Lalit Modi On Sushmita Sen: ପଳାତକ ମୋଦିକୁ ପାଇ ସବୁ ସୀମା ଡେଇଁଗଲେ ବିଶ୍ବ ସୁନ୍ଦରୀ
Advertisement

Lalit Modi On Sushmita Sen: ପଳାତକ ମୋଦିକୁ ପାଇ ସବୁ ସୀମା ଡେଇଁଗଲେ ବିଶ୍ବ ସୁନ୍ଦରୀ

Sushmita Sen Hot Photo: ଲଳିତ ମୋଦିଙ୍କ ସହ ସମ୍ପର୍କ ସୁନିଶ୍ଚିତ କରିବା ପରେ ସୁସ୍ମିତା ସେନ (Sushmita Sen)ଙ୍କୁ ଅଟକାଇବା କଷ୍ଟକର ହୋଇପଡିଛି।

ପ୍ରତୀକାତ୍ମକ

Sushmita Sen Hot Photo: ଆଇପିଏଲ ଦୁର୍ନୀତିର ପର୍ଦ୍ଦଫାଶ ହେଲା ପରେ ଲଳିତ ମୋଦି ପଳାତକ ସାଜିଛନ୍ତି। କିଛି ଦିନ ତଳେ ଅଭିନେତ୍ରୀ ସୁସ୍ମିତା ସେନଙ୍କ ସହ ସେ ଡେଟିଂ କରୁଥିବା ଖବର ଗଣମାଧ୍ୟମରେ ପ୍ରସାରଣ ହୋଇଥିଲା। ଲଳିତ ମୋଦିଙ୍କ ସହ ସମ୍ପର୍କ ସୁନିଶ୍ଚିତ କରିବା ପରେ ସୁସ୍ମିତା ସେନ (Sushmita Sen)ଙ୍କୁ ଅଟକାଇବା କଷ୍ଟକର ହୋଇପଡିଛି। ବିଗତ ଦିନ ଗୁଡିକରେ ଅଭିନେତ୍ରୀ ସୋସିଆଲ ମିଡିଆରେ ନିଜର ଏପରି ଫଟୋ ସେୟାର କରୁଛନ୍ତି ଯେ, ତାଙ୍କୁ ଦେଖି ପ୍ରଶଂସକ ମାନେ ଏହା ମଧ୍ୟ କହିବେ ଯେ ଅଭିନେତ୍ରୀ ଲଳିତ ମୋଦିଙ୍କ ପ୍ରେମରେ ପାଗଳ ହୋଇଯାଇଛନ୍ତି। ବର୍ତ୍ତମାନ ସୁସ୍ମିତା ସେନ୍ ସୋସିଆଲ ମିଡିଆରେ ଏକ ଖୋଲା ଗାଉନ୍ ପିନ୍ଧି ଏପରି ହଟ୍ ଫଟୋ ପୋଷ୍ଟ କରିଛନ୍ତି ଯାହା ଲୋକଙ୍କ ଧ୍ୟାନ କେନ୍ଦ୍ରିତ କରୁଛି। ଏହି ଫଟୋରେ ଅଭିନେତ୍ରୀ କେବଳ ଯେ, ବୋଲ୍ଡ ଡ୍ରେସ ପିନ୍ଧିଥିବାର ଦେଖାଯାଇଲେ ତାହା ନୁହେଁ ବରଂ ତାଙ୍କ ସୌନ୍ଦର୍ଯ୍ୟର ଯାଦୁରେ ଏକ ଅଭିନୟ କରୁଥିବା ମଧ୍ୟ ନଜର ଆସିଥିଲେ।

ଏହି ଫଟୋରେ ସୁସ୍ମିତା ସେନ୍ କଳା ରଙ୍ଗର ଏକ ରିବିଲିଙ୍ଗ ଗାଉନ୍ ପିନ୍ଧିଥିବାର ନଜର ଆସୁଛନ୍ତି। ବିଗତ ଦିନ ମାନଙ୍କରେ ସୁସ୍ମିତା ସେନଙ୍କ ସୋସାଲ ମିଡିଆ ଫଟୋ ଫୋଷ୍ଟକୁ ଦେଖିଲେ ଲିଗୁଛି ଯେ, ଅଭିନେତ୍ରୀ ଲଳିତ ମୋଦିଙ୍କ ପ୍ରେମରେ ପାଗଳ ହୋଇଯାଇଛନ୍ତି। ଏହି ଫଟୋର ବେକଗ୍ରାଉଣ୍ଡକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି ଯେ, ସେ ଏହି ଗାଉନରେ ଦେଇଥିବା ହଟ୍ ଲୁକ୍ ସମସ୍ତଙ୍କ ଧ୍ୟାନକୁ ଆକର୍ଷିତ କରୁଛି। ଏଥିରୁ ଜଣାପଡୁଛି ସୁସ୍ମିତା ଏହି ଫଟୋକୁ କୌଣସି ଷ୍ଟୁଡିଓରେ କ୍ଲିକ୍ କରିନାହାଁନ୍ତି ହେଲେ ମେକଅପ୍ ରୁମ୍ ବାହାରେ ଏହା କ୍ଲିକ୍ କରାଯାଇଛି। 

ଏହି ଫଟୋରେ ସୁସ୍ମିତା ସେନ୍ ପିନ୍ଧିଥିବା ଗାଉନ୍ ହେଉଛି ଥାଇ ସ୍ଲିଟ୍। ଏହାସହ ଗାଉନ୍ ବେକ ପାର୍ଶ୍ୱରୁ ଏପରି ଡିଜାଇନ କରାଯାଇଛି ଯେ, ବେକର ବହୁତ ତଳକୁ ସ୍ପଷ୍ଟ ଭାବରେ ଦେଖାଯାଏ। ଲୁକ୍ ସଂପୂର୍ଣ୍ଣ କରିବା ପାଇଁ ସୁସ୍ମିତା ସେନଙ୍କୁ କେଶକୁ ପୋନିଂ ସହିତ ସୂକ୍ଷ୍ମ ମେକଅପ୍ ମଧ୍ୟ ନେଇଥବା ଦେଖାଯାଇଛି। ସୁସ୍ମିତା ସେନ୍ ଏହି ଫଟୋକୁ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଛନ୍ତି।

ଲଳିତ ମୋଦି (Lalit Modi) ତାଙ୍କ ଟ୍ୱିଟରରେ ସୁସ୍ମିତା ସେନଙ୍କ ସହ ସମ୍ପର୍କ ପ୍ରଘଟ କରିବା ମାତ୍ରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଖାସ କଥା ହେଉଛି, ଲଳିତ ମୋଦି ମଧ୍ୟ ଅଭିନେତ୍ରୀ ସୁସ୍ମିତା ସେନଙ୍କ ସହ ଅନେକ କ୍ରେଜି ଫଟୋ ମଧ୍ୟ ସେୟାର କରୁଛନ୍ତି। ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ ହେବା ପରେ ଉଭୟଙ୍କ ମଧ୍ୟରେ ଥିବା ବୟସ ବ୍ୟବଧାନ ମଧ୍ୟ ବହୁତ ଚର୍ଚ୍ଚିା ହୋଇଥିଲା। ସୁସ୍ମିତା ସେନଙ୍କୁ ୪୬ ବର୍ଷ ହୋଇଥିବା ବେଳେ ଲଳିତ ମୋଦିଙ୍କୁ ୫୮ ବର୍ଷ ବୟସ ହୋଇଛି। ଅର୍ଥାତ୍ ସୁସ୍ମିତା ଲଳିତ ମୋଦିଙ୍କ ଠାରୁ ୧୨ ବର୍ଷ ସାନ। ତେଣୁ, ସୁସ୍ମିତାଙ୍କ ପ୍ରଶଂସକ ମାନେ ମଧ୍ୟ ତାଙ୍କର ଏପରି କାର୍ଯ୍ୟ ପାଇଁ ସୋସିଆଲ ମିଡିଆରେ ବହୁତ ଟ୍ରୋଲ କରିବା ସହ ବର୍ଷିଛନ୍ତି।