ପ୍ରବଳ ବର୍ଷାର ପ୍ରଭାବ! ରେଲୱେ ବାତିଲ କଲା ପୁଣି ୨୮୮ ଟ୍ରେନ୍, ଓଡ଼ିଶାର ମଧ୍ୟ ରହିଛି ଅନେକ ଟ୍ରେନ; ଦେଖି ନିଅନ୍ତୁ ପୂରା ତାଲିକା
Advertisement
Article Detail0/zeeodisha/odisha1364921

ପ୍ରବଳ ବର୍ଷାର ପ୍ରଭାବ! ରେଲୱେ ବାତିଲ କଲା ପୁଣି ୨୮୮ ଟ୍ରେନ୍, ଓଡ଼ିଶାର ମଧ୍ୟ ରହିଛି ଅନେକ ଟ୍ରେନ; ଦେଖି ନିଅନ୍ତୁ ପୂରା ତାଲିକା

Train Cancelled List 24 September 2022: ଏଭଳି ପରିସ୍ଥିତିରେ ଯାତ୍ରାକୁ କରିବା ପୂର୍ବରୁ ଏହା ଜାଣିବା ଜରୁରୀ ଯେ ଆପଣଙ୍କର ଟ୍ରେନ୍ ବାତିଲ ହୋଇଛି କି ଡାଇଭର୍ଟ ହୋଇଛି ନା ରିଶିଡ୍ୟୁଲ କରାଯାଇଛି । ଆଜି ଅନେକ ଟ୍ରେନ ଡାଇଭର୍ଟ, ରିଶିଡ୍ୟୁଲ ଏବଂ ବାତିଲ କରାଯାଇଛି । ଏହି ଡାଇଭର୍ଟ, ରିଶିଡ୍ୟୁଲ ଏବଂ ବାତିଲ ଟ୍ରେନ୍ ଗୁଡିକରେ ଏକ୍ସପ୍ରେସ ଟ୍ରେନ୍, ମେଲ୍ ଟ୍ରେନ୍ ଏବଂ ସମସ୍ତ ତିନି ପ୍ରକାରର ପ୍ରିମିୟମ୍ ଟ୍ରେନ୍ ସାମିଲ ରହିଛି । 

ପ୍ରବଳ ବର୍ଷାର ପ୍ରଭାବ! ରେଲୱେ ବାତିଲ କଲା ପୁଣି ୨୮୮ ଟ୍ରେନ୍,  ଓଡ଼ିଶାର ମଧ୍ୟ ରହିଛି ଅନେକ ଟ୍ରେନ; ଦେଖି ନିଅନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ: Train Cancelled List 24 September 2022: ଭାରତୀୟ ରେଳ (Indian Railways) ସାଧାରଣ ଲୋକଙ୍କ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ପ୍ରତିଦିନ ବହୁ ସଂଖ୍ୟକ ଲୋକ ଟ୍ରେନରେ ଯାତ୍ରା କରନ୍ତି । ଏହା ଦୁନିଆର ସବୁଠୁ ବଡ଼ ରେଳ ନେଟୱାର୍କ ମଧ୍ୟରୁ ଗୋଟିଏ । ଏପରି ପରିସ୍ଥିତିରେ ଲୋକମାନଙ୍କୁ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ପାଇଁ ପ୍ରତିଦିନ ହଜାର ହଜାର ଟ୍ରେନ୍ (Trains) ଚଳାଯାଉଛି । ଏହି କାରଣରୁ ଏହାକୁ ଭାରତର ଲାଇଫ୍ ଲାଇନ୍ କୁହାଯାଏ । ବେଳେବେଳେ ବିଭିନ୍ନ କାରଣରୁ କେତେକ ଟ୍ରେନ୍ ଡାଇଭର୍ଟ, ରିଶିଡ୍ୟୁଲ  ଏବଂ ବାତିଲ୍ କରିବାକୁ ପଡେ । ଏହି କାରଣରୁ ଲୋକଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଦେଖାଦେଇଛି । ଏହା ଲୋକଙ୍କ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇଛି । ଏହି କାରଣରୁ ପରିବହନ ସୁବିଧା ମଧ୍ୟ ପ୍ରଭାବିତ ହୋଇଛି । ଏହାସହ ଟ୍ରେନ୍ ସେବା ମଧ୍ୟ ପ୍ରଭାବିତ ହୋଇଛି । ତେଣୁ ଭାରତୀୟ ରେଳବାଇ (Indian Railways) କୁ ଆଜି ଅର୍ଥାତ ସେପ୍ଟେମ୍ୱର ୨୪ରେ ମଧ୍ୟ ଅନେକ ଟ୍ରେନ୍ ବାତିଲ କରିବାକୁ ପଡିଛି । 

ଏଭଳି ପରିସ୍ଥିତିରେ ଯାତ୍ରାକୁ କରିବା ପୂର୍ବରୁ ଏହା ଜାଣିବା ଜରୁରୀ ଯେ ଆପଣଙ୍କର ଟ୍ରେନ୍ ବାତିଲ ହୋଇଛି କି ଡାଇଭର୍ଟ ହୋଇଛି ନା ରିଶିଡ୍ୟୁଲ କରାଯାଇଛି । ଆଜି ଅନେକ ଟ୍ରେନ ଡାଇଭର୍ଟ, ରିଶିଡ୍ୟୁଲ ଏବଂ ବାତିଲ କରାଯାଇଛି । ଏହି ଡାଇଭର୍ଟ, ରିଶିଡ୍ୟୁଲ ଏବଂ ବାତିଲ ଟ୍ରେନ୍ ଗୁଡିକରେ ଏକ୍ସପ୍ରେସ ଟ୍ରେନ୍, ମେଲ୍ ଟ୍ରେନ୍ ଏବଂ ସମସ୍ତ ତିନି ପ୍ରକାରର ପ୍ରିମିୟମ୍ ଟ୍ରେନ୍ ସାମିଲ ରହିଛି । ଆଜି ଅର୍ଥାତ୍ ସେପ୍ଟେମ୍ୱର ୨୪ରେ ରେଲୱେ ମୋଟ ୨୮୮ ଟ୍ରେନ୍ ସଂପୂର୍ଣ୍ଣ ବା ଆଂଶିକ ଭାବେ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ଏଥି ମଧ୍ୟରୁ ୨୧୦ ଟ୍ରେନକୁ ସଂପୂର୍ଣ୍ଣ ବାତିଲ କରାଯାଇଛି । ଅନ୍ୟପଟେ ୭୮ଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି ।

ବାତିଲ ହୋଇଥିବା ଟ୍ରେନଗୁଡ଼ିକ ମଧ୍ୟରୁ ଉତ୍ତର ପ୍ରଦେଶ, ଝାରଖଣ୍ଡ, ଛତିଶଗଡ଼, ମହାରାଷ୍ଟ୍ର, ଦିଲ୍ଲୀ, ମଧ୍ୟ ପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଏବଂ ବିହାର ଯାଉଥିବା ଟ୍ରେନ ସାମିଲ ରହିଛି । ବିଗତ କିଛି ଦିନ ଧରି ଦିଲ୍ଲୀ, ଉତ୍ତର ପ୍ରଦେଶ, ଓଡିଶା, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଝାଡଖଣ୍ଡ, ପଶ୍ଚିମବଙ୍ଗ ଆଦି ଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଆସୁଛି । ରେଳ ଚଳାଚଳ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଥାଏ । ଏହା ସହିତ ଟ୍ରାଫିକ୍ ବ୍ଲକ୍ ଓ ରେଳ ଟ୍ରାକ୍ ମରାମତି ଯୋଗୁଁ ଟ୍ରେନ୍ ଗୁଡିକ ମଧ୍ୟ ବାତିଲ୍ କରିବାକୁ ପଡିଛି । ପ୍ରତିଦିନ ଶହ ଶହ ଟ୍ରେନ୍ ରେଳ ଟ୍ରାକ୍ ଦେଇ ଯାଇଥାଏ ।

ଓଡ଼ିଶାର ଏହି ଟ୍ରେନଗୁଡ଼ିକ ବାତିଲ ହୋଇଛି 

12021/12022 ହାୱଡ଼ା- ବରବିଲ- ହାୱଡ଼଼ା ଜନଶତାବ୍ଦୀ ଏକ୍ସପ୍ରେସ 

12871 ହାୱଡ଼ା-ଟିଟଲାଗଡ଼ ଇସ୍ପାଟ ଏକ୍ସପ୍ରେସ 

ରୁଟ୍ ପରିବର୍ତ୍ତନ କରି ଚାଲୁଥିବା ଟ୍ରେନ୍

12820 ଆନନ୍ଦ ବିହାର- ଭୁବନେଶ୍ୱର ଏକ୍ସପ୍ରେସ 

12876 ଆନନ୍ଦ ବିହାର - ପୁରୀ ଏକ୍ସପ୍ରେସ

ଅଧିକ ପଢ଼ନ୍ତୁ:-ପେଟ୍ରୋଲ-ଡିଜେଲ ମୂଲ୍ୟରେ ମିଳିବ ରିହାତି! ଅଶୋଧିତ ତୈଳ ଦରରେ ରେକର୍ଡ ହ୍ରାସ

ଅଧିକ ପଢ଼ନ୍ତୁ:-ଅଷ୍ଟ୍ରେଲିଆକୁ ପରାସ୍ତ କରିବା ମାତ୍ରେ ପାକିସ୍ତାନର ସମକକ୍ଷ ହେଲା ଟିମ୍ ଇଣ୍ଡିଆ, ବର୍ତ୍ତମାନ ଖୁବ୍ ଶୀଘ୍ର ଭାଙ୍ଗିବ ଏହି ବିଶ୍ୱ ରେକର୍ଡ

ଅଧିକ ପଢ଼ନ୍ତୁ:-ଦୁର୍ଗା ପୂଜା ପୂର୍ବରୁ ଖୁସି ଖବର ଦେଲା ରେଲୱେ! ଉପକୃତ ହେବେ ଓଡ଼ିଶାବାସୀ

 

ଏସବୁ ଟ୍ରେନ୍ ହୋଇଛି ବାତିଲ

01374 , 01605 , 01606 , 01607 , 01608 , 01609 , 01610 , 01620 , 01623 , 01823 , 01824 , 01885 , 01886 , 03037 , 03038 , 03085 , 03086 , 03091 , 03092 , 03094 , 03407 , 03408 , 03431 , 03432 , 03433 , 03591 , 03592 , 04129 , 04130 , 04181 , 04182 , 04194 , 04255 , 04256 , 04267 , 04268 , 04381 , 04382 , 04551 , 04552 , 04601 , 04602 , 04647 , 04648 , 04685 , 04686 , 04699 , 04700 , 05031 , 05032 , 05091 , 05092 , 05117 , 05118 , 05334 , 05366 , 05379 , 05380 , 05405 , 05406 , 05407 , 05408 , 05453 , 05454 , 05459 , 06663 , 06664 , 06977 , 06980 , 08263 , 08264 , 08277 , 08278 , 08317 , 08318 , 08429 , 08430 , 08437 , 08438 , 08861 , 08862 , 09108 , 09109 , 09110 , 09113 , 09484 , 09514 , 09521 , 10101 , 10102 , 11041 , 11265 , 11266 , 11271 , 11272 , 11651 , 11652 , 12101 , 12119 , 12129 , 12130 , 12152 , 12221 , 12222 , 12593 , 12809 , 12810 , 12859 , 12860 , 12879 , 13287 , 13288 , 13309 , 13343 , 13425 , 14123 , 14124 , 14203 , 14204 , 14213 , 14214 , 15107 , 15108 , 17007 , 18029 , 18030 , 18109 , 18110 , 18113 , 18114 , 18206 , 18233 , 18234 , 18235 , 18236 , 18247 , 18248 , 18301 , 18302 , 18574 , 19207 , 19208 , 20807 , 20808 , 20810 , 20822 , 20948 , 20949 , 20971 , 22139 , 22161 , 22162 , 22165 , 22512 , 22830 , 22868 , 22893 , 22939 , 22959 , 22960 , 31411 , 31414 , 31423 , 31432 , 31711 , 31712 , 36033 , 36034 , 36838 , 36840 , 36842 , 36844 , 37211 , 37216 , 37246 , 37247 , 37253 , 37256 , 37305 , 37306 , 37307 , 37308 , 37319 , 37327 , 37330 , 37338 , 37343 , 37348 , 37411 , 37412 , 37415 , 37416 , 37611 , 37614 , 37657 , 37658 , 37741 , 37782 , 37783 , 37785 , 37786 , 37834 , 37836 , 37838 , 37840 , 37842 , 37846 , 52540 , 52541

ଯଦି ଆପଣ ମଧ୍ୟ ବାତିଲ୍, ରିଶିଡ୍ୟୁଲ ଏବଂ ଡାୟଭର୍ଟ ଟ୍ରେନ୍ ଗୁଡ଼ିକର ତାଲିକା ଚେକ୍ କରିବାକୁ ଚାହୁଁଛନ୍ତି, ତେବେ ଆପଣ କିଛି ସହଜ ପଦକ୍ଷେପ ଅନୁସରଣ କରି ଏହାକୁ ଚେକ୍ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ପଦ୍ଧତି ବିଷୟରେ- 

ଏହିପରି ଦେଖନ୍ତୁ ଆପଣଙ୍କର ଟ୍ରେନ୍ ସ୍ଥିତି

ଭାରତୀୟ ରେଳବାଇ ଦ୍ୱାରା ବାତିଲ ହୋଇଥିବା ଟ୍ରେନର ତାଲିକା ଦେଖିବାକୁ, ଆପଣଙ୍କୁ ପ୍ରଥମେ enquiry.indianrail.gov.in/mntes/ କୁ ଯିବାକୁ ପଡିବ । ତା’ପରେ ସେଠାରେ ଆପଣ ସ୍କ୍ରିନର ଡାହାଣ ପାର୍ଶ୍ୱରେ ଥିବା ଉପର ପ୍ୟାନେଲରେ  Exceptional Trains ଲେଖା ଦେଖିବେ, ଏଥିରେ କ୍ଲିକ୍ କରନ୍ତୁ । ଆପଣ ଏହା ଉପରେ କ୍ଲିକ୍ କରିବା ମାତ୍ରେ ଆପଣଙ୍କୁ ଅନେକ ବିକଳ୍ପ ଦେଖିବାକୁ ମିଳିବ, ସେଥିମଧ୍ୟରୁ ଗୋଟିଏ ବାତିଲ ହୋଇଥିବା ଟ୍ରେନ୍ ପାଇଁ ହେବ । ଯଦି ଆପଣ ବାତିଲ ହୋଇଥିବା ଟ୍ରେନର ତାଲିକା ଦେଖିବାକୁ ଚାହାଁନ୍ତି, ତେବେ ଏଥିରେ କ୍ଲିକ୍ କରନ୍ତୁ । ଏହା ପରେ ବାତିଲ, ପୁନଃନିର୍ଦ୍ଧାରିତ ଏବଂ ଡାଇଭର୍ଟ ଟ୍ରେନର ତାଲିକା ଆପଣଙ୍କ ପରଦାରେ ଦେଖାଯିବ, ଯାହା ଦ୍ୱାରା ଆପଣ ଆପଣଙ୍କର ଆବଶ୍ୟକତା ଅନୁଯାୟୀ ସୂଚନା ପାଇପାରିବେ ।