ ଲସିନା କହିଛନ୍ତି ଯେ 'ଆମେ କେବଳ ଗ୍ରୀଷ୍ମ ସିଜିନରେ ୮୨,୦୦୦ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆମେରିକାକୁ ଭିସା ଦେଇଛୁ । ଏହାପୂର୍ବରୁ ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଏତେ ସଂଖ୍ୟକ ଆମେରିକୀୟ ଭିସା ଦିଆଯାଇ ନଥିଲା । ଏହା ଦର୍ଶାଏ ଯେ ଅଧିକାଂଶ ଭାରତୀୟ ପରିବାର ପାଇଁ ଉଚ୍ଚଶିକ୍ଷା ଦୃଷ୍ଟିରୁ ଆଜି ମଧ୍ୟ ଆମେରିକା ହେଉଛି ନମ୍ବର ୱାନ ଦେଶ ।

ସେ କହିଛନ୍ତି ଯେ 'ଏହି ବିଷୟ ଭାରତୀୟ ଛାତ୍ରଛାତ୍ରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ମଧ୍ୟ ଆଲୋକିତ କରିଥାଏ । ଅବଦାନ ଯାହା ଉଭୟ ଦେଶକୁ ଲାଭ ଦିଏ, ଯେହେତୁ ଏହି ଛାତ୍ରଛାତ୍ରୀମାନେ ସେମାନଙ୍କର ଆମେରିକୀୟ ସହଭାଗୀମାନଙ୍କ ସହିତ ଆଜୀବନ ସମ୍ପର୍କ ସ୍ଥାପନ କରନ୍ତି । ଏହା ଆନ୍ତର୍ଜାତୀୟ ସହଭାଗୀତା ବଜାୟ ରଖିବା ଓ ଏହାକୁ ଉନ୍ନତି କରିବାରେ ସାହାଯ୍ୟ କରେ ।'

ଲସିନା କହିଛନ୍ତି, “ଆମେ ବହୁତ ଖୁସି ଯେ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଭିସା ମିଳି ପାରିଲା ଓ ପିଲାମାନେ ନିଜ ନିଜ ବିଶ୍ୱବିଦ୍ୟାଳୟରେ ଠିକ୍ ସମୟରେ ପହଞ୍ଚି ପାରିବେ । ବିଗତ ବର୍ଷଗୁଡିକରେ, କୋଭିଡ୍-୧୯ ମହାମାରୀ ଯୋଗୁଁ ବହୁତ ବିଳମ୍ବ ହୋଇଥିଲା ।'

କନସୁଲାର ବ୍ୟାପାର ମନ୍ତ୍ରୀ ପରାମର୍ଶଦାତା ଡନ୍ ହେଫଲିନ୍ କହିଛନ୍ତି ଯେ ' ଆନ୍ତର୍ଜାତୀୟ ଛାତ୍ରଛାତ୍ରୀ ମାନଙ୍କର ଯିବାଆସିବା ପାଇଁ ଆମେରିକାର କୂଟନୈତିକ କେନ୍ଦ୍ର ଅଟେ । ଏଥିରେ ଭାରତୀୟ ଛାତ୍ରଛାତ୍ରୀଙ୍କ ଯେତିକି ଯୋଗଦାନ ରହିଛି, ସେତିକି ଅନ୍ୟ କାହାର ଅବଦାନ ନାହିଁ ।'

ଆମେରିକାକୁ ଆସୁଥିବା ଆନ୍ତର୍ଜାତୀୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ କେବାର ୨୦ ପ୍ରତିଶତ ଭାରତୀୟ ଅଟନ୍ତି । ଗତ ବର୍ଷ ଓପନ୍ ଡୋର୍ସ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଥିଲା ଯେ ୨୦୨୦-୨୧ ଶିକ୍ଷାବର୍ଷରେ ଭାରତରୁ ଆମେରିକା ଯାଉଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧,୬୭,୫୮୨ ଥିଲା । 

ଏହା ବି ପଢ଼ନ୍ତୁ: Trump on PM Modi: ପିଏମ ମୋଦିଙ୍କୁ ନେଇ ବଡ ବୟାନ ଦେଲେ ଡୋନାଲ୍ଡ ଟ୍ରମ୍ପ, ଜାଣନ୍ତୁ କ'ଣ କହିଲେ