Neelachal Ispat Nigam Plant: ଓଡ଼ିଶାରେ ଟାଟା ଷ୍ଟିଲ୍ ଆରମ୍ଭ କଲା ନୀଳାଚଳ ଇସ୍ପାତ ନିଗମ ପ୍ଲାଣ୍ଟର ପରିଚାଳନା
Advertisement

Neelachal Ispat Nigam Plant: ଓଡ଼ିଶାରେ ଟାଟା ଷ୍ଟିଲ୍ ଆରମ୍ଭ କଲା ନୀଳାଚଳ ଇସ୍ପାତ ନିଗମ ପ୍ଲାଣ୍ଟର ପରିଚାଳନା

Neelachal Ispat Nigam Plant: ଟାଟା ଷ୍ଟିଲ୍ ଲଙ୍ଗ୍ ପ୍ରଡକ୍ଟସ୍ ଲିମିଟେଡ୍ (Tata Steel Long Products Ltd ) ଓ NINL ର ଅଧ୍ୟକ୍ଷ ଟିଭି ନରେନ୍ଦ୍ରନ୍ (T V Narendran) କହିଛନ୍ତି ଯେ, ଯେହେତୁ ସାଇଟ୍ ଦୁଇ ବର୍ଷ ଧରି କାର୍ଯ୍ୟକ୍ଷମ ହୋଇନଥିଲା, ଆମେ ଟାଟା ଷ୍ଟିଲର ମଜବୁତ କାର୍ଯ୍ୟକାରିତା କ୍ଷମତା ସ୍ଥାପନ ଓ ପ୍ରଦର୍ଶନ କରି ଶୀଘ୍ର ଚୁଲାକୁ ପୁନଃ ଆରମ୍ଭ କରିବାକୁ ଚାହୁଁଥିଲୁ ।

Neelachal Ispat Nigam Plant: ଓଡ଼ିଶାରେ ଟାଟା ଷ୍ଟିଲ୍ ଆରମ୍ଭ କଲା ନୀଳାଚଳ ଇସ୍ପାତ ନିଗମ ପ୍ଲାଣ୍ଟର ପରିଚାଳନା

ଭୁବନେଶ୍ୱର: Neelachal Ispat Nigam Plant: ଏକ ନିଲାମୀ ପ୍ରକ୍ରିୟାରେ ଓଡିଶା ସ୍ଥିତ ନୀଳାଚଳ ଇସ୍ପାଟ ନିଗମ ଲିମିଟେଡ (NINL) ଟାଟା ଷ୍ଟିଲ୍ (Tata Steel) ସହାୟକ କମ୍ପାନୀ ଦ୍ୱାରା ୧୨,୦୦୦ କୋଟି ଟଙ୍କାରେ ଅଧିଗ୍ରହଣ କରାଯିବା ପରେ ପରିଚାଳନା ଆରମ୍ଭ ହୋଇଛି । ପ୍ରାୟ ୯୦ ଦିନ ପରେ ସୋମବାର ଏହି କାର୍ଯ୍ୟ ଆରମ୍ଭ ହୋଇଛି । ଏନେଇ କମ୍ପାନୀ ତରଫରୁ ବୟାନ ଜାରି କରାଯାଇଛି । ବିଭିନ୍ନ କାରଣରୁ ୧.୧ ମିଲିୟନ୍ ଟନ୍ ଷ୍ଟିଲ୍ ତିଆରି ସୁବିଧା ପ୍ରାୟ ଦୁଇ ବର୍ଷ ଧରି ବନ୍ଦ ରହିଥିଲା ।​

ଟାଟା ଷ୍ଟିଲ (Tata Steel) ର ସହାୟକ ଟାଟା ଷ୍ଟିଲ୍ ଲଙ୍ଗ୍ ପ୍ରଡକ୍ଟସ୍ (TSLP) ଏକ ବୟାନରେ କହିଛି ଯେ, ୪ ଜୁଲାଇ ୨୦୨୨ରେ ଏହାର ଅଧିଗ୍ରହଣ ପ୍ରକ୍ରିୟା ସଂପୂର୍ଣ୍ଣ ହେବାର ୯୦ ଦିନ ପରେ ତାର ସହାୟକ NINL ର ବ୍ଲାଷ୍ଟ ଫର୍ଣ୍ଣେସ୍ ପୁନଃ ଆରମ୍ଭ ହେବା ଏକ ମାଇଲଖୁଣ୍ଟରେ ପହଞ୍ଚିଛି । ଟାଟା ଷ୍ଟିଲ୍ ଲଙ୍ଗ୍ ପ୍ରଡକ୍ଟସ୍ ଲିମିଟେଡ୍ (Tata Steel Long Products Ltd ) ଓ NINL ର ଅଧ୍ୟକ୍ଷ ଟିଭି ନରେନ୍ଦ୍ରନ୍ (T V Narendran) କହିଛନ୍ତି ଯେ, ଯେହେତୁ ସାଇଟ୍ ଦୁଇ ବର୍ଷ ଧରି କାର୍ଯ୍ୟକ୍ଷମ ହୋଇନଥିଲା, ଆମେ ଟାଟା ଷ୍ଟିଲର ମଜବୁତ କାର୍ଯ୍ୟକାରିତା କ୍ଷମତା ସ୍ଥାପନ ଓ ପ୍ରଦର୍ଶନ କରି ଶୀଘ୍ର ଚୁଲାକୁ ପୁନଃ ଆରମ୍ଭ କରିବାକୁ ଚାହୁଁଥିଲୁ ।

ଅଧିକ ପଢ଼ନ୍ତୁ:-୩୦ ସେକେଣ୍ଡରେ ୧୧୭ ବମ୍ ସ୍କିପ୍ କରି ସୃଷ୍ଟି କଲେ ବିଶ୍ୱ ରେକର୍ଡ, ଜାଣନ୍ତୁ ଏପରି କରିଥିବା ବ୍ୟକ୍ତି ଜଣକ କିଏ; ଦେଖନ୍ତୁ ଭିଡିଓ

ଅଧିକ ପଢ଼ନ୍ତୁ:-ସରକାର ନେଲେ ବଡ଼ ପଦକ୍ଷେପ; ଶସ୍ତା ହେବ ସୁନା, ଖାଇବା ତେଲର ମୂଲ୍ୟ ବି କମିବ!

ଅଧିକ ପଢ଼ନ୍ତୁ:-ଇତିହାସରେ ପ୍ରଥମ ଥର ଜାପାନ ନେଲା ଭାରତ ପାଇଁ ବଡ଼ ପଦକ୍ଷେପ, ସାରା ଦୁନିଆ ଚକିତ ତ ଚୀନର ବଢ଼ିଲା ଟେନସନ୍

 

ମୂଳ ଟାଟା ଷ୍ଟିଲ (Tata Steel) ର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଥିବା ନରେନ୍ଦ୍ରନ୍ କହିଛନ୍ତି ଯେ,  ଯୋଜନା ଅନୁଯାୟୀ ଉତ୍ପାଦନକୁ ଧୀରେ ଧୀରେ ବୃଦ୍ଧି କରିବାକୁ ଧ୍ୟାନ ଦିଆଯାଉଛି । ଟାଟା ଷ୍ଟିଲ୍ ଆଗାମୀ କିଛି ବର୍ଷ ମଧ୍ୟରେ NINL ସୁବିଧାରେ ନିବେଶ କରିବାକୁ ଯୋଜନା କରିଛି । ଯାହା ଦ୍ୱାରା ବାର୍ଷିକ ୪୫ ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ ଏକ ଉଦ୍ଦେଶ୍ୟ-ନିର୍ମିତ ଉଚ୍ଚ ଉତ୍ପାଦ କମ୍ପ୍ଲେକ୍ସ ନିର୍ମାଣ ହୋଇପାରିବ ।