Biggest Employer: ଭାରତ ପ୍ରତିରକ୍ଷା ମନ୍ତ୍ରାଳୟରେ ସର୍ବାଧିକ ନିଯୁକ୍ତି, ଚୀନ୍-ଆମେରିକାଠୁ ଅଧିକ
Advertisement
Article Detail0/zeeodisha/odisha1419304

Biggest Employer: ଭାରତ ପ୍ରତିରକ୍ଷା ମନ୍ତ୍ରାଳୟରେ ସର୍ବାଧିକ ନିଯୁକ୍ତି, ଚୀନ୍-ଆମେରିକାଠୁ ଅଧିକ

Biggest Employer: ଆପଣ ଜାଣିଛନ୍ତି କି ଦୁନିଆର ସବୁଠୁ ବଡ ନିଯୁକ୍ତିଦାତା କିଏ? ଜର୍ମାନୀର ଏକ ସଂସ୍ଥାର ସର୍ଭେ ରିପୋର୍ଟ ଅନୁଯାୟୀ, ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ହେଉଛି ବିଶ୍ୱର ସବୁଠାରୁ ବଡ ନିଯୁକ୍ତିଦାତା। ବର୍ତ୍ତମାନ ଏଥିରେ ୨୯.୨ ଲକ୍ଷ କର୍ମଚାରୀ ଅଛନ୍ତି ।

Biggest Employer: ଭାରତ ପ୍ରତିରକ୍ଷା ମନ୍ତ୍ରାଳୟରେ ସର୍ବାଧିକ ନିଯୁକ୍ତି, ଚୀନ୍-ଆମେରିକାଠୁ ଅଧିକ

Biggest Employer: ଆପଣ ଜାଣିଛନ୍ତି କି ଦୁନିଆର ସବୁଠୁ ବଡ ନିଯୁକ୍ତିଦାତା (world's biggest employer) କିଏ? ଏହି ପ୍ରଶ୍ନର ଉତ୍ତର ହେଉଛି ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ (Defence Ministry) ।  ବିଶ୍ୱର ସବୁଠାରୁ ଅଧିକ ଲୋକଙ୍କୁ ନିଯୁକ୍ତି ଯୋଗାଉଥିବା ବିଭାଗ ହେଉଛି ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ । ଜର୍ମାନୀର ଏକ ସଂସ୍ଥାର ସର୍ଭେ ରିପୋର୍ଟ ଅନୁଯାୟୀ, ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ଅଧିନରେ ୨୯.୨ ଲକ୍ଷ ଲୋକ କାମ କରୁଛନ୍ତି। ଏଥିରେ ନିୟମିତ ସେନା ବ୍ୟତୀତ ରିଜର୍ଭ ଏବଂ ବେସାମରିକ କର୍ମଚାରୀ ଅନ୍ତର୍ଭୁକ୍ତ ଅଛନ୍ତି । ଏହି ତାଲିକାରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ୱିତୀୟ ଏବଂ ଚୀନ୍‌ର ପିପୁଲ୍ସ ଲିବରେସନ୍ ଆର୍ମି ତୃତୀୟ ସ୍ଥାନରେ ରହିଛି।

ଜର୍ମାନୀ ସର୍ଭେ ସଂସ୍ଥା ଷ୍ଟାଟିଷ୍ଟା (Statista) ଅନୁଯାୟୀ, ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ, ବିଶ୍ୱରେ ସର୍ବାଧିକ ସଂଖ୍ୟକ ଲୋକଙ୍କୁ ନିୟୋଜିତ କରୁଥିବା ସରକାରୀ ସଂସ୍ଥା । ବର୍ତ୍ତମାନ ଭାରତର ପ୍ରତିରକ୍ଷା ମନ୍ତ୍ରାଳୟରେ ମୋଟ ୨୯.୨ ଲକ୍ଷ କର୍ମଚାରୀଙ୍କୁ କାର୍ଯ୍ୟ କରୁଛନ୍ତି । ନିୟମିତ ଯବାନଙ୍କ ବ୍ୟତୀତ ଏହି ତାଲିକାରେ ରିଜର୍ଭ ସୈନିକ ଏବଂ ସାଧାରଣ କର୍ମଚାରୀ ଅନ୍ତର୍ଭୁକ୍ତ ରହିଛନ୍ତି । ରିପୋର୍ଟ ଅନୁସାରେ ଆମେରିକା ପ୍ରତିରକ୍ଷା ବିଭାଗ (Department of Defence) ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା । ଆମେରିକା ପ୍ରତିରକ୍ଷା ବିଭାଗରେ ପ୍ରାୟ ୨୯.୧ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିଛି । ସେହିପରି ଚାଇନାର ପିପୁଲ୍ସ ଲିବରେସନ୍ ଆର୍ମି (People's Liberation Army)ରେ ପ୍ରାୟ ୨୫ ଲକ୍ଷ କର୍ମଚାରୀ ଅଛନ୍ତି। ଏହି ତାଲିକାରେ ସାଧାରଣ କର୍ମଚାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇନାହିଁ । 

ଷ୍ଟାଟିଷ୍ଟା (Statista) ଜର୍ମାନୀରେ ଅବସ୍ଥିତ ଏକ ଘରୋଇ ସଂସ୍ଥା । ହେମବର୍ଗର ଏହି ସହାୟକ ସଂସ୍ଥା ବଜାର ଏବଂ ଉପଭୋକ୍ତାଙ୍କ ତଥ୍ୟ ପ୍ରଦାନ କରିବାରେ ଏକ ଅଭିଜ୍ଞ ସଂଗଠନ । ଏହି ରିପୋର୍ଟ ଅନୁଯାୟୀ, ବିଶ୍ୱର ସର୍ବାଧିକ ସଂଖ୍ୟକ ଚାକିରି ଯୋଗାଇବା କ୍ଷେତ୍ରରେ ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ନମ୍ବର ସ୍ଥାନରେ ରହିଛି । ରିପୋର୍ଟ ଅନୁଯାୟୀ ଚାଇନାର କେନ୍ଦ୍ରୀୟ ସାମରିକ ଆୟୋଗ  (Central Military Commission)ରେ ୬୮ ଲକ୍ଷ କର୍ମଚାରୀ ଅଛନ୍ତି । କିନ୍ତୁ ଏହି ସଂଖ୍ୟା ବିଶ୍ୱାସଯୋଗ୍ୟ ନୁହେଁ। ତେଣୁ ଏହାକୁ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇନାହିଁ । ୨୦୨୧ରେ ବିଶ୍ୱର ମୋଟ ସାମରିକ ଖର୍ଚ୍ଚ ଥିଲା ୨୧୧୩ ଆରବ ଡଲାର୍ । 

ସାମରିକ ପାଇଁ ସର୍ବାଧିକ ଖର୍ଚ୍ଚ 

ଷ୍ଟକହୋମ ଆନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନ (Stockholm International Peace Research Institute) ଅନୁଯାୟୀ, ଯୁକ୍ତରାଷ୍ଟ୍ର ଆମେରିକା, ଚୀନ୍, ଭାରତ, ବ୍ରିଟେନ ଏବଂ ରୁଷିଆ ୨୦୨୧ ମସିହାରେ ସାମରିକ କ୍ଷେତ୍ରରେ ଅଧିକ ଖର୍ଚ୍ଚ କରୁଥିବା ଦେଶ ତାଲିକାରେ ଅଛନ୍ତି । ବିଶ୍ୱରେ ମୋଟ ସାମରିକ ଖର୍ଚ୍ଚର ୬୨ ପ୍ରତିଶତ ଖର୍ଚ୍ଚ ଏହି ଦେଶ କରିଥାନ୍ତି । ୨୦୨୧ ମସିହାରେ ଆମେରିକାର ସାମରିକ ଖର୍ଚ୍ଚ ୮୦୧ ଆରବ ଡଲାର ହୋଇଥିବାବେଳେ ଚାଇନା ଏହାର ସାମରିକ ପାଇଁ ୨୯୩ ଆରବ ଡଲାର ଖର୍ଚ୍ଚ କରିଛି। SIPRI ରିପୋର୍ଟ ଅନୁଯାୟୀ, ଭାରତ ଗତବର୍ଷ ସେନା ପାଇଁ ୭୬.୬ ଆରବ ଡଲାର ଖର୍ଚ୍ଚ କରିଥିଲା।

ଏହାବି ପଢ଼ନ୍ତୁ: India: ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ମିଳିଲା ବଡ଼ ସଫଳତା, ୧୨ ଦେଶର ସ୍ୱତନ୍ତ୍ର କ୍ଲବରେ ସାମିଲ ହେଲା ଭାରତ

ସର୍ବ ବୃହତ ନିଯୁକ୍ତି ପ୍ରଦାନକାରୀ ସଂସ୍ଥା

ଏହି ରିପୋର୍ଟ ଅନୁଯାୟୀ, ବିଶ୍ୱର ସର୍ବାଧିକ ସଂଖ୍ୟକ କର୍ମଚାରୀ ଆମେରିକା କମ୍ପାନି ୱାଲମାର୍ଟ  (Walmart)ରେ ଅଛନ୍ତି। ରାଜସ୍ୱ  ହିସାବରେ ଏହା ବିଶ୍ୱର ସର୍ବବୃହତ କମ୍ପାନି ଏବଂ ଏହା ୨୩ ଲକ୍ଷ କର୍ମଚାରୀଙ୍କୁ ନିୟୋଜିତ କରିଛି । ଏହାପରେ ଆମେରିକୀୟ କମ୍ପାନି ଆମାଜନ (Amazon)  ଦ୍ୱିତୀୟ ସ୍ଥାନରେ ରହିଛି। ଏହି କମ୍ପାନିରେ ମୋଟ ୧୬ ଲକ୍ଷ ଲୋକ କାମ କରନ୍ତି ।