Cyber Security: ଆଇଆରସିଟିସି କଷ୍ଟମର କେୟାର ନମ୍ବର ଖୋଜିବା ପଡ଼ିଲା ମହଙ୍ଗା, ହାତରୁ ଚାଲିଗଲା ୫ ଲକ୍ଷ
Advertisement

Cyber Security: ଆଇଆରସିଟିସି କଷ୍ଟମର କେୟାର ନମ୍ବର ଖୋଜିବା ପଡ଼ିଲା ମହଙ୍ଗା, ହାତରୁ ଚାଲିଗଲା ୫ ଲକ୍ଷ

Cyber Fraud: ନିକଟରେ ଉତ୍ତର ପ୍ରଦେଶ ନୋଏଡ଼ା ଅଞ୍ଚଳରେ ଜଣେ ଯୁବତୀ ଏଭଳି ଠକେଇର ଶିକାର ହୋଇଛି। ଯେଉଁଥିପାଇଁ ୧୦ ମିନିଟ ମଧ୍ୟରେ ତାଙ୍କ ବ୍ୟାଙ୍କ ଖାତାରୁ ୫ ଲକ୍ଷ ଟଙ୍କା ଉଠାଇ ନିଆଯାଇଥିବା ବେଳେ, ୫ ମିନିଟ ମଧ୍ୟରେ ୩ ଲକ୍ଷ ଟଙ୍କା ବ୍ୟକ୍ତିଗତ ଋଣ ମଧ୍ୟ ପାସ୍ କରି ଦିଆଯାଇଛି। 

Cyber Security: ଆଇଆରସିଟିସି କଷ୍ଟମର କେୟାର ନମ୍ବର ଖୋଜିବା ପଡ଼ିଲା ମହଙ୍ଗା, ହାତରୁ ଚାଲିଗଲା ୫ ଲକ୍ଷ

Cyber Crime News: ସାଇବର ଠକ ଏବେ ଲୋକଙ୍କୁ ନୂଆ ନୂଆ ଉପାୟରେ ସେମାନଙ୍କର ଶିକାର କରିବାରେ ଲାଗିଛନ୍ତି। ନୂଆ ନୂଆ କଳା କୌଶଳ ଆପଣାଇ ସାଇବର ଠକ ଲୋକଙ୍କୁ ଚୂନ ଲଗାଇବାରେ ଲାଗି ପଡ଼ିଛନ୍ତି। ଦିନକୁ ଦିନ ଏବେ ସାଇବର ଠକେଇ ଭଳି ଅପରାଧ ବଢିବାରେ ଲାଗିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଇଣ୍ଟରନେଟ ସହାୟତା କୌଣସି ଜିନିଷ ଖୋଜିବା ପୂର୍ବରୁ ସତର୍କ ରହିବା ଆବଶ୍ୟକ। ବିଶେଷକରି ଯେତେବେଳେ ଆପଣଙ୍କୁ ଗୁଗୁଲ ସହାୟତାରେ କଷ୍ଟମର କେୟାର ନମ୍ବର ନମ୍ବର କିମ୍ବା ହେଲ୍ପଲାଇନ ନମ୍ବର ସମ୍ବନ୍ଧୀୟ ସୂଚନା ଖୋଜିବାକୁ ପଡିଥାଏ, ସେତେବେଳେ ଆପଣ ସଜାଗ ଏବଂ ସତର୍କ ରହିବା ଆବଶ୍ୟକ।

ସଦ୍ୟ ଉତ୍ତର ପ୍ରଦେଶ ନୋଏଡ଼ା ଅଞ୍ଚଳରେ ଜଣେ ଯୁବତୀ ଏଭଳି ଠକେଇର ଶିକାର ହୋଇଛି। ଯେଉଁଥିପାଇଁ ୧୦ ମିନିଟ ମଧ୍ୟରେ ତାଙ୍କ ବ୍ୟାଙ୍କ ଖାତାରୁ ୫ ଲକ୍ଷ ଟଙ୍କା ଉଠାଇ ନିଆଯାଇଥିବା ବେଳେ, ୫ ମିନିଟ ମଧ୍ୟରେ ୩ ଲକ୍ଷ ଟଙ୍କା ବ୍ୟକ୍ତିଗତ ଋଣ ମଧ୍ୟ ପାସ୍ କରି ଦିଆଯାଇଛି। ନୋଏଡା ନିବାସୀ ଜନୁକିଶଙ୍କ କହିବା ଅନୁସାରେ, ସେ ଦିଲ୍ଲୀ ଆସିବାକୁ ଟ୍ରେନ୍ ଟିକେଟ୍ ବୁକ୍ କରିଥିଲେ। ହେଲେ ଟ୍ରେନ୍ ବିଳମ୍ବ ରହିଥିବା କାରଣରୁ ସେ ଟିକେଟ୍ କ୍ୟାନସେଲ କରି ଦେଇଥିଲେ। ତାଙ୍କ କହିବା ଅନୁସାରେ ଟିକେଟ୍ ବାତିଲ କରିବା ପରେ ସେ ଟିକେଟ ଟଙ୍କା ଫେରି ପାଇବା ପାଇଁ ଗୁଗୁଲ ସହାୟତାରେ ଆଇଆରସିଟିସି କଷ୍ଟମର କେୟାର ନମ୍ବର ଖୋଜି ଥିଲେ। ହେଲେ ଏହି ନମ୍ବର ନକଲି ରହିଥିଲା।

ଯେତେବେଳେ ଜନୁକିଶ ସେହି ନମ୍ବର ସହ ଯୋଗାଯୋଗ କରିଥିଲେ, ସେତେବେଳେ ଅପର ପକ୍ଷରୁ ତାଙ୍କୁ ଜବାବ ମିଳିଲା ଯେ ତାଙ୍କ କଲ୍ ରିଫଣ୍ଡ ଟିମ ପାଖକୁ ସ୍ଥାନାନ୍ତର କରାଯାଇଛି। ଯେଉଁଠାରେ ତାଙ୍କୁ କୁହାଯାଇଥିଲା ଯେ ତାଙ୍କୁ ଏକ ଲିଙ୍କ ପାଖକୁ ଯାଇ ଅଭିଯୋଗ ପଞ୍ଜୀକରଣ କରିବାକୁ  ହେବ।

ଜନୁକିଶଙ୍କ କହିବା ଅନୁଯାୟୀ, ସେହି ଲିଙ୍କ ଉପରେ କ୍ଲିକ୍ କରିବା ପରେ ତାଙ୍କ ମୋବାଇଲ୍ ରେ ଏକ ଆପ୍ ଇନଷ୍ଟଲ୍ ହୋଇୟାଇଥିଲା। ଯେଉଁଥିପାଇଁ ପୁରା ମୋବାଇଲ୍ ହ୍ୟାକ୍ ହୋଇଯାଇଥିଲା। ଏହା ପରେ ମୁଁ ମୋର ନେଟ୍ ବ୍ୟାଙ୍କିଂ ସିଷ୍ଟମ ପାଖକୁ ଯାଇ ମୋ ଆକାଉଣ୍ଟକୁ ଲଗ୍ଇନ୍ କରିବାକୁ ମୋ ମୋବାଇଲ୍ ନମ୍ବର ପ୍ରବେଶ କରିଥିଲି। ମୋ ପାଖକୁ ଆସୁଥିବା OTP ବାବଦରେ ମଧ୍ୟ ହ୍ୟାକର ଜାଣିବାକୁ ପାଇଥିଲେ।

ଜନୁକିଶ କହିଛନ୍ତି ଯେ ତାଙ୍କ ବ୍ୟାଙ୍କ ଖାତାରୁ ସମୁଦାୟ ୫ ଲକ୍ଷ ଟଙ୍କା ଗାଏବ ହୋଇଯାଇଥିବା ବେଳେ, ୩ ଲକ୍ଷ ଟଙ୍କା ବ୍ୟକ୍ତିଗତ ଋଣ ମଧ୍ୟ ନିଆଯାଇଛି। ଏହି ଘଟଣା ବାବଦରେ ଜନୁକିଶ ପୋଲିସ ପାଖରେ ଅଭିଯୋଗ କରିଛନ୍ତି।

ଗୁଗୁଲ କିମ୍ବା ଅନ୍ୟକୋଣସି ସର୍ଚ୍ଚ ଇଞ୍ଜିନ ଜରିଆରେ କୌଣସି ବ୍ୟାଙ୍କ କିମ୍ବା କୌଣସି କମ୍ପାନୀ ସହିତ ଜଡିତ କଷ୍ଟମର କେୟାର ନମ୍ବର ଖୋଜିବା ଠାରୁ ଦୂରେଇ ରୁହନ୍ତୁ। କାରଣ ଗୁଗୁଲ ଭଳି ସର୍ଚ୍ଚ ଇଞ୍ଜିନ ଟପ୍ ଲିଙ୍କ ଠାରେ ଦୃଶ୍ୟମାନ ହେଉଥିବା ନମ୍ବର ସାଇବର ଠକଙ୍କର ମଧ୍ୟ ହୋଇପାରେ। ଏଭଳି ପରିସ୍ଥିତିରେ ଯଦି ଆପଣ ଯାଞ୍ଚ ନକରି ସେହି ନମ୍ବର ସହ ସିଧାସଳଖ ଯୋଗାଯୋଗ କରିବାକୁ କରିବାକୁ ଚେଷ୍ଟା କରନ୍ତି, ତାହେଲେ ବୁଝନ୍ତୁ ଯେ ଆପଣ ସାଇବର ଠକେଇର ଶିକାର ହୋଇପାରନ୍ତି। ସାଧାରଣତଃ ହେଲ୍ପଲାଇନ ନମ୍ବର ଖୋଜିବା ପାଇଁ, ଲୋକେ ଗୁଗୁଲ ଯୋଗେ ସନ୍ଧାନ କରିବାର ଉପାୟକୁ ସହଜ ବୋଲି ବିଚାର କରିଥାନ୍ତି। ସେଥିପାଇଁ ସାଇବର ଠକଙ୍କ ନଜର ଏହା ଉପରେ ରହିଥାଏ। ଯାହାକୁ ସେମାନେ ଲୋକଙ୍କୁ ଠକିବା ପାଇଁ ବ୍ୟବହାର କରିଥାନ୍ତି।   

ଯେତେବେଳେ ଆପଣ ଗୁଗୁଲ୍ ସହାୟତାରେ କୌଣସି ବ୍ୟାଙ୍କ, କମ୍ପାନୀ ହେଲ୍ପଲାଇନ ନମ୍ବର କିମ୍ବା କଷ୍ଟମର କେୟାର ନମ୍ବର ସର୍ଚ୍ଚ କରନ୍ତି, ସେତେବେଳେ ଏହାକୁ ଆପଣ ଭଲ ଭାବରେ ଯାଞ୍ଚ କରନ୍ତୁ। ସିଧାସଳଖ କମ୍ପାନୀ କିମ୍ବା ବ୍ୟାଙ୍କ ୱେବସାଇଟ ପରିଦର୍ଶନ କରିବା ଭଲ। ଯାହାର ହେଲ୍ପଲାଇନ ନମ୍ବର ଆପଣଙ୍କୁ ଆବଶ୍ୟକ। ଯଦି ଆପଣ ବ୍ୟାଙ୍କ ସମ୍ବନ୍ଧୀୟ ସୂଚନା ମାଗୁଥିବା କଲ୍ ଆପଣଙ୍କୁ ପାଖକୁ ଆସେ, ତାହେଲେ ଆପଣ ଏପରି ବିବରଣୀ କାହା ସହ ସେୟାର କରନ୍ତୁ ନାହିଁ।