5G Mobile Network: ଦେଶବାସୀଙ୍କୁ କେବେ ମିଳିବ ସେବା? ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
Advertisement

5G Mobile Network: ଦେଶବାସୀଙ୍କୁ କେବେ ମିଳିବ ସେବା? ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

5G in India: 5G ସ୍ପେକ୍ଟ୍ରମ ପାଇଁ ଚାଲିଥିବା ନିଲାମ ପ୍ରକ୍ରିୟା ଦର୍ଶାଉଛି ଯେ ଟେଲିକମ୍ ଶିଳ୍ପ ବିସ୍ତାର କରିବାକୁ ଚାହୁଁଛି। ଏହା ଅସୁବିଧାରୁ ବାହାରିଛି ଏବଂ ବର୍ତ୍ତମାନ ଅଭିବୃଦ୍ଧି ପଥରେ ଅଗ୍ରସର ହେଉଛି। 

5G Mobile Network: ଦେଶବାସୀଙ୍କୁ କେବେ ମିଳିବ ସେବା? ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

5G Spectrum Bidding: ଦେଶରେ ଜାରି ରହିଛି 5G ସ୍ପେକ୍ଟ୍ରମ ନିଲାମୀ ପ୍ରକ୍ରିୟା। ନିଲାମ ପ୍ରକ୍ରିୟାର ପଞ୍ଚମ ଦିନ ଶନିବାର ସ୍ପେକ୍ଟ୍ରମ ବିକ୍ରୟ ମୂଲ୍ୟ ପାଖାପାଖି ୧.୫୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। 5G ସ୍ପେକ୍ଟ୍ରମ ନିଲାମୀ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଦୂରସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ 5G ସ୍ପେକ୍ଟ୍ରମ ନିଲାମ ପ୍ରକ୍ରିୟା ବହୁତ ଭଲ ଭାବରେ ଚାଲିଛି। ଏହାର ଭଲ ଫଳାଫଳ ମଧ୍ୟ ବାହାରୁଛି। ଅନ୍ୟପକ୍ଷରେ ସ୍ପେକ୍ଟ୍ରମ୍ ନିଲାମ ପ୍ରକିୟା କ୍ଷେତ୍ରରେ ରିଲାଏନ୍ସ ଜିଓ ଏବଂ ଏୟାରଟେଲ ଭଳି ଦେଶର ଦୁଇ ପ୍ରମୁଖ ଦୂରସଞ୍ଚାର କମ୍ପାାନୀର   ଏକାଧିକାର ବଜାୟ ରହିବ ନାହିଁ। ଏପରି ହେବ ନାହିଁ।  କାରଣ ଦୂରସଞ୍ଚାର କ୍ଷେତ୍ରରେ କରାଯାଇଥିବା ସଂସ୍କାର କାରଣରୁ ଟେଲିକମ ଶିଳ୍ପ କ୍ଷେତ୍ରରେ ସ୍ଥିରତା ଆସିଛି। ଏଠାରେ ସୁସ୍ଥ ପ୍ରତିଯୋଗିତା ରହିଛି।

ମୁମ୍ବାଇ ଠାରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଦୂରସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି 5G ସ୍ପେକ୍ଟ୍ରମ ନିଲାମୀ ପ୍ରକ୍ରିୟାର ପଞ୍ଚମ ଦିନ ପର୍ଯ୍ୟନ୍ତ ରଖାଯାଇଥିବା ମୋଟ ନିଲମୀର ମୂଲ୍ୟ ହେଉଛି ୧ ଲକ୍ଷ ୪୯ ହଜାର ୯୬୬ କୋଟି ଟଙ୍କା। 5G ସ୍ପେକ୍ଟ୍ରମ ପାଇଁ ଚାଲିଥିବା ନିଲାମ ପ୍ରକ୍ରିୟା ଦର୍ଶାଉଛି ଯେ ଟେଲିକମ୍ ଶିଳ୍ପ ବିସ୍ତାର କରିବାକୁ ଚାହୁଁଛି। ଏହା ଅସୁବିଧାରୁ ବାହାରିଛି ଏବଂ ବର୍ତ୍ତମାନ ଅଭିବୃଦ୍ଧି ପଥରେ ଅଗ୍ରସର ହେଉଛି। ନିଲାମୀ ଫଳାଫଳ ବହୁତ ଭଲ ରହିଛି। ଟେଲିକମ କମ୍ପାନୀ 5G ସ୍ପେକ୍ଟ୍ରମ କ୍ରୟ କରିବା ପାଇଁ ୧ ଲକ୍ଷ ୪୯ ହଜାର ୯୬୬ କୋଟି ଟଙ୍କାର ନିଲାମୀ ଡାକିଛନ୍ତି।

ଗତ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା 5G ସ୍ପେକ୍ଟ୍ରମ ନିଲାମୀ ପ୍ରକ୍ରିୟାରେ ଟେଲିକମ କମ୍ପାନୀ ପକ୍ଷରୁ ଦିଆଯାଇଥିବା ପ୍ରତିକ୍ରିୟା ଏହି ଶିଳ୍ପର ପରିପକ୍ୱତାକୁ ଦର୍ଶାଉଛି। ସ୍ପେକ୍ଟ୍ରମ ପାଇଁ ସ୍ଥିର ହୋଇଥିବା ମୂଲ୍ୟ ଏକ ଯୁକ୍ତିଯୁକ୍ତ ମୂଲ୍ୟ। ଏହା ନିଲାମୀ ଫଳାଫଳରେ ପ୍ରତିଫଳିତ ହୋଇଛି। ଦୂରସଞ୍ଚାର ମନ୍ତ୍ରଣାଳୟ ଏହି ନିଲାମ ପ୍ରକ୍ରିୟାରେ ମୋଟ ୪.୩ ଲକ୍ଷ କୋଟି ଟଙ୍କା ମୂଲ୍ୟର 72 GHz ସ୍ପେକ୍ଟ୍ରମ ବିକ୍ରି କରିବାକୁ ପ୍ରସ୍ତାବ ଦେଇଛି। ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ବ୍ୟତୀତ ଆଦାନୀ ଏଣ୍ଟରପ୍ରାଇଜେସ୍ ମଧ୍ୟ ଏହି 5G ସ୍ପେକ୍ଟ୍ରମ ନିଲାମୀ ପ୍ରକ୍ରିୟାରେ ଅଂଶଗ୍ରହଣ କରୁଛି।

ଆସନ୍ତା ଅକ୍ଟୋବର ମାସରୁ ଦେଶରେ 5G ମୋବାଇଲ ସେବା ଆରମ୍ଭ ହେବା ନେଇ ଆଶାବାଦୀ ଅଛନ୍ତି କେନ୍ଦ୍ର ସରକାର। ଏଠାରେ 'ଟେଲିକମ୍ ଇନଭେଷ୍ଟମେଣ୍ଟ ରାଉଣ୍ଡ ଟେବୁଲ୍: ଭାରତରେ 5G ସୁଯୋଗ ସମ୍ମିଳନୀରେ ଯୋଗ ଦେବା ଅବସରରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଦୂରସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଆମେ ଆଶା କରୁଛୁ ଆସନ୍ତା ଅକ୍ଟୋବର ମାସରୁ ଦେଶରୁ 5G ସେବା ଆରମ୍ଭ ହେବ। ଏକ ବର୍ଷ ମଧ୍ୟରେ ସମଗ୍ର ଦେଶରେ ଲୋକଙ୍କ ଲାଗି ଉପଲବ୍ଧ ହୋଇଯିବ। ଦେଶରେ 5G ସେବା ଦ୍ରୁତତମ ହେବ। ଆମେ ବିଶ୍ୱାସ କରୁ ଯେ ଅନ୍ୟାନ୍ୟ ଭୌଗୋଳିକ ଅଞ୍ଚଳ ତୁଳନାରେ ଆମେ 5G ସେବାକୁ ଅଧିକ ଦ୍ରୁତ ଗତିରେ ବାହାର କରିବାରେ ସମର୍ଥ ହେବୁ। ଏହାର କାରଣ ହେଉଛି ଆମର ଅନ୍ୟାନ୍ୟ ଖର୍ଚ୍ଚ ନିୟନ୍ତ୍ରଣରେ ରହିଛି।

Also Read: Modi Govt Decisions: BSNL-BBNL ବିଲୟକୁ ମିଳିଲା ମଞ୍ଜୁରୀ

Also Read: ଦେଶରେ 5G ପରୀକ୍ଷା ଶେଷ; କେନ୍ଦ୍ରମନ୍ତ୍ରୀ କଲେ ପ୍ରଥମ କଲ୍