Soumya Murder Case: ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲାରେ ଦଣ୍ଡ ଘୋଷଣା କଲା କୋର୍ଟ, ଜାଣନ୍ତୁ ଅଭିଯୁକ୍ତଙ୍କୁ ମିଳିଲା କେଉଁ ଦଣ୍ଡ?
Advertisement
Article Detail0/zeeodisha/odisha1978275

Soumya Murder Case: ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲାରେ ଦଣ୍ଡ ଘୋଷଣା କଲା କୋର୍ଟ, ଜାଣନ୍ତୁ ଅଭିଯୁକ୍ତଙ୍କୁ ମିଳିଲା କେଉଁ ଦଣ୍ଡ?

Soumya Murder Case: ଟିଭି ସାମ୍ବାଦିକ ସୋମ୍ୟା ବିଶ୍ୱନାଥନଙ୍କ ହତ୍ୟା ମାମଲାରେ ଦିଲ୍ଲୀ କୋର୍ଟ ଚାରିଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ଅଭିଯୁକ୍ତମାନେ ହେଉଛନ୍ତି ରବି କପୁର, ଅମିତ ଶୁକ୍ଲା, ବଲବୀର ମଲିକ ଓ ଅଜୟ କୁମାର । ସମସ୍ତଙ୍କୁ MCOCA ଅଧୀନରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।

 

Soumya Murder Case

Soumya Murder Case: ଦିଲ୍ଲୀର ସାକେତ୍ କୋର୍ଟ (Delhi's Saket court) ୨୦୦୮ ମସିହାରେ ସାମ୍ବାଦିକ ସୌମ୍ୟା ବିଶ୍ୱନାଥନଙ୍କ (Soumya Vishwanathan) ହତ୍ୟା ମାମଲାରେ ଚାରିଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ (life imprisonment) ଦଣ୍ଡିତ କରିଛନ୍ତି । ଏହି ଅଭିଯୁକ୍ତମାନେ ହେଉଛନ୍ତି ରବି କପୁର, ଅମିତ ଶୁକ୍ଲା, ବଲବୀର ମଲିକ ଓ ଅଜୟ କୁମାର । ସମସ୍ତଙ୍କୁ MCOCA ଅଧୀନରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏହା ସମେତ ଚାରିଜଣ ଦୋଷୀଙ୍କୁ କୋର୍ଟ ମଧ୍ୟ ଜରିମାନା କରିଛନ୍ତି ।

ଆପଣଙ୍କୁ କହିରଖୁଛୁ ଯେ, ୨୦୦୮ ମସିହାରେ ସୌମ୍ୟା ବିଶ୍ୱନାଥନ ନାମକ ଜଣେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସେ ସେତେବେଳେ ନିଜ କାରରେ ଘରକୁ ଫେରୁଥିଲେ । ଏହି ହତ୍ୟା ମାମଲାରେ ୫ ଜଣଙ୍କୁ ଦୋଷୀ କରାଯାଇଥିଲା, ଯେଉଁଥିରୁ ଚାରି ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ଓ ପଞ୍ଚମ ଦୋଷୀଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।

ଅପରାଧୀଙ୍କ ଉପରେ ଜରିମାନା ମଧ୍ୟ ଲାଗୁ କରାଯାଇଛି
ଅତିରିକ୍ତ ଶେସନ ଜଜ୍ ରବିନ୍ଦ୍ର କୁମାର ପାଣ୍ଡେଙ୍କ କୋର୍ଟ ଏହି ଦଣ୍ଡ ଘୋଷଣା କରିଛନ୍ତି । ରବି କପୁରଙ୍କୁ ଆଇପିସି ୩୦୨ ଅଧୀନରେ ଆଜୀବନ କାରାଦଣ୍ଡ ସହ ୨୫ ହଜାର ଟଙ୍କା ଜୋରିମାନା ଓ MCOCA ଅଧୀନରେ ୧ ଲକ୍ଷ ଟଙ୍କା ଜୋରିମାନା, ବଲଜିତ ମଲିକଙ୍କୁ ଆଇପିସି ୩୦୨ ଅଧୀନରେ ୨୫ ହଜାର ଟଙ୍କା ଏବଂ ୧ ଲକ୍ଷ ଟଙ୍କା ଜରିମାନା MCOCA, ଅମିତ ଶୁକ୍ଲା ଆଜୀବନ କାରାଦଣ୍ଡ ସହିତ ଅଜୟ କୁମାରଙ୍କୁ ଆଇପିସି ୩୦୨ ଅଧୀନରେ ୨୫ ହଜାର ଟଙ୍କା ଓ MCOCA ଅଧୀନରେ ୧ ଲକ୍ଷ ଟଙ୍କା ଜରିମାନା, ଅଜୟ କୁମାରଙ୍କୁ ଆଇପିସି ୩୦୨ ଅଧୀନରେ ୨୫ ହଜାର ଟଙ୍କା ଓ MCOCA ଅଧୀନରେ ୧ ଲକ୍ଷ ଟଙ୍କା ଜରିମାନା କରାଯାଇଛି ।

ପଞ୍ଚମ  ଦୋଷୀ ଉପରେ ୭.୨୫ ଲକ୍ଷ ଟଙ୍କା ଜରିମାନା 
ଆଇପିସି ଓ MCOCA ର ଧାରା ୪୧୧ ଅନୁଯାୟୀ କୋର୍ଟ ପଞ୍ଚମ ଦୋଷୀ ଅଜୟ ସେଠୀଙ୍କୁ ତିନି ବର୍ଷ ଜେଲ ଓ ୭.୨୫ ଲକ୍ଷ ଟଙ୍କା ଜରିମାନା କରିଛନ୍ତି ।