Relation of Budget to Finance Minister's Sarees : ଜାଣନ୍ତୁ ଅର୍ଥମନ୍ତ୍ରୀଙ୍କ ଶାଢ଼ୀ ସହିତ ବଜେଟର କଣ ରହିଥାଏ ସମ୍ପର୍କ
Advertisement
Article Detail0/zeeodisha/odisha2350401

Relation of Budget to Finance Minister's Sarees : ଜାଣନ୍ତୁ ଅର୍ଥମନ୍ତ୍ରୀଙ୍କ ଶାଢ଼ୀ ସହିତ ବଜେଟର କଣ ରହିଥାଏ ସମ୍ପର୍କ

FM seven sarees in seven Budgets have a subtle hint at the schemes and the state : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଶାଢ଼ୀ ବଜେଟର ସାମାନ୍ୟ ସଂକେତ ଦେଇଥାଏ।ଅର୍ଥମନ୍ତ୍ରୀ ଭାବେ ଲଗାତାର ସପ୍ତମ ଥର ବଜେଟ ଉପସ୍ଥାପନ କରିଥିବା ନିର୍ମଳା ସୀତାରମଣଙ୍କ ଶାଢ଼ୀକୁ ନେଇ ଢେର୍ ଚର୍ଚ୍ଚା।ଜାଣନ୍ତୁ ଅର୍ଥମନ୍ତ୍ରୀଙ୍କ ଶାଢୀ ସହିତ ବଜେଟର କଣ ସମ୍ପର୍କ ରହିଥାଏ...

budget

Sitharaman's seven sarees in seven Budgets : ସଂସଦରେ ଉପସ୍ଥାପନ ହେଉଥିବା ପ୍ରତ୍ୟେକ ବଜେଟ୍ ସ୍ୱତନ୍ତ୍ର ଏବଂ ଏହା ସହିତ ଦେଶର ଅଗ୍ରଗତି ଏବଂ ବିକାଶ ତ୍ୱରାନ୍ୱିତ ହୁଏ।ଏହା ସହିତ  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଶାଢ଼ୀ ମଧ୍ୟ ବଜେଟର ସାମାନ୍ୟ ସଂକେତ ଦେଇଥାଏ।ଅର୍ଥମନ୍ତ୍ରୀ ଭାବେ ଲଗାତାର ସପ୍ତମ ଥର ବଜେଟ ଉପସ୍ଥାପନ କରିଥିବା ନିର୍ମଳା ସୀତାରମଣଙ୍କ ଶାଢ଼ୀକୁ ନେଇ ଢେର୍ ଚର୍ଚ୍ଚା।ବାସ୍ତବରେ, ଯଦି ଆପଣ ଟିକିଏ ଧ୍ୟାନ ଦିଅନ୍ତି ତେବେ ଆପଣ ବୁଝିଯିବେଯେ, ଅର୍ଥମନ୍ତ୍ରୀ ପିନ୍ଧିଥିବା ଶାଢ଼ୀ ବିଭିନ୍ନ ରଙ୍ଗର ଭାରତୀୟ ସଂସ୍କୃତି ଓ ଐତିହ୍ୟର ଛାପ ରହିଥାଏ ଏବଂ ଏହା ରାଜ୍ୟ ସହିତ କିଛି ଅଂଶରେ ଜଡିତ ଥାଏ। 

ଆସନ୍ତୁ ଜାଣିବା ଅର୍ଥମନ୍ତ୍ରୀଙ୍କ ଶାଢୀ ସହିତ ବଜେଟର କଣ ସମ୍ପର୍କ ରହିଥାଏ:-

୨୦୨୪ ପୂର୍ଣ୍ଣାଙ୍ଗ ବଜେଟ୍ :- ଚଳିତ ବର୍ଷର ଶାଢ଼ୀରେ ଦେଖିବାକୁ ଗଲେ ଏହା ଏକ ଧଳା ରଙ୍ଗର ଶାଢ଼ୀ ଥିଲା ଯାହା ଆନ୍ଧ୍ରପ୍ରଦେଶ ପାଇଁ ବିଶେଷ ଆର୍ଥିକ ସହାୟତା ସହିତ ଜଡିତ ଥିଲା।ଏଥର ବଜେଟରେ ଆନ୍ଧ୍ର ପ୍ରଦେଶକୁ ବିଶେଷ ଆର୍ଥିକ ସହାୟତା ମିଳିଛି। ଏହାର ରାଜଧାନୀର ବିକାଶ ପାଇଁ ସ୍ୱତନ୍ତ୍ର ୧୫ ହଜାର କୋଟି ଟଙ୍କା ସାଙ୍ଗକୁ ପୋଲାଭରମ ଜଳସେଚନ ପ୍ରକଳ୍ପ ଏବଂ କୃଷି କ୍ଷେତ୍ର ପାଇଁ ବିଶେଷ ସହାୟତା ପ୍ରଦାନ କରାଯାଇଛି। ଏଥିପାଇଁ ଅର୍ଥମନ୍ତ୍ରୀ ସେହି ରାଜ୍ୟର ପ୍ରସିଦ୍ଧ ମଙ୍ଗଳାଗିରି ହାତ ବୁଣା ଶାଢ଼ୀ ପିନ୍ଧିଥିବା କୁହାଯାଉଛି। 

୨୦୨୪ ମଧ୍ୟବର୍ତ୍ତୀକାଳୀନ ବଜେଟ୍ :- ଏହାପୂର୍ବରୁ ଚଳିତ ବର୍ଷ ଫେବୃଆରୀରେ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ ସମୟରେ ନୀଳ ରଙ୍ଗର ଶାଢ଼ୀ ପିନ୍ଧିଥିଲେ ଅର୍ଥମନ୍ତ୍ରୀ। ଏହି ଶାଢ଼ୀ ପଶ୍ଚିମବଙ୍ଗର କାଂଥା ଷ୍ଟିଚ୍ ଶାଢ଼ୀ। ଏଥିରେ ହୋଇଥିବା ଏମ୍ବ୍ରୋଡୋରୀରେ ପଶ୍ଚିମବଙ୍ଗର କଳାର ଛାପ ରହିଥିଲା। ଯାହାକି ବଜେଟ ସହ ମଧ୍ୟ ଶାଢ଼ୀର ସାମଞ୍ଜସ୍ୟ ରହିଥିଲା। ବଜେଟରେ ସରକାର ଜଳଚର ଉତ୍ପାଦନକୁ ପ୍ରୋତ୍ସାହନ ଏବଂ ଭାରତର ମତ୍ସ୍ୟ କ୍ଷେତ୍ର ଓ ଅର୍ଥନୀତିକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଥିଲେ।ଯାହା ନୀଳ ରଙ୍ଗର ଶାଢ଼ୀ ସହ ସାମଞ୍ଜସ୍ୟ ରଖିଥିଲା ବୋଲି କୁହାଯାଏ।

୨୦୨୩ ବଜେଟ୍ :- ୨୦୨୩ରେ ଅର୍ଥମନ୍ତ୍ରୀ ମନ୍ଦିର ଡିଜାଇନ ହୋଇଥିବା ଲାଲ ରଙ୍ଗର ହାତ ବୁଣା ଶାଢ଼ୀ ପିନ୍ଧିଥିଲେ। ଏହା କର୍ଣ୍ଣାଟକ ଧରୱାଡ ଅଞ୍ଚଳର ଇଲକାଲ ରେଶମ ଶାଢ଼ୀ, ସେ ଧରୱାଡ ଅଞ୍ଚଳର ହସ୍ତତନ୍ତକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଶାଢ଼ୀ ପିନ୍ଧିଥିବା କୁହାଯାଏ।

୨୦୨୨ ବଜେଟ୍ :- ୨୦୨୨ରେ ସୀତାରମଣ ଏକ ବାଦାମୀ ବମକାଇ ପାଟ ଶାଢ଼ୀ ପିନ୍ଧିଥିଲେ, ଯାହା ଓଡ଼ିଶା ଗଞ୍ଜାମ ଜିଲ୍ଲାର ଏକ ହସ୍ତତନ୍ତ କଳା। ସେହି ବର୍ଷ ବଜେଟରେ କିଛି ବିଶେଷ ଘୋଷଣା କରାଯାଇଥିଲା।

 ୨୦୨୧ ବଜେଟ୍ :-୨୦୨୧ ମସିହାରେ ସେ ହାଇଦ୍ରାବାଦର ପୋଚାମ୍ପାଲୀ ଗାଁରୁ ଏକ ଧଳା ପୋଚାମ୍ପାଲୀ ଶାଢ଼ୀ ପିନ୍ଧିଥିଲେ ଯାହା ଏହାର ଅନନ୍ୟ କାମ ପାଇଁ ବେଶ୍ ଜଣାଶୁଣା। ତେଣୁ ସେହି ବର୍ଷ ବଜେଟରେ ଏହି ରାଜ୍ୟ ପାଇଁ କିଛି ସାହାଯ୍ୟକାରୀ ଘୋଷଣା କରାଯାଇଥିଲା।

୨୦୨୦ ବଜେଟ୍ :- ୨୦୨୦ରେ ହଳଦିଆ ରେଶମ ଶାଢ଼ୀ ପିନ୍ଧିଥିଲେ ଅର୍ଥମନ୍ତ୍ରୀ। ହଳଦୀକୁ ସମୃଦ୍ଧର ପ୍ରତୀକ ଭାବେ ବିବେଚନା କରାଯାଏ। ଏବଂ ତାଙ୍କ ଶାଢ଼ୀକୁ ଭାରତର ସମୃଦ୍ଧ ସଂସ୍କୃତି ଏବଂ ଏହାର ସମୃଦ୍ଧତାର ପ୍ରତୀକ ଭାବରେ ଦେଖାଯାଉଥିଲା। ସେହି ବର୍ଷର ବଜେଟ୍ ଦେଶର ସମୃଦ୍ଧ ସଂସ୍କୃତି ଏବଂ ସମୃଦ୍ଧତା ସହିତ ଜଡିତ ଥିଲା।

୨୦୧୯ ବଜେଟ୍ :- ୨୦୧୯ରେ ସୀତାରମଣ ପ୍ରଥମ ବଜେଟ ଉପସ୍ଥାପନ ସମୟରେ ଗୋଲାପୀ ରଙ୍ଗର ସୁନେଲି ବୋର୍ଡର ଥିବା ଶାଢ଼ୀ ପିନ୍ଧିଥିଲେ।ଏଥିରେ ମଙ୍ଗଳାଗିରି କାମ ହୋଇଥିଲା। ଏହି ସମୟ ମଧ୍ୟରେ ସେ ପ୍ରତ୍ୟେକ ରାଜ୍ୟ ତଥା ପ୍ରତ୍ୟେକ ଅଞ୍ଚଳରୁ ହସ୍ତତନ୍ତ ଏବଂ ଏମ୍ବ୍ରୋଡୋରୀକୁ ପ୍ରୋତ୍ସାହିତ କରି ଦେଶ ପାଇଁ ବଡ ଘୋଷଣା କରିଥିଲେ।