ଦିଲ୍ଲୀ ପ୍ରଦୂଷଣ କାରଣରୁ କିଛି ପଞ୍ଚତାରକା ହୋଟେଲ୍ ଏକ ନୂଆ ସେବା ଆରମ୍ଭ କରିଛନ୍ତି । ଏହି ସେବା ବିଷୟରେ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଉକ୍ତ ପଞ୍ଚତାରକା ହୋଟେଲ ଗୁଡ଼ିକ ନିଜ ସେବାରେ କୋଠରୀ ଗୁଡ଼ିକରେ ସ୍ୱଚ୍ଛ ବାୟୁ ଗ୍ରାହକଙ୍କୁ ଯୋଗାଉଛନ୍ତି ।
Trending Photos
ନୂଆଦିଲ୍ଲୀ: ଗତ କିଛି ସପ୍ତାହ ଧରି ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ବିପଜ୍ଜନକ ଅବସ୍ଥାରେ ରହିଛି । ବିଷାକ୍ତ ବାୟୁ କାରଣରୁ ଜାତୀୟ ରାଜଧାନୀର ପଞ୍ଚ ତାରକା ହୋଟେଲ ଏକ ସେବା ଆରମ୍ଭ କରିଛନ୍ତି ଯାହା ବର୍ତ୍ତମାନ ଲୋକଙ୍କ ପାଇଁ ଏକ ଆବଶ୍ୟକତା ପାଲଟିଛି। ଏହି ସେବା ବିଷୟରେ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେବେ । ହୋଟେଲଗୁଡ଼ିକ ନିଜ ମେନ୍ୟୁରେ କୋଠରୀଗୁଡ଼ିକରେ ସ୍ୱଚ୍ଛ ବାୟୁ ଯୋଗାଉଛନ୍ତି ।
ନଭେମ୍ବର ମାସରେ ଦିଲ୍ଲୀରେ ପ୍ରଦୂଷଣ ଅଧିକ ହୋଇଥିଲା । ଅନେକ ସ୍ଥାନରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ପ୍ରତିଦିନ "ଅତ୍ୟନ୍ତ ଖରାପ" ବର୍ଗରେ ରହିଥାଏ । ଏଥିମଧ୍ୟରୁ ମାସଟିରେ ପ୍ରାୟ ଛଅ ଦିନ ଧରି ବାୟୁ ଗୁଣବତ୍ତା "ଗୁରୁତର" ସ୍ତରରେ ପହଞ୍ଚିଥିଲା । ଦୁଇ ଦିନ "ଗୁରୁତରରୁ ଅଧିକ" ବର୍ଗରେ ରହିଥିଲା ।
ନିକଟରେ ଆମେରିକୀୟ ବିଲିୟନେୟାର ବ୍ରାଏନ ଜନସନ ଦି ଓବରୋଇର ଏକ ସାଇନ୍ ବୋର୍ଡର ଫଟୋ ନିଜ ସୋସିଆଲ ମିଡିଆ ପେଜ୍ ରେ ସେୟାର କରିଥିଲେ । ପ୍ରତ୍ୟେକ କୋଠରୀରେ ସ୍ଥାପିତ ସ୍ମାର୍ଟ ଏୟାର ଫିଲ୍ଟର କାରଣରୁ ଧନ୍ୟବାଦ ଜଣାଇଥିଲେ , ଯେଉଁଥିରେ ଲେଖା ଥିଲା ଯେ, “ଆମର ଅତିଥିଙ୍କ କୋଠରୀଗୁଡ଼ିକର ହାରାହାରି ବାୟୁ ଗୁଣବତ୍ତା 2.4 ରହିଛି' । ଜନସନ ତାଙ୍କ ପୋଷ୍ଟରେ ଲେଖିଥିଲେ ଯେ, ହୋଟେଲ ଏକ ସେବା ଭାବରେ ସ୍ୱଚ୍ଛ ବାୟୁ ବିକ୍ରି କରୁଛି।
Selling clean air as a service is a pan-India hotel phenomenon https://t.co/MlDkXStA5Q pic.twitter.com/IJE283MBUe
— Deedy (@deedydas) December 5, 2024
Hotel selling clean air as a service pic.twitter.com/YUwn3PrNsh
— Bryan Johnson /dd (@bryan_johnson) December 5, 2024
ଆମେରିକାରେ ନିବେଶକ ଭାବରେ କାର୍ଯ୍ୟ କରୁଥିବା ଜଣେ ଭାରତୀୟ ଇଞ୍ଜିନିୟର ଦେବରାଜ (ଡିଡି) ଦାସ କମେଣ୍ଟ ମାଧ୍ୟମରେ ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ରହିଥିଲା ନୂଆଦିଲ୍ଲୀର ତାଜ ପ୍ୟାଲେସରୁ ସମାନ ସାଇନବୋର୍ଡ । ବୋର୍ଡ ଦ୍ୱାରା ଏହା ହାଇଲାଇଟ୍ କରାଯାଇଛି ଯେ, ତାଙ୍କ ଗେଷ୍ଟ ରୁମର AQI ମାତ୍ର 58 ଥିଲା । କିନ୍ତୁ ସେହି ସମୟରେ ସହର AQI 397 ରହିଥିଲା ।
ସୋସିଆଲ ମିଡିଆରେ ଏପରି କିଛି ଆଲୋଚନା ବର୍ତ୍ତମାନ ଲୋକଙ୍କ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି । ଦିଲ୍ଲୀରେ ସ୍ୱଚ୍ଛ ବାୟୁ ଏକ ପ୍ରିମିୟମ ଅଫର୍ ପାଲଟିଛି ବୋଲି କିଛି ବ୍ୟକ୍ତି ମତ ରଖିଛନ୍ତି ।
Also Read- Saptahik Rashifal: ନୂଆ ସପ୍ତାହ କିପରି ବିତିବ ? ପଢନ୍ତୁ ମେଷଠୁ କନ୍ୟା ପର୍ଯ୍ୟନ୍ତ ଭାଗ୍ୟଫଳ