'ସୁସ୍ମିତା ସେନଙ୍କୁ ଲଲିତ ମୋଦି ମିଳିଗଲା, ଆମ ମୋଦି ଜୀଙ୍କୁ କେହି ମିଳୁ ନାହାଁନ୍ତି'
Advertisement

'ସୁସ୍ମିତା ସେନଙ୍କୁ ଲଲିତ ମୋଦି ମିଳିଗଲା, ଆମ ମୋଦି ଜୀଙ୍କୁ କେହି ମିଳୁ ନାହାଁନ୍ତି'

Sanjay Singh on Modi government: ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂ କେନ୍ଦ୍ରରେ ମୋଦି ସରକାରଙ୍କ ଉପରେ ଜୋରଦାର ଟାର୍ଗେଟ କରିଛନ୍ତି । ସେ କଟାକ୍ଷ କରି କହିଛନ୍ତି ଯେ ସୁସ୍ମିତା ସେନଙ୍କୁ ଲଲିତ ମୋଦି ମିଳିଗଲା କିନ୍ତୁ ଆମ ମୋଦି ଜୀଙ୍କୁ କେହି ମିଳୁ ନାହାଁନ୍ତି ।

ସଞ୍ଜୟ ସିଂ (ଫାଇଲ ଫଟୋ)

Sanjay Singh targets on Modi government: ଆମ୍ ଆଦମୀ ପାର୍ଟିର (Aam Aadmi Party) ସାଂସଦ ସଞ୍ଜୟ ସିଂ (Sanjay Singh) କେନ୍ଦ୍ରରେ ମୋଦି ସରକାରଙ୍କ (Modi government) ଉପରେ ଜୋରଦାର କରିଛନ୍ତି । ସେ କଟାକ୍ଷ କରି କହିଛନ୍ତି ଯେ ସୁସ୍ମିତା ସେନଙ୍କୁ (Sushmita Sen) ଲଲିତ ମୋଦି (Lalit Modi) ମିଳିଗଲା କିନ୍ତୁ ଆମ ମୋଦି ଜୀ(ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି)ଙ୍କୁ କେହି ମିଳୁ ନାହାଁନ୍ତି । କହିରଖୁଛୁ ଯେ ଏହା ପୂର୍ବରୁ ଦିଲ୍ଲୀ ସିଏମ ଓ ଆମ୍ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲ (Arvind Kejriwal) ଅଭିଯୋଗ କରିଥିଲେ ଯେ ଖୁବ ଶୀଘ୍ର ସିବିଆଇ (CBI) କେନ୍ଦ୍ରର ନିର୍ଦ୍ଦେଶରେ ଡେପୁଟି ସିଏମ ମନୀଷ ସିସୋଦିଆଙ୍କୁ (Manish Sisodia) ଗିରଫ କରିବାକୁ ଯାଉଛି । ଏହି ମାମଲା ଦିଲ୍ଲୀର ଏକ୍ସାଇଜ୍ ଡ୍ୟୁଟି ସହିତ ଜଡିତ, ଯେଉଁଥିରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସକ୍ସେନା (Vinay Kumar Saxena) ଏହି ମାମଲାରେ କେନ୍ଦ୍ରକୁ ଏକ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ସୁପାରିଶ କରିଛନ୍ତି ।

ବାସ୍ତବରେ ଦିଲ୍ଲୀର ଏକ୍ସାଇଜ୍ ଡ୍ୟୁଟିରେ ଅନିୟମିତତା ହୋଇଥିବା ଅଭିଯୋଗ କରି ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସକ୍ସେନା କେନ୍ଦ୍ରର ହସ୍ତକ୍ଷେପ ଓ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି । ଯେଉଁଥିରେ ଦିଲ୍ଲୀ ସରକାର ବନାମ କେନ୍ଦ୍ରର ଯୁଦ୍ଧ ତୀବ୍ର ହୋଇଛି । ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର ଖୁବ ଶୀଘ୍ର ମନୀଷ ସିସୋଦିଆଙ୍କୁ ଗିରଫ କରିବାକୁ ଯାଉଛନ୍ତି । କେଜ୍ରିୱାଲ କହିଥିଲେ ଯେ ସିସୋଦିଆ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ କିନ୍ତୁ, ସେମାନେ ଖୋଜୁଛନ୍ତି ଓ କିଛି ନା  କିଛି ମିଥ୍ୟା ବାହାର କରି ନିଶ୍ୱାସ ମାରିବେ ।

'ସୁସ୍ମିତା ସେନଙ୍କୁ ମିଳି ଯାଇଛନ୍ତି ଲଲିତ ମୋଦି'
ଅନ୍ୟପକ୍ଷରେ ଆମ୍ ଆଦମୀ ଦଳର ସାଂସଦ ସଞ୍ଜୟ ସିଂ ମୋଦି ସରକାରଙ୍କ ଉପରେ ଜୋରଦାର ଟାର୍ଗେଟ କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ସୁସ୍ମିତା ସେନ୍ (ଅଭିନେତ୍ରୀ)ଙ୍କୁ ମିଳି ଯାଇଛନ୍ତି ଲଲିତ ମୋଦି । କିନ୍ତୁ ଆମର ମୋସି ଜୀଙ୍କୁ କେହି ମିଳୁ ନାହାଁନ୍ତି । କହିରଖୁଛୁ ଯେ ନିକଟରେ ଲଲିତ ମୋଦି ନିଜ ଟ୍ୱିଟର ଆକାଉଣ୍ଟରେ ସୁସ୍ମିତା ସେନଙ୍କ ସହ ଫଟୋ ସେୟାର କରିଛନ୍ତି ଓ ନିଜ ସମ୍ପର୍କକୁ ସ୍ୱୀକାର କରିଛନ୍ତି । ପ୍ରକୃତରେ, ଲଲିତ ମୋଦି ଆଇପିଏଲ ସହ ଜଡିତ ଟେଣ୍ଡର ଓ ନିଲାମରେ ଅନିୟମିତତା ଅଭିଯୋଗର ସମ୍ମୁଖୀନ ହେଉଛନ୍ତି । ବିସିସିଆଇ ତାଙ୍କୁ ବୋର୍ଡରୁ ବାହାର କରିଦେଇଛି । ଇଡି ଏହି ମାମଲାର ଯାଞ୍ଚ କରୁଛି ଓ ଲଲିତ ମୋଦି ଭାରତରୁ ପଳାୟନ କରିଛନ୍ତି । ଭାରତ ସରକାର ଲଲିତ ମୋଦିଙ୍କୁ ମଧ୍ୟ ପଳାତକ ଘୋଷଣା କରି ସାରିଛନ୍ତି ।

ଏହା ବି ପଢ଼ନ୍ତୁ: ଏହି ରାଜ୍ୟରେ ୭ କଂଗ୍ରେସ ବିଧାୟକ କରିଛନ୍ତି କ୍ରସ୍ ଭୋଟିଂ, ଆକ୍ସନ ନେବାକୁ ପ୍ରସ୍ତୁତ ହେଉଛି ପାର୍ଟି

ଏହା ବି ପଢ଼ନ୍ତୁ: ମୁର୍ମୁ ଏହି ତିନୋଟି ରାଜ୍ୟରେ କରିଛନ୍ତି କ୍ଲିନ୍ ସୁଇପ୍, ଖାତା ମଧ୍ୟ ଖୋଲିପାରି ନାହାଁନ୍ତି ସିହ୍ନା