ବିଚାର ପ୍ରକ୍ରିୟାରେ ମନ୍ଥରତା: ଚିନ୍ତାପ୍ରକଟ କଲେ ବମ୍ବେ ହାଇକୋର୍ଟ
Advertisement
Article Detail0/zeeodisha/odisha1242390

ବିଚାର ପ୍ରକ୍ରିୟାରେ ମନ୍ଥରତା: ଚିନ୍ତାପ୍ରକଟ କଲେ ବମ୍ବେ ହାଇକୋର୍ଟ

Bombay High Court: ପୋକସୋ ନିୟମ ଅଧିନରେ ଚାଲିଥିବା ବିଚାର ପ୍ରକ୍ରିୟାର କଚ୍ଛପ ଗତିକୁ ନେଇ ବମ୍ବେ ହାଇକୋର୍ଟ (Bombay High-count) ଚିନ୍ତା ପ୍ରକଟ କରିଛନ୍ତି । ହାଇକୋର୍ଟ ଗତ ଶୁକ୍ରବାର ଦିନ ଏକ ପୋକ୍ସୋ ମାମଲାର ବିଚାର କରୁଥିବାବେଳେ ଆପତ୍ତି ଉଠାଇଛନ୍ତି । ଏହାସହିତ ମୁମ୍ୱାଇରେ ଚାଲିଥିବା ବିଚାରାଧୀନ ମାମଲାଗୁଡ଼ିକର ବିବରଣୀ ମାଗିବା ସହିତ ମୁମ୍ବାଇରେ ଥିବା ସ୍ୱତନ୍ତ୍ର ଅଦାଲତର ସଂଖ୍ୟା ମଧ୍ୟ ଜାଣିବାକୁ ଚାହିଁଛନ୍ତି ।

ସୌ: ସୋସିଆଲ ମିଡିଆ

ମୁମ୍ୱାଇ: ବିଚାର ପ୍ରକ୍ରିୟାରେ ଚାଲିଥିବା ମନ୍ଥରତାକୁ ଆପତ୍ତି ଉଠାଇଛନ୍ତି ବମ୍ୱେ ହାଇକୋର୍ଟ । ବିଶେଷକରି ପୋକସୋ ମାମଲାରେ ଚାଲିଥିବା ବିଚାର ପ୍ରକ୍ରିୟାର କଚ୍ଛପ ଗତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ମାନ୍ୟବର କୋର୍ଟ । ଆଜାରୁଦ୍ଦିନ ଏନ. ମିରସିଲକର ବନାମ ମହାରାଷ୍ଟ୍ର ସରକାର (Azaruddin N. Mirsilkar vs The State of Maharashtra) ମାମଲାର ବିଚାର ସମୟରେ ବିଚାର ପ୍ରକ୍ରିୟା ଉପରେ ଚିନ୍ତା ପ୍ରକଟ କରିଛନ୍ତି । ଜଷ୍ଟିସ୍ ଭାରତୀ ଡାଙ୍ଗ୍ରେ(Justice Bharati Dangre) ଏହି ଅଦାଲତଗୁଡିକର ଶୁଣାଣି ପ୍ରକ୍ରିୟାରେ  ନିରାଶ ହେବା ସହିତ ଏହିପରି ଅଦାଲତମାନଙ୍କୁ ଅନ୍ୟାନ୍ୟ ମାମଲା ଦିଆଯାଉଥିବାରୁ ଏହାଦ୍ୱାରା ପୋକ୍ସୋ (POCSO) ମାମଲା ବିଳମ୍ବ ହେଉଥିବା ନେଇ ଦୁଃଖିତ ହୋଇଥିଲେ । ଗତ ଶୁକ୍ରବାର ଦିନ କୋର୍ଟ ଏକ ଜାମିନ ଆବେଦନର ଶୁଣାଣୀ କରିବା ସମୟରେ ଜାଣିବାକୁ ପାଇଥିଲେ କି, ଜଣେ ୧୪ବର୍ଷୀୟ ନାବାଳିକା ୨୦୧୬ ମସିହାରେ ଅଭିଯୁକ୍ତଙ୍କ ଦ୍ୱାରା ଯୌନ ନିର୍ଯ୍ୟାତନାର ଶୀକାର ହୋଇଥିଲେ । ପରବର୍ତ୍ତୀ  ସମୟରେ ସେ ଏକ ଶିଶୁକୁ ଜନ୍ମ ଦେଇଥିଲେ । କୋର୍ଟ ଚଳିତ ବର୍ଷ ମାର୍ଚ୍ଚରେ ସରକାରୀ ଓକିଲଙ୍କୁ ଶୁଣାଣି ସ୍ଥିତି ସମ୍ପର୍କରେ ବେଞ୍ଚକୁ ଜଣାଇବାକୁ କହିଥିଲେ । ଏହା ମଧ୍ୟ ଅବଶୋଷ ଥିଲାକି ,ଗତ ମାର୍ଚ୍ଚ ମାସରେ ହାଇକୋର୍ଟଙ୍କ ପ୍ରଶ୍ନ ପରେ ପନ୍ଦର ଜଣ ସାକ୍ଷୀଙ୍କ ମଧ୍ୟରୁ କେବଳ ଜଣେ ସାକ୍ଷୀଙ୍କର ସାକ୍ଷ ନିଆଯାଇଥିଲା ।  

ଜଷ୍ଟିସ୍ ଭାରତୀ କହିଛନ୍ତି ଯେ,"ଆଜି, ମୋ ସାମ୍ନାକୁ ଆସୁଥିବା ଚିତ୍ର କେବଳ ଅତ୍ୟନ୍ତ ନିନ୍ଦନୀୟ ନୁହେଁ ବରଂ ନିରାଶାଜନକ ମଧ୍ୟ ଅଟେ। ଅଦାଲତ ଦ୍ୱାରା ଏହି ଲେଖା ଜାରି ହେବା ପରେ ହିଁ ଏକ ମନ୍ଥର ଗତିରେ  ଶୁଣାଣି ଆରମ୍ଭ ହୋଇଥିଲା, ଫଳସ୍ୱରୂପ ଆଜି ପର୍ଯ୍ୟନ୍ତ କେବଳ ଜଣେ ସାକ୍ଷୀ ସାକ୍ଷ ପ୍ରଦାନ କରିଛନ୍ତି । ଯେଉଁ ଗତିରେ ପୋକ୍ସୋ( POCSO)ଅଦାଲତ ବିଚାର ପ୍ରକ୍ରିୟା ଜାରୀ ରଖିଥିଲେ,ସେଥିରେ ନିରାଶ ହୋଇ କୋର୍ଟ ଜୁଲାଇ ୪ ସୁଦ୍ଧା ମୁମ୍ବାଇ ସେସନ୍ସ କୋର୍ଟର ପ୍ରଧାନ ବିଚାରପତିଙ୍କଠାରୁ ଏକ ରିପୋର୍ଟ ମାଗିଛନ୍ତି :

-ପୋକ୍ସୋ(POCSO)କୋର୍ଟର ସଂଖ୍ୟା ଯାହାକି ‘ସ୍ୱତନ୍ତ୍ର କୋର୍ଟ’(‘Special Courts’) ଭାବରେ ନାମିତ ହୋଇଛି;
-ଏହିପରି ଅଦାଲତରେ ବିଚାରାଧୀନ ମାମଲା ସଂଖ୍ୟା;
-ପୋକ୍ସୋ(POCSO)କୋର୍ଟରେ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର(Special Public Prosecutors)ଙ୍କ ନିଯୁକ୍ତି

ବର୍ତ୍ତମାନର ମାମଲାରେ କୋର୍ଟ କହିଛନ୍ତି ଯେ ଶୁଣାଣି ଏତେ ମନ୍ଥର ଥିଲା ଯେ ମାମଲା ଦାଖଲ ହେବାର ପାଞ୍ଚ ବର୍ଷ ପରେ ପୀଡିତାଙ୍କ ବିବୃତ୍ତି ରେକର୍ଡ କରାଯାଇଥିଲା । କୋର୍ଟ କହିଛନ୍ତି ଯେ ଏହି ଶୁଣାଣିର ଗତି ଆଇନର ଉଦ୍ଦେଶ୍ୟକୁ ପ୍ରତିହତ କରୁଛି । ନାବାଳିକା / ଶିଶୁଙ୍କ ଶୋଷଣକୁ ରୋକିବା ଏବଂ ଅପରାଧୀଙ୍କୁ ଦଣ୍ଡ ଦେବା ପାଇଁ ସ୍ୱତନ୍ତ୍ର ଅଦାଲତ ଯେଉଁଭଳି ଭାବେ POCSO ଟ୍ରାଏଲ ସହିତ ଅଗ୍ରଗତି କରୁଛନ୍ତି, ସ୍ୱତନ୍ତ୍ର ନିୟମ ଅନୁଯାୟୀ ଅପରାଧୀଙ୍କୁ ଦଣ୍ଡବିଧାନ କରୁଛନ୍ତି ତାହା ସ୍ୱତନ୍ତ୍ର କୋର୍ଟ ଦ୍ୱାରା ଗ୍ରହଣ କରାଯାଇଛି ବୋଲି କୋର୍ଟ କହିଛନ୍ତି । ଅନ୍ୟ ଅଦାଲତି ମାମଲାଗୁଡ଼ିକ ସହିତ ସ୍ୱତନ୍ତ୍ର ଅଦାଲତମାନଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଉଛି ବୋଲି ଜଷ୍ଟିସ୍ ଡାଙ୍ଗ୍ରେଙ୍କୁ ଅବଗତ କରାଯାଇଥିଲା । ତେବେ ଏହା ଏକ ବିବ୍ରତ ବୈଶିଷ୍ଟ୍ୟ ଏବଂ ଏହାର ସତ୍ୟତା ପ୍ରଥମେ ଜାଣିବା ଆବଶ୍ୟକ ବୋଲି ଜୁଲାଇ ୪ ରେ ଶୁଣାଣି ପାଇଁ ସ୍ଥଗିତ ରଖିବାବେଳେ ଜଜ୍ ଉଲ୍ଲେଖ କରିଛନ୍ତି ।

ଏହା ବି ପଢ଼ନ୍ତୁ: ଶିବସେନା ଅଫିସ୍ ତାଲା ପାକିବାକୁ ନେଇ ବଡ ବୟାନ ଦେଲେ ଆଦିତ୍ୟ ଠାକୁର; ଜାଣନ୍ତୁ କ'ଣ କହିଲେ