Electricity Reform Bill: ବିଜୁଳି ସୁଧାର ଆଇନକୁ ବିରୋଧ କରିବେ ମୁଖ୍ୟମନ୍ତ୍ରୀ, ବିଜେପିକୁ ବିରୋଧ କରିବ କି ରାଜ୍ୟ
Advertisement
Article Detail0/zeeodisha/odisha1349871

Electricity Reform Bill: ବିଜୁଳି ସୁଧାର ଆଇନକୁ ବିରୋଧ କରିବେ ମୁଖ୍ୟମନ୍ତ୍ରୀ, ବିଜେପିକୁ ବିରୋଧ କରିବ କି ରାଜ୍ୟ

Electricity Reform Bill: ରାଜ୍ୟମାନଙ୍କ ବିରୋଧ ସତ୍ତ୍ୱେ ମୌସୂମୀ ଅଧିବେସନରେ ଏହି ନିୟମ ର ଆରମ୍ଭ କରିଥିଲେ। ଏଥିରେ ସୁଧାର ଆଇନରେ ବିବାଦୀୟ ବିଦ୍ୟୁତ ସଂଶୋଧନ ବିଧେୟକ ୨୦୨୨ ଅନୁଯାୟୀ ଉପଭୋକ୍ତା ଯେକୌଣସୀ ବିଦ୍ୟୁତ ସେବା ପ୍ରଦାନକାରୀ ସଂସ୍ଥାଙ୍କ ନିକଟରୁ ବିଦ୍ୟୁତ ନେଇପାରିବେ। 

Electricity Reform Bill: ବିଜୁଳି ସୁଧାର ଆଇନକୁ ବିରୋଧ କରିବେ ମୁଖ୍ୟମନ୍ତ୍ରୀ, ବିଜେପିକୁ ବିରୋଧ କରିବ କି ରାଜ୍ୟ

Electricity Reform Bill:  ହାଇଦ୍ରାବାଦ: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏକ ନୂଆ ଦଳ ଗଠନ ନେଇ ଘୋଷଣା କରିବା ପରେ ରାଜ୍ୟରେ ରାଜନୈତିକ ମାହୋଲ ବେଶ ଉଷ୍ମ ହୋଇ ପଡ଼ିଛି। ଏହି ଦଳ ଗଠନ ପରେ ବିଜେପିର ବିପକ୍ଷ ଦଳ ଭାବେ ଉଭା ହେବ ବୋଲି ଆଲୋଚନା ହେଉଛି। ସେପଟେ କେସିଆରଙ୍କ ଦଳ ଘୋଷଣା ପରେ ତାଙ୍କ ଝିଅ ତଥା ଏମଏଲସି କେ କବିତା ବିଜେପିକୁ ବିରୋଧ କରିବା ଆରମ୍ଭ କରିଦେଲେଣି। କେ କବିତା କହିଛନ୍ତି କି ବିଜୁଳି କ୍ଷେତ୍ରରେ ବିଜେପି ଆଣୁଥିବା ସଂସ୍କାରକୁ ବିରୋଧ କରିବେ। 

ସେ ଆହୁରି ମଧ୍ୟ କହିଛନ୍ତି କି ଏନେଇ ବିଧାନସଭାରେ ଏକ ବିରୋଧ ପ୍ରସ୍ତାବ ପାରିତ କରାଯିବ। ଆଜି ଅର୍ଥାତ ୧୩ ତାରିଖରେ ଏହି ପ୍ରସ୍ତାବକୁ ପାରିତ କରାଯାଇଛି। ଏହା ବ୍ୟତୀତ ଆମ୍ବେଦକରଙ୍କ ନାଁରେ ନୂଆ ସଂସଦ ଭବନର ନାଁ ରଖିବାକୁ ରାଜ୍ୟ ଦାବି କରିବ ବୋଲି ସେ କହିଥିଲେ। 

କେନ୍ଦ୍ରର ଶକ୍ତି କ୍ଷେତ୍ର ସଂସ୍କାରକୁ ବିରୋଧ କରୁଥିବା ରାଜ୍ୟ ବିଧାନସଭାରେ ଏକ ସଂକଳ୍ପ ପାରିତ ହେବ ବୋଲି କବିତା କହିଛନ୍ତି। ସେ କହିଛନ୍ତି ଆମର ମୁଖ୍ୟମନ୍ତ୍ରୀ ବିଧାନସଭାରେ ଘୋଷଣା କରିଛନ୍ତି ଯେ ଏକ ରାଜ୍ୟ ଭାବରେ ଆମେ କେନ୍ଦ୍ର ଘୋଷଣା କରିଥିବା ବିଦ୍ୟୁତ ସଂସ୍କାରକୁ ବିରୋଧ କରିବାକୁ ଯାଉଛୁ। ଆସନ୍ତାକାଲି ଏହା ବିଧାନସଭାରେ ପ୍ରସ୍ତାବ ରଖାଯିବ। ଏଥିସହ ନୂଆ ବିଧାନସଭା ଗୃହକୁ ଆମ୍ବେଦକରଙ୍କ ନାଁରେ ନାମିତ କରିବାକୁ ଆମ ରାଜ୍ୟ ପ୍ରସ୍ତାବ ଦେବ ବୋଲି ସେ କହିଥିଲେ। 

ସେହିପରି କୃଷି ଆଇନ ପ୍ରସଂଗରେ କେନ୍ଦ୍ରକୁ କଟାକ୍ଷ କରି କେସିଆର ମୋଦିଙ୍କୁ ସମାଲୋଚନା କରିଥିଲେ। ମୋଦି ସରକାର ଏସସି/ଏସଟି ଲୋକଙ୍କ ପାଇଁ ଆରମ୍ଭ କରିଥିବା ବିଦ୍ୟୁତ ସେବା କ୍ଷେତ୍ରରେ ଆଣିଥିବା ସୂଧାର ନିୟମକୁ ଫେରାଇ ନେବା ପାଇଁ କେସିଆର ଦାବି କରିଥିଲେ। କେସିଆର କହିଥିଲେ କି ଭଗବାନଭଙ୍କ ପାଇଁ ବିଦ୍ୟୁତ ସୁଧାର ନିୟମକୁ ଫେରାଇ ନିଅନ୍ତୁ। ଯାହା ଆପଣ ପ୍ରସ୍ତାବ ଦେଇଚନ୍ତି। ଆପଣଙ୍କର ପୂର୍ବରୁ ମଧ୍ୟ ନିୟମ ଗୁଡ଼ିକୁ ଫେରାଇ ନେବାର ଅଭ୍ୟାସ ରହିଛି। ଆପଣ କୃଷକଙ୍କ ପାଇଁ ଆଇନ ପ୍ରସ୍ତୁତ କରିଥିଲେ ଓ ଲାଗୁ ମଧ୍ୟ କରିଥିଲେ। ତାକୁ ମଧ୍ୟ ଆପଣ ଅପସାରିତ କରିଥିଲେ। ଦେଶକୁ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ। ତେବେ ଏହି ବିଦ୍ୟୁତ ସୁଧାର ନିୟମକୁ ଲୋକେ ବିରୋଧ କରିବା ପୂର୍ବରୁ ଏହାକୁ ଅପସାରିତ କରି ନିଅନ୍ତୁ ବୋଲି କେସିଆର କହିଥିଲେ। 

ଏଠାରେ କହି ରଖୁ କି ରାଜ୍ୟମାନଙ୍କ ବିରୋଧ ସତ୍ତ୍ୱେ ମୌସୂମୀ ଅଧିବେସନରେ ଏହି ନିୟମ ର ଆରମ୍ଭ କରିଥିଲେ। ଏଥିରେ ସୁଧାର ଆଇନରେ ବିବାଦୀୟ ବିଦ୍ୟୁତ ସଂଶୋଧନ ବିଧେୟକ ୨୦୨୨ ଅନୁଯାୟୀ ଉପଭୋକ୍ତା ଯେକୌଣସୀ ବିଦ୍ୟୁତ ସେବା ପ୍ରଦାନକାରୀ ସଂସ୍ଥାଙ୍କ ନିକଟରୁ ବିଦ୍ୟୁତ ନେଇପାରିବେ। 

ତେଲଙ୍ଗାନା ଦ୍ୱାରା କୃଷକଙ୍କୁ ମାଗଣାରେ ବିଦ୍ୟୁତ ସେବା ଯୋଗାଇ ଦେବାକୁ ଲାଭ ପାଇଁ ଆରମ୍ଭ ହେବାକୁ ଥିବା ସୁଧାର ଉଦାହରଣ ଦେଇ କେସିଆର କହିଥିଲେ କି ସେ ମରିଯିବେ ପଛେ କେନ୍ଦ୍ର ଏହି ନିୟମକୁ କଦାପି ଲାଗୁ କରାଇ ଦେବେ ନାହିଁ। ସେ ଆହୁରି ମଧ୍ୟ କହିଥିଲେ କି ତେଲଙ୍ଗାନା ରାଜ୍ୟ ମାନ୍ୟତା ପାଇବା ପୂର୍ବରୁ କୃଷକ ମାନଙ୍କର ଅନେକ ସମସ୍ୟା ରହିଛି। କୃଷକମାନେ ଆତ୍ମହତ୍ୟା କରୁଛନ୍ତି। ଆମେମାନେ ରାଜ୍ୟର ଚାଷୀମାନଙ୍କର ଉନ୍ନତି ଦିଗରେ କାର୍ଯ୍ୟ କରୁଛୁ। କୃଷକମାନଙ୍କୁ ମାଗଣାରେ ବିଦ୍ୟୁତ ସେବା ଯୋଗାଇ ଦେଇ ଆଶୁଛୁ। କେନ୍ଦ୍ର ଆମକୁ ବିଦ୍ୟୁତ ବିଲ, ମିଟର ଲଗାଇବାକୁ ଚାପ କରି ଆସୁଛି। ଆମେମାନେ ମରିଯିବୁ କିନ୍ତୁ ମିଟର ଲଗାଇବୁ ନାହିଁ ବୋଲି କେସିଆର କହିଥିଲେ।