Terror Attack: ନୂଆ ବର୍ଷରେ ଆଶାନ୍ତ ହୋଇଉଠିଲା କାଶ୍ମୀର ଘାଟି, ଗୁଳିମାଡରେ ୩ ମୃତ
Advertisement

Terror Attack: ନୂଆ ବର୍ଷରେ ଆଶାନ୍ତ ହୋଇଉଠିଲା କାଶ୍ମୀର ଘାଟି, ଗୁଳିମାଡରେ ୩ ମୃତ

Terror Attack News:  ନୂଆ ବର୍ଷ ଆରମ୍ଭରୁ ଅଶାନ୍ତ ହୋଇଉଠିଛି କାଶ୍ମୀର ଘାଟି। ରବିବାର କାଶ୍ମୀର ଘାଟିର ବିଭିନ୍ନ ଅଞ୍ଚଳରେ ଘଟିଯାଇଛି ତିନୋଟି ଆତଙ୍କବାଦୀ ଘଟଣା।

Terror Attack: ନୂଆ ବର୍ଷରେ ଆଶାନ୍ତ ହୋଇଉଠିଲା କାଶ୍ମୀର ଘାଟି, ଗୁଳିମାଡରେ ୩ ମୃତ

Terror Attack in Kashmir Valley: ନୂଆ ବର୍ଷର ପ୍ରଥମ ଦିନରେ ମଧ୍ୟ ଅଶାନ୍ତ ହୋଇଉଠିଛି ଜାମୁ କାଶ୍ମୀର। ରବିବାର କାଶ୍ମୀର ଘାଟିରେ ଘଟିଯାଇଛି ତିନୋଟି ଆତଙ୍କବାଦୀ ଘଟଣା। ସନ୍ଧ୍ୟାରେ   ଆତଙ୍କବାଦୀଙ୍କ ପକ୍ଷରୁ ରଜୌରୀ ଠାରେ ହୋଇଥିବା ଅନ୍ଧାଧୁନିଆ ଗୁଳି ମାଡ଼ ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ଏହା ବ୍ୟତୀତ ଆତଙ୍କବାଦୀ ରାଜଧାନୀ ଶ୍ରୀନଗରସ୍ଥିତ ହାୱାଲ ଚୌକ ଠାରେ ୨୮ ତମ ସିଆରପିଏଫ ବାଟାଲିୟନ ବଙ୍କର ଉପରେ ଗ୍ରେନେଡ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି। ରବିବାର ସକାଳେ ପୁଲୱାମାସ୍ଥିତ ରାଜପୋରା ଅଞ୍ଚଳର ସିଆରପିଏଫ ଯବାନଙ୍କ ହାତରୁ AK-47 ରାଇଫଲ ଛଡ଼ାଇ ନେଇଥିବା ମାମଲା ସାମ୍ନାକୁ ଆସିଥିଲା। 

ରବିବାର ସନ୍ଧ୍ୟା ସମୟରେ ରାଜୌରୀସ୍ଥିତ ଡାଙ୍ଗରୀ ନିକଟରେ ଅବସ୍ଥିତ ଗ୍ରାମରେ ଆତଙ୍କବାଦୀ ଅନ୍ଧାଧୁନିଆ ଗୁଳିମାଡ଼ କରିଥିଲେ। ଏହି ଘଟଣାରେ ୪ ଜଣ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ସେମାନଙ୍କ  ମଧରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ରଜୌରୀସ୍ଥିତ ଆସୋସିଏଟେଡ୍ ହସ୍ପିଟାଲ୍ ମେଡିକାଲ ଅଫିସର ଡକ୍ତରୀ ମହମୁଦ କହିଛନ୍ତି ଡାଙ୍ଗରୀ ଅଞ୍ଚଳରେ ହୋଇଥିବା ଗୁଳି ବିନିମୟରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୦ 0ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।

ସେହିପରି ରବିବାର ସନ୍ଧ୍ୟାରେ ରାଜଧାନୀ ଶ୍ରୀନଗରସ୍ଥି ତହାୱାଲ ଚୌକ ଠାରେ ୨୮ ତମ ସିଆରପିଏଫ ବାଟାଲିୟନ ବଙ୍କର ଉପରେ ଗ୍ରେନେଡ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଯଦିଓ ଏହି ଆକ୍ରମଣରେ ସିଆରପିଏଫ ଯବାନଙ୍କର କୌଣସି କ୍ଷତି ହୋଇନାହିଁ, ହେଲେ ଏହି ଘଟଣାରେ ସମୀର ଅହମ୍ମଦ ମଲ୍ଲା ନାମକ ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ଅନ୍ୟପଟେ ଦିନ ବାରଟା ସମୟରେ ଦକ୍ଷିଣ କାଶ୍ମୀରର ପୁଲୱାମା ଜିଲ୍ଲାର ରାଜପୋରା ଅଞ୍ଚଳରେ ସିଆରପିଏଫ ଯବାନଙ୍କ ହାତରୁ AK-47 ରାଇଫଲ ଛଡ଼ାଇ ନିଆ ଯାଇଥିବାର ଖବର ସାମ୍ନାକୁ ଆସିଥିଲା। ଏହା ପରେ ସୁରକ୍ଷା ବାହିନୀ ସ୍ଥାନୀୟ ଅଞ୍ଚଳକୁ ଅବରୋଧ କରି ଆତଙ୍କବାଦୀଙ୍କୁ ଖୋଜିବା ଆରମ୍ଭ କରି ଦେଇଥିଲେ। ହେଲେ ସନ୍ଧ୍ୟା ପର୍ଯ୍ୟନ୍ତ ରାଇଫଲ ଛଡ଼ାଇ ନେଇଥିବା ଯୁବକଙ୍କୁ ତାଙ୍କ ପରିବାର ସଦସ୍ୟ ଥାନାକୁ ନେଇ ରାଇଫଲ ଫେରସ୍ତ କରିଥିଲେ। ରାଇଫଲ ଛଡ଼ାଇ ନେଇଥିବା ଯୁବକଙ୍କ ପରିଚୟ ମିଳିସାରିଛି। ସେ ହେଉଛନ୍ତି ୨୫ ବର୍ଷୀୟ ଇରଫାନ ବଶିର ଗାନି। ଆତଙ୍କବାଦୀମାନେ ୧୮୩ ବାଟାଲିୟନ ଯବାନଙ୍କ AK-47 ରାଇଫଲ ଛଡ଼ାଇ ନେଇଥିଲେ। ଏହି ଘଟଣାରେ ସିଆରପିଏଫ କୌଣସି ପ୍ରତିକ୍ରିୟା ରଖିନାହିଁ।

ଗତ ୨୦୨୨ ବର୍ଷରେ  କାଶ୍ମୀରରେ ସୁରକ୍ଷା ବଳ ଆତଙ୍କବାଦୀ ଗୋଷ୍ଠୀ ମଧ୍ୟରେ ୯୩ ଥର ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ ୧୭୨ ଆତଙ୍କବାଦୀ ନିହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୪୨ ଜଣ ବିଦେଶୀ ଆତଙ୍କବାଦୀ ଥିଲେ। ଅନ୍ୟପଟେ ଆତଙ୍କବାଦୀ ଆକ୍ରମଣରେ ୨୯ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ୩ ଜଣ କାଶ୍ମୀରୀ ପଣ୍ଡିତଙ୍କ ସହିତ ୬ ଜଣ ହିନ୍ଦୁ ଥିଲେ। କାଶ୍ମୀର ଏଡିଜିପି ବିଜୟ କୁମାର ଶୁକ୍ରବାର ଏହି ସୂଚନା ପ୍ରଦାନ କରିଥିଲେ। ଏନେଇ ଏଡିଜିପି କହିଛନ୍ତି ଯେ ନିହତ ଆତଙ୍କବାଦୀଙ୍କ ମଧ୍ୟରେ ସର୍ବାଧିକ ୧୦୮ ଆତଙ୍କବାଦୀ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଏ-ତୋଓବା ଏବଂ ଏହାର ସମ୍ପୃକ୍ତ ସଙ୍ଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ