Russia: ଆବାସିକ କୋଠାରେ ପିଟିହେଲା ଯୁଦ୍ଧ ବିମାନ, ଅଳ୍ପକେ ବର୍ତ୍ତିଲେ ପାଇଲଟ
Advertisement
Article Detail0/zeeodisha/odisha1399787

Russia: ଆବାସିକ କୋଠାରେ ପିଟିହେଲା ଯୁଦ୍ଧ ବିମାନ, ଅଳ୍ପକେ ବର୍ତ୍ତିଲେ ପାଇଲଟ

Russia Warplane Crash: ସୋମବାର ଦେଶର ୟେସ୍କ ସହରରେ ହୋଇଥିବା ଦୁର୍ଘଟଣା ବାବଦରେ ପ୍ରତିକ୍ରିୟା ରଖିଛି ଋଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ। ଏହି ଘଟଣା ଘଟିବା ପରେ ଋଷୀୟ ଅନୁସନ୍ଧାନ କମିଟି ଏହାର ଅପରାଧିକ ତଦନ୍ତ ଆରମ୍ଭ କରିଥିବା ଘୋଷଣା କରିଛି।

Russia: ଆବାସିକ କୋଠାରେ ପିଟିହେଲା ଯୁଦ୍ଧ ବିମାନ, ଅଳ୍ପକେ ବର୍ତ୍ତିଲେ ପାଇଲଟ

Plane Crash in Russia: ୟୁକ୍ରେନ ସହ ଚାଲି ଯୁଦ୍ଧ ବେଳେ ଋଷିଆକୁ ଲାଗିଛି ଜୋରଦାର ଝଟକା। ସୋମବାର ଦେଶର ଦକ୍ଷିଣ ଭାଗରେ ଅବସ୍ଥିତ ୟେସ୍କ ସହରରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଏକ ସାମରିକ ବିମାନ। ଇଞ୍ଜିନ ବିଫଳ ହେବା ପରେ ସହରର ଏକ ଆବାସିକ କୋଠାରେ ପିଟି ହୋଇ ଯାଇଥିଲା ଏହି ବିମାନ। ଏହି ବିମାନ ଦୁର୍ଘଟଣା ଇଞ୍ଜିନ ବିଫଳ ହେବା କାରଣରୁ ହୋଇଛି ବୋଲି କହିଛି ଋଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ। ଆଜୋଭ ସାଗର କୂଳରେ ଅବସ୍ଥିତ ୟେସ୍କ ସହର। ଯାହା ଏକ ପ୍ରମୁଖ ବନ୍ଦର ନଗରୀ ଭାବରେ ଜଣାଶୁଣା।  

ସୋମବାର ଘଟିଥିବା ଏହି ଘଟଣା ସହ ଜଡ଼ିତ ଅନେକ ସୋସିଆଲ ମିଡିଆ ଯୋଗେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ଏକ ବହୁ ମହଲା କୋଠା ଭିତରୁ ଏକ ବଡ଼ ଅଗ୍ନିପିଣ୍ଡୁଳା ବାହାରିଥିବାର ଦେଖୁବାକୁ ମିଳୁଛି। ଏହି ବିମାନ ଦୁର୍ଘଟଣା କାରଣରୁ ହୋଇଥିବା କ୍ଷୟକ୍ଷତି ବାବଦରେ ତୁରନ୍ତ କୌଣସି ଖବର ମିଳିନାହିଁ। 

ଦୁର୍ଘଟଣାଗ୍ରସ୍ତ ଏହି ବିମାନ ସୁଖୋଇ ଏସୟୁ-୩୪ ଯୁଦ୍ଧ ବିମାନ (Sukhoi Su-34 Fighter Jet) ବୋଲି ଜଣାପଡିଛି। ଋଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ (Russian Defence Ministry) ଅନୁଯାୟୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଚାଳକ ସଦସ୍ୟ ବାହାରକୁ ବାହାରି ଆସିବାରେ ସଫଳ ହୋଇଥିଲେ। ଯେଉଁ କୋଠାରେ ଏହି ବିମାନ ପିଟି ହୋଇଥିଲା ସେଠାରେ ଏକ ଭୟାନକ ଅଗ୍ନିକାଣ୍ଡ ହୋଇଥିଲା। ବିମାନର ଇନ୍ଧନ କାରଣରୁ ଏହି ବହୁ ମହଲା ବିଶିଷ୍ଚ କୋଠାରେ ନିଆଁ ଲାଗି ଯାଇଥିବା ଜଣାପଡିଛି। ଏନେଇ ପ୍ରତ୍ୟେକ୍ଷଦର୍ଶୀ ତାସ୍ ନାମକ ସ୍ଥାନୀୟ ସମ୍ବାଦ ସରବରାହ ସଂସ୍ଥାକୁ (Russian News Agency Tass) କହିଛନ୍ତି ଦୁର୍ଘଟଣା ପରେ ଏହି ଘରର ପ୍ରଥମରୁ ନବମ ମହଲାରେ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡ ବାବଦରେ ଖବର ପାଇବା ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ସୋମବାର ଦେଶର ୟେସ୍କ ସହରରେ (Yeysk City)  ହୋଇଥିବା ଦୁର୍ଘଟଣା ବାବଦରେ ପ୍ରତିକ୍ରିୟା ରଖିଛି ଋଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ। ଏନେଇ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଦେଶର ଦକ୍ଷିଣ ସାମରିକ ଜିଲ୍ଲାର ସାମରିକ ବାୟୁସେନା ଘାଟିରୁ ଟ୍ରେନିଂ ଫ୍ଲାଇଟ୍ କରିବା ପାଇଁ ଉଡାଣ ଭରୁଥିବା ବେଳେ ଏକ ସୁଖୋଇ ଏସୟୁ-୩୪ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଡ଼ାଣ ସମୟରେ ବିମାନ ଗୋଟିଏ ଇଞ୍ଜିନରେ ନିଆଁ ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଛି।

Also Read: ୟୁଏସ ନୌସେନାର ଯୁଦ୍ଧ ଜାହାଜରେ ବିସ୍ଫୋରଣ ଏବଂ ଅଗ୍ନିକାଣ୍ଡ, ୨୧ ଆହତ

ସ୍ଥାନୀୟ ଜରୁରୀକାଳୀନ ମନ୍ତ୍ରଣାଳୟ କହିଛି ଯେ ଯେଉଁ କୋଠାରେ ଏହି ବିମାନ ପିଟି ହୋଇଥିଲା ତାହାର ପଞ୍ଚମ ମହଲା ପର୍ଯ୍ୟନ୍ତ ନିଆଁ ଲାଗି ଯାଇଥିଲା ଏବଂ ଉପର ମହଲା ଭୁଶୁଡି ଯାଇଥିଲା। ସେଠାରେ ଥିବା ପ୍ରାୟ ୪୫ ଆପାର୍ଟମେଣ୍ଟ ଏହି ଦୁର୍ଘଟଣା କାରଣରୁ କ୍ଷତିଗ୍ରସ୍ତସ ହୋଇଛି। ଏହି ଘଟଣା ଘଟିବା ପରେ ଋଷୀୟ ଅନୁସନ୍ଧାନ କମିଟି ଏହାର ଅପରାଧିକ ତଦନ୍ତ ଆରମ୍ଭ କରିଥିବା ଘୋଷଣା କରିଛି। ଏଥିରେ ସାମରିକ ଅନୁସନ୍ଧାନକାରୀ ଘଟଣାର ପରିସ୍ଥିତି ଏବଂ କାରଣ ବାବଦରେ ଯାଞ୍ଚ କରୁଛନ୍ତି ବୋଲି କହିଛନ୍ତି। ଆଜୋଭ ସାଗର (Azov Sea) କୂଳରେ ଅବସ୍ଥିତ ୟେସ୍କ ସହର। ଯାହା ଏକ ପ୍ରମୁଖ ବନ୍ଦର ନଗରୀ ଭାବରେ ଜଣାଶୁଣା। ଏହି ସହର ଦକ୍ଷିଣ ଭାଗରେ ଋଷିଆ-ୟୁକ୍ରେନ ସୀମାକୁ (Southern Russia Ukraine Border) ପରସ୍ପର ଠାରୁ ପୃଥକ କରିଥାଏ।