Indian Railways: ଆଜି ମୋଟ ୧୪୧ ଟ୍ରେନ୍ ବାତିଲ କଲା ରେଳବାଇ, ଘରୁ ବାହାରିବା ପୂର୍ବରୁ ଦେଖନ୍ତୁ ଲିଷ୍ଟ
Advertisement

Indian Railways: ଆଜି ମୋଟ ୧୪୧ ଟ୍ରେନ୍ ବାତିଲ କଲା ରେଳବାଇ, ଘରୁ ବାହାରିବା ପୂର୍ବରୁ ଦେଖନ୍ତୁ ଲିଷ୍ଟ

IRCTC Cancelled Trains Today List: ୧୫ ଜୁନ୍ ୨୦୨୨ ରେ, ରେଳବାଇ ମୋଟ ୧୪୧ ଟ୍ରେନ୍ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ସୂଚନାଯୋଗ୍ୟ ଯେ ୧୪୧ ଟ୍ରେନ୍ ବାତିଲ ହେବା ପଛରେ ବିଭିନ୍ନ କାରଣ ଅଛି ।

ସାଙ୍କେତିକ ଫଟୋ

Train Cancelled List of 15 June 2022: ପ୍ରତିଦିନ ଭାରତୀୟ ରେଳବାଇ (Indian Railways) ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇ ଥାଏ । ଏଭଳି ପରିସ୍ଥିତିରେ ରେଳବାଇକୁ ଦେଶର ସାଧାରଣ ଲୋକଙ୍କ ପାଇଁ ଲାଇଫ୍ ଲାଇନ୍ (Lifeline) ଭାବରେ ବିବେଚନା କରାଯାଏ । କିନ୍ତୁ, ଅନେକ ଥର ରେଳବାଇକୁ ବିଭିନ୍ନ କାରଣରୁ ଟ୍ରେନକୁ ବାତିଲ୍ (Cancel), ରିସିଡ୍ୟୁଲ (Reschedule) କିମ୍ବା ମାର୍ଗ ପରିବର୍ତ୍ତନ (Divert) କରିବାକୁ ପଡିଥାଏ । ଏଭଳି ପରିସ୍ଥିତିରେ ଯାତ୍ରୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଆପଣ ଯଦି ଆଜି ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି, ତେବେ ସର୍ବପ୍ରଥମେ ଆଜିର ବାତିଲ, ରିସିଡ୍ୟୁଲ ଏବଂ ଡାଇଭର୍ଟ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ ।

ଟ୍ରେନ୍ ବାତିଲ୍, ରିସିଡ୍ୟୁଲ କିମ୍ବା ଡାଇଭର୍ଟ କରିବା ପଛରେ ଅନେକ ଭିନ୍ନ କାରଣ ଅଛି, କିନ୍ତୁ ଏହାର ମୁଖ୍ୟ କାରଣ ହେଉଛି ରେଳ ଟ୍ରାକ୍ ମରାମତି । ପ୍ରତିଦିନ ହଜାର ହଜାର ଟ୍ରେନ୍ ରେଳ ଟ୍ରାକ୍ ଦେଇ ଗତି କରେ । ଏଭଳି ପରିସ୍ଥିତିରେ ସମୟ ସମୟରେ ଏହି ଟ୍ରାକ୍ଗୁଡ଼ିକୁ ମରାମତି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ସହିତ, ବାତ୍ୟା, ବନ୍ୟା କିମ୍ବା ଖରାପ ପାଗରେ ମଧ୍ୟ ଟ୍ରେନକୁ ବାତିଲ, ଡାଇଭର୍ଟ କିମ୍ବା ରିସିଡ୍ୟୁଲ କରିବାକୁ ପଡିଥାଏ । 

୧୫ ଜୁନରେ ରେଳବାଇ ମୋଟ ୧୪୧ ଟ୍ରେନ୍ ବାତିଲ୍ କଲା 
ଆଜି ଅର୍ଥାତ୍ ୧୫ ଜୁନ୍ ୨୦୨୨ ରେ, ରେଳବାଇ ସମୁଦାୟ ୧୪୧ ଟ୍ରେନ୍ ବାତିଲ୍ କରିବାକୁ ନିଷ୍ପତ୍ତି ନେଇଛି । ଯଦି ଆପଣ ଆଜି ଯାତ୍ରା କରିବାକୁ ଯାଉଛନ୍ତି, ତେବେ ନିଶ୍ଚିତ ଭାବରେ ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରନ୍ତୁ । ଏହା ବ୍ୟତୀତ ରେଳବାଇ ଆଜି ମୋଟ ୯ ଟି ଟ୍ରେନ୍ ରିସିଡ୍ୟୁଲ କରିବାକୁ ନିଷ୍ପତ୍ତି ନେଇଛି । ଏହି ରିସିଡ୍ୟୁଲ ଟ୍ରେନ୍ ନମ୍ବର ହେଉଛି ୦୨୫୬୩, ୦୩୨୯୮, ୦୪୧୩୩, ୦୫୫୦୯, ୧୧୧୦୯, ୧୨୭୧୬, ୧୫୧୫୯, ୧୭୬୫୦ ଓ ୧୨୬୩୮ । ଏଥିସହିତ ଆଜି ମୋଟ ୧୨ ଟି ଟ୍ରେନ୍ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଟ୍ରେନ୍ ନମ୍ବର ହେଉଛି ୦୨୫୬୯, ୦୨୫୬୯, ୦୨୫୬୯, ୧୪୬୪୫, ୧୪୬୪୫,୧୪୮୬୬, ୧୪୮୬୬, ୧୪୮୬୬, ୧୫୭୦୭, ୧୫୭୦୭, ୧୯୨୨୬ ଓ ୨୦୮୧୩ ଟ୍ରେନ୍ ନମ୍ବର ଅନ୍ତର୍ଭୁକ୍ତ । ଆଜି ରେଳ ଷ୍ଟେସନକୁ ଯିବା ପୂର୍ବରୁ, ଆପଣଙ୍କୁ ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରିବା ଜରୁରୀ । ଜାଣନ୍ତୁ କିପରି ସହଜରେ ଆପଣ ଏହାକୁ ଯାଞ୍ଚ କରି ପାରିବେ ...

  • ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରିବାକୁ, ସର୍ବପ୍ରଥମେ enquiry.indianrail.gov.in/mntes/ ର ୱେବସାଇଟ୍ ଭିଜିଟ୍ କରନ୍ତୁ । 
  • Exceptional Trains ଅପ୍ସନ ଦେଖାଯିବ । ଏହି ଅପ୍ସନକୁ ଚୟନ କରନ୍ତୁ ।
  • ବାତିଲ, ରିସିଡ୍ୟୁଲ ଏବଂ ଡାଇଭର୍ଟେଡ୍ ଟ୍ରେନ୍ ତାଲିକାରେ କ୍ଲିକ୍ କରନ୍ତୁ ।
  • ଏହାକୁ ଯାଞ୍ଚ କରିବା ପରେ ଘରୁ ବାହାରକୁ ଯାଆନ୍ତୁ ନଚେତ୍ ଆପଣଙ୍କୁ ପରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।

ଏହା ବି ପଢ଼ନ୍ତୁ: Petrol Diesel price: ଶସ୍ତା ହେଲା ପେଟ୍ରୋଲ-ଡିଜେଲ; ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ଆଜିର ରେଟ୍

ଏହା ବି ପଢ଼ନ୍ତୁ: IND vs SA: ପନ୍ତଙ୍କ ଅଧିନାୟକତ୍ୱରେ ପ୍ରଥମ ଥର ପାଇଁ ଜିତିଲା ଟିମ୍ ଇଣ୍ଡିଆ; ଏମାନେ ହଉଛନ୍ତି ବିଜୟର ୫ ହିରୋ