Taiwan Earthquake: ୮୦ଟି ଭୂକମ୍ପ ଝଟକାରେ ଥରିଲା ତାଇୱାନ୍, ତୀବ୍ରତା ରିକ୍ଟର ସ୍କେଲରେ ୬.୩
Advertisement
Article Detail0/zeeodisha/odisha2217465

Taiwan Earthquake: ୮୦ଟି ଭୂକମ୍ପ ଝଟକାରେ ଥରିଲା ତାଇୱାନ୍, ତୀବ୍ରତା ରିକ୍ଟର ସ୍କେଲରେ ୬.୩

Taiwan Earthquake: ଭୂକମ୍ପରେ ଥରିଲା ତାଇୱାନ୍ । ସୋମବାର ରାତିରୁ ଆଜି ଭୋର ପର୍ଯ୍ୟନ୍ତ ତାଇୱାନରେ ପ୍ରାୟ ୮୦ଟି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏଥିରେ ବହୁ କୋଠା ଭୁଶୁଡ଼ି ପଡିଥିବା ବେଳେ ମୃତହାତଙ୍କ ସମ୍ପର୍କରେ ସୂଚନା ମିଳିନାହିଁ ।

ଖବର ଅନୁଯାୟୀ, ସୋମବାର ସନ୍ଧ୍ୟା ପ୍ରାୟ ୫ଟା ମିନିଟ୍ ରେ ତାଇୱାନରେ ପ୍ରଥମ ଭୂକମ୍ପରେ ଝଟକା ଅନୁଭୂତ ହୋଇଥିଲା । ଏହାପରେ କିଛି କିଛି ସମୟ ବ୍ୟବଧାନରେ ଭୂକମ୍ପ ଝଟକା ଅନୁଭୂତ ହେଉଥିଲା । ସେଥିମଧ୍ଯରୁ କିଛି ହାଲକା ଝଟକା ଥିବା ବେଳେ ଆଉ କେତେକ ଶକ୍ତିଶାଳୀ ଝଟକାର ତ୍ରୀବତା ରିକ୍ଟର ସ୍କେଲରେ ୬.୩ ଥିଲା । ଭୂକମ୍ପର କେନ୍ଦ୍ରସ୍ଥଳୀ ହୁଲିଏନରେ ୫ କି.ମି ଗଭୀରରେ ଥିବା ଜଣାପଡ଼ିଛି। ଗତକାଲି ରାତିରେ ମାତ୍ର ୯ ମିନିଟ୍‌ ମଧ୍ୟରେ ହୁଲିଏନର ବିଭିନ୍ନ ସ୍ଥାନରେ ୫ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି ।

ତାଇୱାନର ଶୌଫେଙ୍ଗ ଟାଉନସିପ୍, ହୁଆଲିନ୍ କାଉଣ୍ଟିରେ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପ ଯୋଗୁଁ ବହୁ ପ୍ରତିଷ୍ଠାନ ଓ କୋଠା ଭୁଶୁ଼ଡ଼ି ଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିନଥିବା ବେଳେ ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରକାଶ ଥାଉ କି, ହୁଲିଲନରେ ଗତ ୩ ତାରିଖରେ ରିକ୍ଟର ସ୍କେଲରେ ୭.୨ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ୧୪ ଜଣଙ୍କ ମୃତ୍ୟୁ ହୋଇଥିଲା।

Also Read- Helicopter Crash: ଅଭ୍ୟାସ ବେଳେ ଦୁଇ ବିମାନ ଦୁର୍ଘଟଣା: ୧୦ ମୃତ, ଦେଖନ୍ତୁ ଏହି ଛାତିଥରା ଦୃଶ୍ୟ...