US-China Conflict: ଚୀନ୍ ବାୟୁସୀମା କ୍ଷେତ୍ରରେ ପଶିଲା ଆମେରିକାର ଯୁଦ୍ଧ ବିମାନ, 'ଉଡାଇ ଦେବା'କୁ ଧମକ ଦେଲା ଚୀନ୍
Advertisement

US-China Conflict: ଚୀନ୍ ବାୟୁସୀମା କ୍ଷେତ୍ରରେ ପଶିଲା ଆମେରିକାର ଯୁଦ୍ଧ ବିମାନ, 'ଉଡାଇ ଦେବା'କୁ ଧମକ ଦେଲା ଚୀନ୍

US-China: ଚୀନ୍ ଓ ତାଇୱାନ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ଆମେରିକାର ସାମରିକ ହେଲିକପ୍ଟର (US Military Helicopter) ରବିବାର ଏବଂ ସୋମବାର (ଅଗଷ୍ଟ ୨୮ ଏବଂ ୨୯) ଗିନ ଚୀନ୍ ବାୟୁସୀମା (China Airspace)  ମଧ୍ୟରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା।

ପ୍ରତୀକାତ୍ମକ

US-China: ଚୀନ୍ ଓ ତାଇୱାନ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ଆମେରିକାର ସାମରିକ ହେଲିକପ୍ଟର (US Military Helicopter) ରବିବାର ଏବଂ ସୋମବାର (ଅଗଷ୍ଟ ୨୮ ଏବଂ ୨୯) ଗିନ ଚୀନ୍ ବାୟୁସୀମା (China Airspace)  ମଧ୍ୟରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା। ରେଡିଓ ପ୍ରସାରଣରୁ ଜଣାପଡିଛି ଯେ, ଚୀନ୍ ବାରମ୍ବାର ଆମେରିକା ସାମରିକ ବିମାନର ପାଇଲଟ ମାନଙ୍କୁ ଚେତାବନୀ ଦେଉଥିଲା ଓ ସେମାନଙ୍କୁ ତାଙ୍କ ଅଞ୍ଚଳରୁ ଫେରିବାକୁ କହୁଥିଲା।

ଫେସବୁକ୍ ପେଜ୍ ତାଇୱାନ ଏଡିଆଇଜେଡ୍  (Taiwan ADIZ) ଦ୍ବାରା ଏହା ଜଣାପଡିଛି ଯେ, ରେଡିଓ ପ୍ରସାରଣ ଅନୁଯାୟୀ ଗୋଟିଏ ଆମେରିକା ସାମରିକ ବିମାନ ସକାଳ ୮:୧୪ ସମୟରେ ତାଇୱାନର ଜଲଡମରୁମଧ୍ୟ ଠାରୁ ଉଡାଣ କରିଥିଲା। ପରେ ଚୀନର ପୂର୍ବ ତଟ ଠାରେ ପହଞ୍ଚିଥିଲା। ଏହା ପରେ ଚୀନ ତରଫରୁ ଇଂରାଜୀରେ ଚେତାବନୀ ଆସିଥିଲା ଯେ, ମୁଁ ଚୀନର ବାୟୁସେନା ଓ ଆପଣ ମୋ ବାୟୁସୀମା କ୍ଷେତ୍ର ପାଖକୁ ଆସୁଛନ୍ତି। ତେଣୁ, ତୁରନ୍ତ ଚାଲିଯାଆନ୍ତୁ, ନଚେତ ତୁମକୁ ଅଟକାଇବୁ। ଏହା ପରେ ସକାଳ ୮:୩୮ ସମୟରେ ଆମେରିକା ବିମାନର ପାଇଲଟଙ୍କ ପକ୍ଷରୁ ଏହାର ଜବାବ ଆସିଥିଲା। ଆମେରିକାନ ପାଇଲଟ ଜବାବ ଦେଇଥିଲେ, ମୁଁ ସଂଯୁକ୍ତ ରାଷ୍ଟ୍ରର ଗୋଟିଏ ସାମରିକ ବିମାନ, ଯିଏ ଅନ୍ତରାଷ୍ଟ୍ରୀୟ ବାୟୁସୀମା କ୍ଷେତ୍ରରେ ବୈଦ୍ଧ ସୈନ୍ୟ ଗତିବିଧିର ସଂଚାଳନ କରୁଛି ଓ ଅନ୍ତରାଷ୍ଟ୍ରୀୟ ଆଇନର କ୍ଷମତା ଅନୁଯାୟୀ ନିଜର ଅଧିକାର ସାବ୍ୟସ୍ତ କରୁଛି। ମୁଁ ସବୁ ରାଜ୍ୟର ଅଧିକାର ଏବଂ କର୍ତ୍ତବ୍ୟ ସମ୍ବନ୍ଧରେ ମୁଁ କାର୍ଯ୍ୟ କରୁଛି। 

ପରବର୍ତ୍ତୀ ଘଣ୍ଟାଏ ମଧ୍ୟରେ ଉଭୟ ପକ୍ଷ ସମାନ ସନ୍ଦେସର ପୁନରାବୃତ୍ତି କରିଥିଲେ। PLA (People’s Liberation Army) ବାୟୁସେନାର ବ୍ରଡକାଷ୍ଟର ଇଂରାଜୀ ଭାଷାରେ ୧୦:୩୨ରେ କହିଥିଲେ, 'ଏହା ହେଉଛି ଚାଇନାର PLA ବାୟୁସେନା, ଆପଣ ଚୀନ୍‌ର ଆକାଶ ମାର୍ଗରେ ପ୍ରବେଶ କରିଛନ୍ତି ଏବଂ ଏହା ଚୀନ୍‌ର ସାର୍ବଭୌମତ୍ୱ ଉପରେ ଏକ ବଡ ବିପଦ ତେଣୁ, ତୁରନ୍ତ ଛାଡି ଚାଲିଯାଅ।

ସୋମବାର ସକାଳ ପ୍ରାୟ ୧୦ଟା ସମୟରେ PLA ପୁନର୍ବାର ଏକ ଆମେରିକାର ସାମରିକ ବିମାନକୁ ଚେତାବନୀ ଦେଉଥିଲା ଯେ, ଏହା ଚୀନ୍ ବାୟୁସୀମା ପାଖକୁ ଆସୁଛି ଏବଂ ତୁରନ୍ତ ସେଠାରୁ ଚାଲିଯାଆନ୍ତୁ। ହେଲେ ଆମେରିକା ବିମାନ ହଟାଇବାର ନାମ ନେଉନଥିଲା। ଏହା ପରେ ଚୀନ୍ ପୁନର୍ବାର ଚେତାବନୀ ଦେଇଛି ଯେ, ଏହା ଚୀନ୍ ବାୟୁସୀମାରେ ପ୍ରବେଶ କରିଛି ଯାହା ଏକ ଉଲ୍ଲଂଘନ। ତେଣୁ, ଏହି ଅଞ୍ଚଳ ତୁରନ୍ତ ଛାଡିଦିଅ।

ତାଇୱାନ ADIZ ଅନୁଯାୟୀ, ଚୀନ୍ ଯୁଦ୍ଧ ବିମାନ ରବିବାର ଓ ସୋମବାର ଦିନ ଆମେରିକାର ଉଭୟ ସାମରିକ ବିମାନକୁ ଅଟକାଇଥିଲା ଓ ପରେ ଆମେରିକାର ହେଲିକପ୍ଟର ଗୁଡିକ ଚୀନ୍ ବାୟୁସୀମା ଛାଡିଥିଲେ। ତାଇୱାନ ନ୍ୟୁଜ୍ ଅନୁଯାୟୀ, ଆମେରିକାର ନୌସେନାର ସିକୋରସ୍କି MH-60 ସିହାଁକ୍ ହେଲିକପ୍ଟର (U.S. Navy Sikorsky MH-60 Seahawk helicopter) ଚୀନ୍‌ର ପ୍ରାଦେଶିକ ସମୁଦ୍ରର ୧୨-ନଟିକାଲ୍ ମାଇଲ୍ ସୀମା ମଧ୍ୟରେ ଉଡିଥିଲା। ତାଇୱାନ ADIZ ଦାବି କରିଛି ଯେ, ସୋମବାର ଦିନ MH-60 ସିହାଁକ, ଚାଇନା ଠାରୁ ୧୨-ନଟିକାଲ ମାଇଲ ଦୂରବର୍ତ୍ତି ସୀମାରେ ପ୍ରବେଶ କରୁଥିବାର ଦେଖିବାକୁ ମିଳିଥିଲା।