ଧୋନିଙ୍କ ଅବସରକୁ ନେଇ ସାମ୍ନାକୁ ଆସିଲା ରୋଚକ ତଥ୍ୟ, CSK ଖେଳାଳି ଏହା କହିଲେ
Advertisement

ଧୋନିଙ୍କ ଅବସରକୁ ନେଇ ସାମ୍ନାକୁ ଆସିଲା ରୋଚକ ତଥ୍ୟ, CSK ଖେଳାଳି ଏହା କହିଲେ

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ (Mahendra Singh Dhoni) ସବୁବେଳେ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଗତ ବର୍ଷ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ । ଧୋନିଙ୍କ ଅବସରକୁ ନେଇ ଏବେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି ।

 

ଧୋନିଙ୍କୁ ଦୁନିଆର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଗଣାଯାଏ

ନୂଆଦିଲ୍ଲୀ: ଗତ ବର୍ଷ ୧୫ ଅଗଷ୍ଟରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି (Mahendra Singh Dhoni) ଅନ୍ତର୍ଜାତୀୟ କ୍ରିକେଟରୁ (International cricket) ଅବସର ନେବାରୁ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ । ଧୋନିଙ୍କ ଏହି ନିଷ୍ପତ୍ତିରେ କେବଳ ପ୍ରଶଂସକ ନୁହଁନ୍ତି ତାଙ୍କ ସାଥୀ ଖେଳାଳିମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଧୋନି ଆଇପିଏଲର (IPL) ୧୩ ତମ ସିଜନ ଖେଳିବା ପାଇଁ ୟୁଏଇ ଯିବା ପୂର୍ବରୁ ନିଜ ଅବସର ଘୋଷଣା କରିଥିଲେ । ଧୋନି ସେହି ସମୟରେ ଚେନ୍ନାଇରେ CSK କ୍ୟାମ୍ପରେ ପ୍ରାକ୍ଟିସ କରୁଥିଲେ । ଧୋନିଙ୍କ ଅବସର ପରେ ଦଳର ସ୍ଥିତି ବିଷୟରେ ସିଏସକେ ଖେଳାଳି ରିତୁରାଜ ଗାଇକୱାଡ (Rituraj Gaikwad) ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି ।

ଗାଇକୱାଡ କହିଛନ୍ତି ଯେ ଧୋନିଙ୍କ ଅବସର ବିଷୟରେ କେହି ଜାଣି ନଥିଲେ । ଧୋନି ତାଙ୍କ ନିଷ୍ପତ୍ତି ବିଷୟରେ କାହାକୁ ଜଣାଇ ନ ଥିଲେ। ଅଗଷ୍ଟ ଆରମ୍ଭରେ ଧୋନି ଚେନ୍ନାଇରେ ପହଞ୍ଚିଥିଲେ । ୧୫  ଅଗଷ୍ଟରେ ସେ ସବୁଦିନ ପରି ଅଭ୍ୟାସ ମଧ୍ୟ କରୁଥିଲେ ।

ଧୋନିଙ୍କ ନିଷ୍ପତ୍ତି ବୁଝିବା ପାଇଁ ଗାଇକୱାଡଙ୍କୁ ଦୁଇ-ତିନି ଦିନ ସମୟ ଲାଗିଗଲା । ଏହି ଷ୍ଟାର ଖେଳାଳି କହିଛନ୍ତି, "ପ୍ରାକ୍ଟିସ ଶେଷ ହେଲା । ସନ୍ଧ୍ୟା ୭ ଟା ସମୟରେ ଆମେ ରାତ୍ରୀ ଭୋଜନ କରୁଥିଲୁ ସେହି ସମୟରେ କେହି ଧୋନିଙ୍କ ଅବସର ବିଷୟରେ ଜାଣିବାକୁ ପାଇଥିଲେ । ଏହା ବୁଝିବାକୁ ମୋତେ ଦୁଇ ତିନି ଦିନ ଲାଗିଗଲା ଯେ ଅନ୍ତର୍ଜାତୀୟ କ୍ରିକେଟ୍ ରେ (International cricket) ଆମେ ଧୋନିଙ୍କୁ ଖେଳୁଥିବାର ଆଉ ଦେଖି ପାରିବୁ ନାହିଁ ।"

 

 
 
 
 

 
 
 
 
 
 
 
 
 
 
 

A post shared by M S Dhoni (@mahi7781)

ଧୋନି ଭାରତକୁ ପ୍ରତ୍ୟେକ ବଡ ଟାଇଟଲ୍ ଜିତାଇଛନ୍ତି
୨୦୧୯ ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡ (New Zealand) ହାତରେ ସେମିଫାଇନାଲ ପରାଜୟ ପରେ ଧୋନି କ୍ରିକେଟ୍ରୁ ବିରତି ଘୋଷଣା କରିଥିଲେ । ଏହି ବିରତି ପରେ ଧୋନି କେବେ ବି ଅନ୍ତର୍ଜାତୀୟ କ୍ରିକେଟ୍ (International cricket) ଖେଳିନଥିଲେ ଓ ପ୍ରାୟ ଏକ ବର୍ଷ ପରେ ସେ ଆନ୍ତର୍ଜାତୀୟ କ୍ରିକେଟ୍ରୁ ବିଦାୟ ନେଇଥିଲେ ।

ଧୋନିଙ୍କୁ ଦୁନିଆର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଗଣାଯାଏ । ଧୋନିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ପ୍ରତ୍ୟେକ ବଡ ଟାଇଟଲ୍ ଜିତିବାରେ ସକ୍ଷମ ହୋଇଛି । ଧୋନି ଟି-ଇଣ୍ଡିଆକୁ ଟି -୨୦ ବିଶ୍ୱକପ, ବିଶ୍ୱକପ ଓ ଆଇସିସି ଚାମ୍ପିୟନଶିପ ଟ୍ରଫି ଟାଇଟଲ୍ ଜିତାଇଥିଲେ । ଏହା ବ୍ୟତୀତ ଧୋନିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ପ୍ରଥମ ଥର ପାଇଁ ଆଇସିସି ଟେଷ୍ଟ ମାନ୍ୟତାରେ ଏକ ନମ୍ବର ଟାଇଟଲ୍ ହାସଲ କରିବାରେ ସଫଳ ହୋଇଥିଲା ।

ଅଧିକ ପଢ଼ନ୍ତୁ: ସାମ୍ନାକୁ ଆସିଲା ବିରାଟ-ଅନୁଷ୍କା ଝିଅଙ୍କ ମୁହଁର ପ୍ରଥମ ଝଲକ, ପିତାଙ୍କ ପରି ଦେଖାଯାଉଛନ୍ତି ଭାମିକା

ଯଦିଓ ଧୋନି ଆଇପିଏଲରେ CSK ପାଇଁ ଖେଳିବା ଜାରି ରଖିଛନ୍ତି । ଧୋନିଙ୍କ କଥାରୁ ଏହା ସଙ୍କେତ ମିଳୁଛି ଯେ ଆଇପିଏଲ୍ ୧୪ ପରେ ସେ କ୍ରିକେଟ୍ ଜଗତରୁ ସମ୍ପୂର୍ଣ୍ଣ ଭାବେ ବିଦାୟ ନେଇପାରନ୍ତି ।