75th Republic Day: ଆଜି ଦେଶ ପାଳୁଛି ୭୫ତମ ଗଣତନ୍ତ୍ର ଦିବସ, ଜାଣନ୍ତୁ ସଂକ୍ଷେପରେ ପୂରା କାର୍ଯ୍ୟକ୍ରମ
Advertisement

75th Republic Day: ଆଜି ଦେଶ ପାଳୁଛି ୭୫ତମ ଗଣତନ୍ତ୍ର ଦିବସ, ଜାଣନ୍ତୁ ସଂକ୍ଷେପରେ ପୂରା କାର୍ଯ୍ୟକ୍ରମ

ଆଣ୍ଟି ସାଟେଲାଇଟ ମିଶାଇଲ ଠାରୁ ଆରମ୍ଭ କରି ତୃତୀୟ ପିଢିର ଆଣ୍ଟିଟ୍ୟାଙ୍କ ଗାଇଡେଡ୍ ମିଶାଇଲ ଓ ହାଲୁକା ଲଢୁଆ ବିମାନ ତେଜସ ପର୍ଯ୍ୟନ୍ତ, ଡିଆରଡିଓର ମହିଳାଙ୍କ ଭାଗୀଦାରି ମଧ୍ୟ ଏହି ପ୍ରଜ୍ଞାପନ ମେଢର ପ୍ରମୁଖ ଆକର୍ଷଣ ହେବ। 

75th Republic Day: ଆଜି ଦେଶ ପାଳୁଛି ୭୫ତମ ଗଣତନ୍ତ୍ର ଦିବସ, ଜାଣନ୍ତୁ ସଂକ୍ଷେପରେ ପୂରା କାର୍ଯ୍ୟକ୍ରମ

75th Republic Day: ନୂଆଦିଲ୍ଲୀ: ଦେଶ ଆଜି ୭୫ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ଏହି ସମୟରେ ଇଣ୍ଡିଆ ଗେଟର କର୍ତ୍ତବ୍ୟ ପଥରେ ପରେଡରେ ଆୟୋଜନ କରାଯାଇଛି। ପରେଡ଼ ସହିତ ବିଭିନ୍ନ ରାଜ୍ୟର ରଙ୍ଗାୟତ ପ୍ରଜ୍ଞାପନ ମେଢ ଓ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହେବାର ସୂଚନା ରହିଛି। 

ଦେଶରେ ୭୫ତମ ଗଣତନ୍ତ୍ର ଦିବସରେ ଫ୍ରାନସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସେ ବୁଧବାର ପ୍ୟାରିସରୁ ଆସି ଭାରତରେ ପହଞ୍ଚିଛନ୍ତି। ଭାରତରେ ପହଞ୍ଚିବା ପରେ ଜୟପୁରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମାକ୍ରନ। ଆଝି ସେ କର୍ତ୍ତବ୍ୟ ପଥରେ ଗଣତନ୍ତ୍ର ଦିବସରେ ଯୋଗଦେବେ। 

୨୬ ଜାନୁଆରୀର କାର୍ଯ୍ୟକ୍ରମର ଆରମ୍ଭରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ମାକ୍ରନ ଦେଶର ସହିଦଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କରିବେ।ଏହା ପରେ ପ୍ରଧାନମନ୍ତ୍ରୀ ଓ ଅନ୍ୟ ଅତିଥିବୃନ୍ଦ ପରେଡ଼ ଦେଖିବାକୁ କର୍ତ୍ତବ୍ୟପଥରେ ପହଞ୍ଚିବେ। କର୍ତ୍ତବ୍ୟ ପଥରେ ଆଜି ୯୦ ମିନିଟର ପରେଡ଼ ସମୟରେ ଦେଶର ସେନା ଶକ୍ତି ଓ ସମୃଦ୍ଧ ସଂସ୍କୃତି ସମ୍ପର୍କିତ ପ୍ରଜ୍ଞାପନ ମେଢ ସବୁ ପ୍ରଦର୍ଶିତ ହେବ। ଏହା ସହିତ ଦେଶ ୭୫ତମ ଗଣତନ୍ତ୍ର ଦେଶ ପାଳନ କରିବ। 

ପରମ୍ପରା ଅନୁଯାୟୀ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପତାକା ଉତ୍ତୋଳନ କରିବେ। ଏହା ପରେ ୨୧ ତୋପ ସଲାମୀ ଦିଆଯିବ। ଏହାପରେ ଜାତୀୟ ସଂଗୀତ ଗାନ କରାଯିବ। ଗଣତନ୍ତ୍ର ଦିବସ ପରେଡର ଆରମ୍ଭରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଲାମୀ ଗ୍ରହଣ କରିବେ। ପରେଡରେ ଦେଶର ସେନାଶକ୍ତି ଓ ସାଂସ୍କୃତିକ ବିବିଧତାର ଏକ ମିଶ୍ରଣ ଦେଖିବାକୁ ମିଳିବ। 

ସଶସ୍ତ୍ର ବଳର ଅସ୍ତଶସ୍ତ୍ର ପ୍ରଦର୍ଶନ ସହିତ ବିଭିନ୍ନ ରାଜ୍ୟର ମନ୍ତ୍ରଣାଳୟର ପ୍ରଜ୍ଞାପନ ମେଢ ଏହି ପରେଡରେ ସାମିଲ ହୋଇଛି। ଏହା ପରେ ଭାରତୀୟ ବାୟୁସେନା ଦ୍ୱାରା ହେଲିକପ୍ଟର ଓ ବିମାନ ଦ୍ୱାରା ଏୟାର ଶୋ ପ୍ରଦର୍ଶନ କରାଯିବ। କର୍ତ୍ତବ୍ୟ ପଥରେ ୭୫ତମ ଗଣତନ୍ତ୍ର ଦିବସ ମହିଳା କୈନ୍ଦ୍ରିକ ହେବ। ଗଣତନ୍ତ୍ର ଦିବସର ବିକଶିତ ଭାର ଓ ଭାରତ ଲୋକତନ୍ତ୍ରର ମାତୃକା ମୁଖ୍ୟ ବିଷୟ ହେବ। 

ଗଣତନ୍ତ୍ର ଦିବସ ପରେଡରେ ବମ୍ବେ ସେପର୍ସର ଅଂଶର ନେତୃତ୍ୱ ମହିଳା ଅଧିକାରୀ ନେବେ। ଏହି ରେଜିମେଣ୍ଟରର ସମସ୍ତ ପୁରୁଷ ଅଧିକାରୀ ସାମିଲ ହେବେ। ବମ୍ବେ ସେପର୍ସର ଇତିହାସରେ ପ୍ରଥମ ଥର ଜଣେ ମହିଳା ଅଧିକାରୀ ନେତୃତ୍ୱ ନେବେ। 

କର୍ତ୍ତବ୍ୟ ପଥରେ ପରେଡରେ ମହିଳା ସଶକ୍ତିକରଣ ଉପରେ ୨୬ଟି ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରାଯିବ। ଏଥିରେ ସାମାଜିକ ଓ ଆର୍ଥିକ ଗତିବିଧିରେ ମହିଳାଙ୍କ ଭୂମିକା ଠାରୁ ଆରମ୍ଭ କରି ବୈଜ୍ଞାନିକଙ୍କ ଯୋଗଦାନ ଉପରେ ଝଲକ ଦେଖିବାକୁ ମିଳିବ। ଆଣ୍ଟି ସାଟେଲାଇଟ ମିଶାଇଲ ଠାରୁ ଆରମ୍ଭ କରି ତୃତୀୟ ପିଢିର ଆଣ୍ଟିଟ୍ୟାଙ୍କ ଗାଇଡେଡ୍ ମିଶାଇଲ ଓ ହାଲୁକା ଲଢୁଆ ବିମାନ ତେଜସ ପର୍ଯ୍ୟନ୍ତ, ଡିଆରଡିଓର ମହିଳାଙ୍କ ଭାଗୀଦାରି ମଧ୍ୟ ଏହି ପ୍ରଜ୍ଞାପନ ମେଢର ପ୍ରମୁଖ ଆକର୍ଷଣ ହେବ।