Russia-Ukraine War: ଆମେରିକାର ଏହି ପଦକ୍ଷେପ ପରେ ଚିନ୍ତାରେ ପୁଟିନ, ଜେଲେନସ୍କିଙ୍କୁ ଧୋକା ଦେଲେ ୟୁକ୍ରେନବାସୀ
Advertisement

Russia-Ukraine War: ଆମେରିକାର ଏହି ପଦକ୍ଷେପ ପରେ ଚିନ୍ତାରେ ପୁଟିନ, ଜେଲେନସ୍କିଙ୍କୁ ଧୋକା ଦେଲେ ୟୁକ୍ରେନବାସୀ

Russia-Ukraine War: ବୁଧବାର ୟୁକ୍ରେନ ପାଇଁ ଆମେରିକା ୧.୧ ବିଲିୟନ ଡ଼ଲାର ଅତିରିକ୍ତ ସୁରକ୍ଷା ସହାୟତା ଘୋଷଣା କରିଛି। ଋଷର ଆକ୍ରମଣ ପରଠାରୁ ଅର୍ଥାତ ଫେବୃଆରୀ ଶେଷ ସପ୍ତାହରୁ ୟୁକ୍ରେନକୁ ଆମେରିକା ୨୨ଟି କିସ୍ତିରେ ପ୍ରାୟ ୧୬.୨ ବିଲିୟନ ଡଲାରରୁ ସହାୟତା ଯୋଗାଇଛି।

Russia-Ukraine War: ଆମେରିକାର ଏହି ପଦକ୍ଷେପ ପରେ ଚିନ୍ତାରେ ପୁଟିନ, ଜେଲେନସ୍କିଙ୍କୁ ଧୋକା ଦେଲେ ୟୁକ୍ରେନବାସୀ

Russia-Ukraine War, ନୂଆଦିଲ୍ଲୀ: ପ୍ରାୟ ୮ ମାସ ହେଲେ ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି। ଏହା ମଧ୍ୟରେ ଦୁଇଟି ବଡ ଅପଡେଟ ଆସିଛି। ୟୁକ୍ରେନକୁ ଆମେରିକା ପୁଣି ଥରେ ଅସ୍ତ୍ରଶସ୍ତ୍ର ଓ ମାନବ ସହୟତା ଯାଇଛି। ଅନ୍ୟ ପଟେ ଋଷର ଦଖଲ କରିଥିବା ୟୁକ୍ରେନର ୪ଟି ଅଞ୍ଚଳରେ ହୋଇଥିବା ଜନମତର ଫଳଫଳ ଆସିଛି। ଆମେରିକାରର ପଦକ୍ଷେପ ଋଷ ପାଇଁ ଚିନ୍ତାଜନକ ହୋଇଥିବା ବେଳେ ଜନମତକୁ ନେଇ ମସ୍କୋ ଆଶ୍ୱସ୍ତ ରହିଛି। ଆସନ୍ତା ପାଞ୍ଚ ଦିନ ମଧ୍ୟରେ ଋଷର ଭୌଗଳିକ ପରିସୀମା ବୃଦ୍ଧି ହେବାକୁ ଯାଉଛି ବୋଲି ବୁଧବାର ମସ୍କୋ କହିଛି।

ବୁଧବାର ୟୁକ୍ରେନ ପାଇଁ ଆମେରିକା ୧.୧ ବିଲିୟନ ଡ଼ଲାର ଅତିରିକ୍ତ ସୁରକ୍ଷା ସହାୟତା ଘୋଷଣା କରିଛି। ଋଷର ଆକ୍ରମଣ ପରଠାରୁ ଅର୍ଥାତ ଫେବୃଆରୀ ଶେଷ ସପ୍ତାହରୁ ୟୁକ୍ରେନକୁ ଆମେରିକା ୨୨ଟି କିସ୍ତିରେ ପ୍ରାୟ ୧୬.୨ ବିଲିୟନ ଡଲାରରୁ ସହାୟତା ଯୋଗାଇଛି। ଯୁକ୍ତରାଷ୍ଟ୍ରର ସୁରକ୍ଷା ପ୍ୟାକେଜରେ ୧୮ଟି ହାଇ ମୋବିଲିଟି ଆର୍ଟିଲିରି ରକେଟ୍ ସିଷ୍ଟମ୍ (ହିମାରସ୍) ଏବଂ ସେହି ସିଷ୍ଟମ୍ ପାଇଁ ଗୋଳାବାରୁଦ, ୧୫୦ଟି ହାଇ ମୋବିଲିଟି ଭାଇକେଲ୍, ଅସ୍ତ୍ରଶସ୍ତ୍ର ଟାଣିବା ପାଇଁ ୧୫୦ଟି କୌଶଳିକ ଯାନ, ୪୦ଟି ଟ୍ରକ୍ ଏବଂ ଭାରୀ ଯନ୍ତ୍ର ପରିବହନ ପାଇଁ ୮୦ଟି ଟ୍ରେଲର, ଦୁଇଟି ରାଡାର ରହିଛି। ଏହା ବ୍ୟତୀତ ମାନବ ବିହୀନ ବିମାନ ପ୍ରଣାଳୀ, ୨୦ଟି ମଲ୍ଟି ମିଶନ୍ ରାଡାର ସହିତ ସୁରକ୍ଷିତ ଯୋଗାଯୋଗ ପ୍ରଣାଳୀ ଏବଂ ମାନବ ସହୟତା ମଧ୍ୟ ରହିଛି।

Also Read: ୟୁକ୍ରେନର ୧୫ ପ୍ରତିଶତ ଅଞ୍ଚଳକୁ ନିଜ ଦେଶରେ ମିଶାଇବ ଋଷ, ସର୍ଭେରେ ସହମତ ଏତିକି ପ୍ରିତଶତ ଲୋକ

ସେପଟେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି, ବ୍ରିଟିଶ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ ସହ କଥା ହୋଇଛନ୍ତି। ଟ୍ରସ୍ ଏବଂ ଜେଲେନସ୍କିଙ୍କ ମଧ୍ୟରେ ଫୋନ ମାଧ୍ୟମରେ ଆଲୋଚନା ହୋଇଥିଲା। ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍ ସ୍ପଷ୍ଟ କରିଛନ୍ତି ଯେ, ସାର୍ବଭୌମ ଅଞ୍ଚଳ ଆନ୍ଦୋଳନ ପାଇଁ ଋଷର ପ୍ରୟାସକୁ ବ୍ରିଟେନ କଦାପି ସ୍ୱୀକୃତି ଦେବ ନାହିଁ। ରାଷ୍ଟ୍ରପତି ପୁଟିନ ପରାସ୍ତ ନହେବା ପର୍ଯ୍ୟନ୍ତ ୟୁକ୍ରେନ ବ୍ରିଟେନର ସମର୍ଥନ ରହିବ। ସେପଟେ ୟୁକ୍ରେନକୁ ପ୍ରତିରକ୍ଷା ପାଇଁ ଅଧିକ ଅର୍ଥ ଆବଣ୍ଟନ କରିବାକୁ ସହଯୋଗୀମାନଙ୍କୁ ନାଟୋ ସେକ୍ରେଟେରୀ ଜେନେରାଲ୍ ଜେନ୍ସ ଷ୍ଟୋଲଟେନ୍ବର୍ଗ ଉତ୍ସାହିତ କରିଛନ୍ତି। ୟୁରୋପୀୟ ସଂସଦରେ ଷ୍ଟୋଲଟେନ୍ବର୍ଗ କହିଛନ୍ତି, "ଯୁଦ୍ଧ କେତେ ସମୟ ପର୍ଯ୍ୟନ୍ତ ଚାଲିବ ତାହା କେହି କହିପାରିବେ ନାହିଁ। ଏହା ଦୀର୍ଘ ସମୟ ଧରି ଚାଲିପାରେ ଏବଂ ୟୁକ୍ରେନକୁ ସମର୍ଥନ ଯୋଗାଇବା ପାଇଁ ଆମେ ପ୍ରସ୍ତୁତ ହେବା ଆବଶ୍ୟକ, ତା ବ୍ୟତୀତ ଆମର କୌଣସି ବିକଳ୍ପ ନାହିଁ।"

ୟୁକ୍ରେନର ସଶସ୍ତ୍ର ବାହିନୀର ଜେନେରାଲ୍ ଷ୍ଟାଫ୍ଙ୍କ ଅନୁଯାୟୀ, ନୂତନ ସଂଗଠିତ ଋଷୀୟ ସୈନିକମାନେ ୟୁକ୍ରେନରେ ପହଞ୍ଚିବା ଆରମ୍ଭ କରିଛନ୍ତି। ରାଷ୍ଟ୍ରପତି ପୁଟିନଙ୍କ ଆହ୍ୱାନରେ ଗତ ସପ୍ତାହରେ ପ୍ରସ୍ତୁତ ତିନି ଲକ୍ଷ ନୂଆ ସୈନିକ ପ୍ରସ୍ତୁତ କରାଯାଇଛି। କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ତାଲିମ ଦିଆଯାଇ ନାହିଁ, କେବଳ ୟୁନିଫର୍ମ ଏବଂ ଅସ୍ତ୍ର ଦିଆଯାଇଥିବା ଜଣାଯାଇଛି। ଫଳରେ ସେମାନେ ୟୁକ୍ରେନ ଆସିବାକୁ ଭୟଭୀତ ଅଛନ୍ତି। ସେପଟେ ୟୁକ୍ରେନର ଋଷର ଅଧିକୃତ ଚାରିଟି ଅଞ୍ଚଳରେ ହୋଇଥିବା ଜନମତର ଫଳାଫଳ ଆସିଛି। ଫଳାଫଳ ଋଷ ସପକ୍ଷରେ ଯାଇଥିବା ଜଣା ପଡିଛି। କିନ୍ତୁ ନିର୍ବାଚନରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି। ନିର୍ବାଚନକୁ ଆମେରିକା, ଜର୍ମାନ ସ୍ୱୀକାର କରିନାହାନ୍ତି। ଏହାର ବିରୋଧରେ ନାଟୋରେ ନିନ୍ଦା ପ୍ରସ୍ତାବ ମଧ୍ୟ ଉପସ୍ଥାପନ ହୋଇଛି। ସେପଟେ ଆସନ୍ତା ୫ ଦିନ ମଧ୍ୟରେ ଋଷ ସପକ୍ଷରେ ଥିବା ଅଞ୍ଚଳରୁ ଅକ୍ତିଆର କରିବ ବୋଲି ମସ୍କୋ କହିଛି।