Miracle: ଭଙ୍ଗା କୋଠା ତଳେ ଫସି ରହିଥିଲେ ମହିଳା, ୧୦୪ ଘଣ୍ଟା ପରେ ହେଲେ ଜୀବନ୍ତ ଉଦ୍ଧାର
Advertisement

Miracle: ଭଙ୍ଗା କୋଠା ତଳେ ଫସି ରହିଥିଲେ ମହିଳା, ୧୦୪ ଘଣ୍ଟା ପରେ ହେଲେ ଜୀବନ୍ତ ଉଦ୍ଧାର

Turkey Devastating Earthquake Update: ଉଦ୍ଧାରକାରୀ ଦଳ ଶୁକ୍ରବାର ତୁର୍କୀ କିରିଖାନ ସହରରେ ଭୁଶୁଡ଼ି ପଡ଼ିଥିବା କୋଠା ମଧ୍ୟରୁ ଜଣେ ମହିଳାଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା ମହିଳା ଜଣଙ୍କ ଏକ ଭଙ୍ଗା କୋଠା ତଳେ ୧୦୪ ଘଣ୍ଟା ଧରି ଫସି ରହିଥିଲେ। ଜର୍ମାନ ଜରୁରୀକାଳୀନ ସେବା କର୍ମଚାରୀ ସହରରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ଏକ କୋଠା ତଳୁ ଜେନିପ କହରମାନ ନାମକ ଜଣେ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। 

Miracle: ଭଙ୍ଗା କୋଠା ତଳେ ଫସି ରହିଥିଲେ ମହିଳା, ୧୦୪ ଘଣ୍ଟା ପରେ ହେଲେ ଜୀବନ୍ତ ଉଦ୍ଧାର

Woman Rescued Alive After Trapped Under Collapsed Building: "ଯାହାକୁ ରଖିବେ ଅନନ୍ତ କେ କରିବ ବଳବନ୍ତ। " ଏହି ଓଡ଼ିଆ ଲୋକବାଣୀର ଅର୍ଥ ହେଉଛି ଯାହାକୁ ଭଗବାନ ରକ୍ଷା କରିବେ ତାହାର କେହି କିଛି କ୍ଷତି କରିପାରିବେ ନାହିଁ। ସଦ୍ୟ ତୁର୍କୀର କିରିଖାନ ସହରରେ ଦେଖିବାକୁ ମିଳିଛି ଏହାର ସଦ୍ୟତମ ଉଦାହରଣ।

ଗତ ୬ ତାରିଖରେ ତୁର୍କୀ ଠାରେ ହୋଇଥିବା ବିନାଶକାରୀ ଭୂମିକମ୍ପରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି ସମଗ୍ର ଦେଶ। ଏପରିକି ଦେଶର ଆର୍ଥିକ ମେରୁଦଣ୍ଡ ମଧ୍ୟ ଭାଙ୍ଗିଯାଇଛି। ପୁନଃରୁଦ୍ଧାର ପାଇଁ ସହଯୋଗ କରିବାକୁ ତୁର୍କୀ ବିଶ୍ୱ ସମୁଦାୟକୁ ନିବେଦନ କରିଛି। ସହାୟତ ପ୍ରଦାନ କରିବାକୁ ନିବେଦନ କରିବା ପରେ ବିଶ୍ୱର ବିଭିନ୍ନ ଦେଶ ଭୂକମ୍ପ କ୍ଷତିଗ୍ରସ୍ତ ତୁର୍କୀ ଉଦ୍ଦେଶ୍ୟରେ ବିଭିନ୍ନ ସହାଯ୍ୟ ସହଯୋଗ ପଠାଇଛନ୍ତି।   

ଏହି କ୍ରମରେ ଉଦ୍ଧାରକାରୀ ଦଳ ଶୁକ୍ରବାର ତୁର୍କୀ କିରିଖାନ ସହରରେ ଭୁଶୁଡ଼ି ପଡ଼ିଥିବା କୋଠା ମଧ୍ୟରୁ ଜଣେ ମହିଳାଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା ମହିଳା ଜଣଙ୍କ ଏକ ଭଙ୍ଗା କୋଠା ତଳେ ୧୦୪ ଘଣ୍ଟା ଧରି ଫସି ରହିଥିଲେ। ଜର୍ମାନ ଜରୁରୀକାଳୀନ ସେବା କର୍ମଚାରୀ ସହରରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ଏକ କୋଠା ତଳୁ ଜେନିପ କହରମାନ ନାମକ ଜଣେ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। 

ଘଟଣାସ୍ଥଳରୁ ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି ଆନ୍ତର୍ଜାତୀୟ ଉଦ୍ଧାର ଅଭିଯାନ ମୁଖ୍ୟ ଷ୍ଟିଭେନ୍ ବାୟର୍ କହିଛନ୍ତି, "ବର୍ତ୍ତମାନ ମୁଁ ଚମତ୍କାରରେ ବିଶ୍ୱାସ କରୁଛି। ଆପଣ ଦେଖିଥିବେ ଲୋକେ କାନ୍ଦୁଛନ୍ତି ଏବଂ ପରସ୍ପରକୁ ଆଲିଙ୍ଗନ କରୁଛନ୍ତି। ହେଲେ ଆଶ୍ୱସ୍ତିର କଥା ଏହା ଯେ ଏଭଳି ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି। ଯାହା ସମ୍ପୂର୍ଣ୍ଣ ଚମତ୍କାର।"

ଫେବୃଆରୀ ୬ ତାରିଖରେ ହୋଇଥିବା ବିନାଶକାରୀ ଭୂମିକମ୍ପରେ ପ୍ରାୟ ୨୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ଗତ ମଙ୍ଗଳବାର ଅନୁଭୂତ ହୋଇଥିବା ଏହି ଘାତକ ଭୂକମ୍ପ କାରଣରୁ ଦକ୍ଷିଣ ତୁର୍କୀ ଏବଂ ଉତ୍ତର ପଶ୍ଚିମ ସିରିୟା ଅକଳ୍ପନୀୟ କ୍ଷତି ସହିଛି। ଭୀଷଣ ଥଣ୍ଡା ଭଳି ପରିସ୍ଥିତିରେ ଶହ ଶହ ଲୋକ ବେଘର ହୋଇଯିବା ସହ ଖାଦ୍ୟ ସଂକଟ ଭଳି ସମସ୍ୟାର ସାମ୍ନା କରୁଛନ୍ତି। ଭୂମିକମ୍ପର ସାମ୍ନା କରିଥିବା ଲୋକଙ୍କ ଦୁଃଖ ଦୂର କରିବା ପାଇଁ ଏକ ବହୁ ରାଷ୍ଟ୍ରୀୟ ସହାୟତା ଆବଶ୍ୟକ ହୋଇପଡ଼ିଛି।