ବସ ଦୁର୍ଘଟଣାରେ ୯ ମୃତ, ୩୦ ଆହତ
Advertisement
Article Detail0/zeeodisha/odisha1244914

ବସ ଦୁର୍ଘଟଣାରେ ୯ ମୃତ, ୩୦ ଆହତ

 ଏକ ବସ ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। 

ପ୍ରତିକାତ୍ମକ ଫଟୋ

କାଠମାଣ୍ଡୁ: ମଙ୍ଗଳବାର ସକାଳେ ପୁଣି ଥରେ ପଡୋଶୀ ଦେଶ ନେପାଳରୁ ଦୁଃଖଦ ଖବର ଆସିଛି। ଏକ ବସ ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଅନେକ ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ରାମଚାପ ଜିଲ୍ଲାର ସୁନାପତି ଓ ଖାଣ୍ଡାଦେବୀ ମୁନସିପାଲିଟି ସୀମାରେ ମଙ୍ଗଳବାର ସକାଳେ ଏକ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ୯ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ପୋଲିସର ସହାୟତାରେ ଉଦ୍ଧାର କାର୍ଯ୍ୟଚାଲିଛି। ହ୍ୟାଲିକେପଟ ଯୋଗେ ଆହତଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି ବୋଲି ରାମଚାର ଜିଲ୍ଲାଧିକାରୀ ଦୀପକ କୁମାର ପାହାଡି ସୂଚନା ଦେଇଛନ୍ତି। 

Also Read: ତିରୁପତି ମନ୍ଦିରରେ ରେକର୍ଡ ପରିମାଣର ଅର୍ଥ ଦାନ, ପ୍ରଥମ ଥର ଟପିଲା ଏତିକି ଟଙ୍କା

ରାମଚାପରୁ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରୁଥିବା ବେଳେ ବସଟି ଦୁର୍ଘଟଣା ଗ୍ରସ୍ତ ହୋଇଛି। ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ। ଆହତଙ୍କ ମଧ୍ୟରୁ ଅନେକ ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ସୁନାପାତି ମୁନସିପାଲିଟିର ଉପାଧକ୍ଷ ଗୀତା ବିଷ୍ଟା ଚୌଲାଗେନ କହିଛନ୍ତି। 

ଠିକ ମାସେ ତଳେ ନେପାଳର ରୂପାନଦେହୀ ଅଞ୍ଚଳରେ ଏହି ପରି ଏକ ବସ ଦୁର୍ଘଟଣା ଘଟିଥିଲା। ସେହି ଦୁର୍ଘଟଣାରେ ମଧ୍ୟ ୯ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପଟେ ରୂପାନଦେହୀ ଦୁର୍ଘଟଣାରେ ୨୪ ଯାତ୍ରୀ ଆହତ ହୋଇଥିଲେ। ସେହିପରି ସୋମବାର ହିମାଚଳପ୍ରଦେଶର କୁଲ୍ଲୁ ଜିଲ୍ଲାରେ ଖାଇକୁ ଏକ ବସ ଖସିବାରୁ ୧୩ ଜଣ ଯାତ୍ରୀଙ୍କ ଦେହାନ୍ତ ହୋଇଛି।