UPSC Result 2023: ଏଠାରେ ଦେଖନ୍ତୁ ଓଡ଼ିଆ ପ୍ରତିଯୋଗୀଙ୍କ ପୂରା ତାଲିକା
Advertisement
Article Detail0/zeeodisha/odisha1707983

UPSC Result 2023: ଏଠାରେ ଦେଖନ୍ତୁ ଓଡ଼ିଆ ପ୍ରତିଯୋଗୀଙ୍କ ପୂରା ତାଲିକା

କେନ୍ଦ୍ର ଲୋକସେବା ଆୟୋଗ UPSC CSE 2022 ଫଳାଫଳ ଘୋଷଣା କରିଛି। ଏହି ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀମାନେ ଆୟୋଗର ଅଫିସିଆଲ୍ ୱେବସାଇଟରୁ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ। ପ୍ରାର୍ଥୀମାନେ UPSC ର ଅଫିସିଆଲ୍ ୱେବସାଇଟ୍ upsc.gov.in ରୁ ସିଭିଲ୍ ସର୍ଭିସ୍ ପରୀକ୍ଷାର ଫଳାଫଳ ଯାଞ୍ଚ ଏବଂ ଡାଉନଲୋଡ୍ କରିପାରିବେ। ଇଶିତା କିଶୋର

UPSC Result 2023: ଏଠାରେ ଦେଖନ୍ତୁ ଓଡ଼ିଆ ପ୍ରତିଯୋଗୀଙ୍କ ପୂରା ତାଲିକା

UPSC Result 2023 ନୂଆଦିଲ୍ଲୀ: କେନ୍ଦ୍ର ଲୋକସେବା ଆୟୋଗ UPSC CSE 2022 ଫଳାଫଳ ଘୋଷଣା କରିଛି। ଏହି ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀମାନେ ଆୟୋଗର ଅଫିସିଆଲ୍ ୱେବସାଇଟରୁ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ। ପ୍ରାର୍ଥୀମାନେ UPSC ର ଅଫିସିଆଲ୍ ୱେବସାଇଟ୍ upsc.gov.in ରୁ ସିଭିଲ୍ ସର୍ଭିସ୍ ପରୀକ୍ଷାର ଫଳାଫଳ ଯାଞ୍ଚ ଏବଂ ଡାଉନଲୋଡ୍ କରିପାରିବେ। ଇଶିତା କିଶୋର CS22 ପରୀକ୍ଷା ୨୦୨୨ରେ ଶୀର୍ଷରେ ରହିଛନ୍ତି। ଅନ୍ୟପକ୍ଷରେ ଗରିମା ଲୋହିଆ ଦ୍ୱିତୀୟ ଏବଂ ଉମା ହରିତି ଏନ ତୃତୀୟ ସ୍ଥାନ ପାଇଛନ୍ତି। ଯୋଗ୍ୟତା ତାଲିକାକୁ ଭିତ୍ତିକରି ଭାରତୀୟ ପ୍ରଶାସନିକ ସେବା, ଭାରତୀୟ ବୈଦେଶିକ ସେବା, ଭାରତୀୟ ପୋଲିସ ସେବା ଏବଂ କେନ୍ଦ୍ରୀୟ ସେବା, ଗ୍ରୁପ୍ 'ଏ' ଏବଂ ଗ୍ରୁପ୍ 'ବି' ପାଇଁ ମନୋନୀତ ପ୍ରାର୍ଥୀ ନିଯୁକ୍ତ ହେବେ। ସେହିପରି ୬୭ତମ ସ୍ଥାନରେ ଓଡ଼ିଶାର କସ୍ତୁରୀ ପଣ୍ଡା ରହିଛନ୍ତି। ସଦ୍ୟ ପ୍ରାପ୍ତ ସୂଚନା ଅନୁଯାୟୀ କସ୍ତୁରୀ ଏହି ସ୍ଥାନରେ ରହିବା ସହିତ ରାଜ୍ୟ ଟପ୍ପର ହୋଇଛନ୍ତି। 

ଦେଖନ୍ତୁ ଓଡ଼ିଆ ଛାତ୍ରଛାତ୍ରୀଙ୍କ ତାଲିକା
ସଦ୍ୟ ପ୍ରକାଶିତ ୟୁପିଏସସି ତାଲିକାରେ ମୋଟ ୧୮ ଜଣ ଓଡ଼ିଆ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୭ତମ ସ୍ଥାନରେ ରହିଛନ୍ତି କସ୍ତୁରି ପଣ୍ଡା। ସଦ୍ୟ ସୂଚନା ଅନୁଯାୟୀ ସେ ରାଜ୍ୟ ଟପ୍ପର ହୋଇଛନ୍ତି। କସ୍ତୁରୀଙ୍କ ସହିତ ଅନ୍ୟ ୧୭ ଜଣ ମଧ୍ୟ ଉତ୍ତୀର୍ଣ୍ଣ ହୋଇଛନ୍ତି। ନଜର ପକାନ୍ତୁ ତାଲିକା ଉପରେେ...

1- କସ୍ତୁରୀ ପଣ୍ଡା (୬୭ତମ ସ୍ଥାନ)
2- ସୌମ୍ୟ ରଞ୍ଜନ ଦାଶ (୧୩୬ତମ ସ୍ଥାନ)
3- ସୋନାଲି ମିଶ୍ର (୧୪୦ତମ ସ୍ଥାନ)
4- ଦୁର୍ଗା ପ୍ରସାଦ ଅଧିକାରୀ (୧୬୨ତମ ସ୍ଥାନ)
5- ଲକ୍ଷ୍ମୀପ୍ରିୟା ଉପାଧ୍ୟାୟ (୧୭୬ତମ ସ୍ଥାନ)
6- ଶୁଶ୍ରୀ ସୁଭାଙ୍ଗୀ ଖୁଣ୍ଟିଆ (୨୪୮ତମ ସ୍ଥାନ)
7- ଆକୃତି ସେଠୀ (୨୪୯ତମ ସ୍ଥାନ)
8- ସତ୍ୟପ୍ରକାଶ ମିଶ୍ର (୨୬୧ତମ ସ୍ଥାନ)
9- ଆୟୁଷି ପ୍ରଧାନ (୩୩୪ତମ ସ୍ଥାନ)
୧୦- ତେଜସ୍ୱିନୀ ବେହେରା (୫୧୬ତମ ସ୍ଥାନ)
୧୧- ରାକେଶ କୁମାର ସାହୁ (୫୭୫ତମ ସ୍ଥାନ)
୧୨- ଶୁଭସ୍ନିଗ୍ଧା ସେଠି (୬୮୦ତମ ସ୍ଥାନ)
୧୩- ଶୁଭମ ମିଶ୍ର (୬୮୮ତମ ସ୍ଥାନ)
୧୪- ନିବେଦିତା ଦାସ (୮୪୮ତମ ସ୍ଥାନ)
୧୫- ମାନସ ଜ୍ୟୋତି ଦାସ (୮୮୧)
୧୬- ହରେକ୍ରିଷ୍ଣା ମେହେର (୯୩୧)

ସିଭିଲ୍ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା ୨୦୨୨ ଜୁନ୍ ୫, ୨୦୨୨ରେ ଆୟୋଜିତ ହୋଇଥିଲା। ଏହି ପରୀକ୍ଷା ପାଇଁ ମୋଟ ୧୧,୩୫,୬୯୭ ପ୍ରାର୍ଥୀ ଆବେଦନ କରିଥିଲେ। ସେଥିମଧ୍ୟରୁ କେବଳ ୫,୭୩,୭୩୫ ପ୍ରାର୍ଥୀ ଏହି ପରୀକ୍ଷାରେ ଭାଗ ନେଇଥିଲେ। ଏଠାରେ କହି ରଖୁ ଯେ ସେପ୍ଟେମ୍ବର ୨୦୨୨ରେ UPSC CSE ମେନ୍ ପରୀକ୍ଷା ଆୟୋଜିତ ହୋଇଥିଲା। ସେପ୍ଟେମ୍ବର, ୨୦୨୨ରେ ହୋଇଥିବା ମୁଖ୍ୟ ପରୀକ୍ଷା ପାଇଁ ମୋଟ ୧୩,୦୯୦ ପ୍ରାର୍ଥୀ ଯୋଗ୍ୟ ହୋଇଥିଲେ। ମୋଟ ୨୫୨୯ ପ୍ରାର୍ଥୀ ପରୀକ୍ଷାର ବ୍ୟକ୍ତିଗତ ସାକ୍ଷାତକାର ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଆଜି UPSC CSE 2022 ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ବର୍ତ୍ତମାନ ବିଭିନ୍ନ ସେବାରେ ନିଯୁକ୍ତି ପାଇଁ ଆୟୋଗ ଦ୍ୱାରା ମୋଟ ୯୩୩ ପ୍ରାର୍ଥୀଙ୍କୁ ଚୟନ କରାଯାଇଛି। ଏଥିରେ ୬୧୩ ପୁରୁଷ ଏବଂ ୩୨୦ ମହିଳା ସାମିଲ ରହିଛନ୍ତି। 

ଏହି ପରୀକ୍ଷାରେ ଇଶିତା କିଶୋର ଶୀର୍ଷରେ ରହିଛନ୍ତି। ସିଭିଲ ସର୍ଭିସ ପରୀକ୍ଷା ୨୦୨୨ରେ ଇଶିତା କିଶୋର ଶୀର୍ଷରେ ରହିଛନ୍ତି। ଅନ୍ୟପକ୍ଷରେ ଗରିମା ଲୋହିଆ ଦ୍ୱିତୀୟ ଏବଂ ଉମା ହରିତି ଏନ ତୃତୀୟ ସ୍ଥାନ ପାଇଛନ୍ତି। ସିଭିଲ ସର୍ଭିସେସ୍ ପରୀକ୍ଷା ୨୦୨୨ରେ ଇଶିତା କିଶୋର ଶୀର୍ଷ ସ୍ଥାନ ପାଇଛନ୍ତି। ସେ ଇଚ୍ଛାଧୀନ ବିଷୟ ଭାବେ ରାଜନୈତିକ ବିଜ୍ଞାନ ଏବଂ ବୈଦେଶିକ ସମ୍ପର୍କ ସହିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶ୍ରୀ ରାମ କଲେଜ ଅଫ୍ କମର୍ସରୁ ଅର୍ଥନୀତି (ସମ୍ମାନ)ରେ ସ୍ନାତକ ହାସଲ କରିଛନ୍ତି।

ଗରିମା ଲୋହିଆ ମଧ୍ୟ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ର। କିରୋଡ଼ି ମଲ କଲେଜରୁ ବାଣିଜ୍ୟ ସ୍ନାତକ ଥିବା ଗାରିମା ଲୋହିଆ ଇଚ୍ଛାଧୀନ ବିଷୟ ଭାବରେ ବାଣିଜ୍ୟ ଏବଂ ଆକାଉଣ୍ଟ ସହିତ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ତୃତୀୟ ନମ୍ବରରେ ହାଇଦ୍ରାବାଦର ଆଇଆଇଟିର ଛାତ୍ର ଉମା ହରତି ଏନ (ରୋଲ ନମ୍ବର 1019872) ରହିଛନ୍ତି। ସେ ଇଚ୍ଛାଧୀନ ବିଷୟ ଭାବରେ ଆନ୍ଥ୍ରୋପୋଲୋଜି ସହିତ ଇଞ୍ଜିନିୟରିଂରେ ସ୍ନାତକ (B.Tech) ରେ ତୃତୀୟ ମାନ୍ୟତା ପାଇଛନ୍ତି। UPSC CSE ୨୦୨୨ ପରୀକ୍ଷାରେ ପ୍ରଥମ ଚାରୋଟି ସ୍ଥାନରେ ମହିଳା ରହିଛନ୍ତି। ଚତୁର୍ଥ ନମ୍ବରରେ ଥିବା ସ୍ମୃତି ମିଶ୍ର ଦିଲ୍ଲୀର ମିରାଣ୍ଡା ହାଉସ୍ କଲେଜରୁ ବିଏସସି କରିଛନ୍ତି। ସେ ଏକ ଇଛାଧିନ ବିଷୟ ଭାବରେ ପ୍ରାଣୀ ବିଜ୍ଞାନ ସହିତ ଚତୁର୍ଥ ସ୍ଥାନରେ ରହିଲେ।

ନଜର ପକାନ୍ତୁ ଶ୍ରେଷ୍ଠ ଦଶ ଜଣକ ତାଲିକା ଉପରେ
1- ଇଶିତା କିଶୋର
2-ଗାରିମା ଲୋହିଆ
3-ଉମା ହରତି ଏନ
4-ସ୍ମୃତି ମିଶ୍ର
5-ମୟୁର ହଜାରିକା
6-ଗହନା ନଭ୍ୟା ଜେମ୍ସ
7-ଓ୍ୱସିମ ଅହମ୍ମଦ ଭଟ
8-ଅନିରୁଦ୍ଧ ଯାଦବ
9-କାନିକା ଗୋୟଲ
10-ରାହୁଲ ଶ୍ରୀବାସ୍ତବ