ୟୁକ୍ରେନ ପରେ ନାଟୋ ଦେଶ ଲିଥୁଆନିଆକୁ ନେଇ ବଢ଼ିଲା ଟେନସନ୍; ମୁହାଁମୁହିଁ ଋଷ ଓ ଆମେରିକା, ଜାଣନ୍ତୁ ପୁରା ମାମଲା
Advertisement

ୟୁକ୍ରେନ ପରେ ନାଟୋ ଦେଶ ଲିଥୁଆନିଆକୁ ନେଇ ବଢ଼ିଲା ଟେନସନ୍; ମୁହାଁମୁହିଁ ଋଷ ଓ ଆମେରିକା, ଜାଣନ୍ତୁ ପୁରା ମାମଲା

Lithuania: ଲିଥୁଆର ଏହି ପଦକ୍ଷେପ ପରେ ଋଷ ଚେତାବନୀ ଦେଇଛି । ସେପଟେ ଆମେରିକା (America) କହିଛି ଯେ ସେ ଲିଥୁଆନିଆ ସହିତ ଛିଡା ହୋଇଛି । ଆମେରିକା ମଧ୍ୟ ଋଷକୁ ମନେ ପକାଇ ଦେଇଛି ଯେ ନାଟୋ ଦେଶ ଉପରେ ଆକ୍ରମଣ କରିବାର ଅର୍ଥ ଆମେରିକା ଉପରେ ଆକ୍ରମଣ ବୋଲି ଧରାଯିବ ।

ୟୁକ୍ରେନ ପରେ ନାଟୋ ଦେଶ ଲିଥୁଆନିଆକୁ ନେଇ ବଢ଼ିଲା ଟେନସନ୍; ମୁହାଁମୁହିଁ ଋଷ ଓ ଆମେରିକା, ଜାଣନ୍ତୁ ପୁରା ମାମଲା

ନୂଆଦିଲ୍ଲୀ: Lithuania: ଲିଥୁଆନିଆ (Lithuania) କୁ ନେଇ ସହିତ ଋଷ (Russia) ଓ ଆମେରିକା (US) ମୁହାଁମୁହିଁ ହୋଇଛନ୍ତି । ଋଷ ନାଟୋ ଦେଶ (NATO Country) ଲିଥୁଆନିଆ ଠାରୁ ଦାବି କରିଛି ଯେ ସେ କାଲିନିଗ୍ରାଡ (Kaliningrad) ଉପରେ ଖୋଲାଖୋଲି ଲାଗୁ କରିଥିବା  ଶତ୍ରୁତାପୂର୍ଣ୍ଣ ପ୍ରତିବନ୍ଧକକୁ ତୁରନ୍ତ ହଟାଉ । ଋଷର ଚେତାବନୀ ଏପରି ଏକ ସମୟରେ ଆସିଛି ଯେତେବେଳେ ଲିଥୁଆନିଆ ଋଷର ପରମାଣୁ ସାମରିକ ଦୁର୍ଗ କାଲିନଗ୍ରାଡକୁ ରେଳ ମାଧ୍ୟମରେ ଯାଉଥିବା ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇଦେଇଛି ।

ଲିଥୁଆର ଏହି ପଦକ୍ଷେପ ପରେ ଋଷ ଚେତାବନୀ ଦେଇଛି । ସେପଟେ ଆମେରିକା (America) କହିଛି ଯେ ସେ ଲିଥୁଆନିଆ ସହିତ ଛିଡା ହୋଇଛି । ଆମେରିକା ମଧ୍ୟ ଋଷକୁ ମନେ ପକାଇ ଦେଇଛି ଯେ ନାଟୋ ଦେଶ ଉପରେ ଆକ୍ରମଣ କରିବାର ଅର୍ଥ ଆମେରିକା ଉପରେ ଆକ୍ରମଣ ବୋଲି ଧରାଯିବ ।

ୟୁରୋପୀୟ ୟୁନିଅନ୍ ଓ ନାଟୋ ଦେଶ ମଧ୍ୟରେ ଅବସ୍ଥିତ ଋଷର କାଲିନଗ୍ରାଡ୍ ରେଳ ମାଧ୍ୟମରେ ସାମଗ୍ରୀ ମଗାଇଥାଏ । କାଲିନିଗ୍ରାଡର ଗ୍ୟାସ୍ ଯୋଗାଣ ମଧ୍ୟ ଲିଥୁଆନିଆ ମାଧ୍ୟମରେ ହୋଇଥାଏ । ଗତ ସପ୍ତାହରେ ଲିଥୁଆନିଆ କହିଥିଲା ଯେ, ଋଷ ଉପରେ ଲାଗିଥିବା ପ୍ରତିବନ୍ଧକ ତାଲିକାରେ ଆସୁଥିବା ସାମଗ୍ରୀକୁ ରେଳ ଯୋଗେ କାଲିନଗ୍ରାଡକୁ ପଠାଯିବା ଉପରେ ପ୍ରତିବନ୍ଧକ ଲଗାଉଛି । ଏହି କାରଣରୁ ଋଷ ଲିଥୁଆନିଆ ଉପରେ ରାଗିଛି ।

ଋଷ କହିଛି ଯେ, ଯଦି କାଲିନିଗ୍ରାଡକୁ ସାମଗ୍ରୀର ଚଳାଚଳ ସମ୍ପୂର୍ଣ୍ଣ ରୂପେ ଆରମ୍ଭ ନହୁଏ ତେବେ ଋଷ ପାଖରେ ନିଜର ଜାତୀୟ ସ୍ୱାର୍ଥ ରକ୍ଷା କରିବାକୁ ସମସ୍ତ ଅଧିକାର ଅଛି । ଲିଥୁଆନିଆର ପଦକ୍ଷେପକୁ ଋଷ ଉତ୍ତେଜକ ତଥା ଶତ୍ରୁତାପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛି । ଋଷର ରାଷ୍ଟ୍ରପତି କାର୍ଯ୍ୟାଳୟ ଲିଥୁଆନିଆର ଏହି ନିଷ୍ପତ୍ତିକୁ ସବୁକିଛିର ଉଲ୍ଲଂଘନ ବୋଲି କହିଛି । ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ଋଷ ଏହି ପଦକ୍ଷେପକୁ ବେଆଇନ ବୋଲି କହିଛି ଓ ଲିଥୁଆନିଆର ରାଷ୍ଟ୍ରଦୂତଙ୍କୁ ଡକାଇଛି ।

ଲିଥୁଆନିଆର ପ୍ରଧାନମନ୍ତ୍ରୀ ଇନଗ୍ରିଡା ସାଇମୋନାଇଟ୍ ଋଷ ଉପରେ ବର୍ଷିଛନ୍ତି ଓ କହିଛନ୍ତି ଯେ, ଏପରି ଦେଶଠାରୁ ଅନ୍ତର୍ଜାତୀୟ ଚୁକ୍ତିନାମାକୁ ଉଲ୍ଲଂଘନ କରିଥିବା ଅଭିଯୋଗ ଶୁଣିବା ବିଡମ୍ବନାର ବିଷୟ । ସେ ଆହୁରି ମଧ୍ୟ କହିଛନ୍ତି ଯେ କାଲିନଗ୍ରାଡର କୌଣସି ଅବରୋଧ ହୋଇ ନାହିଁ । ୟୁରୋପୀୟ ସଂଘ ଦ୍ୱାରା ଲାଗୁ କରାଯାଇଥିବା ପ୍ରତିବନ୍ଧକକୁ ଲିଥୁଆନିଆ ଲାଗୁ କରୁଛି ।

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର; ଫିଟମେଣ୍ଟ ଫ୍ୟାକ୍ଟର୍ ଉପରେ ସହମତି! ବଢ଼ିବ ଦରମା

ଏହା ବି ପଢ଼ନ୍ତୁ:-ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଗୋଟିଏ ତୀରରେ ଦୁଇଟି ଶିକାର କଲା ବିଜେପି! ଦ୍ୱନ୍ଦ୍ୱରେ ନବୀନ-ହେମନ୍ତ

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ନିର୍ବାଚନ ୨୦୨୨: ଦ୍ରୌପଦୀ ମୁର୍ମୁଙ୍କୁ ଟକ୍କର ଦେବେ ଯଶୱନ୍ତ ସିହ୍ନା, ଜାଣନ୍ତୁ କାହା ପଲା କେତେ ଭାରି?

ଏଠାରେ କହି ରଖୁଛୁ ଯେ, କାଲିନିଗ୍ରାଡ୍ ଋଷର ପରମାଣୁ ଦୁର୍ଗ ଭାବେ ଜଣାଯାଇଥାଏ । ଲିଥୁଆନିଆର ଏହି ପଦକ୍ଷେପରୁ କାଲିନଗ୍ରାଡରେ ପହଞ୍ଚୁଥିବା ସାମଗ୍ରୀରେ ୫୦ ପ୍ରତିଶତ ହ୍ରାସ ହେବାର ସମ୍ଭାବନା ରହିଛି । ନିକଟ ଅତୀତରେ ଋଷ ନିଜେ କାଲିନିଗ୍ରାଡରେ ପରମାଣୁ ଆକ୍ରମଣର ଅଭ୍ୟାସ କରିଥିଲା ​। କାଲିନିଗ୍ରାଡ୍ ହେଉଛି ଋଷର ନୌସେନାର ବାଲଟିକ୍ ସାଗର ଅଞ୍ଚଳର ମୁଖ୍ୟାଳୟ ଓ ମନେ କରାଯାଇଥାଏ ଯେ ଋଷ ଏଠାରେ ବହୁ ସଂଖ୍ୟକ ପରମାଣୁ ଅସ୍ତ୍ର ରଖିଛି । ଏହି କାରଣରୁ ଋଷ କାଲିନିଗ୍ରାଡକୁ ନେଇ ଟିକେ ଅଧିକ ସତର୍କ ଓ ଆକ୍ରମଣାତ୍ମକ ଦେଖାଯାଉଛି ।