କାଳ ହେଲା ‘ଗଦ୍ଦର-୨’! ସିନେମା ହଲରେ ଚାଲିଗଲା ଯୁବକଙ୍କ ଜୀବନ
Advertisement

କାଳ ହେଲା ‘ଗଦ୍ଦର-୨’! ସିନେମା ହଲରେ ଚାଲିଗଲା ଯୁବକଙ୍କ ଜୀବନ

Uttar Pradesh: ଗତ ଶନିବାର ଦିନ ‘ଗଦ୍ଦର-୨’ (Gadar 2) ଦେଖିବାକୁ ସହରରେ ଥିବା ଫନ ସିନେମା ହଲକୁ ଜଣେ ଯୁବକ ଯାଇଥିଲେ । ସିସିଟିଭି (cctv) ଫୁଟେଜରେ ଦେଖିବାକୁ ମିଳୁଛି ଯେ, ଯୁବକ ଜଣକ ଫୋନରେ କଥା ହୋଇ ସିନେମା ହଲ ଶିଡ଼ି ଚଢୁଥିବା ବେଳେ ହଠାତ୍ ଟଳି ପଡୁଛନ୍ତି । 

ସୌ(ସୋସିଆଲ ମିଡିଆ)

Gadar 2: ମୃତ୍ୟୁ କେତେବେଳେ କାହାକୁ କେଉଁଠାରେ ଆସେ ତାହା କେହି କଳ୍ପନା ମଧ୍ୟ କରିପାରିବେ ନାହିଁ । ତେବେ ଉତ୍ତରପ୍ରଦେଶରେ ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ । ଫିଲ୍ମ ଦେଖିବାକୁ ଆଉ ଘରକୁ ଫେରିଲେନି ଯୁବକ ।ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ (uttar Pradesh) ଲଖିମପୁର (lakhimpur) ଖେରିସ୍ଥିତ ସିନେମା ହଲରେ (movie hall) ପହଞ୍ଚିବା ପରେ ହୃଦଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଖାଲି ଏତିକି ନୁହେଁ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ସମଗ୍ର ଘଟଣା ସେହି ସିନେମା ହଲର ଥିବା ସିଟିଟିଭିରେ କଏଦ ହୋଇଛି । ଗତ ଶନିବାର ଦିନ ‘ଗଦ୍ଦର-୨’ (Gadar 2) ଦେଖିବାକୁ ସହରରେ ଥିବା ଫନ ସିନେମା ହଲକୁ ଜଣେ ଯୁବକ ଯାଇଥିଲେ । ସିସିଟିଭି (cctv) ଫୁଟେଜରେ ଦେଖିବାକୁ ମିଳୁଛି ଯେ, ଯୁବକ ଜଣକ ଫୋନରେ କଥା ହୋଇ ସିନେମା ହଲ ଶିଡ଼ି ଚଢୁଥିବା ବେଳେ ହଠାତ୍ ଟଳି ପଡୁଛନ୍ତି । ଏହି ଘଟଣା ପରେ ଅତିରିକ୍ତ ପୋଲିସ ସୁପରିଣ୍ଟେଣ୍ତେଣ୍ଟ ନୈପାଲ ସିଂହ କହିଛନ୍ତି ଯେ, ଯୁବକଙ୍କ ଫୋନ ଖୋଲ ଥିବାରୁ ସେଠାରେ ଥିବା ସିକ୍ୟୁରିଟି ଗାର୍ଡ଼ମାନେ ତାଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିଥିଲେ । ଏହାପରେ ତୁରନ୍ତ ଯୁବକଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପରେ ଯୁବକଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ମୃତ ଯୁବକଙ୍କ ନାମ ଅସ୍ତମ ତିୱାରି ବୋଲି ଜଣାପଡ଼ିଛି । ଏହି ଘଟଣା ନେଇ ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରହିଛି ।