DRDO succesfully test : ଡିଆରଡିଓର AD-୧ ସଫଳ ପରୀକ୍ଷଣ : ଇତିହାସ ରଚିଲା ଭାରତ
Advertisement
Article Detail0/zeeodisha/odisha2354995

DRDO succesfully test : ଡିଆରଡିଓର AD-୧ ସଫଳ ପରୀକ୍ଷଣ : ଇତିହାସ ରଚିଲା ଭାରତ

AD-1 Interceptor Missile: ଡିଆରଡିଓ ଏଡି-୧ ମିଶାଇଲ ଇଣ୍ଟରସେପ୍ଟରର ସଫଳ ପରୀକ୍ଷଣ କରି ଇତିହାସ ରଚିଛି ଭାରତ। ଏହାସହ ଭାରତ ଏବେ  ଦୁନିଆର ସେହି ଗ୍ରୁପରେ ସାମିଲ ହୋଇଛି, ଯାହା ପାଖରେ ନିଜର ବିଶ୍ବସନୀୟ ବାଲିଷ୍ଟିକ୍ ମିଶାଇଲ୍ ଡିଫେନ୍ସ ସିଷ୍ଟମ ଅଛି ।

AD-1 Interceptor Missile

AD-1 Interceptor Missile: ଡିଆରଡିଓ ଏଡି-୧ ମିଶାଇଲ ଇଣ୍ଟରସେପ୍ଟରର ସଫଳ ପରୀକ୍ଷଣ କରି ଇତିହାସ ରଚିଛି । ଏହାସହ ଭାରତ ଏବେ  ଦୁନିଆର ସେହି ଗ୍ରୁପରେ ସାମିଲ ହୋଇଛି, ଯାହା ପାଖରେ ନିଜର ବିଶ୍ବସନୀୟ ବାଲିଷ୍ଟିକ୍ ମିଶାଇଲ୍ ଡିଫେନ୍ସ ସିଷ୍ଟମ ଅଛି । ଏଡି-୧ ମିଶାଇଲ୍ ଇଣ୍ଟରସେପ୍ଟର ଯୋଗୁଁ ଭାରତକୁ ସକ୍ଷମ ଇଣ୍ଟିଗ୍ରେଟେଡ୍ ବାୟୁ ପ୍ରତିରକ୍ଷା ପ୍ରଣାଳୀ ମୁତୟନ କରିବାରେ ସୁବିଧା ହେବ । ଏଡି-୧ ମିଶାଇଲ ଇଣ୍ଟରସେପ୍ଟର ଆମେରିକାର THAAD ଏବଂ ରୁଷର ଏସ୍-୪୦୦ ମିଶାଇଲ୍ ସିଷ୍ଟମ ସହ ତୁଳନା କରାଯାଉଛି।

ଏହି ଦୁଇଟି ପ୍ରଣାଳୀକୁ ଦୁନିଆର ସବୁଠାରୁ ଶକ୍ତିଶାଳୀ ଏୟାର ଡିଫେନ୍ସ ସିଷ୍ଟମ ମଧ୍ୟରେ ଗଣାଯାଏ ।
ଏଡି-୧ ମିଶାଇଲ ଡିଆରଡିଓର ବାଲିଷ୍ଟିକ୍ ମିଶାଇଲ ଡିଫେନ୍ସ ପର୍ଯ୍ୟାୟ-୨ର ଅଂଶ । ଡିଆରଡିଓ ପୂର୍ବରୁ ବାଲିଷ୍ଟିକ୍ ମିଶାଇଲ ଡିଫେନ୍ସ ପର୍ଯ୍ୟାୟ ଏକକୁ ବିକଶିତ କରିସାରିଛି । ଯାହା ୨୦୦୦ କିଲୋମିଟରରୁ କମ୍ ରେଞ୍ଜର  ମିଶାଇଲଠାରୁ ସୁରକ୍ଷା ଦେବ।ପାକିସ୍ତାନର ଗୌରୀ ଏବଂ ସାହୀନ ମିଶାଇଲ ଏବଂ ଚୀନର ସଲିଡ୍ ଫ୍ୟୁ୮ ଡୋଙ୍ଗଫେଙ୍ଗ-୨୧ ମିଶାଇଲରୁ ସୁରକ୍ଷା ଦେବ। ଏହା ସହିତ ପର୍ଯ୍ୟାୟ ୨ରେ ୫ ହଜାର କିଲୋମିଟର ରେଞ୍ଜର ବାଲିଷ୍ଟିକ୍ ମିଶାଇଲ୍ ବିରୋଧରେ ସୁରକ୍ଷା ପ୍ରଦାନ କରିବ ।

ପର୍ଯ୍ୟାୟ ୨ ପ୍ରଣାଳୀ ପାଇଁ ଦୀର୍ଘ ଦୂରର ରାଡାର ଏବଂ ମ୍ୟାକ୍ ୬-୭ ଉପରେ ଉଡାଣ ଭରୁଥୂବା ନୂଆ ହାଇପରସୋନିକ୍ ଇଣ୍ଟରସେପ୍ଟର ମିଶାଇଲ ଦରକାର । ଯାହା ବାଲିଷ୍ଟିକ୍ ମିସାଇଲ ଡିଫେନ୍ସ କାଉଣ୍ଟରମେଜର୍ସ ବିରୋଧରେ ପ୍ରଭାବୀ ରୂପେ କାମ କରିବାରେ ସକ୍ଷମ ହେବ। ରୁଷ ପାଖରେ ଥିବା ଏସ୍-୪୦୦କୁ ଅତ୍ୟନ୍ତ ଶକ୍ତିଶାଳୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ ବୋଲି କୁହାଯାଏ।ଭାରତ ମଧ୍ୟ ରୁଷଠାରୁ ଏହି ପ୍ରତିରକ୍ଷା ପ୍ରଣାଳୀ କିଣିଛି।

ଏସ୍-୪୦୦ର ଅପରେସନାଲ୍ ରେଞ୍ଜ ୪୦୦ କିଲୋମିଟର ଉଚ୍ଚ ଯାଏ ରହିଛି । ଯେଉଁଥିରେ ଅଲଗା – ଅଲଗା ରେଞ୍ଜର ଅନେକ ମିଶାଇଲ୍ ରହିଛି।ଆମେରିକାର ଥାଡ୍ ମଧ୍ୟ ଦୁନିଆରେ ନିଜ ଶକ୍ତିଶାଳୀ ପ୍ରତିରକ୍ଷା ପ୍ରଣାଳୀ ପାଇଁ ପ୍ରସିଦ୍ଧ । ଏହା ଆମେରିକାର ଆଣ୍ଟି ବାଲିଷ୍ଟିକ୍ ମିଶାଇଲ୍ ଡିଫେନ୍ସ ସିଷ୍ଟମ ଅଟେ । ଯାହା ହିଟ୍-ଟୁ-କିଲ୍ ଦୃଷ୍ଟିକୋଣ ସହ ଛୋଟ, ମଧ୍ଯମର ଦୂରଗାମୀ ବାଲିଷ୍ଟିକ୍ ମିଲାଇଲକୁ ନିଜ ଟର୍ମିନାଲ ପର୍ଯ୍ୟାୟରେ କରିବାରେ ସକ୍ଷମ । ଥାଡ୍ ଇଣ୍ଟରସେପ୍ଟର କୌଣସି ୱାରହେଡ୍ ନେଇ ନଥାଏ।ଏହା ପରିବର୍ତ୍ତେ ମିସାଇଲକୁ ନଷ୍ଟ କରିବା ପାଇଁ ଗତିଜ ଶକ୍ତି ଉପରେ ନିର୍ଭର କରିଥାଏ।