Social Media Banned in pakistan : ପାକିସ୍ତାନରେ Ban ହେଲା ସୋସିଆଲ ମିଡିଆ ! ଜାଣନ୍ତୁ କାହିଁକି?
Advertisement
Article Detail0/zeeodisha/odisha2324171

Social Media Banned in pakistan : ପାକିସ୍ତାନରେ Ban ହେଲା ସୋସିଆଲ ମିଡିଆ ! ଜାଣନ୍ତୁ କାହିଁକି?

Pakistan government is set to ban all social media platforms: ପାକିସ୍ତାନ ଶହବାଜ୍ ସରକାର ଦେଶରେ ସୋସିଆଲ ମିଡିଆ ଚଳାଇବା ଉପରେ Ban ଲଗାଇଛନ୍ତିି। ସୋସିଆଲ ମିଡିଆରେ ଘୃଣ୍ୟ ବିଷୟବସ୍ତୁ ଏବଂ ଭୁଲ ତଥ୍ୟକୁ ନିୟନ୍ତ୍ରଣ କରିବା ଏବଂ ସାମ୍ପ୍ରଦାୟିକ ହିଂସାକୁ ଏଡ଼ାଇବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି...

Social Media Banned in pakistan

Pakistan government : ଦିନକୁ ଦିନ ସୋସିଆଲ ମିିିଡିଆର ବ୍ୟବହାର ବଢ଼ି ବଢ଼ି ଚାଲୁଛି।ଏପରିକି ସୋସିଆଲ ମିଡ଼ିଆ ବିନା ବଞ୍ଚିବା ଅସମ୍ଭବ ହୋଇ ପଡ଼ିଛି।ଆମ ଦୈନନ୍ଦିନ ଜୀବନର ଏକ ନିତ୍ୟ ବ୍ୟବହାର୍ଯ୍ୟ କହିଲେ ଅତ୍ୟକ୍ତି ହେବ ନାହିଁ।ତେବେ ବର୍ତ୍ତମାନ ପାକିସ୍ତାନ ଶହବାଜ୍ ସରକାର ଦେଶରେ ସୋସିଆଲ ମିଡିଆ ଚଳାଇବା ଉପରେ Ban ଲଗାଇଛନ୍ତିି । 

ପ୍ରକାଶ ଥାଉଯେ,ବିଗତ କିଛି ମାସ ହେବ ପାକିସ୍ତାନରେ ମାଇକ୍ରୋ ବ୍ଲଗିଂ ସାଇଟ୍ ‘ଏକ୍ସ’ ବ୍ୟବହାର କରିବା ଉପରେ ରୋକ୍ ଲଗାଯାଇଛି। ଦେଶରେ ସୋସିଆଲ ମିଡିଆରେ ଘୃଣ୍ୟ ବିଷୟବସ୍ତୁ ଏବଂ ଭୁଲ ତଥ୍ୟକୁ ନିୟନ୍ତ୍ରଣ କରିବା ଏବଂ ସାମ୍ପ୍ରଦାୟିକ ହିଂସାକୁ ଏଡ଼ାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଗୁରୁବାର ପାକିସ୍ତାନ ସରକାର ଦ୍ୱାରା ଏକ ବିଜ୍ଞପ୍ତି ଜାରି କରାଯାଇଛି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ୍ ଶରିଫଙ୍କ ଏଭଳି ଘୋଷଣା ପରେ ପାକିସ୍ତାନୀବାସୀ ୟୁଟ୍ୟୁବ୍‌, ହ୍ୱାଟ୍ସଆପ୍‌, ଫେସବୁକ୍‌, ଇନଷ୍ଟାଗ୍ରାମ ଏବଂ ଟିକଟକ୍ ଭଳି ସୋସିଆଲ ପ୍ଲାଟଫର୍ମକୁ ବ୍ୟବହାର କରିପାରିବେ ନାହିଁ ବୋଲି ବାରଣ କରାଯାଇଛି।

ତେବେ ଜୁଲାଇ ୧୩ରୁ ୧୮ ଅର୍ଥାତ ୬ ଦିନ ପାଇଁ ଏହି Ban ଲାଗୁ ରହିବ । ଇସଲାମ ଧର୍ମ ମାସ ମହରମ୍ ସମୟରେ କୌଣସି ପ୍ରକାର ଅଘଟଣକୁ ଏଡ଼ାଇବା ପାଇଁ ସୋସିଆଲ ମିିଡିଆ ଉପରେ ନିୟନ୍ତ୍ରଣ ରଖିବା ଜୁରୁରୀ ଅଟେ । ଏହି ପର୍ବକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।ଏହି ସମୟରେ ସୋସିଆଲ ମିଡିଆରେ ଘୃଣ୍ୟ ବିଷୟବସ୍ତୁ ଉପରେ ଆଧାରିତ ବାର୍ତ୍ତା ତଥା ଭିଡିଓ ଉପରେ ପ୍ରତିବନ୍ଧକ ଲଗାଯାଇଛି ।ଯଦି କୌଣସି ବ୍ୟକ୍ତି ଏଥିରୁ ନିବୃତ ରୁହନ୍ତି ତାହେଲେ ଉକ୍ତ ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହା ଦେଶରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବାରେ ସହାୟକ ହେବ ।