Train Accident: ପୁଣି ଟ୍ରେନ୍‌ ଦୁର୍ଘଟଣା; ଲାଇନଚ୍ୟୁତ ହେଲା ୨୧ଟି ବଗି, ୪ ଯାତ୍ରୀ ମୃତ
Advertisement
Article Detail0/zeeodisha/odisha1911283

Train Accident: ପୁଣି ଟ୍ରେନ୍‌ ଦୁର୍ଘଟଣା; ଲାଇନଚ୍ୟୁତ ହେଲା ୨୧ଟି ବଗି, ୪ ଯାତ୍ରୀ ମୃତ

Train Accident: ବାହାନଗା ରେଳ ଦୁର୍ଘଟଣା (Bahanaga Train Accident) ମନରୁ ନ ଯାଉଣୁ ଆଉ ଏକ ଭୟଙ୍କର ରେଳ ଦୁର୍ଘଟଣା ଘଟିଛି । ଏଥିରେ ୪ ଜଣଙ୍କର ମୃତ୍ୟୁ (4 dead) ହୋଇଥିବା ବେଳେ ଏକାଧିକ (100 injured )ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେବି ଟ୍ରେନ୍ ତଳେ ଏକାଧିକ ଚାପି ହୋଇ ରହିଛନ୍ତି ଅନେକ ଯାତ୍ରୀ । ସେମାନଙ୍କୁ ଉଦ୍ଧାର କରିବା ପାଇଁ NDRF ଓ SDRF ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ରେଳ ବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟର ସ୍ଥିତି ପରଖୁଛନ୍ତି। 

ସୌଜନ୍ୟ- ସୋସିଆଲ ମିଡି଼ଆ

Train Accident: ବାହାନଗା ରେଳ ଦୁର୍ଘଟଣା (Bahanaga Train Accident) ମନରୁ ନ ଯାଉଣୁ ଆଉ ଏକ  ଭୟଙ୍କର ରେଳ ଦୁର୍ଘଟଣା ଘଟିଛି । ଏଥିରେ ୪ ଜଣଙ୍କର ମୃତ୍ୟୁ (4 dead) ହୋଇଥିବା ବେଳେ ଏକାଧିକ (100 injured )ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେବି ଟ୍ରେନ୍ ତଳେ ଏକାଧିକ ଚାପି ହୋଇ ରହିଛନ୍ତି ଅନେକ ଯାତ୍ରୀ । ସେମାନଙ୍କୁ ଉଦ୍ଧାର କରିବା ପାଇଁ   NDRF ଓ SDRF ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ରେଳ ବିଭାଗର ବରିଷ୍ଠ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟର ସ୍ଥିତି ପରଖୁଛନ୍ତି। ବିହାରର ବକ୍ସରରେ ଏହି ଭୟଙ୍କର ରେଳ ଦୁର୍ଘଟଣା ହୋଇଛି (northeast express derails near buxar) । ବକ୍ସର ଜିଲ୍ଲା ରଘୁନାଥପୁର ରେଳ ଷ୍ଟେସନ ନିକଟରେ ନର୍ଥ ଇଷ୍ଟ ଏକ୍ସପ୍ରେସ (Northeast Express ) ରାତି ପ୍ରାୟ ସାଢେ ୯ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। 

Also Read: Laxmi Bus: ଆଜି ‘ଲକ୍ଷ୍ମୀ ’ବସ୍ ଯୋଜନାର ଶୁଭାରମ୍ଭ କରିବେ ନବୀନ, ଜାଣନ୍ତୁ ପ୍ରଥମ ପର୍ଯ୍ୟାୟରେ ଗଡି଼ବ କେତୋଟି ବସ୍?

ସୂଚନା ଅନୁସାରେ, ଗତକାଲି ରାତିରେ ନର୍ଥ ଇଷ୍ଟ ସୁପର୍‌ଫାଷ୍ଟ ଏକ୍ସପ୍ରେସ୍‌ ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେସନରୁ ଗୌହାଟି କାମାକ୍ଷନଗର ଅଭିମୁଖେ ଯାତ୍ରା କରୁଥିଲା। ଟ୍ରେନରେ ଥିଲେ ଶତାଧିକ ଯାତ୍ରୀ , କିନ୍ତୁ ଟ୍ରନଟି ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ବକ୍ସର ଜିଲ୍ଲା ରଘୁନାଥପୁର ରେଳ ଷ୍ଟେସନ ନିକଟରେ ଟ୍ରେନର ୨୧ଟି ବଗି ପ୍ରଥମେ ଲାଇନଚ୍ୟୁତ ହୋଇଯାଇଥିଲା। ଆଉ ଚାହୁଁଚାହୁଁ ଘଟି ଯାଇଥିଲା ବଡ଼ ଦୁର୍ଘଟଣା। ଏଥିରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି । ଏହାଦେଖି ସ୍ଥାନୀୟ ଲୋକେ ଏନଡିଆରଏକୁ ଖବର ଦେଇଥିଲେ। ଆଉ କ୍ଷଣିକ ମଧ୍ୟରେ ଲୋକାରଣ୍ୟ ହୋଇଉଠିଥିଲା ପୂରା ଅଞ୍ଚଳ। 

ଘଟଣାସ୍ଥଳରେ  NDRF ଓ SDRF ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ବିହାରର ପାଟନା ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ସେପଟେ, ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ବୀନି ବୌଷ୍ଣବ। ଏବଂ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଅନ୍ୟ ଏକ ସ୍ପେଶାଲ୍ ଟ୍ରେନରେ ପଠାଯାଇଥିବା ସେ କହିଛନ୍ତି। ଅନ୍ୟପଟେ,  ଦୁର୍ଘଟଣା ନେଇ ବିହାରର ଡେପୁଟି ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି ଯେ, ଟ୍ରେନର ଚଳାଚଳ ସମ୍ପର୍କରେ ସୂଚନା ପାଇବା ମାତ୍ରେ ସେ ସମ୍ପୃକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ପୋଲିସ ଅଧୀକ୍ଷକଙ୍କ ସହ କଥା ହୋଇଥିଲେ। ଏବଂ ବିହାର ସରକାର ପୀଡିତ ଏବଂ ଆହତଙ୍କ ଉଦ୍ଧାର, ରିଲିଫ ଏବଂ ଚିକିତ୍ସାରେ ସକ୍ରିୟ ଅଛନ୍ତି। ତେବେ ଦୁର୍ଘଟଣା କେମିତି ଘଟିଲା ? କେଉଁ ପରିସ୍ଥିତିରେ ବଗି ଲାଇନ୍‌ଚ୍ୟୁତ ହେଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। 

ରେଳବାଇ ହେଲ୍ପଲାଇନ ଜାରି କରିଛି:
ଯାତ୍ରୀମାନଙ୍କୁ ସାହାଯ୍ୟ କରିବା ପାଇଁ ରେଳବାଇ ଏକ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରିଛି। ଲୋକମାନେ ପାଟନା ହେଲ୍ପଲାଇନ: -9771449971, ଦାନପୁର ହେଲ୍ପଲାଇନ: -8905697493, କମର୍ସିଆଲ୍‌ କଣ୍ଟ୍ରୋଲ: -7759070004 ଏବଂ ଆରା ହେଲ୍ପଲାଇନ: -8306182542, ଆନନ୍ଦ ବିହାର ଟର୍ମିନାଲ- 9717632791 ସହିତ ଯୋଗାଯୋଗ କରିପାରିବେ ।